ରାଜ୍ୟ |

୭ ବର୍ଷ ଧରି ଝୁଲୁଛି ତାଲା

୭ ବର୍ଷ ଧରି ଝୁଲୁଛି ତାଲା
ସଜନାଗଡ଼, ୧୪।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ନିକଟସ୍ଥ ଔପଦା ବ୍ଲକର ଈଶ୍ୱରପୁର ପଞ୍ଚାୟତ ବାଙ୍କିପଦା ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ୭ବର୍ଷ ଧରି ବାବା କରୁଣେଶ୍ୱର ମହାଦେବ ଅପୂଜାରେ ରହିଛନ୍ତି। ପୂର୍ବରୁ ଗ୍ରାମବାସୀ ମିଳିମିଶି ଶିବରାତ୍ରି ଉତ୍ସବ ମନାଉଥିଲେ। ବିବାଦୀୟ ସ୍ଥିତି ପରେ ମନ୍ଦିରରେ ତାଲା ଝୁଲୁଥିବାରୁ ଏହା ପରିସର ଖାଁ ଖାଁ ହୋଇପଡିଛି। ମନ୍ଦିରରେ ଥିବା ପାର୍ଶ୍ୱ ଦେବତାଙ୍କ ମୂର୍ତ୍ତି ଭାଙ୍ଗି ଯିବା ସହ ମନ୍ଦିରର ପିତ୍ତଳ ନାଗ ଓ ଚାନ୍ଦୁଆ କିଏ ନେଇ ଗଲେଣି। ସନ୍ଧ୍ୟା ହେଲେ ଏହି ଶୈବପୀଠ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ପ୍ରଶାସନ ବିବାଦର ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଈଶ୍ୱରପୁର ପଞ୍ଚାୟତର ଜଣେ ବ୍ୟକ୍ତି ନିଜେ ଅର୍ଥ ଖର୍ଚ୍ଚ କରିବା ସହ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ନେଇ ୨୦୦୨ ମସିହାରେ ଏହି ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୦ରେ ନିର୍ମାଣ ଶେଷ ହୋଇଥିଲା। ପ୍ରତିଷ୍ଠା ପରେ ମନ୍ଦିରରେ ପୂଜାର୍ଚ୍ଚନା ୩ ମାସ ସୁରୁଖୁରୁରେ ଚାଲିବା ପରେ ଆରମ୍ଭ ହୋଇଥିଲା ବିବାଦ। ଶିବଙ୍କ ପୂଜା ଓ ପୁଷ୍ପାଞ୍ଜଳି ଏବଂ କୁଶବଟୁରୁ ଆରମ୍ଭ ହୋଇଥିବା ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ ଦିନକୁ ଦିନ ବଢ଼ିବାରୁ ପ୍ରଶାସନ ଓ ଗ୍ରାମବାସୀଙ୍କ ତରଫରୁ ମନ୍ଦିରରେ ତାଲା ପକାଇ ଦିଆଯାଇଥିଲା। ଏହି ସମ୍ପର୍କରେ ନୀଳଗିରି ଆଇଆଇସି ରମେଶ ସିଂଙ୍କୁ ପଚାରିବାରୁ ଗ୍ରାମର ଉଭୟ ପକ୍ଷଙ୍କ ସହିତ ଆଲୋଚନା କରି ମନ୍ଦିର ଖୋଲିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
All Right Reserved By

ରାଜ୍ୟ |

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ପୁରୀ ଅଫିସ,୧୭ା୧୦: ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଗତ ୧ ତାରିଖଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡ଼ିଦର୍ଶନ । ଏହାକୁ ବିରୋଧକରି ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ତେବେ ଏହି ଧାଡ଼ିଦର୍ଶନକୁ ନେଇ ପୁଣି ମୁହଁ ଖୋଲିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। 

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ପୁରୀ ଅଫିସ,୧୭ା୧୦: ଆନନ୍ଦବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବ ମହାପ୍ରସାଦ ଦର ତାଲିକା। ଫଳରେ ଅବଢ଼ା କିଣିବାକୁ ନେଇ କାହାକୁ ଆଉ ମୂଲଚାଲ କରିବାକୁ ପଡ଼ିବ ନାହିଁ କି କେହି ଦୁର୍ବ୍ୟବହାରର ଶିକାର ହେବେ ନାହିଁ। ମହାପ୍ରସାଦ ଦର ନିର୍ଦ୍ଧାରଣ ନେଇ ମଙ୍ଗଳବାର ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। 

