Dharitri News
ରାଜ୍ୟ |

କାର୍ଯ୍ୟାନୁଷ୍ଠାନ ନ କଲେ ଆନ୍ଦୋଳନ

 କାର୍ଯ୍ୟାନୁଷ୍ଠାନ ନ କଲେ ଆନ୍ଦୋଳନ ଭୋଗରାଇ,୧୪।୨(ଡି.ଏନ.ଏ.): ଭୋଗରାଇ କମର୍ଦ୍ଦା ଥାନା ହରିଣକୁଲି ଗ୍ରାମର ଦୁଇଭାଇଙ୍କୁ ହତ୍ୟା କରାଯିବା ଘଟଣା ଏବେ ଭିନ୍ନ ମୋଡ଼ ନେଉଛି। ସୋମବାର ଉତ୍ତ୍ୟକ୍ତ ଜନତାଙ୍କ ସହିତ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉତ୍‌କ୍ଷିପ୍ତ ଜନତା ତାଙ୍କୁ ଡାକ୍ତରଖାନା ଗେଟ୍‌ ପାଖରୁ ଘୋଷାଡ଼ି ଆଣି ମାଡ଼ ମାରିବା ସହ ଏନ୍‌.ଏମ୍‌ କ୍ୱାର୍ଟର୍ସରେ ପୂରାଇ ୫ଘଣ୍ଟା ଅଟକ ରଖିଥିଲେ। ଏ ନେଇ ଚିକିତ୍ସାଧିକାରୀ ଡା. କମଳାକାନ୍ତ ଜେନା ଥାନାରେ ସୋମବାର ଏତଲା ଦେଇଛନ୍ତି। ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ଘଟଣାକୁ ଓଡ଼ିଶା ମେଡ଼ିକାଲ ଆସୋସିଏଶନ୍‌ (ଓମ୍‌ସା) ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ରାଜ୍ୟ ଓମ୍‌ସା ପକ୍ଷରୁ ଏହି ଘଟଣା ନେଇ ବାଲେଶ୍ୱର ଜିିଲାପାଳ ଓ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ୭୨ଘଣ୍ଟା ଅର୍ଥାତ ଆସନ୍ତା ୧୬ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଓମ୍‌ସା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲା ସମ୍ପାଦକ ଡା. ସଞ୍ଜୀବ କୁମାର ପ୍ରଧାନ ଚେତାବନୀ ଦେଇଛନ୍ତି। ଏହି ଘଟଣା ନେଇ ରାଜ୍ୟସ୍ତରୀୟ ଓମ୍‌ସା ଏକ ସ୍ବତନ୍ତ୍ର ବୈଠକ ଡାକୁଥିବା ସେ ସୂଚନା ଦେଇଛନ୍ତି। କମର୍ଦ୍ଦା ଡାକ୍ତରଖାନା ଚିକିତ୍ସାଧିକାରୀ ଜେନାଙ୍କ ଏତଲାକୁ ଭିତ୍ତି କରି କମର୍ଦ୍ଦା ଥାନା ଆଇଆଇସି ବିଜୟ କୁମାର ମୁମୁର୍ର୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଥାନାରେ ଏତଲା ଦିଆଯିବା ଘଟଣା ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।

ରାଜ୍ୟ |

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ପୁରୀ ଅଫିସ, ୨୧।୨: ଆଚାର୍ଯ୍ୟ ହରିହର ବ୍ୟାୟାମ ଓ କ୍ରୀଡାନୁଷ୍ଠାନ ଏବଂ ଆଚାର୍ଯ୍ୟ ହରିହର ବିଦ୍ୟାନିକେତନର ମିଳିତ ଆନୁକୂଲ୍ୟରେ ହରିହରଙ୍କ ୧୪୦ ତମ ଜୟନ୍ତୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ଜୁନାଗଡ, ୨୧।୨(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ନିକଟରେ ୨୬ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ବ୍ୟାଣ୍ଡପାର୍ଟି ସହ ବରଯାତ୍ରୀକୁ ଧରି ନେଉଥିବା ପିକ୍‌ଅପ୍‌ ଭ୍ୟାନ ସହ ଏକ ଟ୍ରକର ମୁହଁ।ମୁହଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଜୟପାଟଣା ବ୍ଲକ ମୁଖିଗୁଡା ପଞ୍ଚାୟତ ମଇପାଣି ଗ୍ରାମର ଗୌତମ ଚଣ୍ଡୀ ଓ ହୃଦାନନ୍ଦ ପୁଟେଲ। ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ, ୨୧।୨: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗାଇସିଲଟ ପହଞ୍ଚିଛନ୍ତି। ସ୍ଥାନୀୟ ଗଣେଶ ଦାସ ପଡିଆଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରିତା ସାହୁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇଛନ୍ତି। ଏହି ଅବସରରେ ନବୀନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ରିତା ସାହୁଙ୍କୁ ତାଙ୍କର ସମର୍ଥନ ଅଛି। ଏବେ ବିଜେପୁରବାସୀଙ୍କର ସହଯୋଗ ଦରକାର। ବିଜେପୁର ବିକାଶ ନିମନ୍ତେ ଚଳିତ ନିର୍ବାଚନରେ ବିଜେଡିକୁ ସୁଯୋଗ ଦିଆଯାଉ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ଜୁନାଗଡ଼, ୨୧।୨(ସ୍ବ.ପ୍ର.): ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କୁମ୍ଭାରୀଠାରେ କରାଯାଇଥିବା ଆକ୍ରମଣକୁ ବିରୋଧକରି ବିଜେଡି ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତିଠାରେ ବୁଧବାର ନିରବ ପ୍ରତିବାଦ କରାଯାଉଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

ରାଜନଗର, ୨୦।୨ (ଡି.ଏନ୍‌.ଏ.) - କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତ ହରିଜନ ପଡ଼ାର ଖଗେଶ୍ୱର ମଲିକଙ୍କ ପୁଅ ବିନୋଦ (୨୭)ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇନ୍ତି ଜଣେ ୧୨ ବର୍ଷର ବାଳକ ଶୀତୁ ମଲିକ। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଘଟିଛି ଏହି ଘଟଣା।

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ପାରଦ ଉପରମୁହାଁ ହୋଇଛି। ସମଗ୍ର ରାଜ୍ୟରେ ତାତି ଧୀରେ ଧୀରେ ଅସହ୍ୟ କରିବା ଆରମ୍ଭ କଲାଣି। ଗତ ୪ ଦିନରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ଉପରକୁ ଡେଇଁଲାଣିି। ଚଳିତ ମାସ ଶେଷ ଆଡକୁ ତାତି ୩୮ ଡିଗ୍ରୀ ଟପିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ଆସନ୍ତା ୨୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲା ସମେତ ଢେଙ୍କାନାଳ ଓ ଅନୁଗୋଳ ଜିଲାର କେତେକ ସ୍ଥାନରେ ଘନ କୁହୁଡି ପଡ଼ିବ। ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖିବା ସମ୍ଭବ ହେବନାହିଁ।

ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୧୫ ହଜାର ଲାପ୍‌ଟପ୍‌ ବଣ୍ଟାଯିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଯୁକ୍ତ୨ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ୧୫୦୦୦ ଲାପ୍‌ଟପ୍‌ ବଣ୍ଟନ କରାଯିବ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଏହି ଲାପ୍‌ଟପ୍‌ ଆସନ୍ତା ଜୁଲାଇରେ ପ୍ରଦାନ କରାଯିବ। ଜିଲା ନୋଡାଲ୍‌ କେନ୍ଦ୍ରରେ ଏହା ବଣ୍ଟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।

ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ଲକ୍ଷ୍ୟ: ଛାତ୍ରୀଛାତ୍ରଙ୍କୁ ଫକୀର ମୋହନ ମେଧାବୃତ୍ତି

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଓଡ଼ିଆ ଭାଷାର ସୁରକ୍ଷା ଏବଂ ପ୍ରଚାରପ୍ରସାର ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଯୁକ୍ତ୨ ଓ ଯୁକ୍ତ୩ ଓଡ଼ିଆ ବିଷୟରେ ୮୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ବ୍ୟାସକବି ଫକୀରମୋହନ ସେନାପତି ଛାତ୍ରବୃତ୍ତି ମିଳିବ। ରାଜ୍ୟ ସରକାର ଏହି ଛାତ୍ରବୃତ୍ତିକୁ ଶିକ୍ଷାବର୍ଷ ୨୦୧୭-୧୮ରୁ କାର୍ଯ୍ୟକାରୀ କରିଛନ୍ତି। ବୃତ୍ତି ପାଇଁ ମନୋନୀତ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୨୦,୦୦୦ ଟଙ୍କା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୪୦୨ କଇଁଛ ଜବତ: ୨ ମହିଳା ଗିରଫ

୪୦୨ କଇଁଛ ଜବତ: ୨ ମହିଳା ଗିରଫ

ଭୁବନେଶ୍ୱର, ୨୦।୨ବ୍ୟୁରୋ)- ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଦେଇ ବାଂଲାଦେଶକୁ କଇଁଛ ଚାଲାଣ କରାଯାଉଛି। ଏଭଳି ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ଡିରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ। ବାଂଲାଦେଶ ଚାଲାଣ କରାଯାଉଥିବା ୪୦୨ଟି ବିରଳ ପ୍ରଜାତି(ଇଣ୍ଡିଆନ ଷ୍ଟାର)ର କଇଁଛଙ୍କୁ ଅଧିକାରୀମାନେ ଆନ୍ଧ୍ରର ବିଜୟଓ୍ବାଡା ରେଳ ଷ୍ଟେଶନରୁ ମଙ୍ଗଳବାର ଜବତ କରିଛନ୍ତି।

ସ୍କୁଲରେ ପଶି ଛାତ୍ରୀଛାତ୍ରଙ୍କୁ ସିଆଇଏସ୍‌ଏଫ ଯବାନଙ୍କ ଆକ୍ରମଣ: ଜିଲାପାଳ, ଏସ୍‌ପିଙ୍କୁ ଓଏଚ୍‌ଆରସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଗତ ୧୮ ତାରିଖ ମଧ୍ୟରାତ୍ରିରେ କେତେଜଣ ସିଆଇଏସଫ ଯବାନ ଯାଜପୁର କଳିଙ୍ଗନଗରସ୍ଥିତ ଗୋବରଘାଟି ଅଞ୍ଚଳରେ ଥିବା ଆବାସିକ ବିଦ୍ୟାଳୟରେ ପଶି ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି) ଯାଜପୁର ଜିଲାପାଳ ଏବଂ ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୩ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦାଲଖ କରିବାକୁ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ବରଗଡ଼ ଅଫିସ୍‌/ବରପାଲି,୨୦।୨(ଡି.ଏନ.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ନିର୍ବାଚନୀ ପ୍ରଚାରରେ ଆସିଥିବା ବେଳେ ବୁଧବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି । ନିର୍ବାଚନୀ ସଭାମଞ୍ଚ ଉପରେ ଥାଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଜଣେ ଯୁବକ ସଭାମଞ୍ଚକୁ ଜୋତା ଫିଙ୍ଗିଥିଲେ। ସମ୍ପୃକ୍ତ ଯୁବକ ଜଣକ ପଦ୍ମପୁର ଥାନା ବୁଧାପାଲି ଗ୍ରାମର କାର୍ତ୍ତିକ ମେହେର ବୋଲି ପୋଲିସ କହିଛି।