କେନ୍ଦୁଝର, ୬।୮(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ରବିବାର ଚେଙ୍"> ଚେଙ୍କ ନେଲା ଆଉ ଏକ ଶିଶୁର ଜୀବନ କେନ୍ଦୁଝର, ୬।୮(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ରବିବାର ଚେଙ୍" /> କେନ୍ଦୁଝର, ୬।୮(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ରବିବାର ଚେଙ୍" /> କେନ୍ଦୁଝର, ୬।୮(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ରବିବାର ଚେଙ୍" />
Dharitri News
ବାଲେଶ୍ୱର

ଚେଙ୍କ ନେଲା ଆଉ ଏକ ଶିଶୁର ଜୀବନ

ଚେଙ୍କ ନେଲା ଆଉ ଏକ ଶିଶୁର ଜୀବନ କେନ୍ଦୁଝର, ୬।୮(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ରବିବାର ଚେଙ୍କ ଖାଇ ପୁଣି ଜଣେ ୨୫ ଦିନର ଶିଶୁର ମୃତ୍ୟୁ ଘଟିଛି। ସେ ହେଲେ ହରିଚନ୍ଦନପୁରର ଖରିବା ଗଁାର ମାଳତି  ଜୁଆଙ୍ଗଙ୍କ ପୁଅ। ପେଟ ରୋଗ ଭଲ ହେବା ପାଇଁ ତାଙ୍କୁ ଚେଙ୍କ ଦିଆଯାଇଥିଲା। ଅବସ୍ଥା ଗୁରୁତର ୨୯ ତାରିଖରେ ଶନିବାର ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ଏକ ସପ୍ତାହ ମଧ୍ୟରେ ଚେଙ୍କ ନେଇ ଅସୁସ୍ଥ ହୋଇପଡ଼ିଥିବା ଏହି ଅଞ୍ଚଳର ୨ ଜଣ ଶିଶୁଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗତ ୧ ତାରିଖରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ଘର କୁଲାଢାଙ୍କୁଣୀର କୁଳମଣୀ ଜୁଆଙ୍ଗଙ୍କ ପୁଅ। କେବଳ ଏହି ୨ ଶିଶୁ ନୁହନ୍ତି ଜୁଆଙ୍ଗ ପିଢି ଅଞ୍ଚଳରେ ଅନେକ ଶିଶୁଙ୍କୁ ଏଭଳି ଚେଙ୍କ ଦେଇ ଚିକିତ୍ସା କରାଯାଉଛି। ଅବସ୍ଥା ଗୁରୁତର ହେଲେ ଡାକ୍ତରଖାନା ଅଣାଯାଉଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ରୋଗରୁ ମୁକୁଳିବା ଲାଗି ଶିଶୁଙ୍କୁ ଚେଙ୍କ ଦେଉଥିବା ଅଭିଯୋଗ ହେଉଛି। ଏସବୁ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ଥିବା ଏବଂ ସଚେତନତା ଅଭାବ କାରଣରୁ ଚେଙ୍କ ଚିକିତ୍ସା ଭଳି ପନ୍ଥାକୁ ଲୋକେ ଆଦରୁଛନ୍ତି। ଫଳରେ ଅକାଳରେ ଶିଶୁଙ୍କ ଜୀବନ ଝରିପଡ଼ୁଛି।  

ବାଲେଶ୍ୱର

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ  ଚିହ୍ନଟ

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ ଚିହ୍ନଟ

କେନ୍ଦୁଝର,୧୭।୧(ସ୍ବ.ପ୍ର.)-କେନ୍ଦୁଝର ବନଖଣ୍ଡର ୫ ବନାଞ୍ଚଳରେ ସମୁଦାୟ ୨୭ ଜାତିର ୩୩୮୩ଟି ଦେଶୀ ଓ ବିଦେଶୀ ପକ୍ଷୀ ରହିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରି ଚିହ୍ନଟ କରାଯାଇଛି।

