Dharitri News
ବାଣିଜ୍ୟ |

ପିଏନ୍‌ବିରେ ୧୧,୩୦୦ କୋଟି ଘୋଟାଲା

ପିଏନ୍‌ବିରେ ୧୧,୩୦୦ କୋଟି ଘୋଟାଲା ନୂଆଦିଲ୍ଲୀ, ୧୪-୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ର ବମ୍ବେ ସ୍ଥିତ ଏକ ଶାଖାରେ ୧୧,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବେଆଇନ୍‌ ଆର୍ଥିକ କାରବାର ହୋଇଛି। ଏଥିରେ ଜଣାଶୁଣା ଗହଣା ଡିଜାଇନର ନୀରବ ମୋଦି ସାମିଲ ଥିବା ଜଣାଯାଇଛି। ଏ ସମ୍ପର୍କରେ ବୁଧବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏଥିରେ ନୀରବ ମୋଦି ନାମକ ଜଣେ ଗହଣା ବ୍ୟବସାୟୀ, ତାଙ୍କ ସ୍ତ୍ରୀ, ପୁଅ ଏବଂ ପାର୍ଟନର ସାମିଲ ଅଛନ୍ତି। ଘଟଣା ଜଣାପଡିବା ପରେ ବ୍ୟାଙ୍କ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ସୂଚୀତ କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିକୁ ଖବର କରିଥିଲା ବୋଲି ସ୍ପଷ୍ଟ କରିଛି। ସେହିପରି ଗତ ସପ୍ତାହରେ ପିଏନବିକୁ ଠକିଥିବା କାରଣରୁ ଉକ୍ତ ଗହଣା ବ୍ୟବସାୟୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ବ୍ୟାଙ୍କର କେତେ ଜଣ ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୨୮୦.୭ କୋଟି ଟଙ୍କାର ଠକେଇ କାରବାରରେ ଧରିଥିଲା। ଏହି ବେଆଇନ୍‌ କାର୍ଯ୍ୟକଳାପ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଗଲା ପରେ ଏହାର ସଠିକ୍‌ ପରିମାଣ ଜଣା ପଡିବ ବୋଲି ପିଏନ୍‌ବି ପ୍ରକାଶ କରିଛି। ଏହି ଠକେଇ କାରବାର ସାମ୍ନାକୁ ଆସିବା ପରେ ପିଏନ୍‌ବିର ଶେୟାର ମୂଲ୍ୟ ୧୦% ହ୍ରାସ ପାଇଛି। ବୁଧବାର କାରବାର ଶେଷରେ ନ୍ୟାଶ୍‌ନାଲ୍‌ ଷ୍ଟକ ଏକ୍ସଚେଞ୍ଜରେ ପିଏନ୍‌ବିର ଶେୟାର ମୂଲ୍ୟ ୧୪୫.୨୦ ଟଙ୍କାରେ ବନ୍ଦ ହୋଇଛି। କାରବାରର ମଧ୍ୟଭାଗରେ ଏହାର ଶେୟାର ୧୪୫.୧୫ ଟଙ୍କାକୁ ଖସି ଆସିଥିଲା। ସେହିପରି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସରେ ମଧ୍ୟ ପିଏନ୍‌ବିର ଶେୟାର ମୂଲ୍ୟ ୯.୮୧% ହ୍ରାସ ପାଇଛି। ଏହା ୧୬୦ ଟଙ୍କାରେ କାରବାର ଆରମ୍ଭ କରିଥିବା ବେଳେ ମଧ୍ୟ ଭାଗରେ ୧୪୪.୭୦ ଟଙ୍କାକୁ ଖସି ଆସିଥିଲା। ଏହି ହ୍ରାସ ଫଳରେ ବ୍ୟାଙ୍କର ବଜାର ପୁଞ୍ଜି ୩୫,୩୬୫ କୋଟି ଟଙ୍କାକୁ ଖସି ଆସିଛି। ଏଥିରେ ୩୮୪୪ କୋଟି ଟଙ୍କା ହ୍ରାସ ଘଟିଛି। ପିଏନ୍‌ବି ପକ୍ଷରୁ କୁହାଯାଇଛି ଯେ, ଏହା ୧୧,୩୩୫ କୋଟି ଟଙ୍କାର ବେଆଇନ୍‌ କାରବାରକୁ ଚିହ୍ନଟ କରିଛି। ଘଟଣାକୁ ଆଇନ୍‌ ପ୍ରବର୍ତ୍ତନ ଏଜେନ୍ସି ନିକଟକୁ ପଠାଯାଇଛି। ସ୍ଥିତି ନିୟନ୍ତ୍ରିତ: ଅର୍ଥମନ୍ତ୍ରଣାଳୟ ନୂଆଦିଲ୍ଲୀ,୧୪-୨(ପି.ଟି.) ପିଏନ୍‌ବିରେ ହୋଇଥିବା ବେଆଇନ ଆର୍ଥିକ କାରବାର ନିୟନ୍ତ୍ରଣ ବାହାରେ ନାହିଁ। ଏହାକୁ ନେଇ ହୋଇଥିବା କୋଳାହଳକୁ ହ୍ରାସ କରିବା ପାଇଁ ଅର୍ଥମନ୍ତ୍ରଣାଳୟ ଅନ୍ତର୍ଗତ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଲୋକ ରାଜନ ଏଭଳି କହିଛନ୍ତି। ବର୍ତ୍ତମାନ ସମୟରେ ଏହା ଏକ ବିରାଟ ବଡ ସମସ୍ୟା ବା ଅନିୟନ୍ତ୍ରିତ ଘଟଣା ନୁହେଁ ବୋଲି ସେ କହିଛନ୍ତି। ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ସ୍ବଚ୍ଛତା ଉପରେ ପ୍ରଶ୍ନ ନୂଆଦିଲ୍ଲୀ, ୧୪-୨ ଗୋଟିଏ ବ୍ୟାଙ୍କ ଶାଖାରେ ବୃହତ ପରିମାଣର ବେଆଇନ୍‌ ଆର୍ଥିକ କାରବାର ହୋଇଥିବାରୁ ଏହାର ପ୍ରଭାବ ଅନ୍ୟ ବ୍ୟାଙ୍କକୁ ମଧ୍ୟ ସମ୍ପ୍ରସାରିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଅପରପକ୍ଷରେ ଅନ୍ୟ ଦେଶ ତୁଳନାରେ ଭାରତରେ ବ୍ୟାଡ୍‌ଲୋନ୍‌ ପରିମାଣ ଢେର ଥିବାରୁ ଏହି ଘଟଣା ପରେ ଦେଶରେ ବ୍ୟାଙ୍କ ଗୁଡିକର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ପିଏନ୍‌ବିର ସିଇଓ ଭାବେ ଗତ ବର୍ଷ ମେ’ ମାସରେ ସୁନିଲ ମେହେଟ୍ଟା ଦାଇତ୍ୱ ଗ୍ରହଣ କରିଥିବା ବେଳେ ତାଙ୍କ ପାଇଁ ମଧ୍ୟ ଜଟିଳ ପରିସ୍ଥିତ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ନଜରରେ ନାମୀଦାମୀ ଗହଣା କମ୍ପାନୀ ଗହଣା ବ୍ୟବସାୟୀ ନୀରବ ମୋଦିଙ୍କ ଦ୍ୱାରା ବେଆଇନ କାରବାର ହୋଇଥିବା ଖବର ପିଏନ୍‌ବି ପକ୍ଷରୁ ପ୍ରକାଶ କରାଯିବା ପରେ ଏବେ ତଦନ୍ତ ଏଜେନ୍ସିଗୁଡିକ ନଜରରେ ବଡ ବଡ ଗହଣା ନିର୍ମାତାମାନେ ରହିଛନ୍ତି। ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଭିନ୍ନ ବ୍ୟାଙ୍କରେ ଏହି ଗହଣା କମ୍ପାନୀଗୁଡିକର ଆର୍ଥିକ କାରବାର ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଭଳି ଏଜେନ୍ସିଗୁଡିକ ଅନୁଧ୍ୟାନ କରୁଛନ୍ତି।

ବାଣିଜ୍ୟ |

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୧ା୨(ପି.ଟି.): ବ୍ୟାଙ୍କଗୁଡିକରୁ କୋଟି କୋଟି ଟଙ୍କାର ଋଣ ନେଇ ଅନେକ ବ୍ୟବସାୟୀ ବିଦେଶକୁ ପଳାୟନ କରୁଥିବା ବେଳେ ଏହାକୁ ନେଇ ସରକାରଙ୍କ ଚେତା ପଶିିଛି। ଆଗାମୀ ଦିନରେ ଯେଭଳି ଭାବେ ଏହି ଭଳି ସମସ୍ୟା ନ ଆସିବ ତାକୁ ନେଇ ସରକାର ଯୋଜନା କରୁଛନ୍ତି।

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୂଆଦିଲ୍ଲୀ,୨୧ା୨(ପି.ଟି.): ପିଏନବି ମାମଲାରେ ସିବିଆଇ ବୁଧବାର ନୀରବ ମୋଦିଙ୍କ ବମ୍ବେର ଆଲିବାଗରେ ଥିବା ଫାର୍ମ ହାଉସକୁ ସିଲ୍‌ କରିଛି। ଏ ନେଇ ସିବିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧।୨(ପି.ଟି.): ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ଅନ୍ୟପକ୍ଷରେ, ଏହି ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧ା୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ତା’ସହିତ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଏକ ବିଳାସମୟ ଫାର୍ମହାଉସ୍‌କୁ ସିବିଆଇ ପକ୍ଷରୁ ଜବତ କରାଯାଇଛି। ଏହି ଫାର୍ମ ହାଉସ୍‌ ବମ୍ବେ ନିକଟବର୍ତ୍ତୀ ଅଲିବାଗ୍‌ ଅଞ୍ଚଳରେ ରହିଛି। ୧.୫ ଏକର ଏହି ଫାର୍ମ ହାଉସ୍‌କୁ ୨୦୦୪ରେ ମୋଦି ୩୨ କୋଟି ଟଙ୍କାରେ କିଣିଥିଲେ। ନିଜର ମୂଲ୍ୟବାନ ଗହଣା କଲେକ୍ସନ୍‌କୁ କ୍ଲାଏଣ୍ଟମାନଙ୍କୁ ଦେଖାଇବା ପାଇଁ ଏହି ଫାର୍ମ ହାଉସ୍‌କୁ ବ୍ୟବହାର କରାଯାଉଥିଲା। ଅନ୍ୟପକ୍ଷରେ, ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜର(ଜିଏମ୍‌)ଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୧-୨ ପିଏନ୍‌ବି ଜାଲିଆତି ମାମଲାରେ ଛନ୍ଦି ହୋଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଭାରତରେ କାର୍ଯ୍ୟରତ ତାଙ୍କର କର୍ମଚାରୀମାନଙ୍କୁ ବୁଧବାର ଏକ ଇ-ମେଲ ଲେଖିଛନ୍ତି। ବର୍ତ୍ତମାନ ସେ ନିଜ କର୍ମଚାରୀଙ୍କୁ ଦରମା ଦେଇପାରିବେ ନାହିଁ। ତେଣୁ ଅନ୍ୟତ୍ର ଚାକିରି ଖୋଜିବା ପାଇଁ କର୍ମଚାରୀମାନଙ୍କୁ ସେ ଏହି ଇ-ମେଲ୍‌ ଜରିଆରେ ପରାମର୍ଶ ଦେଇଛନ୍ତି। ତାଙ୍କର ସମ୍ପତ୍ତିଗୁଡିକ ତଦନ୍ତ ଏଜେନ୍ସିଗୁଡିକ ଜବତ କରୁଥିବାବେଳେ ଆୟ କର ବିଭାଗ ତାଙ୍କ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଅଚଳ କରିଦେଇଥିବାରୁ ସେ ଦରମା ଦେବା ପାଇଁ ଏବେ ସକ୍ଷମ ନୁହନ୍ତି ବୋଲି କର୍ମଚାରୀମାନଙ୍କୁ ଜଣାଇଛନ୍ତି।

