Dharitri News
ବାଣିଜ୍ୟ |

ହସ୍‌ପିଟାଲରେ ରହୁଥିବା ରୋଗୀଙ୍କ ଖାଦ୍ୟରେ ଲାଗିବନି ଜିଏସ୍‌ଟି

ହସ୍‌ପିଟାଲରେ ରହୁଥିବା ରୋଗୀଙ୍କ ଖାଦ୍ୟରେ ଲାଗିବନି ଜିଏସ୍‌ଟି ନୂଆଦିଲ୍ଲୀ,୧୪-୨(ପି.ଟି.) ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଆଡ୍‌ମିଟ୍‌ ହୋଇଥିବା ରୋଗୀଙ୍କୁ ଖାଦ୍ୟ ପ୍ରଦାନ କରାଯାଉଥିଲେ ଉକ୍ତ ଖାଦ୍ୟର ମୂଲ୍ୟ ଉପରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗିବ ନାହିଁ। ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। କିନ୍ତୁ ଭର୍ତ୍ତି ହୋଇ ନ ଥିବା ରୋଗୀଙ୍କୁ ଡାକ୍ତରଖାନା ତରଫରୁ ଦିଆଯାଉଥିବା ଖାଦ୍ୟ ଉପରେ ଟିକସ ଦେବାକୁ ପଡିବ। ଡାକ୍ତରଖାନାର ସିନିୟର୍‌ ଡକ୍ଟର/କନ୍‌ସଲ୍‌ଟାଣ୍ଟ୍‌/ଟେକ୍ନିସିଆନ୍‌ ଦ୍ୱାରା ଯୋଗାଇ ଦିଆଯାଉଥିବା ସେବା ଉପରେ ମଧ୍ୟ କର ଲାଗିବ ନାହିଁ ବୋଲି ରାଜସ୍ବ ବିଭାଗ ସ୍ପଷ୍ଟ କରିଛି। ଏଗୁଡିକ ସ୍ବାସ୍ଥ୍ୟ ସେବା ଅଧୀନରେ ଆସୁଥିବାରୁ ଏହା ଉପରେ ଜିଏସ୍‌ଟି ଲାଗିବ ନାହିଁ। ଡାକ୍ତର/ପୋଷଣ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟପଦାର୍ଥ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏବଂ ଏହା କରମୁକ୍ତ। ସେହିପରି ଭର୍ତ୍ତି ହୋଇ ନ ଥିବା ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟ୍‌ଙ୍କୁ ଖାଦ୍ୟ ଉପରେ କର ଦେବାକୁ ପଡିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।

ବାଣିଜ୍ୟ |

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୨: ଆମେରିକା ଏହାର ଏଚ୍‌-୧-ବି ଭିଜା ଅନୁମୋଦନ ପାଇଁ କେତେକ କଡା ଆଇନକୁ ଅନ୍ତର୍ଭୁକ୍ତ କରିଛି। ଏହାଦ୍ୱାରା ଭାରତୀୟ ସୂଚନାପ୍ରଯୁକ୍ତି(ଆଇଟି) କମ୍ପାନୀ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଆଇନ ଅନୁସାରେ କମ୍ପାନୀଗୁଡିକୁ ସେମାନଙ୍କର କର୍ମଚାରୀମାନେ ଥାର୍ଡ-ପାର୍ଟି କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ହୋଇଥିବା ଦର୍ଶାଇବାକୁ ପଡିବ। ଏହା ସହିତ ନିଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଧ୍ୟ କେତେକ ସୂଚନା ଦାଖଲ କରିବାକୁ ପଡିବ।

ଇଇଏସ୍‌ଏଲ୍‌ ନିକଟରୁ ଗୋଦ୍‌ରେଜ ଆପ୍ଲିଆନ୍‌ସେସ୍‌କୁ ୨୦୭ କୋଟିର କଣ୍ଟ୍ରାକ୍ଟ

ଇଇଏସ୍‌ଏଲ୍‌ ନିକଟରୁ ଗୋଦ୍‌ରେଜ ଆପ୍ଲିଆନ୍‌ସେସ୍‌କୁ ୨୦୭ କୋଟିର କଣ୍ଟ୍ରାକ୍ଟ

ବମ୍ବେ,୨୨-୨ ସୁପର ଏଫିସିଏଣ୍ଟ୍‌ ଗ୍ରୀନ୍‌ ଇନଭର୍ଟର ଏସି ଯୋଗାଣ ଓ ସଂସ୍ଥାପନ ପାଇଁ ଗୋଦ୍‌ରେଜ ଆପ୍ଲିଆନ୍‌ସେସ୍‌ ଏନର୍ଜି ଏଫିସିଏନ୍ସି ସର୍ଭିସ ଲିମିଟେଡ଼ (ଇଇଏସ୍‌ଏଲ୍‌) ପକ୍ଷରୁ ୨୦୭ କୋଟି ଟଙ୍କାର କଣ୍ଟ୍ରାକ୍ଟ ହାସଲ କରିଛି ା

