ରାଜ୍ୟ |

ଟିପ୍ପର ଓଲଟି ୯ ମୃତ: ଲୁହ ଝରେଇଲା ଲୁହାଝର

ଟିପ୍ପର ଓଲଟି ୯ ମୃତ: ଲୁହ ଝରେଇଲା ଲୁହାଝର
ଗୁମ୍ମା/ପାରଳାଖେମୁଣ୍ଡି, ୧୩।୨(ଡି.ଏନ.ଏ/ ସ୍ବ.ପ୍ର.): ଗଜପତି ଜିଲା କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତର ଅଢେଇସିଂ ନିକଟ ଲୁହାଝର ଘାଟି ରାସ୍ତାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧୫ଜଣ ଶ୍ରମିକଙ୍କୁ ନେଇ ଗୁମ୍ମାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ ଇଟାବୋଝେଇ ଟିପ୍ପର (ନଂ. ଓଡି- ୨୦- ୬୧୧୮) ନିୟନ୍ତ୍ରଣ ହରାଇ ଘାଟି ନିକଟରେ ଓଲଟି ପଡିଛି। ଫଳରେ ୯ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୫ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ୪ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ଗୁରୁତର ଆହତ ହୋଇଥିବା ୬ଜଣ ଶ୍ରମିକ ଏବେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ ଦିଲିପ ଗମାଙ୍ଗ, ମେହିନ ଗମାଙ୍ଗ, ଇମାସ ଗମାଙ୍ଗ, ଜିନେଶ ଗମାଙ୍ଗ, ଅନ୍ବେଷା ରଇତ, ମିଷ୍ଟାନ ଭୂୟାଁ, ଜଗିଲା ଗମାଙ୍ଗ, ଅଭିଯାନ ଭୂୟାଁ ଏବଂ ସୁଜନ ଗମାଙ୍ଗ। ବ୍ରେକ୍‌ ଫେଲ ଯୋଗୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଏକ ଟିପ୍ପର (ନଂ. ଓଡି- ୨୦- ୬୧୧୮) ଇଟା ବୋଝେଇ କରି ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତର ଅନୁକୁମ୍ବା ଗ୍ରାମରୁ ଅନୁକୁମ୍ବା- ପାର୍ତ୍ତଡା ରାସ୍ତା ଦେଇ ପାରଳାଖେମୁଣ୍ଡିର ନୂଆସାହିକୁ ଆସୁଥିଲା। ଟିପ୍ପରରେ ଡ୍ରାଇଭରଙ୍କ ସମେତ ୧୫ଜଣ ଶ୍ରମିକ ବସିଥିଲେ। ଲୁହାଝର ଘାଟି ନିକଟରେ ଡ୍ରାଇଭର ହଠାତ ବ୍ରେକ୍‌ ମାରିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ରାସ୍ତାରୁ ପ୍ରାୟ ୫୦ଫୁଟ ତଳକୁ ଖସିପଡିଥିଲା। ଫଳରେ ସେଠାରେ ହିଁ ୫ଜଣଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସମେତ ଗୁମ୍ମା ବିଡିଓ ସୁବାଦାର ପ୍ରଧାନ, ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ପ୍ରଧାନ, କାଶୀନଗର ତହସିଲଦାର ମନୋରଞ୍ଜନ ସାହୁ ପ୍ରମୁଖ ପହଞ୍ଚତ୍ ଆମ୍ବୁଲାନ୍ସ ମଗାଇ ୧୦ଜଣ ଆହତଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏମାନଙ୍କ ମଧ୍ୟରୁ ଚିକିତ୍ସାଳୟରେ ୨ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୩ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ସମୟରେ ଅଭିଜାନ ଭୂୟାଁ ଓ ସୁଜନ ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଶ୍ରମିକମାନଙ୍କ ମଧ୍ୟରୁ ଜିନେଶଙ୍କ ଘର ଗୁମ୍ମା ବ୍ଲକ ସେରଙ୍ଗରେ ହୋଇଥିବା ବେଳେ ଅନ୍ୟ ସମସ୍ତେ ଅନୁକୁମ୍ବା ଗ୍ରାମର ବୋଲି ଜଣାପଡିଛି। ସେହିପରି ୬ଜଣ ଆହତ ଏବେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ, ଦୁର୍ଘଟଣାଗ୍ରସ୍ତ ଟିପ୍ପର ଡ୍ରାଇଭରଙ୍କୁ ପାରଳାଖେମୁଣ୍ଡି ଥାନା ପୋଲିସ ନିଜ ହେପାଜତକୁ ନେଇଛି। ଏ ସମ୍ପର୍କରେ କେସ୍‌ ନଂ. ୩୨/୧୮ ରୁଜୁ ହୋଇ ତଦନ୍ତ ଚାଲିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଭୁବନେଶ୍ୱର, ୧୩।୨(ବ୍ୟୁରୋ)-ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହିତ ମୃତକମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୨ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ଆହତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
All Right Reserved By

ରାଜ୍ୟ |

ସ୍ଥିତି ରକ୍ଷା ପାଇଁ ଲଢ଼େଇ କରୁଛି ହାତୀ: ୫ ବର୍ଷରେ ମାରିଛି ୧୩୧ ମଣିଷ

ସ୍ଥିତି ରକ୍ଷା ପାଇଁ ଲଢ଼େଇ କରୁଛି ହାତୀ: ୫ ବର୍ଷରେ ମାରିଛି ୧୩୧ ମଣିଷ

ବନ୍ତଳା,୨୦ା୮: ସ୍ଥିତି ରକ୍ଷା ପାଇଁ ହାତୀ କରୁଛି ସଂଘର୍ଷ। ଅନେକ ସମୟରେ ସୀମା ଡେଇଁ ଗାଁ ଭିତରେ ପଶି ମାରୁଛି ମଣିଷଙ୍କୁ। ଘର ଭାଙ୍ଗି ମାଟିରେ ମିଶାଇ ଦେଉଥିବା ବେଳେ ଛାରଖାର କରୁଛି ବାଡ଼ି ବଗିଚା। ଜଙ୍ଗଲ ପାଖ ଜମିରେ ଉଜାଡ଼ୁଛି ଫସଲ। 

ବୀମା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ସମସ୍ୟା: ନାମ ପଞ୍ଜୀକରଣ କଲେନି ଚାଷୀ

ବୀମା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ସମସ୍ୟା: ନାମ ପଞ୍ଜୀକରଣ କଲେନି ଚାଷୀ

ଭାପୁର, ୨୦।୮: ‘ମରୁଡ଼ିରେ ଫସଲ ଉଜୁଡ଼ିଲା। ଫସଲ କ୍ଷତି ହେଲେ କ୍ଷତିପୂରଣ ମିଳିବ, ସେଇ ଆଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଇଥିଲି। ମରୁଡ଼ି ଘୋଷଣା ହେବାର ୭ମାସ ବିତିଲାଣି। ଖରିଫ୍‌ ଚାଷ ଯାଇ ରବି ଚାଷ ଶେଷ ହେବା ଉପରେ। ତଥାପି ବୀମା ଟଙ୍କା ମିଳିବ କି ନାହିଁ ଜଣାନାହିଁ। କମ୍ପାନୀ ଉପରୁ ଭରସା ଉଠିଗଲା। ସେଇଥିପାଇଁ ଏଥର ଆଉ ଫସଲ ବୀମା କରିନି।’ 

 ପାଣିଘେରରେ ୯ ପରିବାର: ୨ବର୍ଷ ହେଲା ଭୋଗୁଛନ୍ତି ଯନ୍ତ୍ରଣା, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ

ପାଣିଘେରରେ ୯ ପରିବାର: ୨ବର୍ଷ ହେଲା ଭୋଗୁଛନ୍ତି ଯନ୍ତ୍ରଣା, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ

ପରଜଙ୍ଗ,୨୦।୮(ଡି.ଏନ.ଏ.): ଜଳବନ୍ଦୀ ଜୀବନ। ଘରଦ୍ୱାର, ପାଦଚଲା ରାସ୍ତା ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ପାଣି। ସେଥିରେ ହିଁ ଯାତାୟାତ, ସଉଦାବାଡ଼ି ସବୁକିଛି। ସମସ୍ୟା ଦୀର୍ଘ ୨ବର୍ଷର। ଏଥିରେ ଶଢୁଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ଅଧୀନ ଦଳିତ ବସ୍ତିର ୯ ପରିବାର। ପ୍ରଶାସନକୁ ଗୁହାରି କରି ଥକି ଯାଇଥିବାବେଳେ ସାହିବାସୀ ଏବେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। 

