Dharitri News
ଫୁରସତ |

ଗର୍ଭସ୍ଥ ଶିଶୁ ଉପରେ ମୋବାଇଲ୍‌ ବ୍ୟବହାର ଜନିତ କ୍ଷତି ଆଶଙ୍କା କ୍ଷୀଣ

ଗର୍ଭସ୍ଥ ଶିଶୁ ଉପରେ ମୋବାଇଲ୍‌ ବ୍ୟବହାର ଜନିତ କ୍ଷତି ଆଶଙ୍କା କ୍ଷୀଣ ଲଣ୍ଡନ:କୌଣସି ଗର୍ଭଧାରିଣୀ ମହିଳା ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ ଭାଷା ଓ ଚଳାଚଳ ଦକ୍ଷତା ସହ ଜଡ଼ିତ ଗର୍ଭସ୍ଥ ଶିଶୁର ମସ୍ତିଷ୍କ ବିକାଶ ବାଧାପ୍ରାପ୍ତ ହେବା ସମ୍ଭାବନା କମ୍‌ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ନରଓ୍ବେଜିୟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଗବେଷକମାନେ ଦେଖିବାକୁ ପାଇଛନ୍ତି ଯେ, ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁ ନ ଥିବା ମହିଳାଙ୍କ ପିଲାଙ୍କ ତୁଳନାରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ମହିଳାଙ୍କ ପିଲାମାନେ ୩ବର୍ଷ ବୟସରେ ଭାଷା ଶିଖିବା ଏବଂ ଭାଷା କହିବାର ଦକ୍ଷତା ଅଧିକ। ସେମାନେ ଆହୁରି ମଧ୍ୟ ଦେଖିବାକୁ ପାଇଛନ୍ତି ଯେ, ମୋବାଇଲ୍‌ ଫୋନ୍‌ ବ୍ୟବହାରକାରୀ ମହିଳାଙ୍କ ଶିଶୁମାନେ ୩ବର୍ଷ ବୟସରେ ପେଶି ସଞ୍ଚାଳନ ଦକ୍ଷତା ଅପେକ୍ଷାକୃତ ଅଧିକ। ଗବେଷକମାନଙ୍କ କହିବାନୁଯାୟୀ, ମୋବାଇଲ୍‌ ଫୋନ୍‌ରୁ ନିର୍ଗତ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ଗର୍ଭସ୍ଥ ଭ୍ରୂଣର କ୍ଷତିକରେ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ। କୌଣସି ଗର୍ଭବତୀ ମହିଳା ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ ଶିଶୁର ଭାଷା, କଥାବାର୍ତ୍ତା ଏବଂ ଚଳାଚଳ କ୍ଷେତ୍ରରେ କୌଣସି ପ୍ରତିକୂଳ ପ୍ରଭାବ ପଡେନାହିଁ ବୋଲି ସେମାନେ କହିଛନ୍ତି। ନରଓ୍ବେଜିୟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଗବେଷକ ଜନ୍‌ ଆଲେକ୍‌ଜାଣ୍ଡର କହିଲେ, ଯେଉଁ ଅଧ୍ୟୟନ କରାଯାଇଛି ସେଥିରୁ ପ୍ରମାଣିତ ହୋଇଛି ଯେ, ସେଲ୍‌ଫୋନ୍‌ ବ୍ୟବହାର ଭ୍ରୂଣର ସ୍ନାୟୁଗତ ବିକାଶରେ କୌଣସି କ୍ଷତି ଘଟାଇବା ଆଶଙ୍କା ନାହିଁ। ସୀମିତ ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ ଏହାର ଉପକାରୀ ପ୍ରଭାବ ରହିଥିବା ପର୍ଯ୍ୟବେକ୍ଷଣମୂଳକ ଅଧ୍ୟୟନରେ ଜଣାପଡିଛି। ଗବେଷକମାନେ ଗର୍ଭଧାରଣ ସମୟରେ ଏବଂ ଜନ୍ମ ପରେ ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ବ୍ୟାପକ ତଥ୍ୟ ସଂଗ୍ରହ କରିଥିଲେ। ଏଥିରେ ୪୫,୩୮୯ ମା-ଶିଶୁ ଯୋଡ଼ିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ମାତୃତ୍ୱ କାଳରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ଏବଂ ୩ରୁ ୫ ବର୍ଷ ବୟସ୍କ ଶିଶୁଙ୍କ ସ୍ନାୟୁଗତ ବିକାଶ ଉପରେ ବିଭିନ୍ନ ପ୍ରଶ୍ନ ପଚରାଯାଇ ଉତ୍ତର ସଂଗ୍ରହ କରିବା ସହିତ ଗବେଷକମାନେ ଏହି ନିଷ୍କର୍ଷରେ ପହଞ୍ଚତ୍ଛନ୍ତି।

ଫୁରସତ |

ଅନ୍ଧତ୍ୱରୁ ମୁକ୍ତି ଦେବ ନୂତନ ଜ୍ଞାନକୌଶଳ

ଅନ୍ଧତ୍ୱରୁ ମୁକ୍ତି ଦେବ ନୂତନ ଜ୍ଞାନକୌଶଳ

ଓ୍ବାଶିଂଟନ: ଏବେ ଅନ୍ଧତ୍ୱରୁ ସହଜରେ ମୁକ୍ତି ମିଳି ପାରିବ। ଦୀର୍ଘ ଦିନ ଗବେଷଣା କରିବା ପରେ ଏକ ନୂତନ ତଥ୍ୟ ହାସଲ କରିଛନ୍ତି। ପୃଥିବୀରେ ବାର୍ଷିକ ୨୦୦ ନିୟୁତ ଲୋକ ଦୃଷ୍ଟିହୀନତାର ଶିକାର ହୋଇଥାନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଓ୍ବାଶିଂଟନ: ବିଶ୍ୱ ତାପମାନ ବଢ଼ିବାରେ ଲାଗିଛି। ଏହାର ପ୍ରତିକୂଳ ପ୍ରଭାବ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ତେବେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପୃଥିବୀରେ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଭୌଗୋଳିକ ମତ ପ୍ରକାଶ କରିଛନ୍ତି।

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବେଜିଂ,୨୧।୧: ଚାଇନାର ରାଜଧାନୀ ବେଜିଂରେ ନିର୍ମାଣ ହେଉଥିବା ବିମାନ ବନ୍ଦରକୁ ଦେଖିବା ଲାଗି ଲୋକେ କିଛି ସମୟ ଅଟକି ଯାଉଛନ୍ତି।

ଅସ୍ତିତ୍ୱ  ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଅସ୍ତିତ୍ୱ ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଓଡ଼ିଶାର ଉପକୂଳବର୍ତ୍ତୀ ସାତଭାୟା ଏବେ ଦରିଆ ଆଁ ଭିତରେ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । ଅତୀତରେ ଘଟିଥିବା ଏକ ଭୟଙ୍କର ବାତ୍ୟାର ବିଭିଷିକା ସେଠାର ସ୍ଥାୟୀବାସିନ୍ଦାମାନେ ସର୍ବସ୍ବାନ୍ତହୋଇ ଅନେକ ନାହିଁ ନଥିବା ସମସ୍ୟା ଭିତରେ ଦୀର୍ଘ ୪୮ବର୍ଷ ଧରି ଜୀବନ ବିତାଇ ସାରିଲେଣି । ଏମିତିକି ଦୁଇଟି ଗାଁ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି । ଦରିଆ ସେମାନଙ୍କ ପିଲାଛୁଆ ସଭିଙ୍କୁ ଭସେଇ ନେଇଛି। ମାତ୍ର ଆଶ୍ରୟପାଇଁ ସେମାନଙ୍କ ଲାଗି ଆଉ ଏକ ସ୍ଥାନ ଖୋଜା ସରିଛି। କିନ୍ତୁ ଭିଟାମାଟି ଛାଡ଼ିବାର ଦୁଃଖ ଅନ୍ୟପଟେ ନୂଆଜାଗାରେ ଥଇଥାନ ଯୋଗୁ ବଦଳିଯିବ ପରିଚୟ । ପୁଣି ଆରମ୍ଭହେବ ନିଆରା ଜୀବନଶୈଳୀ । ସେହି ଗାଁ ସମ୍ପର୍କରେ ....

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ଓ୍ବାଶିଂଟନ: ପୁରୁଷଙ୍କ ତୁଳନାରେ ମହିଳା ସ୍ବାସ୍ଥ୍ୟରେ ସମ୍ପ୍ରତି ଏକ ନିଦ୍ଦିଷ୍ଟ ବୟସ ପରେ ଅବନତି ଦେଖାଯାଉଛି। ଏସମ୍ପର୍କରେ ଗବେଷକ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ସ୍ବାସ୍ଥ୍ୟ କ୍ରମଶଃ ଖରାପ ହେଉଥିବାରୁ ଗବେଷକ ସୂଚିତ କରିଛନ୍ତି।

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।