ପିଏନ୍‌ବି  ମାମଲାରେ ମୋଦି ଓ ଚୋକ୍‌ସୀଙ୍କ ୧୦୦ କୋଟି ଟଙ୍କାର ସମ୍ପତ୍ତି ଅକ୍ତିଆର କଲା ଇଡି

ପିଏନ୍‌ବି ମାମଲାରେ ମୋଦି ଓ ଚୋକ୍‌ସୀଙ୍କ ୧୦୦ କୋଟି ଟଙ୍କାର ସମ୍ପତ୍ତି ଅକ୍ତିଆର କଲା ଇଡି

ବମ୍ବେ/ନୂଆଦିଲ୍ଲୀ,୨୨-୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କ୍ରମାଗତ ଅଷ୍ଟମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ଗୁରୁବାର ଏଜେନ୍ସିର ଅଧିକାରୀମାନେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ତଥା ବିଲିୟାନୟାର୍‌ ଗହଣା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ସହଯୋଗୀ ତଥା ଗୀତାଞ୍ଜଳୀ ଗ୍ରୁପ୍‌ର ମାଲିକ ମେହୁଲ ଚୋକ୍‌ସୀଙ୍କ ଶେୟାର, ଜମା ଏବଂ ଲକ୍‌ଜ୍ୟୁରୀ କାର ଆଦି ଜବତ କରିଛନ୍ତି।

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଭୁବନେଶ୍ୱର,୨୨-୨ ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ଏମ୍‌ଟେକ୍‌ ମୋବାଇଲ ପକ୍ଷରୁ ନୂଆ ବଜେଟ୍‌ ସ୍ମାର୍ଟଫୋନ ଫୋଟୋ ୩ ବଜାରକୁ ଆସିଛି। ନୂଆ ମଡେଲଟିକୁ କମ୍ପାନୀର ଓଡ଼ିଶା ବାଣିଜ୍ୟ ମୁଖ୍ୟ ଶିବ ପାତ୍ର ଉନ୍ମୋଚନ କରିଥିଲେ।

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୨-୨ ବ୍ରାଣ୍ଡ୍‌ ସଫଲ ପକ୍ଷରୁ ଏଠାରେ ଦୁଇଟି ନୂଆ ଫ୍ରେସ୍‌ ଫ୍ରୁଟ୍‌ ଆଣ୍ଡ୍‌ ଭେଜିଟେବଲ୍‌ (ଏଫ୍‌୍‌ଆଣ୍ଡ୍‌ଭି) ଆଉଟ୍‌୍‌ଲେଟ୍‌ ଖୋଲାଯାଇଛି। ନୂତନ ଭାବେ ଖୋଲିଥିବା ଦୁଇଟି ଷ୍ଟୋର୍‌କୁ ମଦର ଡେରିର ଅଧିକାରୀଙ୍କ ଉପସ୍ଥିତିରେ ନ୍ୟାଶନାଲ୍‌ ଡେରି ଡେଭଲପ୍‌ମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ଆଉଟ୍‌ଲେଟ୍‌ ପଟିଆର ଜେଡ୍‌ ୧ ଇଷ୍ଟେଟ୍‌ ଏବଂ ଖଣ୍ଡଗିରିର ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ରେ ଖୋଲାଯାଇଛି।

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ଭୁବନେଶ୍ୱର,୨୨-୨ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏନ୍‌ବିଜି (ପୂର୍ବ) ପକ୍ଷରୁ ଏକ ମେଗା କ୍ରେଡିଟ ଏକ୍ସପୋ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ା ଏମ୍‌ଏସ୍‌ଏମ୍‌ଇ, କୃଷି ଏବଂ ସୁନା ଋଣ ଉପରେ ଉକ୍ତ କାର୍ଯ୍ୟକ୍ରମ ପର୍ଯ୍ୟବେସିତ ଥିଲା।