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ଅଫିସ,୧୭।୧୦-ପୂଜାରେ ଦୁଲୁକି ଉଠୁଛି କଟକ ସହର। ହସଖୁସିରେ ଉଛୁଳି ପଡୁଛି ପରିବାର ଆଉ ଦୋକାନ ବଜାର। ମଉଜ, ମସ୍ତି ସହ ପୂଜା ଖୁସିରେ କଟୁଛି ପିଲାଙ୍କ ଅବସର। ସ୍କୁଲ୍‌ ଛୁଟି ଥିବାରୁ ପୂଜା ବୁଲାକୁ ନେଇ ସେମାନଙ୍କ ମନରେ ଖୁସି କହିଲେ ନ ସରେ।  ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ପୂଜା ବୁଲୁଛନ୍ତି। ହସଖୁସିରେ ମନଲାଖି ଜିନିଷ କିଣୁଛନ୍ତି। ହେଲେ ପୂଜା ଭିଡ଼ ଭିତରେ ଏମାନଙ୍କ ଭଳି ଅନେକ ଶିଶୁଙ୍କ ମୁହଁରୁ ଉଭେଇ ଯାଇଛି ଚେନାଏ ହସ। 

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଖୋର୍ଦ୍ଧା ଅଫିସ,୧୭।୧୦- ଖୋର୍ଦ୍ଧା ଜିଲା ବାଣପୁର ଥାନା ଭବାନୀପୁର ପଞ୍ଚାୟତ ନାଗାମଠ ଗଁାରେ ବର୍ଷକ ଭିତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଗୋଟିଏ ପରିବାରର ୧୦ଜଣ ସଦସ୍ୟ ରହିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଏକ ପ୍ରକାର ଆତଙ୍କ ଦେଖାଦେଇଥିବାବେଳେ ନିର୍ଦ୍ଦିଷ୍ଟ କେତେଜଣ ଲୋକ ଗୁଣିଗାରେଡି ସନ୍ଦେହ କରି ଖଟ ବୁଲାଇବାକୁ ନିଷ୍ପତ୍ତି ନେଇଥିଲେ।

ଆଇନଜୀବୀଙ୍କ ଆନ୍ଦୋଳନକୁ ଧକ୍କା, ୧୭ ଜଣ ଆଡ୍‌ଭୋକେଟଙ୍କୁ କାରଣଦର୍ଶାଅ ନୋଟିସ

ଆଇନଜୀବୀଙ୍କ ଆନ୍ଦୋଳନକୁ ଧକ୍କା, ୧୭ ଜଣ ଆଡ୍‌ଭୋକେଟଙ୍କୁ କାରଣଦର୍ଶାଅ ନୋଟିସ

କଟକ ଅଫିସ, ୧୭।୧୦- ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଦେଢ଼ମାସ ହେବ ରାଜ୍ୟର ନ୍ୟାୟିକ ବ୍ୟବସ୍ଥାରେ ଏକ ପ୍ରକାର ଅଚଳାବସ୍ଥା ଜାରି ରହିଛି।  ଏପରିକି ଆଇନଜୀବୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନ ମାନି ଜିଦ୍‌ରେ ଅଟଳ ରହିଛନ୍ତି। ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବାରମ୍ବାର ବୈଠକ ବସୁଥିବାବେଳେ ଏହାଭିତରେ ଆଇନଜୀବୀଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି।

କଟକଣା ସତ୍ତ୍ୱେ ସହରରେ ପଶୁଛି ଭାରିଯାନ: ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା

କଟକଣା ସତ୍ତ୍ୱେ ସହରରେ ପଶୁଛି ଭାରିଯାନ: ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଦୁର୍ଗାପୂଜା ସମୟରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୧୫ ତାରିଖରୁ ସହରରେ ଭାରିଯାନ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ଅପରାହ୍ନ ୪ଟାରୁ ରାତି ୨ଟା ମଧ୍ୟରେ ସହର ଭିତରକୁ ଭାରିଯାନ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଥିଲେ।

