ବାଣିଜ୍ୟ |

ଉପକୂଳ ନୌ ପରିବହନ ଲାଗି ବିଦେଶୀ ଜାହାଜଗୁଡିକୁ ମିଳିପାରେ ଅନୁମତି

ଉପକୂଳ ନୌ ପରିବହନ ଲାଗି ବିଦେଶୀ ଜାହାଜଗୁଡିକୁ  ମିଳିପାରେ ଅନୁମତି

ନୂଆଦିଲ୍ଲୀ,୧୪-୨
ଉପକୂଳ ନୌ ପରିବହନ କ୍ଷେତ୍ରରେ ବିଦେଶୀ ଜାହାଜଗୁଡିକୁ ଅନୁମତି ମିଳିପାରେ। ଏହି ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ଲଜିଷ୍ଟିକ୍‌ ଖର୍ଚ୍ଚ ହ୍ରାସ, ବନ୍ଦରଗୁଡିକର ଦକ୍ଷତା ବୃଦ୍ଧି ତଥା ଘରୋଇ ନୌ ପରିବହନ ଶିଳ୍ପରେ ଅଭିବୃଦ୍ଧି ଲାଗି ଏହି ଭଳି ପ୍ରସ୍ତାବ ଉପରେ ସରକାର ବିଚାର କରୁଥିବା ଜଣେ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଦେଶର ବିଭିନ୍ନ ବନ୍ଦରରୁ ଉପକୂଳ ସ୍ଥାନଗୁଡିକୁ ସାମଗ୍ରୀ ପରିବହନ କରିବାକୁ ସରକାର ଚିନ୍ତା କରୁଛନ୍ତି। ବର୍ତ୍ତମାନର କାବୋଟେଜ୍‌ ଆଇନ ଫଳରେ ବିଦେଶୀ ଜାହାଜଗୁଡିକ ଦୁଇ ଘରୋଇ ବନ୍ଦର ମଧ୍ୟରେ ମାଲ୍‌ ପରିବହନ ଲାଗି ଅସୁବିଧାର ସାମ୍ନା କରୁଛନ୍ତି। ଏଣୁ ଉକ୍ତ କ୍ଷେତ୍ରରେ ବିଦେଶୀ ଜାହାଜ ଗୁଡିକ ଅନୁମତି ଦେବା ପ୍ରସ୍ତାବ ଉପରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଉକ୍ତ କ୍ଷେତ୍ରରେ ଥିବା ପୁରୁଣା ଆଇନ ଯୋଗୁ ବହୁ ଅସୁବିଧା ସୃଷ୍ଟି ହେଉଥିବା ଭାରତୀୟ ରପ୍ତାନୀକାରୀ ମହାସଂଘ(ଏଫଆଇଇଓ)ର ମହାନିର୍ଦ୍ଦେଶକ ଅଜୟ ସହାଇ କହିଛନ୍ତି। ନିୟମରେ ପରିବର୍ତ୍ତନ ହେଲେ ଏହା ଦ୍ୱାରା ପ୍ରତିଦ୍ୱନ୍ଦିତା ବୃଦ୍ଧି ହେବ ବୋଲି ସେ କହିଛନ୍ତି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ବାଣିଜ୍ୟ |

ସୋନିର ନୂଆ ଉତ୍ପାଦ

ସୋନିର ନୂଆ ଉତ୍ପାଦ

ଭୁବନେଶ୍ୱର,୨୨-୫ ଦେଶର ପ୍ରମୁଖ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କମ୍ପାନୀ ସୋନି ଇଣ୍ଡିଆ ପକ୍ଷରୁ ଓଡ଼ିଶା ବଜାରରେ ଏହାର ନୂଆ ‘ଓ୍ବାନ୍‌ ବକ୍ସ ସିଷ୍ଟମ୍‌’ ଏବଂ ‘ବିଟି ସ୍ପିକର୍‌’ ର ବଜାର ପ୍ରବେଶ କରାଯାଇଛି। ଓ୍ବାନ୍‌ ବକ୍ସ ସିଷ୍ଟମ୍‌ର ନୂତନ ରେଞ୍ଜ୍‌ ମଧ୍ୟରେ ଭି୪୧ଡି, ଭି୭୧ଡି ଏବଂ ଭି୮୧ଡି ଉପଲବ୍ଧ। ଏଥିରେ ଗ୍ରାହକ ଜେଶ୍ଚର୍‌ କଣ୍ଟ୍ରୋଲ୍‌, ୩୬୦ ଡିଗ୍ରୀ ଲାଇଟ୍‌, ପାଓ୍ବାର୍‌ଫୁଲ୍‌ ସାଉଣ୍ଡ୍‌ ସହିତ ଟାଇକୋ ମୋଡ୍‌ର ଅନୁଭୂତି ପାଇପାରିବେ।

‘ମ୍ୟାକ୍ସ କିଡ୍‌ସ ଫେଷ୍ଟିଭାଲ୍‌’ର ଜୁନିୟର ସୁପରଷ୍ଟାର

‘ମ୍ୟାକ୍ସ କିଡ୍‌ସ ଫେଷ୍ଟିଭାଲ୍‌’ର ଜୁନିୟର ସୁପରଷ୍ଟାର

ଭୁବନେଶ୍ୱର, ୨୨-୫ ଦେଶର ପ୍ରମୁଖ ଫ୍ୟାଶନ୍‌ ବ୍ରାଣ୍ଡ୍‌ ମ୍ୟାକ୍ସ ପକ୍ଷରୁ ୨୦୧୮ ମ୍ୟାକ୍ସ କିଡ୍‌ସ ଫେଷ୍ଟିଭାଲର ଫିନାଲେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଗୀତ, ନାଚ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ପିଏନ୍‌ବିର ରେଟିଂ ଖସିଲା

ପିଏନ୍‌ବିର ରେଟିଂ ଖସିଲା

ନୂଆଦିଲ୍ଲୀ,୨୨-୫(ପି.ଟି.) ବିଲିୟନେୟାର ଗହଣା ବ୍ୟବସାୟୀ ନୀରବ ମୋଦିଙ୍କ ଦ୍ୱାରା ହୋଇଥିବା ୧୩,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଯୋଗୁ ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ର ପୁଞ୍ଜି ଉପରେ ନକାରାତ୍ମକ ପ୍ରଭାବ ପଡିଥିବା ରେଟିଂ ସଂସ୍ଥା ମୁଡିସ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ୍‌ ପ୍ରକାଶ କରିଛି। ଏଥିସହିତ ମୁଡିସ୍‌ ପିଏନ୍‌ବିର ରେଟିଂକୁ ମଧ୍ୟ ଖସାଇଦେଇଛି। ଅନ୍ୟପକ୍ଷରେ ବ୍ୟାଙ୍କର ‘ଆଉଟ୍‌ଲୁକ୍‌’କୁ ଏହା ସ୍ଥିର ରଖିଛି।

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି: ସିସିଆଇ ଦ୍ୱାରସ୍ତ ହେବ ସିଏଆଇଟି

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି: ସିସିଆଇ ଦ୍ୱାରସ୍ତ ହେବ ସିଏଆଇଟି

ନୂଆଦିଲ୍ଲୀ,୨୨-୫(ପି.ଟି.) ଓ୍ବାଲମାର୍ଟ ଏବଂ ଫ୍ଲିପ୍‌କାର୍ଟ ମଧ୍ୟରେ ଚୁକ୍ତି ଚୂଡାନ୍ତ ହୋଇଛି ବୋଲି ଓ୍ବାଲ୍‌ମାର୍ଟ ବିଧିବଦ୍ଧ ଘୋଷଣା କରିଥିବା ବେଳେ ଏହାକୁ ସର୍ବଭାରତୀୟ ବଣିକ ମହାସଂଘ(ସିଏଆଇଟି) ବିରୋଧ କରୁଛି। ଏହି ଚୁକ୍ତି ବିରୋଧରେ ସିଏଆଇଟି କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ନିକଟରେ ଅଭିଯୋଗ କରିବ ବୋଲି ପ୍ରକାଶ କରିଛି।

୪୦ କମ୍ପାନୀ ମାଧ୍ୟମରେ ମୁଦ୍ରା ଋଣ ଦେବେ ସରକାର

୪୦ କମ୍ପାନୀ ମାଧ୍ୟମରେ ମୁଦ୍ରା ଋଣ ଦେବେ ସରକାର

ନୂଆଦିଲ୍ଲୀ,୨୨-୫(ପି.ଟି.) କ୍ଷୁଦ୍ର ବ୍ୟବସାୟୀ ତଥା ଉଦ୍ୟୋଗୀମାନଙ୍କୁ ମୁଦ୍ରା ଯୋଜନାରେ ଋଣ ପ୍ରଦାନ କରିବା ପାଇଁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଫ୍ଲିପ୍‌କାର୍ଟ, ପତଞ୍ଜଳି ଓ ଅମୁଲ ଭଳି ୪୦ କମ୍ପାନୀ ସହିତ ସହବନ୍ଧିତା କରାଯାଇଛି। ଆସନ୍ତା ୨୩ରେ ବମ୍ବେ ଠାରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଯେଉଁ ମାନେ ମୁଦ୍ରା ଯୋଜନାରେ ଋଣ ନେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଉକ୍ତ କମ୍ପାନୀଗୁଡିକ ଚିହ୍ନଟ କରିବେ ଏବଂ ସରକାର ସେମାନଙ୍କୁ ଋଣ ପ୍ରଦାନ କରିବେ।

