ରାଜ୍ୟ |

ସୁନ୍ଦରଗଡ଼ ନିର୍ବାଚନ ଅନିୟମିତତା ମାମଲା: ବିଧାୟକ ଯୋଗେଶ ସିଂ ଆଶ୍ୱସ୍ତ

ସୁନ୍ଦରଗଡ଼ ନିର୍ବାଚନ ଅନିୟମିତତା ମାମଲା: ବିଧାୟକ ଯୋଗେଶ ସିଂ ଆଶ୍ୱସ୍ତ
କଟକ ଅଫିସ, ୧୩ା୨- ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି। ନିର୍ବାଚନୀ ଅନିୟମିତତା ମାମଲାରେ ତାଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହିତ ପ୍ରତିପକ୍ଷମାନଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ବଳରେ ଯୋଗେଶଙ୍କ ସଭ୍ୟପଦ କାଏମ ରହିଛି। ବିଚାରପତି ଏ.କେ. ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଦର୍ଶାଇଛନ୍ତି ଯେ, ଆବେଦନକାରୀ ଏହି ସମୟ ମଧ୍ୟରେ ବିଧାନସଭାର ସମସ୍ତ କାର୍ଯ୍ୟରେ ଯୋଗଦେବାର ସୁଯୋଗ ପାଇବେ। ତେବେ ସେ ଗୃହରେ ଭୋଟ ଦେବାର ଅଧିକାର ପାଇବେ ନାହିଁ। ହାଇକୋର୍ଟଙ୍କ ଗତ ଜାନୁୟାରୀ ୩୦ ଆଦେଶକୁ ଚ୍ୟାଲେଞ୍ଜ କରି କଂଗ୍ରେସ ବିଧାୟକ ସିଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ୍‌ ଓ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଯୁକ୍ତିରେ ଦର୍ଶାଯାଇଥିଲା, ଯୋଗେଶ ଖଣ୍ଡାୟତ ଭୂୟାଁ ଜାତିର ବୋଲି ପ୍ରତିପକ୍ଷଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଯୋଗେଶ ଭୂୟାଁ ଏବଂ ଅନୁସୂଚିତ ଜନଜାତିର ହୋଇଥିବା ହାଇକୋର୍ଟ ତାଙ୍କ ଆଦେଶରେ ମଧ୍ୟ ସ୍ପଷ୍ଟ କରିଥିଲେ। କିନ୍ତୁ ସତ୍ୟପାଠରେ କିଛି ତଥ୍ୟ ନାହିଁ ବୋଲି ଦର୍ଶାଇ ହାଇକୋର୍ଟ ତାଙ୍କ ସଦସ୍ୟ ପଦ ରଦ୍ଦ କରିଛନ୍ତି ବୋଲି ଆଚାର୍ଯ୍ୟ ଯୁକ୍ତି ବାଢିଥିଲେ। ଏହି ଆଦେଶ ସମ୍ପୂର୍ଣ୍ଣ ବେଆଇନ ଓ ଜନପ୍ରତିନିଧି ଆଇନର ବିରୋଧୀ ବୋଲି ଆଚାର୍ଯ୍ୟ ଯୁକ୍ତି ଜରିଆରେ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ସୂଚନାଯୋଗ୍ୟ, ୨୦୧୪ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ପରାଜିତ ଭାଜପା ପ୍ରାର୍ଥୀ ସହଦେବ ଖାକା ଓ ଜଣେ ଭୋଟର ଅଜୟ ପଟେଲଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଥିଲା। ବିଧାୟକ ସିଂ ଜାଲ୍‌ ଜାତିଗତ ପ୍ରମାଣ ଦେଇଥିବା ଅଭିଯୋଗ ଆଣି ତାଙ୍କ ନିର୍ବାଚନକୁ ରଦ୍ଦ କରିବା ପାଇଁ ପିଟିଶନରେ ପ୍ରାର୍ଥନା କରାଯାଇଥିଲା। ଆବେଦନକାରୀ ତାଙ୍କ ପିଟିଶନରେ ଦର୍ଶାଇଥିଲେ ଯେ, ଯୋଗେଶ ସିଂ ଖଣ୍ଡାୟତ ଭୂୟାଁ ଜାତିର ହୋଇଥିବାବେଳେ ଭୂୟାଁ ଅନୁସୂଚିତ ଜନଜାତିର ପ୍ରମାଣପତ୍ର ହାସଲ କରିଥିଲେ। ଏଥିସହ ସେ ବିଧାୟକ ପଦ ପାଇଁ ନାମାଙ୍କନପତ୍ର ଦାଖଲ ସମୟରେ ପ୍ରଦାନ କରିଥିବା ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିଲେ ବୋଲି ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସ୍ତ୍ରୀ, ପିଲା ଓ ସମ୍ପତ୍ତି ସମ୍ପର୍କରେ ସତ୍ୟପାଠରେ ଠିକ୍‌ ତଥ୍ୟ ଉପସ୍ଥାପନ କରାଯାଇ ନ ଥିଲା। ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ହାଇକୋର୍ଟ ଗତ ଜାନୁୟାରୀ ୩୦ରେ ବିଧାୟକ ଯୋଗେଶ ସିଂଙ୍କ ସଭ୍ୟପଦକୁ ରଦ୍ଦ କରିଥିଲେ। ଏଥିସହ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ସେ ପ୍ରତିନିଧିତ୍ୱ କରୁଥିବା ସୁନ୍ଦରଗଡ଼ ଆସନ ଖାଲି ପଡ଼ିଲା ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ।
All Right Reserved By

ରାଜ୍ୟ |

ବଙ୍ଗରଦୁଆ ଘାଟି ତଳକୁ ଟ୍ରକ ଖସିବା ଘଟଣା: ମୃତକ ସଂଖ୍ୟା ୧୦ କୁ ବୃଦ୍ଧି

ବଙ୍ଗରଦୁଆ ଘାଟି ତଳକୁ ଟ୍ରକ ଖସିବା ଘଟଣା: ମୃତକ ସଂଖ୍ୟା ୧୦ କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣା ଘଟଣାରେ ବ୍ରହ୍ମପୁର ବଡ଼ ମେଡିକାଲରେ  ୪ ଜଣଙ୍କ  ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ସବୁ ପଞ୍ଚାୟତ ଓ ସବୁ ବ୍ଲକରେ ପହଞ୍ଚି ଓଡ଼ିଶାର ଗ୍ରାମାଞ୍ଚଳ ବିକାଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରାୟ ୩୧୪ ଦିନରେ ରାଜ୍ୟର ୩୧୪ ବ୍ଲକ ୬୭୯୮ ପଞ୍ଚାୟତରେ ପହଞ୍ଚିପାରିଛି। ଏଥିସହ ମୋଟ ୬୨୮୫୭ ପ୍ରକଳ୍ପ ପାଇଁ ୧୫୫୪.୪୧ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। 

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ତିରିମଲ୍ଲ ବାଜପୁର ରାସ୍ତା କଡ଼ରୁ ମଙ୍ଗଳବାର  ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି । ତିରିମଲ୍ଲ  କ୍ରଶର ନିକଟସ୍ଥ ଏକ ବୁଦାମୂଳରେ ଶିଶୁଟି ପଡ଼ି ରହିଥିଲା ।

ରେମୁଣା ବ୍ଲକ ବିଜେଡି ସଭାପତି ହେଲେ ଗୋପୀନାଥ ସେନାପତି

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‌ ଦେଇ ମଙ୍ଗଳବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ରେମୁଣା ବ୍ଲକ ବିଜେଡି ସଭାପତି ଭାବେ ଗୋପୀନାଥ ସେନାପତି ଓ କାର୍ଯ୍ୟକାରୀ ସଭାପତି ଭାବେ ଦିଲ୍ଲୀପ କୁମାର ନାୟକଙ୍କୁ ନିଯୁକ୍ତ ଦେଇଛନ୍ତି। ଏ ନେଇ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି। 

 ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ, ୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। 

 ବଙ୍ଗରଦୁଆ ଘାଟିରୁ  ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍ଗରଦୁଆ ଘାଟିରୁ ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଦାରିଙ୍ଗବାଡ଼ି,୨୨।୧(  ବ୍ୟୁରୋ /ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରାଯାଇଛି। 

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

   ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ଛୁଇଁଲା ୬

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ଛୁଇଁଲା ୬

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚି ଥିବା ଜଣାପଡ଼ିଛି। 

ସେବାଶ୍ରମରେ ପଶିଲେ ହାତୀ ପଲ୍ଲ: ଖାଇଲେ ଚାଉଳ, ମୁଢ଼ି

ସେବାଶ୍ରମରେ ପଶିଲେ ହାତୀ ପଲ୍ଲ: ଖାଇଲେ ଚାଉଳ, ମୁଢ଼ି

ବାରିପଦା ଅଫିସ, ୨୨।୧: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ କୁରୁଳିଆ ସେବାଶ୍ରମରେ ସୋମବାର ରାତି ପ୍ରାୟ ୩ଟାରେ ହାତୀ ପଲ୍ଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଅନ୍ତେବାସୀଙ୍କ ପାଇଁ ସେଠାରେ ଥିବା ପ୍ରାୟ ୧୦/୧୨ବସ୍ତା ଚାଉଳ ଓ ମୁଢ଼ି ଖାଇଦେଇଛନ୍ତି।

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମଙ୍ଗଳବାର ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ସୋମବାର ପ୍ରଣୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଖସିଲା ଟ୍ରକ: ୪ ମୃତ ୧୭ ଗୁରୁତର

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଖସିଲା ଟ୍ରକ: ୪ ମୃତ ୧୭ ଗୁରୁତର

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। 

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

କାକଟପୁର, ୨୨।୧(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ପର୍ଯ୍ୟଟନସ୍ଥଳୀ ଜାହାନିଆଁ ପୀର ବେଳାଭୂମିରେ ଗତ ରବିବାର ସମୁଦ୍ରରେ ବୁଡ଼ି ୩ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇପଡ଼ିଛି। ଜାହାନିଆଁ ବେଳାଭୂମିରେ ଲଗାଯାଇଛି ସତର୍କ ସୂଚନା ପୋଷ୍ଟର। ଛୁରିଅନା ପଞ୍ଚାୟତ ପକ୍ଷରୁ ଏହି ସତର୍କ ସୂଚନା ପୋଷ୍ଟର ଲଗାଯାଇଥିବା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ କହିଛନ୍ତି।