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର ମଧ୍ୟମ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପାଣି ପଞ୍ଚାୟତ ସଚେତନତା ରଥର ଶୁଭାରମ୍ଭ ହୋଇଛି।

ମୁର୍ମୂର୍ଷୁ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ମୃତ୍ୟୁ

ବସ୍ତା,୧୭।୧(ଡି.ଏ.ନ.ଏ.)-ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଜାମଶୂଳୀ ଛକ ନିକଟ ରାସ୍ତା ପାର୍ଶ୍ୱରେ ବୁଧବାର ମୁର୍ମୂର୍ଷ ଅବସ୍ଥାରେ ପଡିଥିବା ଜନୈକ ମହିଳାଙ୍କୁ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

କିନ୍ନରଙ୍କ ସାମ୍ବିଧାନିକ ଅଧିକାରକୁ ଗୁରୁତ୍ୱ

କିନ୍ନରଙ୍କ ସାମ୍ବିଧାନିକ ଅଧିକାରକୁ ଗୁରୁତ୍ୱ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ କିନ୍ନରମାନଙ୍କର ସାମ୍ବିଧାନିକ ଅଧିକାର ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ବଳାତ୍କାର ମାମଲାରେ ୧୦ବର୍ଷ ଜେଲ ଦଣ୍ଡ

ବାଲେଶ୍ୱର ଅଫିସ,୧୭।୧- ବାଲେଶ୍ୱର ଅତିରିକ୍ତ ଜିଲା ଜଜ୍‌-୨ ଦେବାଶିଷ ରାଉତ ବୁଧବାର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି।

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୭ ଗିରଫ

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୭ ଗିରଫ

ବାଲେଶ୍ୱର ଅଫିସ/ରେମୁଣା,୧୭।୧(ଡି.ଏନ.ଏ.)- ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲା ସୀମାବର୍ତ୍ତୀ ବାଙ୍କତିରା ଏବଂ କଳମା ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିବା ପରଠାରୁ ଉଭୟ ଗ୍ରାମରେ ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଗଣ୍ଡଗୋଳ ପରେ ପୋଲିସ ଚଢାଉ କରି ମଙ୍ଗଳବାର ରାତିରେ ୨ ଗ୍ରାମରୁ ୧୭ ଜଣଙ୍କୁ ଗିରଫ କରିଛି।

ପୂର୍ବତନ ତହସିଲଦାରଙ୍କୁ ବର୍ଷେ ଜେଲ୍‌

ବାରିପଦା ଅଫିସ,୧୭।୧- ମୟୂରଭଞ୍ଜ ଜିଲା ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର ଜଜ ତାରାପ୍ରସାଦ ରଥ ବୁଧବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧ବର୍ଷ ଜେଲ ଦଣ୍ଡ ପ୍ରଦାନ କରିବା ସହ ୨୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।

ତ୍ରିବେଣୀ ଘାଟରେ ଦାମୋଦର ମେଳା

ତ୍ରିବେଣୀ ଘାଟରେ ଦାମୋଦର ମେଳା

ବଡସାହି,୧୭। ୧(ସ୍ବ.ପ୍ର)- ବଡସାହି ବ୍ଲକ ବେଲପାଳ ବୁଢାବଳଙ୍ଗ ନଦୀର ସଲମା ଆୟ ଅସ୍ଥି ବିସର୍ଜନ ତ୍ରିବେଣୀ ଘାଟରେ ବୁଧବାର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ରଘୁନାଥ ମୁର୍ମଙ୍କ ସମୁଦୁଣୀ ସଲମା ଆୟଙ୍କ ନାମରେ ଏହି ଘାଟର ନାମ କରଣ କରାଯାଇଛି।

ବନ୍ୟଜନ୍ତୁଙ୍କ ଚମଡା, ହାଡ଼  ଜବତ

ବନ୍ୟଜନ୍ତୁଙ୍କ ଚମଡା, ହାଡ଼ ଜବତ

ବାରିପଦା ଅଫିସ,୧୭।୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟରୁ ବନ୍ୟଜନ୍ତୁଙ୍କୁ ଶିକାର କରି ଚମଡା, ନଖ, ହାଡ ଆଦି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ଏକ ଆନ୍ତଃରାଜ୍ୟ ର଼୍ୟାକେଟକୁ ଠାବ କରାଯାଇଛି। କେତେକ ବନ୍ୟଜନ୍ତୁଙ୍କ ହାଡ ଚାଲାଣ ହେବା ବେଳେ ନିକଟରେ ଝାଡଖଣ୍ଡ ରାଜ୍ୟ ମାଝିଗାଁ ଥାନା ପୋଲିସ ଏହାକୁ ଜବତ କରି ସେଠାରେ ୫ ଜଣଙ୍କୁ ଅଟକ ରଖିଥିଲା।

ଅନ୍ଧାରରେ ବିତୁଛି ଦୁଇଭାଇଙ୍କ ଜୀବନ

ଅନ୍ଧାରରେ ବିତୁଛି ଦୁଇଭାଇଙ୍କ ଜୀବନ

ଭଦ୍ରକ ଅଫିସ,୧୭।୧- ଭଦ୍ରକ ଜିଲା ଧାମନଗର ବ୍ଲକ ଶୋଧ ପଞ୍ଚାୟତ କୋଳେଇପଦା ଗ୍ରାମରେ ମାନସ ରଞ୍ଜନ ଦେବତା (୩୦)ଏବଂ ସାନ ଭାଇ ପ୍ରକାଶ ରଞ୍ଜନ ଦେବତା (୨୨) ମାନସିକ ରୋଗରେ ପୀଡିତ ହୋଇ ଏକ ଅନ୍ଧାର କୋଠରୀରେ ୫ ବର୍ଷ ହେଲା ପଡି ରହିଛନ୍ତି। ଏହି ଦୁଇ ଭାଇଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଜିଲା ପ୍ରଶାସନ ନିକଟରେ ଗୁହାରି ନିରାଶ ହୋଇଛନ୍ତି।

ମଣ୍ଡିରେ ଧାନ ଦେଇ ମୂଲ୍ୟ ପାଉ ନାହାନ୍ତି ଚାଷୀ

କପ୍ତିପଦା,୧୭।୧(ଡି଼.ଏନ୍‌.ଏ)-କପ୍ତିପଦା ବ୍ଲକ ଅଧିନ ଜାମୁଡିହା ଲ୍ୟାମ୍ପ୍ସରେ ଚାଷୀମାନେ ଧାନ ମଣ୍ଡିରେ ଧାନ ଦେବାର ୮ ଦିନ ପରେ ମଧ୍ୟ ସେମାନଙ୍କ ଜମା ଖାତାକୁ ଟଙ୍କା ନ ଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କେତେକ ଚାଷୀ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସମେତ ଲ୍ୟାମ୍ପ୍ସର ଏମଡିଙ୍କୁ ଅବଗତ କଲେ ମଧ୍ୟ କାୈଣସି ସୁଫଳ ମିଳି ନାହିଁ। ଯାହାଫଳରେ ଚାଷୀ ମାନେ ଜିଲାର ପ୍ରମୁଖ ପର୍ବ ମକରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।

ଅନଶନରେ ବସିଲେ ମା’, ଝିଅ

ଅନଶନରେ ବସିଲେ ମା’, ଝିଅ

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ନଦୀବନ୍ଧ ଥାନା ଅଧୀନ କଳିଗାଁର ଏକ ପରିବାରର ଜଣେ ଅସହାୟ ମହିଳା ଶାନ୍ତିଲତା ସେଠୀ ତାଙ୍କ ଝିଅ ସହ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି।