ମେଟ୍ରୋ |

ସ୍ବର୍ଗଦ୍ୱାରକୁ ଜଗିବ ସିସିଟିଭି

ସ୍ବର୍ଗଦ୍ୱାରକୁ ଜଗିବ ସିସିଟିଭି

ପୁରୀ ଅଫିସ, ୧୩।୨: ଦିନକୁ ଦିନ ସ୍ବର୍ଗଦ୍ୱାର ଶ୍ମଶାନରେ ଶୋଷଣ ଓ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି। ଶବ ସତ୍କାର କରିବାକୁ ଆସୁଥିବା ମୃତକଙ୍କ ସମ୍ପର୍କୀୟ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ଏଥିରେ ସୁଧାର ଆଣିବା ପାଇଁ ସ୍ବର୍ଗଦ୍ୱାରରେ ସିସିଟିଭି କ୍ୟାମେରା ଲଗାଯିବାକୁ ସ୍ଥିର ହୋଇଛି। ଆଗାମୀ ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ପୌରସଂସ୍ଥାକୁ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଶ୍ମଶାନ ପରିସରରେ ରାତିରେ ୨ଜଣ ପୋଲିସ କର୍ମଚାରୀ ମୁତୟନ ହେବେ। ସ୍ବର୍ଗଦ୍ୱାର ଉଭୟ ପାର୍ଶ୍ୱସ୍ଥ ରାସ୍ତାରେ ଟ୍ରାଫିକ ପରିଚାଳନା ଲାଗି ପୋଲିସ ମୁତୟନ କରିବା ଲାଗି ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ସ୍ବର୍ଗଦ୍ୱାର ଶ୍ମଶାନରେ କାର୍ଯ୍ୟକାରୀ ହେଉଛି ହରିଶ୍ଚନ୍ଦ୍ର ଯୋଜନା। ଏହି ଯୋଜନା କାର୍ଯ୍ୟକାରିତାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ମଙ୍ଗଳବାର ଜିଲାପାଳ ଅଗ୍ରୱାଲ ହରିଶ୍ଚନ୍ଦ୍ର ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ ଶବସତ୍କାର ପାଇଁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସ୍ବର୍ଗଦ୍ୱାରରେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ଧନୀ ବ୍ୟକ୍ତି ଏହି ଯୋଜନାର ସୁବିଧା ଉଠାଉଛନ୍ତି। ତେଣୁ ଏଣିକି ଏହି ଯୋଜନା ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ଆତ୍ମ ଘୋଷଣାନାମା ଦେବାକୁ ପଡିବ। ସେଥିରେ ସେ ଜଣେ ଗରିବ ବୋଲି ଉଲ୍ଲେଖ କରିବେ। ଏହାସହିତ ସହାୟତା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ମଧ୍ୟ ଘୋଷଣାନାମାରେ ଉଲ୍ଲେଖ ରଖାଯିବାକୁ ସ୍ଥିର ହୋଇଛି। ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ୧୭ଶହ ଟଙ୍କାରେ କାଠ, ପଥଶ୍ରାଦ୍ଧ ସାମଗ୍ରୀ ପୌରସଂସ୍ଥା ଯୋଗାଉଛି। ବାକି ୩ଶହ ଟଙ୍କା ନଗଦ ଆକାରରେ ଦିଆଯାଉଛି। ଏଣିକି ଆଉ ହିତାଧିକାରୀଙ୍କୁ ନଗଦ ଅର୍ଥ ଦିଆଯିବ ନାହିଁି। ସ୍ବର୍ଗଦ୍ୱାରର ପଞ୍ଜୀକରଣ ବ୍ୟବସ୍ଥା କମ୍ପ୍ୟୁଟରାଇଜଡ୍‌ କରାଯିବ। ହରିଶ୍ଚନ୍ଦ୍ର ସହାୟତା ରାଶି ରାଜ୍ୟ ସରକାର ୨ହଜାର ଟଙ୍କା ଦେଉଛନ୍ତି। କିନ୍ତୁ ସ୍ବର୍ଗଦ୍ୱାର ଶ୍ମଶାନରେ ଏହି ଅର୍ଥ ଅଣ୍ଟୁନାହିଁ। ହିତାଧିକାରୀଙ୍କୁ ସାମଗ୍ରୀ ଆକାରରେ ଯୋଗାଯାଉଥିବାରୁ ସମସ୍ୟା ଉପୁଜୁଛି। ପ୍ରତି ହିତାଧିକାରୀ ପାଇଁ ପ୍ରାୟ ୨୭ଶହ ଟଙ୍କା ଆବଶ୍ୟକ ପଡୁଛି। ସ୍ବର୍ଗଦ୍ୱାର କ୍ଷେତ୍ରରେ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶିକୁ ୨୭ଶହ ଟଙ୍କାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ବୈଠକରେ ସ୍ଥିର ହୋଇଛି। ଶବ ସତ୍କାର ଲାଗି ଉନ୍ନୟନ ଫି ବାବଦକୁ ୧୧୦ଟଙ୍କା ଆଦାୟ ହେଉଛି। ହରିଶ୍ଚନ୍ଦ୍ର ଯୋଜନା ସୁବିଧା ନେଉ ନ ଥିବା ହିତାଧିକାରୀଙ୍କଠାରୁ ଏଣିକି ସ୍ବର୍ଗଦ୍ୱାର ଉନ୍ନୟନ ଫି ବାବଦ ୧୫୦ଟଙ୍କା ଆଦାୟ କରାଯିବ। ହରିଶ୍ଚନ୍ଦ୍ର ଯୋଜନାର ହିତାଧିକାରୀଙ୍କଠାରୁ ୩ଶହ ଟଙ୍କା ଉନ୍ନୟନ ଫି ଧାର୍ଯ୍ୟ ହେବ। ରାଜ୍ୟ ସରକାର ୨୭୦୦ ଟଙ୍କା ପ୍ରସ୍ତାବକୁ ଅନୁମୋଦନ କଲେ ଏହି ନୂଆ ଫି’ ଲାଗୁ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏଠାରେ ଥିବା ଦୁଇଟି ଦୋକାନୀ ପଥଶ୍ରାଦ୍ଧ ସାମଗ୍ରୀ ଯୋଗାଉଛନ୍ତି। ବଷର୍ର୍କୁ ପ୍ରାୟ ୬୦ଲକ୍ଷ ଟଙ୍କା ବିକ୍ରି ହେଉଛି। କିନ୍ତୁ ଏହି ଦୋକାନୀଙ୍କୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତ କରାଯାଇନାହିଁ। ଏହାକୁ ଅଡିଟ୍‌ ଆପତ୍ତି ଉଠାଇବାର ସମ୍ଭାବନା ରହିଛି। ତେଣୁ ଏହାକୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଦେବା ଲାଗି ସ୍ଥିର ହୋଇଛି। ବୈଠକରେ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ମେଟ୍ରୋ |

ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ମଙ୍ଗଳବାର ଓ ବୁଧବାର ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଇ ଅଟୋଚାଳକ ସଂଘର ସଫେଇ ଅଭିଯାନ

ଇ ଅଟୋଚାଳକ ସଂଘର ସଫେଇ ଅଭିଯାନ

ପୁରୀ ଅଫିସ,୧୪ା୮: ଇ ଅଟୋଚାଳକ ସଂଘ ପକ୍ଷରୁ ମଙ୍ଗଳବାର ସରକାରୀ କଲେଜ କ୍ୟାମ୍ପସ ପରିଷର ସଫେଇ କରାଯାଇଛି। ଅନୁଷ୍ଠାନ ସହିତ ଜଡିତ ଶତାଧିକ  ଅଟୋଚାଳକ କ୍ୟାମ୍ପସ ସଫେଇ କରିବା ସହ ଅଳିଆ ଆବର୍ଜନା ଓ ଅନାବନା ଗଛଲତା ଓପାଡ଼ିଥିଲେ।

ରାଜଧାନୀରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଘର ମାଲିକ ଅଟକ

ରାଜଧାନୀରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଘର ମାଲିକ ଅଟକ

କଟକ ରୋଡ,୧୪ା୮(ଡି.ଏନ୍‌.ଏ.): ରାଜଧାନୀ ଭୁବନେଶ୍ୱର ତଥା ଏହାର ଉପଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଚଢ଼ାଉ କରାଯାଇ ୧ କୁଇଣ୍ଟାଲ ଗଞ୍ଜେଇ ଓ ୧୬ କେଜି ଅଫିମ ଜବତ କରାଯାଇଛି।

ଆରମ୍ଭ ହେଲା ରଥ ଭଙ୍ଗା

ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ,୧୪ା୮: ସିଂହଦ୍ୱାର ସମ୍ମୁଖରେ ରହିଥିବା ତିନିରଥ ମଧ୍ୟରୁ ମଙ୍ଗଳବାର ସକାଳ ସାଢେ ୯ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। 

ଖଣିରେ ବିସ୍ଫୋରଣବେଳେ ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଖଣିରେ ବିସ୍ଫୋରଣବେଳେ ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଖୋର୍ଦ୍ଧା ଅଫିସ,୧୪।୮: ଖୋର୍ଦ୍ଧା ତହସିଲ ଛତ୍ରମା ମୌଜା କଳିଙ୍ଗ ଖଣିରେ ମଙ୍ଗଳବାର ଭୋର ସମୟରେ ବିସ୍ଫୋରଣ କରାଯାଉଥିବାବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମଳିପଡାର ବାଙ୍ଗୁରୁ କଳସ। ଏଥିରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।

ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ

ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ

ପୁରୀ ଅଫିସ,୧୪ା୮: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଲାଗି ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଚିନ୍ତାରେ ପଡିଛନ୍ତି ସେବାୟତ। ଦାନ, ଦକ୍ଷିଣା ଉପରେ ରୋକ୍‌ ଲଗାଇଥିବା ବେଳେ ବଂଶାନୁକ୍ରମିକ ସେବା ସ୍ବତ୍ୱ ଉଚ୍ଛେଦ ଲାଗି ବି ସୁପ୍ରିମକୋର୍ଟ ପ୍ରସ୍ତାବ ରଖିଛନ୍ତି। 

ଧର୍ମସମ୍ରାଟ କରପାତ୍ରୀଜୀ ମହାରାଜଙ୍କ ଜୟନ୍ତୀ

ଧର୍ମସମ୍ରାଟ କରପାତ୍ରୀଜୀ ମହାରାଜଙ୍କ ଜୟନ୍ତୀ

ପୁରୀ ଅଫିସ,୧୪ା୮: ରାମରାଜ୍ୟ ପରିଷଦ ପ୍ରତିଷ୍ଠାତା ଧର୍ମସମ୍ରାଟ କରପାତ୍ରୀଜୀ ମହାରାଜଙ୍କ ୧୧୧ତମ ଜୟନ୍ତୀ ଉତ୍ସବ ଗୋବର୍ଦ୍ଧନ ମଠରେ ସୋମବାର ପାଳିତ ହୋଇଯାଇଛି। 

ଦାନ ଦକ୍ଷିଣା ଉପରେ କଟକଣା ନ ଲାଗୁ

ଦାନ ଦକ୍ଷିଣା ଉପରେ କଟକଣା ନ ଲାଗୁ

ପୁରୀ ଅଫିସ,୧୪ା୮: ସୁପ୍ରିମ୍‌କୋର୍ଟଙ୍କ ସବୁ ରାୟକୁ ଆମେ ମାନିବାକୁ ପ୍ରସ୍ତୁତ ଅଛୁ। ଶ୍ରୀମନ୍ଦିରରେ ଯଦି ସଂସ୍କାର ଏବଂ ଶୃଙ୍ଖଳା ଆସିବ ତା’ ହେଲେ ଏହା ସମସ୍ତଙ୍କ ପାଇଁ ଗର୍ବର କଥା। କିନ୍ତୁ ଦାନ, ଦକ୍ଷିଣା ସଂଗ୍ରହ ଏବଂ ବଂଶାନୁକ୍ରମିକ ସେବା ଉପରେ କୌଣସି ପ୍ରକାର କଟକଣା ଲଗା ନ ଯାଉ। 

ଘାଇ ନିକଟରେ ପୁଣି ଘଳିଆ ପଡ଼ିଲା

ଘାଇ ନିକଟରେ ପୁଣି ଘଳିଆ ପଡ଼ିଲା

ବାଲିଅନ୍ତା,୧୪।୮(ଡି.ଏନ୍‌.ଏ.)-
ବାଲିଅନ୍ତା ବ୍ଲକ ବେଣ୍ଟପୁର ଗ୍ରାମ ନିକଟରେ ପ୍ରବାହିତ ନିମାପଡ଼ା ଶାଖା କେନାଲରେ ଗତ ସୋମବାର ରାତିରେ ଏକ ଘାଇ ସୃଷ୍ଟି ହୋଇଥିଲା। ଜଳସେଚନ ବିଭାଗ ପକ୍ଷରୁ ୨ଦିନରେ ଘାଇ ମରାମତି କରାଯାଇଥିଲା। 

ଅଖଣ୍ଡ ଭାରତ ସଂକଳ୍ପ ଯାତ୍ରା

ଅଖଣ୍ଡ ଭାରତ ସଂକଳ୍ପ ଯାତ୍ରା

ଭୁବନେଶ୍ୱର,୧୪।୮(ବ୍ୟୁରୋ)-
ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ତରଫରୁ ସୋମବାର ଅଖଣ୍ଡ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ ୩ ହଜାରରୁ ଊର୍ଦ୍ଧ୍ୱ ଯୁବକ ଏହି ଅବସରରେ ଅଖଣ୍ଡ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। 

ପାଟନା ଫ୍ୟାଶନ ଓ୍ବିକ୍‌ରେ ଓଡ଼ିଶା ହସ୍ତତନ୍ତ

ପାଟନା ଫ୍ୟାଶନ ଓ୍ବିକ୍‌ରେ ଓଡ଼ିଶା ହସ୍ତତନ୍ତ

ଭୁବନେଶ୍ୱର,୧୪।୮(ବ୍ୟୁରୋ)-
ନିକଟରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌କୁ ଯାଇ ଚର୍ଚ୍ଚାରେ ରହିଥିବା ଓଡ଼ିଶାର ପରିଚିତ ଟେଲିଭିଜନ ହୋଷ୍ଟ୍‌ ତଥା ଆଗଧାଡ଼ିର ଫ୍ୟାଶନ ଡିଜାଇନର ସଗୁନ୍‌ ସବ୍ୟସାଚୀ ଶତପଥୀ ପୁଣିଥରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ

ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ

ଭୁବନେଶ୍ୱର,୧୪।୮(ବ୍ୟୁରୋ)-
ଆଜିର ପିଲା ଭାରତ, ବିଶ୍ୱ ଓ ବ୍ରହ୍ମାଣ୍ଡର ଭବିଷ୍ୟତ। ତେଣୁ ସେମାନେ କିଭଳି ଚିନ୍ତାମୁକ୍ତ ହୋଇ ପାଠ ପଢ଼ିବେ ଏବଂ ପରୀକ୍ଷା ଦେଇ ଆଗକୁ ବଢ଼ିବେ, ତାହାର ୨୫ଟି ମନ୍ତ୍ର ‘ଏଗ୍‌ଜାମ୍‌ ଓ୍ବାରିୟର୍ସ’ ପୁସ୍ତକରେ ବର୍ଣ୍ଣନା କରାଯାଇଛି।

Model This Week

ଯସ୍ମିନ୍