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଧାର ଟଙ୍କାକୁ କେନ୍ଦ୍ରକରି ୨ ଜଣ ଓଏସ୍‌ଏପି ଅଫିସର ମାରପିଟ୍‌ ହୋଇଛନ୍ତି। ମଙ୍ଗଳବାର ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଅଧିକାରୀଙ୍କ ମାଡ଼ରେ ସୂର୍ଯ୍ୟମଣି ପଣ୍ଡା ନାମକ ଅନ୍ୟ ଜଣେ ଅଧିକାରୀ ଆହତ ହୋଇଛନ୍ତି। ଏହି ଘଟଣା ପୋଲିସ ମୁଖ୍ୟାଳୟରେ ଚର୍ଚ୍ଚାର ବିଷୟ ପାଲଟିଛି। 

ରିଷଭଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣା: ଖୋର୍ଦ୍ଧା ବିଜେଡି ସଭାପତିଙ୍କ ସମେତ ୨ ଜେଲ ଗଲେ

ରିଷଭଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣା: ଖୋର୍ଦ୍ଧା ବିଜେଡି ସଭାପତିଙ୍କ ସମେତ ୨ ଜେଲ ଗଲେ

ଖୋର୍ଦ୍ଧା ଅଫିସ/ବେଗୁନିଆ,୧୭।୧୦(ଡି.ଏନ୍‌.ଏ.)- ରାଜ୍ୟସଭା ସଦସ୍ୟ ତଥା ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣାରେ ଅଟକ ଥିବା ଖୋର୍ଦ୍ଧା ବ୍ଲକ ବିଜେଡି ସଭାପତି ପ୍ରକାଶ ରାଉତରାୟ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବେଗୁନିଆ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିଲା।

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ:  କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ: କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ପରଜଙ୍ଗ, ୧୬।୧୦(ଡି.ଏନ.ଏ.)-ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନି। ଅଥଚ ଆସିଛି ବିଲ୍‌। ଏହାର ପ୍ରତିବାଦ କରିଛନ୍ତି ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅଧୀନ ଶୁଣ୍ଢିକାଟେଣୀ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ଏବଂ ବିଲ୍‌ ସଂଶୋଧନ କରିବାକୁ ସମ୍ପୃକ୍ତ ଉପଭୋକ୍ତାମାନେ ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧା ଅଫିସ,୧୬।୧୦: ପାର୍ବଣର ମହକରେ ମହକି ଉଠିଛି ଖୋର୍ଦ୍ଧା ସହର। ସହରର କଣ୍ଟାବଜାର ଦୁର୍ଗା ପୂଜା କମିଟି, ଦୁର୍ଗାମାଧବ ପୂଜା କମିଟି, ପୁରୁଣା ଫାୟାର ଷ୍ଟେଶନ, ଇଗଲ କ୍ଲବ ପୂଜା କମିଟି, ଗୁରୁଜଙ୍ଗ  ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କୁ ପୂଜା କରାଯାଉଛି। ସହରର ବାକି ୪ ଟି ମଣ୍ଡପ ଖୋର୍ଦ୍ଧା ଦୁଲଣାଛକ, ମାଛ ମାର୍କେଟ, ଟାଉନ ହଲ ନିକଟ ଓ ରାଜସ୍ବ ଡାକ ବଙ୍ଗଳା ରାସ୍ତାର ୪୦୭ ଟ୍ରକ ପାର୍କିଂ ଛକରେ ହର ପାର୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି। 

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ଯାଜପୁର ଅଫିସ, ୧୬।୧୦: ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଦୁର୍ଗା ପଡ଼ିଆ ନିକଟ ବ୍ରାହ୍ମଣୀ ନଦୀରେ ମଙ୍ଗଳବାର ପୂର୍ବାହ୍ନରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଦଶରଥ ଜେନା(୬୫)। ଯାଜପୁର ଓଡ୍ରାଫ ଟିମ୍‌ ଓ ବରୀ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି।