ବାଣିଜ୍ୟ |

ଅଂଶୀଦାରଙ୍କ ସୁଗମତା ପରେ ପୁନଃ ଲାଗୁ ହେବ ଇ-ଓ୍ବେ ବିଲ୍‌

ଅଂଶୀଦାରଙ୍କ ସୁଗମତା ପରେ ପୁନଃ ଲାଗୁ ହେବ ଇ-ଓ୍ବେ ବିଲ୍‌
ନୂଆଦିଲ୍ଲୀ,୧୪-୨- ଇ-ଓ୍ବେ ବିଲ୍‌କୁ ଲାଗୁ କରାଇବାକୁ ସରକାର ପଦକ୍ଷେପ ନେଉଛନ୍ତି। ଏହାକୁ ଠିକ୍‌ ଭାବେ ଲାଗୁ କରାଇବାକୁ ଯୋଜନା ହେଉଛି। ଇ-ଓ୍ବେ ବିଲ୍‌ ସିଷ୍ଟମ ସମ୍ପର୍କରେ ଅଂଶୀଦାରମାନେ ଠିକ୍‌ ଭାବେ ଜାଣିବା ପରେ ଯାଇ ଏହାକୁ ଲାଗୁ କରାଯିବ। ଏହି ପ୍ରସଙ୍ଗକୁ ସରକାର ନିଶ୍ଚିତ କରାଇବାକୁ ଯାଇ ଇ-ଓ୍ବେ ବିଲ୍‌ ପୁନଶ୍ଚ ଲାଗୁ ହେବ ବୋଲି ଜିଏସ୍‌ଟି ନେଟଓ୍ବର୍କ ଅଧ୍ୟକ୍ଷ ଅଜୟ ଭୂଷଣ ପାଣ୍ଡେ ସୂଚନା ଦେଇଛନ୍ତି। ଗତବର୍ଷ ଜୁଲାଇ ପହିଲାରୁ ଲାଗୁ ହୋଇଥିବା ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି) ବ୍ୟବସ୍ଥାରେ ୫୦,୦୦୦ ଟଙ୍କାରୁ ଅଧିକ ସାମଗ୍ରୀ ପରିବହନ କ୍ଷେତ୍ରରେ ଇଲେକ୍‌ଟ୍ରୋନିକ୍ସ କିମ୍ବା ଇ-ଓ୍ବେ ବିଲ୍‌ର ଆବଶ୍ୟକତା ରହିଛି। ଫେବୃୟାରୀ ପହିଲାରୁ ଇ-ଓ୍ବେ ବିଲ୍‌ ସିଷ୍ଟମ ଲାଗୁ ହୋଇଥିବା ଏଥିରେ ଟେକ୍ନିକାଲ ଅସୁବିଧା ଯୋଗୁ ଏହାର ପ୍ରଚଳନକୁ ସାମୟିକ ସମୟ ଲାଗି ବାତିଲ କରାଯାଇଛି
All Right Reserved By

ବାଣିଜ୍ୟ |

ହାଇଓ୍ବେ ନିମନ୍ତେ ବାଏ-ବ୍ୟାକ୍‌ ପ୍ରସ୍ତାବ

ହାଇଓ୍ବେ ନିମନ୍ତେ ବାଏ-ବ୍ୟାକ୍‌ ପ୍ରସ୍ତାବ

ନୂଆଦିଲ୍ଲୀ,୨୬।୭- ଜାତିୟ ରାଜପଥ ନିମନ୍ତେ ଏକ ବାଏ-ବ୍ୟାକ୍‌ ନିତୀ ଆଣିବାକୁ ସରକାର ବିଚାର କରୁଛନ୍ତି। ଏହାର ଆଇନଗତ ମତାମତ ପାଇଁ ଏକ ଡ୍ରାଫ୍ଟ ଦିଆଯାଇଛି। ଏ ବାବଦରେ ସଂସଦକୁ ଗୁରୁବାର ସୂଚନା ପ୍ରଦାନ କରାଯାଇଛି। 

ଯାନ ମୂଲ୍ୟ ବଢାଇଲା ମାରୁତି ସୁଜୁକି

ଯାନ ମୂଲ୍ୟ ବଢାଇଲା ମାରୁତି ସୁଜୁକି

ନୂଆଦିଲ୍ଲୀ,  ୧୬-୮:ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ଗୁରୁବାର ଏହାର ବିଭିନ୍ନ ମଡେଲ ଯାନ ଉପରେ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। କମ୍ପାନୀ ଏହାର ମଡେଲଗୁଡିକ ଉପରେ ୬,୧୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢାଇଛି। 

ଟଙ୍କା ମୂଲ୍ୟ ହ୍ରାସ ଜାରି ରହିଲେ ପ୍ରଭାବିତ ହେବ ଅର୍ଥନୀତି

ଟଙ୍କା ମୂଲ୍ୟ ହ୍ରାସ ଜାରି ରହିଲେ ପ୍ରଭାବିତ ହେବ ଅର୍ଥନୀତି

ମାଙ୍ଗାଲୋର,  ୧୬-୮:ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ବିଶେଷ ଭାବେ ପ୍ରଭାବ ଦେଖା ଦେଇଛି। ଡଲାର ବର୍ତ୍ତମାନ ବିଶ୍ୱର ଅନ୍ୟ ଦେଶର ମୁଦ୍ରା ତୁଳନାରେ ବିଶେଷ ଭାବେ ଶକ୍ତିଶାଳୀ ବୋଲି ପ୍ରତୀୟମାନ ହେଉଛି। 

କସମସ୍‌ ବ୍ୟାଙ୍କ ଠକେଇର ତଦନ୍ତ କରିବ ଏସ୍‌ଆଇଟି

କସମସ୍‌ ବ୍ୟାଙ୍କ ଠକେଇର ତଦନ୍ତ କରିବ ଏସ୍‌ଆଇଟି

ନୂଆଦିଲ୍ଲୀ,  ୧୬-୮:ପୁଣେର କସମସ୍‌ ସମବାୟ ବ୍ୟାଙ୍କରେ ହ୍ୟାକିଙ୍ଗ ଦ୍ୱାରା ହୋଇଥିବା ୯୪ କୋଟି ଟଙ୍କାର ଠକେଇ ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାରେ ତଦନ୍ତ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ୍‌ (ଏସ୍‌ଆଇଟି) କରିବ ବୋଲି ଜଣା ଯାଇଛି। ପୁଣେ ପୋଲିସ୍‌ ପକ୍ଷରୁ ଏସ୍‌ ଆଇଟି ଗଠନ ହୋଇଥିବା ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। 

ଟଙ୍କା ମୂଲ୍ୟ ହ୍ରାସ ଚିନ୍ତାର କାରଣ ନୁହେଁ:ନୀତି ଆୟୋଗ

ଟଙ୍କା ମୂଲ୍ୟ ହ୍ରାସ ଚିନ୍ତାର କାରଣ ନୁହେଁ:ନୀତି ଆୟୋଗ

ମାଙ୍ଗାଲୋର,  ୧୬-୮: ଗତ କିଛି ଦିନ ଧରି ଟଙ୍କା ମୂଲ୍ୟରେ ବିଶେଷ ଭାବେ ହ୍ରାସ ଦେଖା ଦେଇଛି। ଅନ୍ତର୍ଜାତୀୟ ବଜାରର ବିଭିନ୍ନ କାରଣ ଯୋଗୁ ଏପରି ସ୍ଥିତି ଉପୁଜିଛି। ଟଙ୍କାର ମୂଲ୍ୟ ହ୍ରାସ ଚିନ୍ତାର କାରଣ ନୁହେଁ ବୋଲି ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ଉପାଧ୍ୟକ୍ଷ ରାଜିବ କୁମାର କହିଛନ୍ତି। 

ସ୍ବାଧୀନତା ଦିବସ ଉପଲକ୍ଷେ;ମାଲ୍‌ ପରିବହନରେ ଶୀର୍ଷରେ ପୂର୍ବତଟ ରେଳପଥ

ସ୍ବାଧୀନତା ଦିବସ ଉପଲକ୍ଷେ;ମାଲ୍‌ ପରିବହନରେ ଶୀର୍ଷରେ ପୂର୍ବତଟ ରେଳପଥ

୭୨ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସମସ୍ତ ରେଳ ଅଧିକାରୀ, କର୍ମଚାରୀ, ଯାତ୍ରୀ ତଥା ଏଥିରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେଉଥିବା ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ଭାରତୀୟ ରେଳପଥର ୧୭ଟି ରେଳ ଜୋନ୍‌ ମଧ୍ୟରୁ ପୂର୍ବତଟ ରେଳପଥ ଭଳି ଗୁରୁତ୍ୱପୂର୍ଣ୍ଣ ଜୋନ୍‌ରେ ଦୀର୍ଘ ଦୁଇ ବର୍ଷ ଧରି ମହାପ୍ରବନ୍ଧକ ଭାବେ ଦାୟିତ୍ୱ ନିର୍ବାହ କରିଥିବାରୁ ମୁଁ ନିଜକୁ ଗୌରବାନ୍ବିତ ମନେକରୁଛି।

ରାତି ୯ଟା ପରେ ଏଟିଏମ୍‌ରେ ଭର୍ତ୍ତି ହେବନି ଟଙ୍କା

ରାତି ୯ଟା ପରେ ଏଟିଏମ୍‌ରେ ଭର୍ତ୍ତି ହେବନି ଟଙ୍କା

ନୂଆଦିଲ୍ଲୀ, ୧୫।୮:ରାତି ୯ଟା ପରେ ସହରାଞ୍ଚଳରେ ଥିବା ଅଟୋମେଟେଡ ଟେଲର ମେଶିନ୍‌(ଏଟିଏମ୍‌)ଗୁଡ଼ିକରେ ଆଉ ଟଙ୍କା ଭର୍ତ୍ତି କରାଯିବ ନାହିଁ। ସେହିପରି ଗ୍ରାମାଞ୍ଚଳରେ ଥିବା ଏଟିଏମ୍‌ଗୁଡ଼ିକରେ ସା ୬ଟା ପରେ ଟଙ୍କା ଭର୍ତ୍ତି ପାଇଁ ଅନୁମତି ମିଳିବ ନାହିଁ। ଖାଲି ସେତିକି ନୁହେଁ ଯେଉଁ ଏଜେନ୍ସିଗୁଡ଼ିକ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ଭରିବା ପାଇଁ ଦାୟିତ୍ୱ ନେଇଛନ୍ତି ସେମାନେ ଗୋଟିଏ କ୍ୟାଶ୍‌ଭ୍ୟାନ୍‌ରେ ଥରକେ ୫ କୋଟିରୁ ଅଧିକ ଟଙ୍କା ନେଇ ପାରିବେ ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି। 
ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। 

ବ୍ୟାଙ୍କ ସିଷ୍ଟମ ଉପରେ ମାଲଓ୍ବେର;ହ୍ୟାକର ଠକିନେଲେ ୯୪ କୋଟି

ବ୍ୟାଙ୍କ ସିଷ୍ଟମ ଉପରେ ମାଲଓ୍ବେର;ହ୍ୟାକର ଠକିନେଲେ ୯୪ କୋଟି

ମୁମ୍ବାଇ,  ୧୫-୮: ହ୍ୟାକରମାନେ ପୁଣେର ଏକ ବ୍ୟାଙ୍କକୁ ଚୂନ ଲଗେଇ ୯୪ କୋଟି ଟଙ୍କା ଠକିନେବା ଚର୍ଚ୍ଚାର ବିଷୟ ପାଲଟିଛି। ପୁଣେର ଚତୁଶୃଙ୍ଘୀ କସ୍‌ମସ୍‌ ସମବାୟ ବ୍ୟାଙ୍କରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦେଶ ତଥା ବିଦେଶୀ ବ୍ୟାଙ୍କ ଶାଖାକୁ ଏହି ଟଙ୍କା ଟ୍ରାନ୍ସଫର ହୋଇଛି। ମାଲଓ୍ବେର ବ୍ୟବହାର ଦ୍ୱାରା ଏଭଳି ବଡ ଧରଣର ଠକେଇ ହୋଇଥିବା ପୋଲିସ୍‌ କହିଛି। ଗତ ତିନି ଦିନ ମଧ୍ୟରେ ବ୍ୟାଙ୍କ ସିଷ୍ଟମକୁ ହ୍ୟାକ୍‌ କରାଯାଇ ୧୨,୦୦୦ରୁ ଅଧିକ ଥର ଟ୍ରାଞ୍ଜାକଶନ କରାଯାଇଛି। ବ୍ୟାଙ୍କର କୌଣସି ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।

ଐତିହାସିକ ରେକର୍ଡ ନିମ୍ନ ସ୍ତରରେ ଟଙ୍କା

ଐତିହାସିକ ରେକର୍ଡ ନିମ୍ନ ସ୍ତରରେ ଟଙ୍କା

ବମ୍ବେ,  ୧୫-୮(ପି.ଟି): ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଘଟିବା ଯୋଗୁ ଏହା ସର୍ବକାଳୀନ ରେକର୍ଡ ନିମ୍ନ ସ୍ତର ୭୦.୦୯ ଟଙ୍କା ଛୁଇଁଥିଲା। ତୁର୍କୀରେ ଅର୍ଥନୈତିକ ସଙ୍କଟ ଓ ବିଶ୍ୱ ବଜାରରେ ଆର୍ଥତ୍କ ସ୍ଥିତି ବର୍ତ୍ତମାନ ଭଲ ନ ଥିବାରୁ ଟଙ୍କା ଉପରେ ଏହାର ପ୍ରଭାବ ପଡିଛି। ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୬ ପଇସା ହ୍ରାସ ଘଟିଥିଲା। ତୁର୍କୀ ସ୍ଥିତି ବିଶ୍ୱ ବଜାରର ନିବେଶକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ଗତ ସପ୍ତାହଠାରୁ ତୁର୍କୀର ମୁଦ୍ରା ସଙ୍କଟ ସ୍ଥିତିରେ ରହିଥିବା ବେଳେ ନିବେଶକମାନେ ଡଲାରକୁ ନିରାପଦ ବୋଲି ବିଚାର କରୁଛନ୍ତି। ଗତ କାଲି ଟଙ୍କା ମୂଲ୍ୟରେ ୧.୦୮ ଟଙ୍କା ବା ୧.୫୭% ହ୍ରାସ ଘଟିଥିଲା। ଏହା ଫଳରେ ଟଙ୍କା ୬୯.୯୩ ସ୍ତରକୁ ଖସି ଆସିଥିଲା।

ପିଏମ୍‌ଏଲ୍‌ଏ ମାମଲାରେ ଜବୀନ ଜିନ୍ଦଲଙ୍କୁ ସମନ

ପିଏମ୍‌ଏଲ୍‌ଏ ମାମଲାରେ ଜବୀନ ଜିନ୍ଦଲଙ୍କୁ ସମନ

ନୂଆଦିଲ୍ଲୀ,  ୧୫-୮:ଝାଡଖଣ୍ଡର କୋଇଲା ବ୍ଲକ ଆବଣ୍ଟନ ସହ ଜଡିତ ଏକ ବେଆଇନ ଅର୍ଥ କାରବାର ମାମଲାରେ ସିବିଆଇ ସ୍ବତନ୍ତ୍ର କୋର୍ଟ ଶିଳ୍ପପତି ନବୀନ ଜିନ୍ଦଲଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ସମନ ଜାରି କରିଛନ୍ତି। ସ୍ବତନ୍ତ୍ର ଜଜ୍‌ ଭାରତ ପରାଶର ଜିନ୍ଦଲଙ୍କ ସହ ଏସାର ପାଓ୍ବାରର କାର୍ଯ୍ୟ ନିର୍ବାହୀ ଉପାଧ୍ୟକ୍ଷ ଶୁସିଲ କୁମାର ମାରୋ, ଜିନ୍ଦଲର ପୂର୍ବତନ ପରାମର୍ଶଦାତା ଆନନ୍ଦ ଗୋଏଲ, କେଇ ଇଣ୍ଟର ନ୍ୟାଶନାଲର ମୁଖ୍ୟ ବିତ୍ତ ଅଧିକାରୀ ରାଜିବ ଅଗ୍ରଓ୍ବାଲ, ଗ୍ରୀନ ଇନଫ୍ରା ଉପସଭାପତି ସିଦ୍ଧାର୍ଥ ମଦ୍ରାତୋ ପ୍ରମୁଖଙ୍କୁ ଅକ୍ଟୋବର ୧୫ରେ ହଜାର ହେବାକୁ ନିର୍ଦ୍ଦେଶରେ କହିଛନ୍ତି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜିନ୍ଦଲଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ନିରୋଧି ଆଇନ(ପିଏମ୍‌ଏଲ୍‌ଏ)ରେ ଏକ ମାମଲା ପୂର୍ବରୁ ରୁଜୁ ହୋଇଥିଲା। 

ବିଳମ୍ବ ହୋଇପାରେ ମେହୁଲଙ୍କ ପ୍ରତ୍ୟର୍ପଣ

ବିଳମ୍ବ ହୋଇପାରେ ମେହୁଲଙ୍କ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ,  ୧୫-୮:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୪,୦୦୦ କୋଟି ମହାଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସୀଙ୍କ ପ୍ରତ୍ୟର୍ପଣ ବିଳମ୍ବ ଘଟିପାରେ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ମେହୁଲଙ୍କ ପ୍ରତ୍ୟର୍ପଣ ମାମଲା ଉପରେ କୌଣସି ଅଗ୍ରଗତି ହୋଇ ନ ପାରେ। ଆଣ୍ଟିଗୁଆର ଡାଇରେକ୍ଟୋରେଟ୍‌ ଅଫ୍‌ ପବ୍ଳିକ୍‌ ପ୍ରସେକ୍ୟୁଶନ ଉକ୍ତ ମାମଲା ତ୍ୱରିତ ଭିତ୍ତିରେ ଗ୍ରହଣ କରି ନ  ପାରନ୍ତି ବୋଲି ଅନୁମାନ କରାଯାଉଛି। ଡାଇରେକ୍ଟୋରେଟ୍‌ ଅଫ୍‌ ପବ୍ଳିକ୍‌ ପ୍ରସେକ୍ୟୁଶନ ଏଭଳି ମାମଲା ଉପରେ ବିଚାର କରିଥାନ୍ତି ବୋଲି ଆଣ୍ଟିଗୁଆ ଆଇନ୍‌ ମନ୍ତ୍ରୀ ଷ୍ଟିଡରଏ ବେଞ୍ଜାମିନ କହିଛନ୍ତି। ମାମଲା ଗୁରୁତ୍ୱପୁର୍ଣ୍ଣ ହୋଇଥିବାରୁ ଏହା କୋର୍ଟକୁ ଯାଇପାରେ। ଏହା ଉପରେ ବିଚାର କରିବାକୁ ସମୟ ଲାଗୁ ଥିବାରୁ ମେହୁଲଙ୍କ ପ୍ରତ୍ୟର୍ପଣ ବିଳମ୍ବ ଘଟିପାରେ ବୋଲି ଜଣାଯାଇଛି। 

ଆଇଡିବିଆଇ ବ୍ୟାଙ୍କର ପ୍ରଥମ ତ୍ରୈମାସ କ୍ଷତି ୨,୪୧୦ କୋଟି

ଆଇଡିବିଆଇ ବ୍ୟାଙ୍କର ପ୍ରଥମ ତ୍ରୈମାସ କ୍ଷତି ୨,୪୧୦ କୋଟି

ନୂଆଦିଲ୍ଲୀ,  ୧୫-୮: ରାଷ୍ଟ୍ରାୟତ୍ତ ଆଇଡିବିଆଇ ବ୍ୟାଙ୍କ  ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ  ୨,୪୦୯.୮୯ କୋଟି ଟଙ୍କା କ୍ଷତି ସହିଛି। ଅନାଦାୟ ଋଣ ଯୋଗୁ ବ୍ୟାଙ୍କ ଏଭଳି ଭାବେ କ୍ଷତି ସହିଛି। ୨୦୧୭-୧୮ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ବ୍ୟାଙ୍କ ୮୫୩ କୋଟି ଟଙ୍କା କ୍ଷତି ସହିଥିବା ଜଣାଯାଇଛି। ସେହିଭଳି ଆହ୍ଲାବାଦ ବ୍ୟାଙ୍କ ମଧ୍ୟ ଜୁନ୍‌ ତ୍ରୈମାସରେ ୧,୯୪୪ ଟଙ୍କା କ୍ଷତି ସହିଛି।