ଫୁରସତ |

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ
ବିଏସ୍‌ସି ପାସ୍‌ ପରେ ସ୍ବାବଲମ୍ବୀ ହେବା ଲାଗି ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଏହି କାର୍ଯ୍ୟରେ ବାଧାବିଘ୍ନ ସାଙ୍ଗକୁ ପରିବାର ଭରଣପୋଷଣ ତାଙ୍କ ଦୁଶ୍ଚିନ୍ତା ବଢାଇ ଚାଲିଲା। ଅବଶ୍ୟ ଏହି ସମୟରେ ପ୍ରାଣୀଧନ ନିରୀକ୍ଷକ ରାଧାଗୋବିନ୍ଦ ପୁହାଣ ଓ ମତ୍ସ୍ୟ ବିଭାଗର ସୌରଭ କୁମାର ଦାସଙ୍କ ପ୍ରେରଣା ତାଙ୍କ ଜୀବନରେ ଏକ ନୂଆମୋଡ଼ ଆଣିଲା। ପ୍ରଥମେ ଜର୍ସି ଗାଈ ପାଳନ କଲେ। ସେଥିରୁ ଲାଭବାନ୍‌ ହେବା ପରେ ମାଛଚାଷରେ ମନ ବଳାଇଥିଲେ ସେ। ତେବେ ଦୃଢ଼ ଆମତ୍ବିଶ୍ୱାସ ଓ ନିରନ୍ତର ଚେଷ୍ଟା ବଳରେ ସମନ୍ବିତ ପଦ୍ଧତିରେ କୃଷିକାର୍ଯ୍ୟ କରି ୧୧ ଏକର ଜମିରେ ଏକ ଫାର୍ମ ହାଉସ୍‌ ନିର୍ମାଣ ସହ ୧୫ଜଣଙ୍କୁ ସ୍ବରୋଜଗାରକ୍ଷମ ହେବାରେ ସେ ହୋଇଛନ୍ତି ସକ୍ଷମ। ସେ ହେଲେ ସୁଧାଂଶୁ କୁମାର ଦାସ(ମୋ: ୯୯୩୭୭୫୯୧୯୧)। ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ କେନ୍ଦୁଡିହା ଗ୍ରାମରେ ତାଙ୍କର ଘର। ମା’ ପ୍ରତିମା ଓ ପିତାଙ୍କ ନାମ ପ୍ରଦୀପ ଚନ୍ଦ୍ର ଦାସ। ସୁଧାଂଶୁଙ୍କର ଲକ୍ଷ୍ୟ ଥିଲା ଚାକିରି ନ କରି ସ୍ବାବଲମ୍ବୀ ହେବେ। ତେଣୁ ବିଏସ୍‌ସି ପାସ୍‌ ପରେ ଠିକାଦାର କାମ କଲେ। ମାତ୍ର ଏଥିରେ କ୍ଷତି ସହିବା ପରେ ତାଙ୍କ ଚିନ୍ତା ବଢ଼ିଚାଳିଲା। ଏହି ସମୟରେ ଦୁଗ୍ଧ ଚାଷ ସକାଶେ ଗୋପାଳନ ଲାଗି ପ୍ରାଣୀଧନ ନିରୀକ୍ଷକ ଶ୍ରୀ ପୁହାଣ ତାଙ୍କୁ ପ୍ରବର୍ତ୍ତାଇ ଥିଲେ। ଦଢ଼ ଆତ୍ମବିଶ୍ୱାସର ସହ ଗୋପାଳନ ଲାଗି ସେ ଆରମ୍ଭ କଲେ ଉଦ୍ୟମ। ପ୍ରଥମେ ୫ଟି ଜର୍ସି ଗାଈ ଆଣି ପାଳିଲେ। ଆଉ ଯାହା ଦୁଗ୍ଧ ଉପତ୍ାଦନ ହେଲା ତାକୁ ନେଇ ବଜାରରେ ବିକ୍ରି କଲେ ା ଏଥିରୁ ଭଲ ଲାଭ ମିଳିଲା। ତା’ପରେ ବଡ଼ସାହି-ମାଣତ୍ରୀ ରାସ୍ତାର ବଡସାହିଠାରୁ ୫କିମି ଦୂର କେନ୍ଦୁଡିହା ଛକ ନିକଟରେ ୧୧ଏକର ଜମିରେ ପ୍ରତିମା ଡାଏରୀ ଫାର୍ମ ନାମରେ ଏକ ଫାର୍ମ ଆରମ୍ଭ କଲେ ା ସରକାରୀ ପ୍ରୋତ୍ସାହନ ବି ମିଳିଲା। ଏବେ ସେଥିରେ ୪୦ରୁ ଉର୍ଦ୍ଧ୍ୱ ଗାଈ ପାଳନ କରି ଦିନକୁ ହାରାହାରି ୬୫୦ ଲିଟର କ୍ଷୀର ବିକ୍ରି କରୁଥିବା କଥା କୁହନ୍ତି ସେ। ଏଥିପାଇଁ ୩୫କିମି ଦୂର ବାରିପଦା ସହରରେ ଡାଏରୀ କେନ୍ଦ୍ର ଖୋଲି ଦୁଗ୍ଧ ବିକ୍ରି କରୁଛନ୍ତି। ତେବେ ମତ୍ସ୍ୟ ବିଭାଗର ଶ୍ରୀ ଦାସଙ୍କ ପ୍ରେରଣା କ୍ରମେ ଫାର୍ମ ମଧ୍ୟରେ ୫ଟି ପୋଖରୀ ଖୋଳାଇ ମାଛଚାଷ କରୁଛନ୍ତି। ଆଉ ପନିପରିବା ଚାଷ ଆରମ୍ଭ କରିଛନ୍ତି। ଏବେ ମାସକୁ ୩୦ କୁଇଣ୍ଟାଲ ମାଛ ଉପତ୍ାଦନ କରି ନିକଟସ୍ଥ ବଜାରରେ ବିକ୍ରି କରୁଛନ୍ତି। ପୋଖରୀ ହୁଡାରେ ୨୧୮ଟି ଆମ୍ବ୍ରପଲ୍ଲୀ ଆମ୍ବଗଛ ଲଗାଇ ବର୍ଷକୁ ୪୦ଟନରୁ ଊର୍ଦ୍ଧ୍ୱ ଆମ୍ବ ବିକ୍ରି କରୁଛନ୍ତି। ସେହିପରି ବ୍ରଏଲର କୁକୁଡା ଚାଷ କରି ଦିନକୁ ୮ କୁଇଣ୍ଟାଲ, ଲେୟର କୁକୁଡା ଦିନକୁ ୫ କୁଇଣ୍ଟାଲ, ବର୍ଷକୁ ୧ହଜାରରୁ ଊର୍ଦ୍ଧ୍ୱ ହଂସ ସହିତ ଦିନକୁ ପାଖାପାଖି ୨ଶହ ଅଣ୍ଡା ବିକ୍ରି କରୁଛନ୍ତି। ଦେଶୀ ଜାତୀୟ ଭେରାଇଟି ୩୦ଟି ବ୍ଲାକ ବେଙ୍ଗଲ ଛେଳି ପାଳନ କରୁଛନ୍ତି। ଋତୁ ଅନୁଯାୟୀ ପନିପରିବା ଚାଷ ସହିତ ଗାଈ, କୁକୁଡା ଓ ମାଛ ପାଇଁ ଦାନା ବିକ୍ରି କରି ଭଲ ରୋଜଗାର କରୁଛନ୍ତି। ଫାର୍ମରେ ୫ଶହ କଦଳୀ, ୫୦ଟି ଅମୃତଭଣ୍ଡା, ୩୦ଟି ନଡିଆ ଗଛ ଲଗାଇ ସେଥିରୁ ଉପତ୍ାଦନ ହେଉଥିବା ଫଳକୁ ବେପାରୀମାନେ କିଣି ନେଉଛନ୍ତି। ହାଇବ୍ରିଡ ନାପିୟର ଜାତିର ଘାସ ଚାଷ ବି କରୁଛନ୍ତି। ତେବେ ଏସବୁ କାର୍ଯ୍ୟରେ ୧୫ଜଣ ଦୈନିକ ନିୟୋଜିତ ହୋଇ ସେମାନଙ୍କ ପରିବାର ପ୍ରତିପୋଷଣ ଲାଗି ସକ୍ଷମ ହେଉଛନ୍ତି। ତେବେ ତାଙ୍କର ଏସବୁ କାର୍ଯ୍ୟ ଲାଗି ପ୍ରାଣୀଧନ ବିଭାଗ ପକ୍ଷରୁ ବାଲେଶ୍ୱରଠାରେ ଅନୁଷ୍ଠିତ ଆଞ୍ଚଳିକ କୃଷି ମହୋତ୍ସବ-୨୦୧୪ରେ ମୟୂରଭଞ୍ଜ ଜିଲାର ଶ୍ରେଷ୍ଠ ଅଗ୍ରଣୀ ଦୁଗ୍ଧଚାଷୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସେ ସମ୍ମାନିତ ହୋଇଥିଲେ। ସେହିପରି କୃଷି ବୈଷୟିକ ପରିଚାଳନା ସଂସ୍ଥା ପକ୍ଷରୁ ପ୍ରାଣୀପାଳନ କ୍ଷେତ୍ରରେ ବଡସାହି ବ୍ଲକର ସଫଳ ଉଦ୍ୟୋଗୀ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କର ସାନଭାଇ ସୀମାରେ ରହି ଶତ୍ରୁ କବଳରୁ ଦେଶକୁ ସୁରକ୍ଷା ଯୋଗାଉଥିବା ବେଳେ ସେ ଚାଷକାର୍ଯ୍ୟ କରି ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି। ତେବେ ଚାକିରି ପଛରେ ନ ଗୋଡ଼ାଇ ନିଜସ୍ବ ଉଦ୍ୟମରେ ଜଣେ ନିଶ୍ଚିତ ସ୍ବାବଲମ୍ବୀ ହୋଇପାରିବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରନ୍ତି ସେ। ଅବଶ୍ୟ ଆଜି ମୁଁ ଯେଉଁଠି ପହଞ୍ଚିଛି ସେଥିତ୍ଲାଗି ଦୃଢ ଆତ୍ମବିଶ୍ୱାସ ହିଁ ସହାୟ ହୋଇଛି। ଆଉ ଏଥିସହିତ ପରିଶ୍ରମକୁ ଆପଣାଇବାକୁ ପଡ଼ିବ ବୋଲି କୁହନ୍ତି ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଥିବା ସୁଧାଂଶୁ। - ନୀଳାଦ୍ରି ବିହାରୀ ଦଣ୍ଡପାଟ
All Right Reserved By