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୧ା୨(ପି.ଟି.) ଆୟକର ବିଭାଗ ବୁଧବାର ରୋଟୋମାକ୍‌ ଗ୍ରୁପର ୪ ସ୍ଥାବର ସମ୍ପତିକୁ ଜବତ କରିଛି। ରୋଟୋମାକ୍‌ ପ୍ରମୋଟର ବିକ୍ରମ କୋଠାରୀଙ୍କ ବିରୋଧରେ ଦାଏର୍‌ ହୋଇଥିବା ଟିକସ ଫାଙ୍କି ଅଭିଯୋଗକୁ ଭିତ୍ତି କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ୪ଟି ସମ୍ପତ୍ତି ମଧ୍ୟରୁ ୩ଟି କାନ୍‌ପୁରରେ ଥିବାବେଳେ ଗୋଟିଏ ଅହମ୍ମଦାବାଦରେ ରହିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ବିଭାଗ ରୋଟୋମାକ୍‌ ଗ୍ରୁପ୍‌ର ୧୪ଟି ବ୍ୟାଙ୍କ ଖାତାକୁ ଅଚଳ କରିଥିଲା।

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ନୂଆଦିଲ୍ଲୀ,୨୧-୨(ପି.ଟି.) ଏଠାରେ ଥିବା ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ମହାପ୍ରବନ୍ଧକ ପାହ୍ୟାର ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ବୁଧବାର ଗିରଫ କରିଛି। ବିଲିୟନେୟାର ଗହଣା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ବ୍ୟବସାୟିକ ସହଯୋଗି ମେହୁଲ୍‌ ଚୋକ୍‌ସୀ ଭିଆଇଥିବା ୧୧,୪୦୦ କୋଟି ଟଙ୍କାର ଜାଲିଆତି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ଗିରଫ କରାଯାଇଛି।

ପିଏନ୍‌ବିରୁ ୫୦୦୦ ଟଙ୍କାର କାର ଋଣ ନେଇଥିଲେ ଲାଲ୍‌ ବାହାଦୂର ଶାସ୍ତ୍ରୀ

ପିଏନ୍‌ବିରୁ ୫୦୦୦ ଟଙ୍କାର କାର ଋଣ ନେଇଥିଲେ ଲାଲ୍‌ ବାହାଦୂର ଶାସ୍ତ୍ରୀ

ନୂଆଦିଲ୍ଲୀ,୨୧-୨ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି)ରୁ କୋଟି କୋଟି ଟଙ୍କାର ଋଣ ନେଇ ଫେରାର୍‌ ହୋଇଯାଇଛନ୍ତି ହୀରା ବ୍ୟବସାୟୀ ନୀରବ ମୋଦି। କିନ୍ତୁ ଦେଶର ବ୍ୟାଙ୍କିଙ୍ଗ୍‌ ଇତିହାସରେ ଏଭଳି କିଛି ଋଣକର୍ତ୍ତା ଥିଲେ, ଯେଉଁମାନେ ଋଣ ପରିଶୋଧ କରିବାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବେ। ସେଭଳି ଜଣେ ଋଣକର୍ତ୍ତା ଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଲାଲ୍‌ ବାହାଦୂର ଶାସ୍ତ୍ରୀ। ପିଏନ୍‌ବିରୁ ସେ ୫,୦୦୦ ଟଙ୍କାର ଋଣ ନେଇ ଏକ ଫିଆଟ୍‌ କାର୍‌ କିଣିଥିଲେ। ଋଣ ନେବାର ପରବର୍ତ୍ତୀ ବର୍ଷ ତାସକେଣ୍ଟଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେଅବଶିଷ୍ଟ ଋଣରାଶିକୁ ଶୁଝିଥିଲେ ତାଙ୍କର ବିଧବା ପତ୍ନୀ।

 ଇପିଏଫ୍‌ଓ ସୁଧ ହାର ହ୍ରାସ

ଇପିଏଫ୍‌ଓ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୨୧ା୨ ୨୦୧୭-୧୮ ଆର୍ଥିକବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ଏହାର ୫ କୋଟି ସଦସ୍ୟଙ୍କ ପାଇଁ ୮.୫୫% ସୁଧ ହାର ଘୋଷଣା କରିଛି।

ଆଦିତ୍ୟ ହ୍ୟୁଣ୍ଡାଇରେ ନୂଆ ଏଲାଇଟ୍‌ ଆଇ ୨୦

ଆଦିତ୍ୟ ହ୍ୟୁଣ୍ଡାଇରେ ନୂଆ ଏଲାଇଟ୍‌ ଆଇ ୨୦

ଭୁବନେଶ୍ୱର,୨୧-୨ ହ୍ୟୁଣ୍ଡାଇ କମ୍ପାନୀ ପାଇଁ ରାଜ୍ୟର ପ୍ରମୁଖ ଡିଲର ଆଦିତ୍ୟ ହ୍ୟୁଣ୍ଡାଇରେ କମ୍ପାନୀର ବହୁ ଲୋକପ୍ରିୟ ପ୍ରିମିୟମ୍‌ କମ୍ପାକ୍ଟ କାର ‘ଦ ନ୍ୟୁ ଏଲାଇଟ୍‌ ଆଇ୨୦’ର ବଜାର ପ୍ରବେଶ ହୋଇଯାଇଛି। ଆଦିତ୍ୟ ହ୍ୟୁଣ୍ଡାଇର ଏମ୍‌ଡି ଆଦିତ୍ୟ ପାତ୍ର ଏବଂ ସହକାରୀ ଉପସଭାପତି ହରମୋହନ ମହାନ୍ତି ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ କରାଯାଇଥିଲା। ପ୍ରିମିୟମ୍‌, ସ୍ପୋର୍ଟି ଏବଂ ଷ୍ଟାଇଲିସ୍‌ ଡିଜାଇନ୍‌ ସହ ହାଇଟେକ୍‌ ବୈଶିଷ୍ଟ୍ୟ ଏହାକୁ ସ୍ବତନ୍ତ୍ର କରୁଛି। ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟ ଆକର୍ଷକ ରହିଛି।

କେମିତି ଥିଲା ପିଏନ୍‌ବି ଠକେଇ

କେମିତି ଥିଲା ପିଏନ୍‌ବି ଠକେଇ

ନୂଆଦିଲ୍ଲୀ,୨୧-୨- ଦୀର୍ଘ ୭ ବର୍ଷ ଧରି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଠକେଇ ହେଉଥିବା ବେଳେ ଏହା କିଭଳି ସାମ୍ନାକୁ ଆସିଲା ନାହିଁ, ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମାମଲାରେ ଦିନକୁ ଦିନ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ବାଂଲାଦେଶର ଜାତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ପରେ ୫୨୫ କୋଟି ଟଙ୍କାର କ୍ଷତି ହେବା ପରେ ପିଏନ୍‌ବିରେ ଏହିଭଳି ମାମଲା ସମଗ୍ର ବ୍ୟାଙ୍କିଙ୍ଗ୍‌ ଶିଳ୍ପ ଉପରେ ପ୍ରଭାବ ପକାଇଛି।

 ଅତୁଲ ମିଶ୍ର ଜେଏସପିଏଲ ଅନୁଗୋଳର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଅତୁଲ ମିଶ୍ର ଜେଏସପିଏଲ ଅନୁଗୋଳର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର,୨୧-୨ ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାଓ୍ବାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ୟୁନିଟ୍‌ର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ତଥା ମୁଖ୍ୟ ଭାବେ ଅତୁଲ ମିଶ୍ର ଯୋଗ ଦେଇଛନ୍ତି। ମିଶ୍ର ଜଣେ ପ୍ରମୁଖ ଇସ୍ପାତ ବିଶେଷଜ୍ଞ ହୋଇଥିବା ବେଳେ ଅନୁଗୋଳୟୁନିଟର ଧାର୍ଯ୍ୟ ୬ ନିୟୁତ ଟନ୍‌ ଉତ୍ପାଦନ କ୍ଷମତା ହାସଲ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବେ।