ଜାତୀୟ |

ବଡ଼ ବ୍ୟବଧାନରେ ଜିତିବା ନେଇ ମୁଖ୍ୟମନ୍ତ୍ରୀ ଆଶାବାଦୀ

ବଡ଼ ବ୍ୟବଧାନରେ ଜିତିବା ନେଇ ମୁଖ୍ୟମନ୍ତ୍ରୀ ଆଶାବାଦୀ
ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଜେପୁର ଉପନିର୍ବାନ ବଡ଼ ବ୍ୟବଧାନରେ ବିଜେଡି ଜିତିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାପ୍ରକଟ କରିଛନ୍ତି। ବୁଧବାର ୪ ଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି। ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନା ବଡ଼ ବ୍ୟବଧାନରେ ଉପନିର୍ବାନ ଜିତିବାରେ ସହାୟକ ହେବ ବୋଲି ନବୀନ କହିଛନ୍ତି। ଦିଲ୍ଲୀଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ବିଜେପୁରରେ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା କର୍ମୀ ଏବଂ ନେତାଙ୍କ ମନରେ ଉତ୍ସାହ ଆଣିଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ୧୯,୨୧ରେ ଉପନିର୍ବାନ ପ୍ରଚାର ପାଇଁ ବିଜେପୁର ଗସ୍ତ କରିବେ। ତାଙ୍କ ପ୍ରଚାର ହିଁ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଏକତରଫାଭାବେ ବିଜେଡିକୁ ଭୋଟ ଦେବା ପାଇଁ ସହାୟକ ହେବ ବୋଲି ବରିଷ୍ଠ ବିଜେଡି ନେତାମାନେ ମତ ଦେଇଛନ୍ତି। ଗାଇସିଲଟ୍‌ ବ୍ଲକରେ ଦଳର ଦାୟିତ୍ୱରେ ଥିବା ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ, ବିଗତ ଦିନରେ ନିଆଯାଇଥିବା ଉନ୍ନୟନମୂଳକ କାର୍ଯ୍ୟ ବିଜେଡିକୁ ପୂର୍ବାପେକ୍ଷା ଅଧିକ ଲୋକପ୍ରିୟ କରିଛି। ନିକଟରେ ବିଜେପୁର ନିର୍ବାନମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଦୃଷ୍ଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ଉତ୍କଣ୍ଠାର ସହ ସ୍ଥାନୀୟ ଜନତା ଚାହଁି ରହିଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ପିସିସି ମୁଖିଆ ଜୟଦେବ ଜେନା କହିଛନ୍ତି ଯେ, ଟଙ୍କା ବାଣ୍ଟି ଭୋଟ୍‌ ଜିଣିବା ବିଜେଡିକୁ ଭଲ ଭାବରେ ଜଣା। ସେହି ଫର୍ମୁଲାଟି ଭଲଭାବରେ ଶିଖିଥିବାରୁ ବଡ଼ ବ୍ୟବଧାନରେ ଜିତିବା ପାଇଁ କହୁଛନ୍ତି। ମାତ୍ର ଲୋକେ ସବୁ ବୁଝିଲେଣି ବିଜେଡି-ଭାଜପା ଭାଇ ଭାଇ। ଉଭୟ ଦଳକୁ ଚକ୍‌ମା ଦେଇ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନିଶ୍ଟିତ ବିଜୟୀ ହେବେ ବୋଲି ଜୟଦେବ କହିଛନ୍ତି। ଅପରପକ୍ଷରେ ଭାଜପା ପକ୍ଷରୁ ପ୍ରତିକ୍ରିୟା ରଖି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, କଂଗ୍ରେସ ଓ ବିଜେଡି ଉଭୟ ପ୍ରତ୍ୟାଖିତ ଦଳ। ପୂର୍ବରୁ ୩ ଥର ଦଳ ହାରିଛି। ଯେତେବେଳେ ଭାଜପା ସାଙ୍ଗରେ ଥିଲା, ବିଜେଡି ବିଜେପୁର ଜିତିବା ପାଇଁ ସକ୍ଷମ ହୋଇଥିଲା ବୋଲି ସଜ୍ଜନ କହିଛନ୍ତି। ବିଜେଡି ଚତୁର୍ଥଥର ମଧ୍ୟ ହାରିବ, ଭାଜପା ପଞ୍ଚାୟତ ସଫଳତାକୁ ଦୋହରାଇବ ବୋଲି ସେ କହିଛନ୍ତି।
All Right Reserved By