ଫୁରସତ |

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମସମନ୍ବୟର ପବିତ୍ର କ୍ଷେତ୍ର। 

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ସାଧାରଣତଃ ବିବାହ ପରେ କନ୍ୟା ବିଦା ହୋଇଥାଏ। ତେବେ ଝାଡ଼ଖଣ୍ଡ ଉତ୍ତର ଛୋଟନାଗପୁର ଅଞ୍ଚଳରେ ରହିଛି ଏକ ପରମ୍ପରା। ଏଠାରେ ବିବାହର କିଛି ଦିନ ପୂର୍ବରୁ ବରଘର ଲୋକେ କନ୍ୟାଘରେ ପହଞ୍ଚିଥାନ୍ତି।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିରେ ଗାଧୋଇଲେ ବିବାହ ହୁଏ ଶୀଘ୍ର...

ବର୍ଷା ପାଣିକୁ ଅତି ପବିତ୍ର ଭାବେ ବିବେଚନା କରାଯାଇଥାଏ। ତେବେ ଏହାର ବିଧିବଦ୍ଧ ଉପଯୋଗ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। 

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

କାହିଁକି ଫୁଲରେ ସଜାଯାଏ ନବବିବାହିତଙ୍କ ବେଡରୁମ୍‌

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ହେଉଛି ଏକ ମଙ୍ଗଳ କାର୍ଯ୍ୟ। ଏହା ଶୁଦ୍ଧ ଓ ପବିତ୍ର। ଏଥିରେ ୨ଟି ଆତ୍ମାର ମିଳନ ହୋଇଥାଏ। ୨ଟି ଅପରିଚିତ ପରିବାର ମଧ୍ୟରେ ଗଢାହୁଏ ନିବିଡ ସମ୍ପର୍କ। ସେଥିପାଇଁ ହିନ୍ଦୁଘରେ ବିଭିନ୍ନ ରୀତିନୀତି ଦେଇ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। 

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ନିୟମିତ ରକ୍ତଦାନ ...

ସମ୍ପ୍ରତି ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ହାର୍ଟ ଆଟାକ୍‌ ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିମୟିତ ରକ୍ତଦାନ କରିବା ଅବାଶ୍ୟକ ବୋଲି ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବାବେଳେ ଏହି ଅଙ୍ଗରେ ପ୍ରଥମେ ପାଣି ପକାଇବା ମନା କାହିଁକି...

ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ହେବାର ରହିଛି ଆବଶ୍ୟକତା


ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ଯେଉଁଠି ସମ୍ବେଦନଶୀଳ ଅଙ୍ଗର ହୁଏ ନାମକରଣ

ପ୍ରଥା ପରମ୍ପରାକୁ ନେଇ ଶୁଣିବାକୁ ମିଳେ କେତେ କ’ଣ କଥା। ଆମେରିକାର ହାଓ୍ବାଇରେ ରହିଥିବା ଏମିତି ଏକ ପରମ୍ପରା ଅଜବ ଲାଗୁଥିଲେ ମଧ୍ୟ ଲୋକେ ଆଜିବି ଏହାକୁ ପାଳନ କରି ଆସୁଛନ୍ତି।

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଚିତ୍ରକର କଲା ବ୍ରେନ୍‌ଷ୍ଟ୍ରୋକ୍‌

ଷ୍ଟ୍ରୋକ୍‌କୁ ସମସ୍ତେ ଡରନ୍ତି। କାରଣ ଷ୍ଟ୍ରୋକ୍‌ ହେବା ପରେ ହୁଏତ ବଞ୍ଚତ୍ବା ସମ୍ଭବ ନୁହେଁ। ମାତ୍ର କେନ୍‌ ଓ୍ବାଲଟର୍ସଙ୍କ ପାଇଁ ବ୍ରେନ୍‌ଷ୍ଟ୍ରୋକ୍‌ ଆଶୀର୍ବାଦ ସାବ୍ୟସ୍ତ ହୋଇଛି। 

ସ୍ମାର୍ଟ ୟୁନିଫର୍ମ

ସ୍ମାର୍ଟ ୟୁନିଫର୍ମ

ଦିନକୁ ଦିନ ପିଲାଙ୍କ ଉପରେ ବଢୁଛି ବିପଦ। ଘରେ, ବାହାରେ, ସ୍କୁଲରେ ସେମାନେ ଏବେ ଆଉ ନାହାନ୍ତି ସୁରକ୍ଷିତ। ତେଣୁ ପାଦେ ପାଦେ ମା’ବାପା ଚାହାନ୍ତି ତାଙ୍କ ଉପରେ ନଜର ରଖିବାକୁ।

୩.୭୮ କୋଟିର ଲିପ୍‌ ଆର୍ଟ

୩.୭୮ କୋଟିର ଲିପ୍‌ ଆର୍ଟ

ମେକ୍‌ଅପ୍‌ ହେବା ସବୁ ଝିଅଙ୍କୁ ଭଲ ଲାଗେ। ଧୀରେ ଧୀରେ ଏହି ମେକ୍‌ଅପ୍‌ ଆର୍ଟର ରୂପ ନେଇଗଲାଣି। ଠିକ୍‌ ଯେମିତି ନେଲ୍‌ ଆର୍ଟ, ହେୟାର ଷ୍ଟାଇଲ୍‌ ଆର୍ଟ, ଲିପ୍‌ ଆର୍ଟ ଆଦି। ଅଷ୍ଟ୍ରେଲିଆର ଜଣେ ଆର୍ଟିଷ୍ଟ ତ ଏହାକୁ ନେଇ ଓ୍ବାର୍ଲଡ୍‌ ରେକର୍ଡ ବି କରିଛନ୍ତି।