ନୀରବ ମୋଦିଙ୍କ ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ

ନୀରବ ମୋଦିଙ୍କ ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ

ବମ୍ବେ,୨୨-୫(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟ ଅଭିଯୁକ୍ତ ତଥା ବିଲିୟନେୟାର ଗହଣା ବ୍ୟବସାୟୀ ନୀରବ ମୋଦିଙ୍କ ୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ(ପିଏମ୍‌ଏଲ୍‌ଏ) ଅନ୍ତର୍ଗତ ନୀରବ, ତାଙ୍କ ସହଯୋଗୀ ତଥା ତାଙ୍କ କମ୍ପାନୀଗୁଡିକର ଅନେକ ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର ସମ୍ପତ୍ତି ଏବଂ ଶେୟାରଗୁଡିକୁ ଜବତ କରାଯାଇଛି।

ଡବ୍ଲ୍ୟୁଟିସି ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ

ଡବ୍ଲ୍ୟୁଟିସି ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ

ଭୁବନେଶ୍ୱର,୨୧-୫ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ପାଳନ କରାଯାଇଛି ା ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ଡବ୍ଲ୍ୟୁଟିସିର ସମସ୍ତ ସଦସ୍ୟ ପୂର୍ବ ବର୍ଷର ସଫଳତା ପାଳନ କରିବା ସହ ପରବର୍ତ୍ତୀ କାର୍ଯ୍ୟଧାରା ପ୍ରସ୍ତୁତ କରିଥିଲେ ା ଡବ୍ଲ୍ୟୁଟିସି ପକ୍ଷରୁ ମଧ୍ୟ ସଚେତନତା ପାଇଁ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଡେମିକ, ପଲିସି ଏବଂ ଉଦ୍ୟୋଗ ସେକ୍ଟରାଲ ଥିଙ୍କ ଟ୍ୟାଙ୍କ୍‌ର ଶୁଭାରମ୍ଭ କରାଯାଇଛି ା

ହରୀଶ ମାନ୍‌ଓ୍ବାନି ଟାଟା ସନ୍ସର ସ୍ବାଧୀନ ନିର୍ଦ୍ଦେଶକ ନିଯୁକ୍ତ

ହରୀଶ ମାନ୍‌ଓ୍ବାନି ଟାଟା ସନ୍ସର ସ୍ବାଧୀନ ନିର୍ଦ୍ଦେଶକ ନିଯୁକ୍ତ

ବମ୍ବେ,୨୧-୫ ଟାଟା ସନ୍ସ ଲିମିଟେଡ୍‌ର ଜଣେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ହରୀଶ ମାନ୍‌ଓ୍ବାନି ନିଯୁକ୍ତି ପାଇଛନ୍ତି। ମାନ୍‌ଓ୍ବାନି ପୂର୍ବରୁ ୟୁନିଲିବରର ଗ୍ଲୋବାଲ୍‌ ଚିଫ୍‌ ଅପରେଟିଂ ଅଫିସର ଏବଂ ହିନ୍ଦୁସ୍ତାନ ୟୁନିଲିବର ଲିମିଟେଡ୍‌ର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି।

ଫ୍ରିଜ୍‌, ଓ୍ବାଶିଂମେଶିନ୍‌ ମୂଲ୍ୟ ବଢ଼ାଇପାରେ ଗୋଦ୍‌ରେଜ୍‌

ଫ୍ରିଜ୍‌, ଓ୍ବାଶିଂମେଶିନ୍‌ ମୂଲ୍ୟ ବଢ଼ାଇପାରେ ଗୋଦ୍‌ରେଜ୍‌

ବମ୍ବେ,୨୧-୫(ପି.ଟି.) ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦ କମ୍ପାନୀ ଗୋଦ୍‌ରେଜ୍‌ ଆପ୍ଲିଆନ୍ସେସ୍‌ ଏହାର ରେଫ୍ରିଜରେଟର୍‌ ଏବଂ ଓ୍ବାଶିଂ ମେଶିନ୍‌ ଦରରେ ୨ରୁ ୩% ବୃଦ୍ଧି କରିପାରେ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କମିବା ସହ ବର୍ଦ୍ଧିତ ତୈଳ ଦର ପ୍ରଭାବରୁ ଉତ୍ପାଦନ ଖର୍ଚ୍ଚ ବଢ଼ୁଛି। ଫଳରେ ଆଗକୁ ଏହି ଉତ୍ପାଦଗୁଡିକର ଦର ବଢ଼ିପାରେ ବୋଲି ଗୋଦ୍‌ରେଜ୍‌ ଆପ୍ଲିଆନ୍ସେସ୍‌ର ବ୍ୟବସାୟିକ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି କମଲ ନନ୍ଦୀ ପ୍ରକାଶ କରିଛନ୍ତି। ଆଗକୁ ଶିଳ୍ପ କ୍ଷେତ୍ରରେ ଥିବା ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସମାନ ପରିମାଣର ମୂଲ୍ୟ ବୃଦ୍ଧି କରିପାରନ୍ତି ବୋଲି ନନ୍ଦୀ କହିଛନ୍ତି।

୨ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଲା ଆଇଡିବିଆଇ ବ୍ୟାଙ୍କ

୨ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଲା ଆଇଡିବିଆଇ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୫(ପି.ଟି.) ରାଷ୍ଟ୍ରାୟତ୍ତ ଆଇଡିବିଆଇ ବ୍ୟାଙ୍କ ଦୁଇ ଜଣ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛି। ଗତ ସପ୍ତାହରେ ଦୁଇ ଜଣ ବୋର୍ଡ ସଦସ୍ୟଙ୍କ ଇସ୍ତଫା ପରେ ବ୍ୟାଙ୍କ ଏହି ଦୁଇ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛି।

ଆମେରିକାର ୨୦ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇବ ଭାରତ

ଆମେରିକାର ୨୦ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇବ ଭାରତ

ନୂଆଦିଲ୍ଲୀ, ୨୧-୫(ପିଟି) ଆମେରିକାରୁ ଭାରତକୁ ଆମଦାନୀ ହେଉଥିବା ୨୦ଟି ଉତ୍ପାଦ ଉପରେ ୫%ରୁ ଆରମ୍ଭ କରି ୧୦୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରାଯିବ। ଏହି ଉତ୍ପାଦ ମଧ୍ୟରେ ସେଓ, ଆଲ୍‌ମଣ୍ଡ, କୋକୋ ପାଉଡର, ଗଲ୍‌ଫ କାର, ଚକୋଲେଟ୍‌ ଭଳି ସାମଗ୍ରୀ ସମେତ କେତେକ ନିର୍ଦ୍ଦିଷ୍ଟ ମୋଟରସାଇକେଲ ରହିଛି।

ୟାରିସ୍‌ ମଡେଲ୍‌ ବଜାର ପ୍ରବେଶ କଲା ଟୟୋଟା କିର୍ଲୋସ୍କାର

ୟାରିସ୍‌ ମଡେଲ୍‌ ବଜାର ପ୍ରବେଶ କଲା ଟୟୋଟା କିର୍ଲୋସ୍କାର

ନୂଆଦିଲ୍ଲୀ, ୨୧-୫ ପ୍ରମୁଖ ୪ ଚକିଆ ଯାନ ନିର୍ମାତା ଟୟୋଟା କିର୍ଲୋସ୍କାର ମୋଟର ଏହାର ସେଦାନ ୟାରିସ୍‌ ମଡେଲ୍‌ର ବଜାର ପ୍ରବେଶ କରାଇଛି। ୪ଟି ଭାରିଆଣ୍ଟରେ ଆସିଥିବା ଏହି ସେଦାନର ପ୍ରାରମ୍ଭିକ ମୂଲ୍ୟ ୮,୭୫ , ୦୦୦ ଟଙ୍କା ରହିଛି। ଟୟୋଟା ପ୍ରଥମଥର ପାଇଁ ୧୦ ଲକ୍ଷ ଟଙ୍କା ମଧ୍ୟରେ ବଜାରକୁ ଆଣିଥିବା ଯାନରେ ସିଭିଟି ଟେକ୍‌ନୋଲୋଜି ବ୍ୟବହାର କରିଥିବା ବେଳେ ଏହି ବର୍ଗର ୟାରିସ୍‌ର ବଜାର ମୂଲ୍ୟ ୯,୯୫,୦୦୦ ଟଙ୍କାରୁ ଆରମ୍ଭ ହୋଇ ୧୪,୦୭, ୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ମେ’ ମାସ ଶେଷ ସୁଦ୍ଧା ୪୦୦୦ରୁ ଊର୍ଦ୍ଧ୍ୱ ଯାନ ବିକ୍ରି ହେବାର ଆଶା ରହିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।