ଜାତୀୟ |

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଆଦେଶ

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଆଦେଶ

ନୂଆଦିଲ୍ଲୀ/ଦୁବାଇ,୧୯।୯: ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ମାମଲାରେ ଭାରତକୁ ମିଳିଛି ସଫଳତା। ଏହି ବିବାଦୀୟ ୩୬ ଶହ କୋଟି ଡିଲ୍‌ରେ ବ୍ରିଟିଶ୍‌ ବିକ୍ରେତା କ୍ରିଶ୍ଚିୟନ ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଲାଗି ଦୁବାଇର ଏକ ଆଦାଲତ ଦେଇଛନ୍ତି ଆଦେଶ।

ତିନି ତଲାକ୍‌ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ତିନି ତଲାକ୍‌ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୯।୯: ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର କ୍ୟାବିନେଟ୍‌ ବୁଧବାର ତିନି ତଲାକ୍‌ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏହି ବିଲ୍‌ ଗତ ଦୁଇଟି ଅଧିବେଶନରେ ରାଜ୍ୟସଭାରେ ପାସ୍‌ ହୋଇ ପାରି ନ ଥିଲା।

ଘାନିଙ୍କ ଭାରତ ଗସ୍ତ: ଆଞ୍ଚଳିକ ସୁରକ୍ଷା ଓ ବାଣିଜ୍ୟକୁ ଗୁରୁତ୍ୱ

ଘାନିଙ୍କ ଭାରତ ଗସ୍ତ: ଆଞ୍ଚଳିକ ସୁରକ୍ଷା ଓ ବାଣିଜ୍ୟକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୯।୯: ଆଫଗାନୀସ୍ତାନ ରାଷ୍ଟ୍ରପତି ଅଶରାଫ୍‌ ଘାନି ବୁଧବାର ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେତେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। 

ହ୍ବାଟସ୍‌ଆପ୍‌ରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

ହ୍ବାଟସ୍‌ଆପ୍‌ରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

ହାଇଦ୍ରାବାଦ୍‌,୧୯।୯: ଓମାନ୍‌ର ଜଣେ ୬୨ ବର୍ଷ ବୟସ୍କ ବୃଦ୍ଧ ୨୯ ବର୍ଷ ବୟସ୍କା ଯୁବତୀଙ୍କୁ ହ୍ବାଟସ୍‌ଆପ୍‌ରେ ଦେଇଛନ୍ତି ତିନି ତଲାକ୍‌। ତେଲେଙ୍ଗାନା ହାଇଦ୍ରାବାଦ୍‌ରେ ବାସ କରୁଥିବା ଯୁବତୀଙ୍କୁ ଓମାନ ସେଠ୍‌ ୨୦୧୭ ମେ’ରେ ବିବାହ କରିଥିଲେ।

ଅନରକିଲିଂ  ପାଇଁ ୨.୫ କୋଟି ଡିଲ୍‌: ୭ ଗିରଫ

ଅନରକିଲିଂ ପାଇଁ ୨.୫ କୋଟି ଡିଲ୍‌: ୭ ଗିରଫ

ହାଇଦ୍ରାବାଦ୍‌,୧୯।୯: ତେଲେଙ୍ଗାନାରେ ଏକ ଅନରକିଲିଂ ଘଟଣାରେ ୨.୫ କୋଟି ଟଙ୍କାର ଡିଲ୍‌ ହୋଇଥିବା ପୋଲିସ ଜାଣିପାରିଛି। ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି। 

ବିବାହ ନାମରେ ଦେଢ଼ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି

ବିବାହ ନାମରେ ଦେଢ଼ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି

ହରିଦ୍ୱାର,୧୯।୯: ଉତ୍ତରାଞ୍ଚଳ ପୌଣ୍ଡି ଜିଲାରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଯୁବତୀଙ୍କୁ ବିବାହ ନାମରେ ଦେଢ଼ ଲକ୍ଷ ଟଙ୍କାରରେ ବିକ୍ରି କରାଯାଇଛି। 

୩୨ ବର୍ଷ ହେଲା ପିନ୍ଧି ନାହାଁନ୍ତି ସିଲେଇ ପୋଷାକ

୩୨ ବର୍ଷ ହେଲା ପିନ୍ଧି ନାହାଁନ୍ତି ସିଲେଇ ପୋଷାକ

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ପଦ୍ମଶ୍ରୀ ଅଶୋକ ଭଗତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପତକ ଅନୁସରଣ କରି ଗତ ୩୨ ବର୍ଷ ହେଲା କୌଣସି ସିଲେଇ ହୋଇଥିବା ପୋଷାକ ପିନ୍ଧୁ ନାହାଁନ୍ତି।

ତଲାକ୍‌ ପାଇଁ ବାଧ୍ୟ କରୁଛି ଅନ୍‌ଲାଇନ୍‌ ଗେମ୍‌: ଭାରତରେ ୨ଶହ ତଲାକ୍‌ ଘଟଣା

ତଲାକ୍‌ ପାଇଁ ବାଧ୍ୟ କରୁଛି ଅନ୍‌ଲାଇନ୍‌ ଗେମ୍‌: ଭାରତରେ ୨ଶହ ତଲାକ୍‌ ଘଟଣା

ଲଣ୍ଡନ/ନୂଆଦିଲ୍ଲୀ,୧୯।୯: ତଲାକ୍‌ ପାଇଁ ଏକ ଅନ୍‌ଲାଇନ୍‌ ଗେମ୍‌ ବାଧ୍ୟ କରୁଛି। ଏନେଇ ବ୍ରିଟେନ୍‌ରେ ଜାରି କରାଯାଇଛି ହାଇ ଆର୍ଲଟ। ଫୋର୍ଟ ନାଇଟ୍‌ ବ୍ୟାଟେଲ ରୟାଲ ନାମକ ଏହି ଅନ୍‌ଲାଇନ୍‌ ଗେମ୍‌ ଯୋଗୁ ତଲାକ୍‌ ଘଟଣା ବଢ଼ୁଥିବା କୁହାଯାଇଛି। 

୨୦୧୭ରେ ୫୦ ହଜାର ଭାରତୀୟ ଗ୍ରହଣ କରିଛନ୍ତି ଆମେରିକା ନାଗରିକତ୍ୱ

୨୦୧୭ରେ ୫୦ ହଜାର ଭାରତୀୟ ଗ୍ରହଣ କରିଛନ୍ତି ଆମେରିକା ନାଗରିକତ୍ୱ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୯: ଧୀରେଧୀରେ ଆମେରିକାରେ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୭ରେ ଆମେରିକା ୫୦ ହଜାର ୮ ଶହ ୨ ଜଣ ଭାରତୀୟଙ୍କୁ ନାଗରିକତା ପ୍ରଦାନ କରିଛି।

ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କ ମସ୍ତି ଡ୍ୟାନ୍ସ: ସୋସିଆଲ ମିଡ଼ିଆରେ ଭିଡ଼ିଓ ନେଇ ଚର୍ଚ୍ଚା

ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କ ମସ୍ତି ଡ୍ୟାନ୍ସ: ସୋସିଆଲ ମିଡ଼ିଆରେ ଭିଡ଼ିଓ ନେଇ ଚର୍ଚ୍ଚା

ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶରେ ପୋଲିସ ବାବୁଙ୍କ ମସ୍ତି ଡ୍ୟାନ୍ସ୍‌ ଭିଡ଼ିଓ ନେଇ ଏବେ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ସ୍ଥାନୀୟ ଓରେୟା ଅଞ୍ଚଳରେ ଡ୍ୟୁଟିରେ ଥିବା ସମୟରେ କିଛି ପୋଲିସ କର୍ମଚାରୀ ଖାକି ପୋଷାକରେ ମସ୍ତି ଡ୍ୟାନ୍ସ୍‌ କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ ହୋଇଛି।

ରୋଡ୍‌ ସାଇଡ୍‌ ରୋମିଓଙ୍କ ବେକରେ ଜୋତାମାଳ: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ରୋଡ୍‌ ସାଇଡ୍‌ ରୋମିଓଙ୍କ ବେକରେ ଜୋତାମାଳ: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ବୁଲନ୍ଦ ସହର, ୧୯।୯: ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ଜଣେ ରୋମ୍‌ ସାଇଡ୍‌ ରୋମିଓଙ୍କୁ ଭୋଗିବାକୁ ପଡ଼ିଛି ତାଙ୍କର କର୍ମର ଫଳ। ସ୍ଥାନୀୟ ସାଠା ଅଞ୍ଚଳରେ ରହୁଥିବା ଏହି ଯୁବକ ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ।

ଅଶ୍ଳୀଳ ଢଙ୍ଗରେ ମମତାଙ୍କ ପୋଷ୍ଟର ତିଆରି କରି ଗିରଫ ହେଲେ ଭାଜପା କର୍ମୀ

ଅଶ୍ଳୀଳ ଢଙ୍ଗରେ ମମତାଙ୍କ ପୋଷ୍ଟର ତିଆରି କରି ଗିରଫ ହେଲେ ଭାଜପା କର୍ମୀ

କୋଲକାତା,୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଫଟୋକୁ ଯୋଡି ଏକ ଓଡ଼ିଆ ଚଳଚ୍ଚିତ୍ର ପୋଷ୍ଟର ଭାବେ ଅତି ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଜଣେ ଭାଜପା କର୍ମୀଙ୍କୁ ଗିରଫ କରାଯାଇଛି।