ରାଜ୍ୟ |

କାକଟପୁର ବିଡିଓଙ୍କୁ ଗୋବର ମାଡ଼ ଘଟଣା: ଜେଲ ଗଲେ ସରପଞ୍ଚ, ସମିତିସଭ୍ୟ

କାକଟପୁର ବିଡିଓଙ୍କୁ ଗୋବର ମାଡ଼ ଘଟଣା: ଜେଲ ଗଲେ ସରପଞ୍ଚ, ସମିତିସଭ୍ୟ
କାକଟପୁର, ୧୪।୨(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ବ୍ଲକ ବିଡ଼ିଓ ସନ୍ତୋଷ କୁମାର ସାହୁଙ୍କ ଉପରକୁ ଗୋବର ମାଡ଼ ଘଟଣାରେ କାଟକପୁର ପୋଲିସ ମଙ୍ଗଳବାର ରାତିରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପାଟପୁର ସରପଞ୍ଚ ପ୍ରଦୀପ ଦଳାଇ ଓ ବାଙ୍ଗୁରିଙ୍ଗା ସମିତିସଭ୍ୟ ଅଭୟ ମଲ୍ଲ। ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ୨ଅଭିଯୁକ୍ତଙ୍କୁ ରାତାରାତି ନିମାପଡ଼ାସ୍ଥିତ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ନେଇଯାଇଥିଲା। ବୁଧବାର ଦିନ ୧୦ଟାରେ ନିମାପଡ଼ା କୋର୍ଟରେ ହାଜର କରାଯାଇଛି। କୋର୍ଟ ଜାମିନ ଆବେଦନକୁ ନାମଞ୍ଜୁରକରି ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛି। ଅଭଯୁକ୍ତ ଦ୍ୱୟ ନିର୍ଦ୍ଦୋଶ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ ଗୋବର ଫିଙ୍ଗା ଘଟଣାରେ ବିଡିଓ ସେମାନଙ୍କୁ ଫସାଇ ଦେଇଥିବା କହିଛନ୍ତି। ବିଡିଓଙ୍କ ଉପରକୁ ଗୋବର ଫିଙ୍ଗିଥିବା ଯୁବକ ଧରାପଡ଼ିଲେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ ବୋଲି ସେମାନେ କହିଛନ୍ତି। ପ୍ରକାଶ ଯେ, ଗତ ମଙ୍ଗଳବାର ମଧ୍ୟାହ୍ନରେ ବିଡ଼ିଓ ସନ୍ତୋଷ କୁମାର ସାହୁଙ୍କ ଉପରକୁ ବ୍ଲକ କାର୍ଯ୍ୟାଳୟରେ ଗୋବର ମାଡ଼ ହୋଇଥିଲା। ବିଡ଼ିଓଙ୍କ ଅଭିଯୋଗକ୍ରମେ ପୋଲିସ ଦଫା ୪୫୨, ୩୩୨, ୩୫୩, ୩୫୫, ୨୯୪, ୫୦୬, ୧୨୦(ବି), ୩୪ରେ କେସ୍‌ ନଂ. ୧୩/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
All Right Reserved By

ରାଜ୍ୟ |

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋଣାର୍କ, ୧୭।୧୦(ଡି.ଏନ.ଏ.)- ଅର୍କକ୍ଷେତ୍ର କୋଣାର୍କରେ ଘଟିଛି କଳଙ୍କିତ ଘଟଣା। ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ବନ୍ଦ କୋଠରୀରେ ରଖି ଗଣବଳାତ୍କାର କରାଯାଇଛି।

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। 

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସକାଶେ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ତିହିଡ଼ି,୧୭।୧୦(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ନିବଟରୁ ବୁଧବାର ସକାଳେ ତିହିଡ଼ି ପୋଲିସ ଏକ ଡେଲିଭରି ଭ୍ୟାନ୍‌ରୁ ୬୦ ବସ୍ତା କୋଇଲା ଜବତ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। 

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଓଡ଼ିଶାର କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ପୁଣି ଥରେ କ୍ଷମା ମାଗିଛନ୍ତି। ହେଲିକପ୍ଟର ବସି ସେ ଫସିଗଲେ ବୋଲି ବୁଧବାର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ହେଲିକପ୍ଟର ଯାତ୍ରା କରି ପଶ୍ଚାତାପ କରୁଛି। 

ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି

ପଟ୍ଟାମୁଣ୍ଡାଇ,୧୭।୧୦(ସ୍ବ.ପ୍ର.)-ପ୍ରଶାସନ ଓ ପୋଲିସର କଟକଣା ସତ୍ତ୍ୱେ ଚଳିତବର୍ଷ ଦୁର୍ଗାଷ୍ଟମୀରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି ପଡିଛି। 

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା’ ଦୁର୍ଗା। ମହାମାୟାଙ୍କୁ ନଅ ଦିନ ଧରି ଉପାସନା କରାଯାଉଥିବା ବେଳେ ବୁଧବାର ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। 

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲା,୧୭।୧୦(ଡି.ଏନ.ଏ.)- ଆଜି ବି ବଞ୍ଚିଛି ମାନବିକତା । ବରଗଡ ଜିଲାର ସୋହେଲା ସାହୁଟିକିରାଠାରେ କିଛିମାସ ହେବ ମାଟି ଭୁଏ ନାମ୍ନୀ ଜଣେ ବୃଦ୍ଧା ଏକ କୁଡିଆରେ ଆଶ୍ରୟ ନେଇଥିଲେ ।

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ନୂଆପଡା ଅଫିସ,୧୭।୧୦-ନୂଆପଡା ସହରର ମାତ୍ର ୪/୫ କି.ମି ଦୂର ୩୫୩ ନଂ. ଜାତୀୟ ରାଜପଥର ସିଲଦା ନାଲା ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା ସାଁକରା ଗାଁରୁ ଏମାନେ ନୂଆପଡା ଜିଲା କୋମନାରେ ଥିବା ବୈଷ୍ଣୋଦେବୀ ମନ୍ଦିରକୁ ମା’ଙ୍କୁ ଦର୍ଶନ ଲାଗି ଆସିଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ ସହ ମୁହଁାମୁହିଁ ପିଟି ହୋଇଯିବାରୁ ବୋଲେରୋରେ ଥିବା ୯ ଜଣ ତୀର୍ଥ ଯାତ୍ରୀଙ୍କ ସମେତ ଚାଳକଙ୍କ ଜୀବନ ଦୀପ ମଧ୍ୟ ଲିଭି ଯାଇଛି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।