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ଗୁଲବର୍ଗ, ୨୨।୨: କର୍ନାଟକ ଗୁଲବର୍ଗ ଜିଲାର ୨ ଛାତ୍ର ଯୋଗୋ ଓ ଅଭିଜିତ୍‌ ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କରିଛନ୍ତି। ପିଡିଏ କଲେଜରେ ଚତୁର୍ଥ ବାର୍ଷିକ ଛାତ୍ର ଭାବେ ଅଧ୍ୟୟନ କରୁଥିବା ଏହି ଛାତ୍ରଙ୍କ ସୃଜନ ସଫଳତା ନେଇ ଚର୍ଚ୍ଚା ଜାରି ରହିଛି। ଏହି ହେଲମେଟ୍‌ ପିନ୍ଧିଥିବା ବ୍ୟକ୍ତି ସହଜରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଏଥିରେ ଇନବିଲ୍ଟ୍‌ ବ୍ଲୁଟୁଥ୍‌ ସ୍ପିକର ରହିଛି।

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୂଆଦିଲ୍ଲୀ, ୨୨।୨: ପିଏନ୍‌ବି ଠକେଇ ମାମଲାରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି)ପକ୍ଷରୁ ନୀରବ ମୋଦିଙ୍କ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟାଳୟ ତଥା ବାସସ୍ଥାନରେ ଚଢ଼ାଉ ଜାରି ରହିଛି। ଗୁରୁବାର ଇଡି ନୀରବଙ୍କ ୯ଟି ବିଳାସପୂର୍ଣ୍ଣ କାର ଜବତ କରିବା ସହିତ ୯୪ କୋଟି ଟଙ୍କାର ମୁଚ୍ୟୁଆଲ ଫଣ୍ଡ୍‌ ଶେୟାର ଜବତ କରିଛି।

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୧ା୨(ପି.ଟି.): ବ୍ୟାଙ୍କଗୁଡିକରୁ କୋଟି କୋଟି ଟଙ୍କାର ଋଣ ନେଇ ଅନେକ ବ୍ୟବସାୟୀ ବିଦେଶକୁ ପଳାୟନ କରୁଥିବା ବେଳେ ଏହାକୁ ନେଇ ସରକାରଙ୍କ ଚେତା ପଶିିଛି। ଆଗାମୀ ଦିନରେ ଯେଭଳି ଭାବେ ଏହି ଭଳି ସମସ୍ୟା ନ ଆସିବ ତାକୁ ନେଇ ସରକାର ଯୋଜନା କରୁଛନ୍ତି।

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୂଆଦିଲ୍ଲୀ,୨୧ା୨(ପି.ଟି.): ପିଏନବି ମାମଲାରେ ସିବିଆଇ ବୁଧବାର ନୀରବ ମୋଦିଙ୍କ ବମ୍ବେର ଆଲିବାଗରେ ଥିବା ଫାର୍ମ ହାଉସକୁ ସିଲ୍‌ କରିଛି। ଏ ନେଇ ସିବିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧।୨(ପି.ଟି.): ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ଅନ୍ୟପକ୍ଷରେ, ଏହି ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧ା୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ତା’ସହିତ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଏକ ବିଳାସମୟ ଫାର୍ମହାଉସ୍‌କୁ ସିବିଆଇ ପକ୍ଷରୁ ଜବତ କରାଯାଇଛି। ଏହି ଫାର୍ମ ହାଉସ୍‌ ବମ୍ବେ ନିକଟବର୍ତ୍ତୀ ଅଲିବାଗ୍‌ ଅଞ୍ଚଳରେ ରହିଛି। ୧.୫ ଏକର ଏହି ଫାର୍ମ ହାଉସ୍‌କୁ ୨୦୦୪ରେ ମୋଦି ୩୨ କୋଟି ଟଙ୍କାରେ କିଣିଥିଲେ। ନିଜର ମୂଲ୍ୟବାନ ଗହଣା କଲେକ୍ସନ୍‌କୁ କ୍ଲାଏଣ୍ଟମାନଙ୍କୁ ଦେଖାଇବା ପାଇଁ ଏହି ଫାର୍ମ ହାଉସ୍‌କୁ ବ୍ୟବହାର କରାଯାଉଥିଲା। ଅନ୍ୟପକ୍ଷରେ, ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜର(ଜିଏମ୍‌)ଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।