ରାଜ୍ୟ |

କାକଟପୁର ବିଡିଓଙ୍କୁ ଗୋବର ମାଡ଼

କାକଟପୁର ବିଡିଓଙ୍କୁ ଗୋବର ମାଡ଼
କାକଟପୁର, (ଡି.ଏନ୍‌.ଏ.)/ପୁରୀ ଅଫିସ, ୧୩।୨: ପୁରୀ ଜିଲା କାକଟପୁର ବ୍ଲକରେ ଘଟିଛି ଅଭାବନୀୟ ଘଟଣା। ବିଡିଓ ସନ୍ତୋଷ କୁମାର ସାହୁ ବ୍ଲକ କାର୍ଯ୍ୟାଳୟରେ ବସି କାମ କରୁଥିବା ବେଳେ ମଙ୍ଗଳବାର ତାଙ୍କ ଉପରକୁ ଜଣେ ଯୁବକ ଗୋବର ମାଡ଼ କରିଛନ୍ତି। ଗୋବର ବିଡିଓଙ୍କ ଶାର୍ଟରେ ପଡିବା ସହିତ ଟେବୁଲ ଉପରେ ପଡିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ବିଡିଓ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବ୍ଲକ କର୍ମଚାରୀମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ସଂଘ(ଓଏଏସ୍‌) ପୁରୀ ଜିଲା ଶାଖା ଏହି ଘଟଣାକୁ ମଧ୍ୟ ତୀବ୍ର ନିନ୍ଦା କରିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ବେଳେ ଜଣେ ଯୁବକ ବିଡିଓ ସାହୁଙ୍କ କକ୍ଷକୁ ଆସି ହଠାତ୍‌ ଗୋବର ଫୋପାଡି ଦୌଡି ପଳାଇଥିଲେ। ଗୋବର ମାଡ଼ର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ତେବେ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ପଛରେ ୨ଟି କାରଣ ରହିଥିବା କୁହାଯାଉଛି। ବିଡିଓଙ୍କର ଯାଜପୁର ଜିଲା ବରୀକୁ ବଦଳି ହୋଇଛି। କିନ୍ତୁ କାକଟପୁର ବ୍ଲକ ପାଇଁ ଆଉ କାହାକୁ ପୋଷ୍ଟିଙ୍ଗ କରାଯାଇନାହିଁ। ତେଣୁ ବିଡିଓ ବଦଳି ହୋଇଥିବା ସ୍ଥାନକୁ ଯାଉ ନାହାନ୍ତି। ଅନ୍ୟପକ୍ଷରେ କାକଟପୁର ବ୍ଲକ ଅଞ୍ଚଳର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଜିଲାସ୍ତରୀୟ ଅଧିକାରୀମାନେ ଯାଞ୍ଚ କରିଥିଲେ। ତାଲିକାରୁ କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ କାଟି ଦିଆଯାଇଥିଲା। ଗୋବର ମାଡ଼ କରିଥିବା ଯୁବକଙ୍କ ନାମ ତାଲିକାରୁ କଟି ଯାଇଥିବାରୁ ସେ କ୍ରୋଧାନ୍ବିତ ହୋଇ ଏଭଳି କାଣ୍ଡ ଘଟାଇଥିବା ଆଲୋଚନା ହେଉଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ବ୍ଲକ କାର୍ଯ୍ୟକୁ ଠପ୍‌ କରିଦିଆଯିବ ବୋଲି ବ୍ଲକ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ବିଡିଓ ସାହୁ କାକଟପୁର ଥାନାରେ କରିଥିବା ଲିଖିତ ଅଭିଯୋଗରେ ଅଭିଯୁକ୍ତଙ୍କ ନାମ ଏବଂ କେଉଁ କାରଣରୁ ଗୋବର ମାଡ ହେଲା ତାହା ଉଲ୍ଲେଖ କରାଯାଇନାହିଁ। ତେବେ ବିଡିଓ ସାହୁ ଆମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଧନିତ୍ରୀ ଗାଁର ଜ୍ଞାନରଞ୍ଜନ ମଲ୍ଲ (ଗନୁଆ) ନାମକ ଯୁବକ ଗୋବର ମାଡ଼ କରିଛନ୍ତି। ଏ ସଂକ୍ରାନ୍ତରେ ସେ ପୋଲିସକୁ ଫୋନ କରି ଜଣାଇଛନ୍ତି। କାକଟପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁ କହିଛନ୍ତି, ବିଡିଓଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ ମାମଲା ରୁଜୁ ହୋଇନାହିଁ। ଏ ସମ୍ପର୍କରେ ଓଡ଼ିଶା ପ୍ରଶାସନିକ ସେବା ସଂଘ ପୁରୀ ଜିଲା ଶାଖାର ସମ୍ପାଦକ ତଥା ଉପଜିଲାପାଳ ମଧୁସୂଦନ ଦାସ କହିଛନ୍ତି, ଏଭଳି କାର୍ଯ୍ୟ ନିନ୍ଦନୀୟ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସୂଚନାଯୋଗ୍ୟ, ପୁରୀ ଜିଲାରେ ସରକାରୀ କର୍ମଚାରୀଙ୍କ ପ୍ରତି ଅସହିଷ୍ଣୁତା ବଢିବାରେ ଲାଗିଛି। ୨୦୧୬ ରଥାଯାତ୍ରର ନୀଳାଦ୍ରିବିଜେରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ କେତେଜଣ ସେବାୟତ ଦୁର୍ବ୍ୟବହାର କରିଥିଲେ। କିଛି ଦିନ ତଳେ କଣାସ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଦୁଇଜଣ ଯୁବକ ବ୍ଲକ କାର୍ଯ୍ୟାଳୟରେ ପଶି ମାଡ଼ ମାରିଥିଲେ। ସେହିପରି କଣାସ ତହସିଲ ଅଞ୍ଚଳର ଦୁଇ ଜଣ ରାଜସ୍ବ ନିରୀକ୍ଷକଙ୍କୁ ମଧ୍ୟ ଦୁର୍ବ୍ୟହାର ଓ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ସେହିପରି କିଛି ଦିନ ତଳେ ଡେଲାଙ୍ଗର ଏକ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କେତେଜଣ ଯୁବକ ମଳ ଫୋପାଡିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଗତ ୫ତାରିଖରେ ସାକ୍ଷୀଗୋପାଳ ବ୍ଲକର ଗ୍ରାମ ଜଳଯୋଗାଣର ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଜଣେ ସରପଞ୍ଚଙ୍କ ସ୍ବାମୀ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।
All Right Reserved By

ରାଜ୍ୟ |

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

 ସୋନପୁର,୧୧।୧୨(ନି.ପ୍ର.): ସୁବର୍ଣ୍ଣପୁର ସହରର ଥନାପତିପଡା, ନୂଆପଡା, ଧୀବରପଡା ଓ ମାଳିପଡାରେ ଝାଡାବାନ୍ତି ବ୍ୟାପିଛି। ତରଳ ଝାଡା ଯୋଗୁଁ ୧୬ଜଣ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦୂଷିତ ପାଇପ ପାଣି ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। 

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଭୁବନେଶ୍ୱର,୯।୧୨(ବ୍ୟୁରୋ)- ଭାଜପା ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇନାହିଁ। ନିର୍ବାଚନ ହେଉଥିବା ଏହି ସମସ୍ତ ରାଜ୍ୟରେ ଚାଷୀ ଆନ୍ଦୋଳନ ଜୋର ଧରିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ସ୍ବାମୀନାଥନ କମିଟି ସୁପାରିଶ କରିଥିଲେ। ହେଲେ ଏହାକୁ କେନ୍ଦ୍ରରେ ସରକାରରେ ଥିବା ଭାଜପା କାର୍ଯ୍ୟକାରୀ କରିନାହିଁ। 

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

 ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଗୁଡ଼ଭେଲା,୧୧ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତାଣ୍ଡିଗାଁ ଗ୍ରାମର ୨୨ବର୍ଷିୟ ଯଦୁ ହରପାଲ ପ୍ରାୟ ଆଠ ମାସ ହେଲା  ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଘରେ ପଡି ରହିଛନ୍ତି। ଖବର ଜାଣିବା ପରେ ମଧ୍ୟାହ୍ନରେ  ଗୁଡଭେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଯଦୁଙ୍କ ଘରେ ପହଞ୍ଚତ୍ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ।     

 ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍,  ଲକ୍ଷାଧିକ ଟଙ୍କାର ସମ୍ପତ୍ତିି  ପୋଡିଗଲା

ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍, ଲକ୍ଷାଧିକ ଟଙ୍କାର ସମ୍ପତ୍ତିି ପୋଡିଗଲା

କପ୍ତିପଦା:୧୧ା୧୨(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ୍‌ ଅଧିନ ଶାଳଚୁଆ ପଞ୍ଚାୟତ ସୋଲଗଡିଆ ଗ୍ରାମରେ ମଙ୍ଗଳବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି ।  ଏହି ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ପ୍ରମୋଦ ବିଶ୍ୱାଳଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି।   ଖବର ପାଇ କପ୍ତିପଦା ଦଳକଳବାହିନୀର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଛନ୍ତି । 

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱର ଅଫିସ, ୧୧।୧୨-କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜିଲାର ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ସହିତ ନିର୍ବାଚନ ପ୍ରସ୍ତୁତି, ଭୋଟର ପରିଚୟପତ୍ର ପ୍ରଦାନ, ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତିଠାରୁ ଆରମ୍ଭ କରି ସ୍ବଳ୍ପ ସଞ୍ଚୟ କାର୍ଯ୍ୟକ୍ରମ ଆଦି ସମୀକ୍ଷା କରାଯାଇଥିଲା । 

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର,୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା  ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମଙ୍ଗଳବାର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଁ ବି ଚାମ୍ପିୟାନ୍‌ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ ଓ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। 

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୪ ଜିଲାର ୫ଟି ବ୍ଲକ ପାଇଁ ୨୩.୭୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି।

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ବରଗଡ଼ ଅଫିସ୍‌,୧୧।୧୨: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜୋର୍‌ ଧରି ବସିଛି। ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସ୍ଥାନୀୟ କୋର୍ଟ ସମ୍ମୁଖରେ ଗଣଧାରଣା ଦେଇଛି। 

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବି ନେଇ ଆସନ୍ତା ୧୭ରେ କୋସଲ ରାଜ୍ୟ ସମନ୍ବୟ ସମିତି କୋସଲ ମହାବନ୍ଦ ଡାକରା ଦେଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।