ବାଣିଜ୍ୟ |

କୃଷି ସମସ୍ୟା ଆଲୋଚନା: ୧୯ରୁ ଦୁଇଦିନିଆ ଜାତୀୟ ସମ୍ମିଳନୀ

କୃଷି ସମସ୍ୟା ଆଲୋଚନା: ୧୯ରୁ ଦୁଇଦିନିଆ ଜାତୀୟ ସମ୍ମିଳନୀ

ନୂଆଦିଲ୍ଲୀ, ୧୪-୨(ପି.ଟି.)
କୃଷି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୧୯ ଓ ୨୦ରେ ଦୁଇଦିନିଆ ଜାତୀୟ ସମ୍ମିଳନୀର ଡାକରା ଦେଇଛନ୍ତି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣିତ କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ କରିବା ସକାଶେ ଏହା ଏକ ପଦକ୍ଷେପ। ବିଭିନ୍ନ ସ୍ବଳ୍ପ ଓ ଦୀର୍ଘକାଳୀନ ସମାଧାନ ଉପରେ ଏଠାରେ ବିଚାର କରାଯିବ। କୃଷି ମନ୍ତ୍ରଣାଳୟ ଏହାକୁ ଆୟୋଜନ କରୁଥିବା ବେଳେ ୨୦ ତାରିଖରେ ମୋଦି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କୃଷି ସଚିବ ଏସ୍‌.କେ ପଟ୍ଟନାୟକ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ବାଣିଜ୍ୟ |

ପ୍ରଦୀପ ବର୍ମନଙ୍କ ୨୦.୮୭ କୋଟି ଟଙ୍କାର ସମ୍ପତ୍ତି ଜବତ

ପ୍ରଦୀପ ବର୍ମନଙ୍କ ୨୦.୮୭ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୩-୫(ପି.ଟି.) ଏଚ୍‌ଏସ୍‌ବିସି ବ୍ୟାଙ୍କ ପକ୍ଷରୁ ପ୍ରକାଶିତ କଳାଟଙ୍କା ତାଲିକା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ମଙ୍ଗଳବାର ଡାବର ଗ୍ରୁପ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରଦୀପ ବର୍ମନ୍‌ଙ୍କ ୨୦.୮୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

ଚତୁର୍ଥ ତ୍ରୈମାସରେ ୭,୭୧୮ କୋଟି କ୍ଷତି ସହିଲା ଏସ୍‌ବିଆଇ

ଚତୁର୍ଥ ତ୍ରୈମାସରେ ୭,୭୧୮ କୋଟି କ୍ଷତି ସହିଲା ଏସ୍‌ବିଆଇ

ବମ୍ବେ,୨୩-୫(ପି.ଟି.) ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ୨୦୧୭-୧୮ ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସରେ ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ୭,୭୧୮ କୋଟି ଟଙ୍କାର ନେଟ୍‌ କ୍ଷତି ସହିଛି। ଏହାର ମୂଳ କାରଣ ହେଉଛି ଅନାଦାୟ ପରିସମ୍ପତ୍ତି ଏବଂ ନିମ୍ନ ବାଣିଜି୍ୟକ ଆୟ।

୨% ପର୍ଯ୍ୟନ୍ତ ବଢ଼ିବ ହ୍ୟୁଣ୍ଡାଇ କାର୍‌

୨% ପର୍ଯ୍ୟନ୍ତ ବଢ଼ିବ ହ୍ୟୁଣ୍ଡାଇ କାର୍‌

ନୂଆଦିଲ୍ଲୀ,୨୩-୫ ଦେଶର ପ୍ରମୁଖ କାର ନିର୍ମାତା ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌) ଏହାର ଯାନଗୁଡିକ ମୂଲ୍ୟରେ ୨% ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିଛି। ଆସନ୍ତା ଜୁନ୍‌ରୁ ଏହା କାର୍ଯ୍ୟକାରୀ ହେବ।

୨୦% ଅଂଶ ଓ୍ବାଲ୍‌ମାର୍ଟକୁ ବିକ୍ରି କରିବ ସଫ୍ଟ ବ୍ୟାଙ୍କ

୨୦% ଅଂଶ ଓ୍ବାଲ୍‌ମାର୍ଟକୁ ବିକ୍ରି କରିବ ସଫ୍ଟ ବ୍ୟାଙ୍କ

ନୂଆଦିଲ୍ଲୀ,୨୩-୫(ପି.ଟି.) ଜାପାନ୍‌ଭିତ୍ତିକ ବହୁମୁଖୀ କମ୍ପାନୀ ସଫ୍ଟ ବ୍ୟାଙ୍କ, ଭାରତୀୟ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟରୁ ଏହାର ସମସ୍ତ ୨୦% ଅଂଶ ଓ୍ବାଲ୍‌ମାର୍ଟକୁ ବିକ୍ରି କରିବ। ସଫ୍ଟ ବ୍ୟାଙ୍କ ଏହି ନିଷ୍ପତ୍ତି ଗ୍ରହଣ କରିଛି ବୋଲି ଏହାର ଜଣେ ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ଏହି ଅଂଶଧନର ମୂଲ୍ୟ ପ୍ରାୟ ୪ ବିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏ ସମ୍ପର୍କିତ ଅଧିକ ସୂଚନା ଦେବା ପାଇଁ ମୁଖପାତ୍ର ଜଣକ ମନା କରି ଦେଇଛନ୍ତି।

ଓପୋଲଫେଡ୍‌ର ନୂଆ ଏମ୍‌ଡି

ଓପୋଲଫେଡ୍‌ର ନୂଆ ଏମ୍‌ଡି

ଭୁବନେଶ୍ୱର,୨୩-୫ ଓଡିଶା ଷ୍ଟେଟ୍‌ ପୋଲଟ୍ରି ପ୍ରଡକ୍ଟ କୋଅପରେଟିଭ୍‌ ମାର୍କେଟିଂ ଫେଡେରେଶନ(ଓପୋଲଫେଡ୍‌)ର ନୂତନ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ଆଇଏଏସ୍‌ ଅଧିକାରୀ ମହେନ୍ଦ୍ର କୁମାର ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର କମିଶନର ତଥା ନିର୍ଦ୍ଦେଶକ ପଦବୀରେ ଥିବା ମଲ୍ଲିକ ଏହି ନୂତନ ଦାୟିତ୍ୱ ଗ୍ରହଣ କରି ଓପୋଲ୍‌ଫେଡ୍‌ର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି। ଓପେଲ୍‌ଫେଡ୍‌ର କର୍ମଚାରୀଗଣ ମଲ୍ଲିକଙ୍କୁ ସ୍ବାଗତ କରିଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଭାଗୀୟ ଶାସନ ସଚିବ ବିଶାଳ ଗଗନ ଏବଂ ଅତିରିକ୍ତ ଶାସନ ସଚିବ ବିଶ୍ୱମୋହନ ରାୟ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଗୋଦ୍‌ରେଜ୍‌ର ବିଦ୍ୟୁତ୍‌ ସଞ୍ଚୟକାରୀ ଏସି  ବଜାର ପ୍ରବେଶ

ଗୋଦ୍‌ରେଜ୍‌ର ବିଦ୍ୟୁତ୍‌ ସଞ୍ଚୟକାରୀ ଏସି ବଜାର ପ୍ରବେଶ

ବମ୍ବେ, ୨୩-୫(ପି.ଟି.) ପ୍ରମୁଖ ହୋମ୍‌ ଆପ୍ଲାଏନ୍ସସ୍‌ ବ୍ରାଣ୍ଡ୍‌ ଗୋଦ୍‌ରେଜ୍‌ ଏହାର ସବୁଠାରୁ ସ୍ବଳ୍ପ ବିଦ୍ୟୁତ୍‌ ଖର୍ଚ୍ଚ କରୁଥିବା ଏୟାର କଣ୍ଡିଶନରର ବଜାର ପ୍ରବେଶ କରାଇଛି। ଇଣ୍ଡିଆନ୍‌ ସିଜନାଲ ଏନର୍ଜି ଏଫିସିଏନ୍ସି ରେସିଓ(ଆଇଏସ୍‌ଇଇଆର)ରେଟିଂରେ ଏହା ୬.୧୫ ପଏଣ୍ଟ ହାସଲ କରିଛି ବୋଲି କମ୍ପାନୀ ପ୍ରକାଶ କରିଛି। ଶକ୍ତି ସଞ୍ଚୟ ସହିତ ପରିବେଶ ଅନୁକୂଳ ବ୍ୟଶିଷ୍ଟ୍ୟକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି।

ସରକାରଙ୍କୁ ସଙ୍କଟ ଭିତରକୁ ଟାଣିଛି ବର୍ଦ୍ଧିତ ତୈଳ ଦର :ଚଳିତ ସପ୍ତାହରେ ବାହାରିବ ସମାଧାନର ବାଟ

ସରକାରଙ୍କୁ ସଙ୍କଟ ଭିତରକୁ ଟାଣିଛି ବର୍ଦ୍ଧିତ ତୈଳ ଦର :ଚଳିତ ସପ୍ତାହରେ ବାହାରିବ ସମାଧାନର ବାଟ

ନୂଆଦିଲ୍ଲୀ, ୨୩-୫(ପି.ଟି.) ତୈଳ ଦର ବୃଦ୍ଧି ଜନସାଧାରଣଙ୍କୁ ନୟାନ୍ତ କରିଥିବା ବେଳେ ଦେଶବ୍ୟାପୀ ଏହାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ସରକାର ଶୀଘ୍ର ଏହି ସମସ୍ୟାର ସମାଧାନ ବାଟ କାଢନ୍ତୁ ବୋଲି ଜନସାଧାରଣ ଦାବି କରୁଥିବା ବେଳେ ଚଳିତ ସପ୍ତାହରେ ହିଁ ଏହି ସଙ୍କଟଜନକ ସ୍ଥିତିକୁ ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। କେବଳ ଉତ୍ପାଦ ଶୁଳ୍କ ହ୍ରାସ ଉପରେ ନିଷ୍ପତ୍ତିକୁ ସୀମିତ ରଖାଯିବ ନାହିଁ ବରଂ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତୈଳ ଦର ବୃଦ୍ଧି ସରକାରଙ୍କୁ ଏକ ସଙ୍କଟଜନକ ସ୍ଥିତିରେ ପକାଇ ଦେଇଛି ା ଏହା କେବଳ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ୱରେ ନାହିଁ, ରାଜ୍ୟ ସରକାର ମଧ୍ୟ ଏଥିରେ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ତୈଳ ମନ୍ତ୍ରଣାଳୟ ସହିତ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଆଲୋଚନା କରିଛି।

ଆୟକର ବିଭାଗର ଚଢାଉ:୨୧୫ କୋଟି ଟଙ୍କାର କଳାଧନ ଜବତ

ଆୟକର ବିଭାଗର ଚଢାଉ:୨୧୫ କୋଟି ଟଙ୍କାର କଳାଧନ ଜବତ

ନୂଆଦିଲ୍ଲୀ,୨୩-୫ ରାଜଧାନୀ ଦିଲ୍ଲୀରେ ଜମି କିଣାବିକା ବ୍ୟବସାୟରେ ସଂମ୍ପୃକ୍ତ ଥିବା ଦୁଇ ରିୟଲ ଇଷ୍ଟେଟ୍‌ କମ୍ପାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆୟକର ବିଭାଗ ୨୧୫ କୋଟି ଟଙ୍କାରୁ ଅଧିକ କଳାଧନ ଜବତ କରିଛି। ଏହି ଦୁଇ ସଂସ୍ଥାର ପାଖାପାଖି ୩୩ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଏହାର ପ୍ରକୃତ ସତ୍ୱାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ। ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପୂର୍ବତଟ ରେଳପଥରେ ଆତଙ୍କବାଦ ନିରୋଧୀ ଦିବସ ପାଳିତ