୨ ରାଜପଥ ଲୁଟେରା ଗିରଫ : ବାଇକ୍‌, ଟଙ୍କା, ଏଟିଏମ୍‌ କାର୍ଡ ଜବତ

୨ ରାଜପଥ ଲୁଟେରା ଗିରଫ : ବାଇକ୍‌, ଟଙ୍କା, ଏଟିଏମ୍‌ କାର୍ଡ ଜବତ

ଦଶପଲ୍ଲା,୨୦।୮ (ଡି.ଏନ.ଏ.)- ଦୀର୍ଘଦିନ ଧରି ରାଜପଥରେ ଆତଙ୍କ ଖେଳାଇ ଆସୁଥିବା ୨ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦଶପଲ୍ଲା ଥାନା କଉଡା ଗ୍ରାମର ବିଜୁ ନାୟକ ଓ ହରିଡାବାଡି ଗ୍ରାମର କିଶୋର ସାହୁ।

୩ ଘଣ୍ଟା ଟ୍ରାଫିକ୍‌ରେ ଫସିରହିଲା ଟ୍ରକ୍‌

୩ ଘଣ୍ଟା ଟ୍ରାଫିକ୍‌ରେ ଫସିରହିଲା ଟ୍ରକ୍‌

ନୟାଗଡ଼ ଅଫିସ,୨୦ା୮- ନୟାଗଡ଼ ସହରର ଟ୍ରାଫିକ୍‌ ଛକଠାରେ ରବିବାର ଏକ ଟ୍ରକ୍‌ ୩ଘଣ୍ଟା କାଳ ଫସି ରହିଥିଲା।  ଟ୍ରକ୍‌ଟିର ପତା ଭାଙ୍ଗିଯିବାରୁ ଏହିଭଳି ଅସୁବିଧା ଦେଖାଦେଇଥିଲା। ଫଳରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ୟାତାୟାତ ବାଧାପ୍ରାପ୍ତ ହୋଇଥିଲା। 

କେରଳରେ ଫସିଛନ୍ତି ଜିଲାର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ

କେରଳରେ ଫସିଛନ୍ତି ଜିଲାର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ

ନୟାଗଡ଼ ଅଫିସ,୨୦ା୮- ଗ୍ରାମରେ କାମଧନ୍ଦା ମିଳିଲା ନାହିଁ। ଘରେ ସ୍ତ୍ରୀ ଓ ପୁଅକୁ ଛାଡ଼ି ୪ମାସ ତଳେ କାମ ସନ୍ଧାନରେ କେରଳର ତ୍ରିଶୂରଙ୍କୁ ଯାଇଥିଲେ। ହେଲେ ସେଠାରେ ବର୍ତ୍ତମାନ ଦେଖାଦେଇଥିବା ଭୟଙ୍କର ବନ୍ୟାରେ ଫସିଯାଇଛନ୍ତି। ୪ଦିନ ତଳେ ଟିଭିରେ ନ୍ୟୁଜ୍‌ ଦେଖିବା ପରେ ଫୋନ୍‌ ଲଗାଇଥିଲି। 

ଟଙ୍କା ମୂଲ୍ୟ କମୁଛି: ବିଦେଶରେ କାର୍ଯ୍ୟରତ ଶ୍ରମିକଙ୍କ ଖୁସି ବଢ଼ିଛି

ଟଙ୍କା ମୂଲ୍ୟ କମୁଛି: ବିଦେଶରେ କାର୍ଯ୍ୟରତ ଶ୍ରମିକଙ୍କ ଖୁସି ବଢ଼ିଛି

କେନ୍ଦ୍ରାପଡା ଅଫିସ, ୨୦।୮- ଆମେରିକାନ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ କମିଛି। ଆମେରିକାର ୧ ଡଲାର ମୂଲ୍ୟ ଏବେ ଭାରତୀୟ ମୁଦ୍ରାରେ ୭୦ ଟଙ୍କା ଅତିକ୍ରମ କରିଛି। ଏହା ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଇବ ଅର୍ଥନିତିଜ୍ଞମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।

ପୂର୍ବ ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ଗ୍ରାମରେ ପୋଲିସ ମୁତୟନ, ଥାନାରେ ଅଭିଯୋଗ

ପୂର୍ବ ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ଗ୍ରାମରେ ପୋଲିସ ମୁତୟନ, ଥାନାରେ ଅଭିଯୋଗ

ମହାକାଳପଡା, ୨୦।୮(ଡି.ଏନ୍‌.ଏ.)-ମହାକାଳପଡା ଥାନା ଅଧୀନ ବଳିପାଳ ପଞ୍ଚାୟତର ବାଲିସାହି ଗ୍ରାମରେ ବିଭିନ୍ନ କାରଣକୁ ନେଇ ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗିରହିଛି। ଏହି ବିବାଦକୁ ନେଇ ରବିବାର ମହାକାଳପଡା ଥାନାରେ ଅଭିଯୋଗ ହୋଇଛି। 

ଦିନକର କାହାଣୀ : କଲେଜରେ ପଢି ନ ପାରିବା ମୋ’ର ବଡ଼ ଅବସୋସ

ଦିନକର କାହାଣୀ : କଲେଜରେ ପଢି ନ ପାରିବା ମୋ’ର ବଡ଼ ଅବସୋସ

ଜଗତ୍‌ସିଂହପୁର ଅଫିସ,୨୦ା୮: ୧୦ମ ପାସ ପରେ କଲେଜରେ ପଢିବାକୁ ବହୁତ ଇଛା ଥିଲା। କିନ୍ତୁ ପଢି ପାରିଲିନି। ଏହା ମୋ ଜୀବନରେ ଏକ ଅବଶୋଷ। ବାପା ଧୀରେନ୍ଦ୍ର ଚାନ୍ଦଙ୍କ ଅସୁସ୍ଥତା ଓ ଅର୍ଥାଭାବ ମୋ ଜୀବନର ଗତି ବଦଳାଇଦେଲା। ଶେଷରେ ଫୁଟପାଥ୍‌ରେ ଏକ ଚା ଦୋକାନ କରି ପରିବାର ଭରଣପୋଷଣ କରୁଛି। 

ପିସିସି ସମ୍ପାଦକ ହେଲେ ତ୍ରିପତି ଗୁରୁ

ପିସିସି ସମ୍ପାଦକ ହେଲେ ତ୍ରିପତି ଗୁରୁ

କୁନ୍ଦୁରା,୨୦।୮(ଡି.ଏନ୍‌.ଏ.): କୁନ୍ଦୁରା ସଦର ପଞ୍ଚାୟତ ଅନ୍ତର୍ଗତ କୁଡୁମପଦର ଗ୍ରାମର ତ୍ରିପତି ଗୁରୁଙ୍କୁ ପ୍ରଦେଶ କଂଗ୍ରେସ କମିଟିରେ ସ୍ଥାନ ମିଳିଛି। ସେ ସମ୍ପାଦକ ମନୋନୀତ ହେବା ପରେ ରବିବାର କୁନ୍ଦୁରା ସ୍ଥିତ କଂଗ୍ରେସ ଭବନରେ ଏନେଇ ଶୁଭେଚ୍ଛୁ ପହଞ୍ଚତ୍ଥିଲା।

ଚାନ୍ଦିଲି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବ୍ୟାପୁଛି ଡେଙ୍ଗୁ

ଚାନ୍ଦିଲି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବ୍ୟାପୁଛି ଡେଙ୍ଗୁ

ଜେକେପୁର,୨୦।୮(ଡି.ଏନ୍‌.ଏ)- ରାୟଗଡା ଜିଲା ଚାନ୍ଦିଲି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ମାସ ମାସ ଧରି ପଞ୍ଚାୟତର ବିଭିନ୍ନ ଓ୍ବାର୍ଡରେ ଥିବା ନାଳ ନର୍ଦ୍ଦମା ସଫା କରାଯାଉନାହିଁ । ରାସ୍ତାଘାଟରେ କୁଢ଼ କୁଢ଼ ଆବର୍ଜନା ପଡି ରହବାରୁ ପୂର୍ତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । 

ପକ୍ଷାଘାତରେ ପୀଡ଼ିତ୍‌ ଚୈତନ୍ୟ: ଚିକିସତ୍ାରେ ଟଁକା ବାଧକ୍‌

ପକ୍ଷାଘାତରେ ପୀଡ଼ିତ୍‌ ଚୈତନ୍ୟ: ଚିକିସତ୍ାରେ ଟଁକା ବାଧକ୍‌

ପଲମ,୨୦।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ସଦର ପଁନ୍‌ଚେତ୍‌ ଜଗନ୍ନାଥ ଗୁଡି ପଛ୍‌ଫାଲେ ଗୁଟେ ଝୁପ୍‌ଡି ଘର୍‌ କରି ବହୁତ୍‌ ବଛର୍‌ ହେଲା ରହି ଆସୁଛନ୍‌ ଚୈତନ୍ୟ ପୁଞ୍ଜିକଁର ପରିବାର। ତାକର ପରିବାର କହେଲେ ମାଏଝି କୌଶଲ୍ୟା ଆର୍‌ ୫ ଛୁଆପିଲା।