ପୂର୍ବତଟ ରେଳପଥରେ ଆତଙ୍କବାଦ ନିରୋଧୀ ଦିବସ ପାଳିତ

ଭୁବନେଶ୍ୱର, ୨୩।୫ ପୂର୍ବତଟ ରେଳପଥ ପକ୍ଷରୁ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ରେଳସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂ ସମସ୍ତ କର୍ମଚାରୀଙ୍କୁ ଅହିଂସା ଓ ସହିଷ୍ଣୁତା ଉପରେ ଦୃଢ ବିଶ୍ୱାସ ରଖିବା ପାଇଁ ଶପଥ ପାଠ କରାଇଛନ୍ତି। ଶାନ୍ତି ଓ ସଂହତି ବଜାୟ ରଖିବା ସହିତ ମାନବ ଜୀବନ ଓ ମାନବିକତାର ହତ୍ୟା ବିରୋଧରେ ଲଢେଇ କରିବା ପାଇଁ ସମସ୍ତ ରେଳ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଜୁନ୍‌ ୩ରୁ ଦେଶବ୍ୟାପୀ ଇଣ୍ଟ୍ରାଷ୍ଟେଟ ଇ-ଓ୍ବେ ବିଲ୍‌

ଜୁନ୍‌ ୩ରୁ ଦେଶବ୍ୟାପୀ ଇଣ୍ଟ୍ରାଷ୍ଟେଟ ଇ-ଓ୍ବେ ବିଲ୍‌

ନୂଆଦିଲ୍ଲୀ, ୨୩-୫(ପି.ଟି.) ଚଳିତ ବର୍ଷ ଜୁନ୍‌ ୩ରୁ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ ସବୁ ରାଜ୍ୟରେ ବାଧ୍ୟତାମୂଳକ ଭାବେ ଲାଗୁ ହେବ। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟାକ୍ସେସ୍‌ ଆଣ୍ଡ୍‌ କଷ୍ଟମ(ସିବିଆଇସି) ଅଧ୍ୟକ୍ଷା ଭି. ସରଣ ଏହି ସୂଚନା ଦେଇଛନ୍ତି।

ସାତ ମାସରେ ୩୯ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି

ସାତ ମାସରେ ୩୯ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି

ନୂଆଦିଲ୍ଲୀ,୨୩-୫(ପି.ଟି.) ୨୦୧୭ ସେପ୍ଟେମ୍ବରରୁ ୨୦୧୮ ମାର୍ଚ୍ଚ ଶେଷସୁଦ୍ଧା ଦେଶରେ ୩୯ ଲକ୍ଷ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ଏହା ପ୍ରକାଶ କରିଛି। ଏଥିମଧ୍ୟରୁ ପ୍ରାୟ ୫୦% କର୍ମ ନିୟୋଜନ ସେବା କ୍ଷେତ୍ରରେ ସୃଷ୍ଟି ହୋଇଥିବା

ପେଟ୍ରୋଲ, ଡିଜଲ ଜିଏସ୍‌ଟି ପରିସରଭୁକ୍ତ ହେବା ଉଚିତ :ଆଇଓସିଏଲ୍‌

ପେଟ୍ରୋଲ, ଡିଜଲ ଜିଏସ୍‌ଟି ପରିସରଭୁକ୍ତ ହେବା ଉଚିତ :ଆଇଓସିଏଲ୍‌

ବମ୍ବେ, ୨୩-୫ ୨୦୧୭ ଜୁନ୍‌ରୁ ପେଟ୍ରୋଲ ଓ ଡିଜେଲ ଦର ଦୈନିକ ଭିତ୍ତିରେ ପରିବର୍ତ୍ତନ ହେଉଛି। କିନ୍ତୁ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାର ପାଖାପାଖି ତିନିସପ୍ତାହ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ପ୍ରତିଦିନ ତୈଳ ଦରରେ ଉତ୍ଥାନ ପତନ ହେଉ ଥିଲେ ମଧ୍ୟ ଦୀର୍ଘ ୧୯ ଦିନ ଧରି କିପରି ଅପରିବର୍ତ୍ତିତ ରହିଥିଲା ବୋଲି ଦେଶବାସୀଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି।