ଖେଳ |

ମେଣ୍ଟର ଭାବେ ରୟାଲ୍ସକୁ ଓ୍ବର୍ନଙ୍କ ପ୍ରତ୍ୟାବର୍ତ୍ତନ

ମେଣ୍ଟର ଭାବେ ରୟାଲ୍ସକୁ ଓ୍ବର୍ନଙ୍କ ପ୍ରତ୍ୟାବର୍ତ୍ତନ
ନୂଆଦିଲ୍ଲୀ, ୧୩।୨(ପି.ଟି.)- କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ଶେନ ଓ୍ବର୍ନ ପୁଣିଥରେ ରାଜସ୍ଥାନ ରୟାଲ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥର ଖେଳାଳି ନୁହେଁ ପରନ୍ତୁ ଦଳର ମେଣ୍ଟର ଭାବେ ଓ୍ବର୍ନ ଆଗାମୀ ସଂସ୍କରଣରେ ରାଜସ୍ଥାନ ସହ କାର୍ଯ୍ୟ କରିବେ। ଆଇପିଏଲ୍‌ର ଆଗାମୀ ଏକାଦଶ ସଂସ୍କରଣରେ ତାଙ୍କୁ ପରାମର୍ଶଦାତା ଭାବେ ରାଜସ୍ଥାନ ପକ୍ଷରୁ ନିଯୁକ୍ତି ଦିଆଯାଇଥିବା ନେଇ ୪୮ ବର୍ଷୀୟ ଓ୍ବର୍ନ ନିଜେ ମଙ୍ଗଳବାର ପ୍ରକାଶ କରିଛନ୍ତି। ରାଜସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ମୁଖ୍ୟ ବହୁତ ଖୁସି ଅନୁଭବ କରୁଛି। ରାଜସ୍ଥାନ ରୟାଲ୍ସ ପାଇଁ ମୋ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ମୋତେ ମେଣ୍ଟର ଭାବେ ନିଯୁକ୍ତି କରିଥିବାରୁ ରୟାଲ୍ସକୁ ଧନ୍ୟବାଦ ବୋଲି ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଏହା ପ୍ରକାଶ କରିଛନ୍ତି। ଏକ ଦଶନ୍ଧି ତଳେ ଅର୍ଥାତ ୨୦୦୮ରେ ଅଧିନାୟକ-କମ୍‌-କୋଚ୍‌ ଭାବେ ଓ୍ବର୍ନ ରୟାଲ୍ସକୁ ଆଇପିଏଲ୍‌ ଉଦ୍‌ଘାଟନୀ ସଂସ୍କରଣରେ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ତିନୋଟି ସିଜନ ଧରି ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ମୋଟ୍‌ ୫୨ଟି ମ୍ୟାଚ୍‌ରୁ ୫୬ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି। ଓ୍ବର୍ନଙ୍କ ସମେତ ପ୍ରାକ୍ତନ ବମ୍ବେ ବ୍ୟାଟ୍ସମ୍ୟାନ ଜୁବିନ ବହାରୁଚାଙ୍କୁ ରାଜସ୍ଥାନର କ୍ରିକେଟ ମୁଖ୍ୟ ନିଯୁକ୍ତ କରାଯାଇଛି।
All Right Reserved By

ଖେଳ |

 ଆନନ୍ଦ ମିଳିତ ଅଗ୍ରଣୀ

ଆନନ୍ଦ ମିଳିତ ଅଗ୍ରଣୀ

ଓ୍ବିଜ୍‌ ଆନ୍‌ ଜୀ (ନେଦରଲାଣ୍ଡ୍ସ), ୨୧ା୧ (ପି.ଟି.)-ଏଠାରେ ଚାଲିଥିବା ଟାଟା ଷ୍ଟିଲ ଚେସ୍‌ ଟୁର୍ନାମେଣ୍ଟରେ ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଆଜରବୈଜାନର ଶାଖ୍ରିୟାର ମାମେଦୟାରୋଭଙ୍କୁ ହରାଇ ଦେଇଛନ୍ତି। ଏହି ବିଜୟ ଦ୍ୱାରା  ୮ମ ରାଉଣ୍ଡ ଖେଳ ପରେ ଆନନ୍ଦ ନରଓ୍ବେର ମାଗ୍ନସ କାର୍ଲସେନଙ୍କ ସହିତ ମିଳିତ ଅଗ୍ରଣୀ ଲାଭ କରିଛନ୍ତି। ଭାରତୀୟ ଖେଳାଳି ବର୍ତ୍ତମାନ ସମ୍ଭାବ୍ୟ ୮ରୁ ୫.୫ ପଏଣ୍ଟ ଅର୍ଜନ କରିପାରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱ ଚାମ୍ପିୟନ କାର୍ଲସେନ ୮ମ ରାଉଣ୍ଡରେ ହଙ୍ଗେରୀର ରିଚାର୍ଡ ରାପୋର୍ଟଙ୍କୁ ପରାସ୍ତ କରିଛନ୍ତି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍:  ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ, ୨୧।୧(ପି.ଟି.)- ସୋମବାର ପ୍ରକାଶିତ ହୋଇଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଓ ତା’ର ଅଧିନାୟକ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବିଜୟ ପରେ ଭାରତ ୧୧୬ ପଏଣ୍ଟ ହାସଲ କରି ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ କରିଛି।

ବିଶ୍ୱ ନମ୍ବର ଓ୍ବାନ୍‌ ହାଲେପ୍‌ଙ୍କୁ ହରାଇ କ୍ୱାର୍ଟରରେ ସେରେନା

ବିଶ୍ୱ ନମ୍ବର ଓ୍ବାନ୍‌ ହାଲେପ୍‌ଙ୍କୁ ହରାଇ କ୍ୱାର୍ଟରରେ ସେରେନା

ମେଲବୋର୍ନ, ୨୧।୧- ବିଶ୍ୱର ଏକ ନମ୍ବର ମହିଳା ସିଙ୍ଗଲ୍ସ ଖେଳାଳି ସିମୋନା ହାଲେପ୍‌ଙ୍କୁ ପରାସ୍ତ କରି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଓ୍ବାର୍ନରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ଓ୍ବାର୍ନରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ସିଡ୍‌ନୀ, ୨୧।୧(ଏଏଫ୍‌ପି)- ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ନରଙ୍କ କହୁଣିରେ ମଙ୍ଗଳବାର ଅସ୍ତ୍ରୋପଚାର ହେବ। ଆଘାତଜନିତ ସମସ୍ୟା ଲାଗି ଓ୍ବାର୍ନର ନିକଟରେ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌) ଅଧାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏଟିପି ମାନ୍ୟତାରେ ଟପ୍‌-୫ରୁ ଖସିଲେ ଫେଡରର

ଏଟିପି ମାନ୍ୟତାରେ ଟପ୍‌-୫ରୁ ଖସିଲେ ଫେଡରର

ମେଲବୋର୍ନ, ୨୧।୧- ଅଷ୍ଟ୍ରେଲିଆନ ଓପନ୍‌ର ରାଉଣ୍ଡ-୧୬ରେ ପରାଜୟବରଣ କରିବା ସୁଇଜରଲାଣ୍ଡ ଟେନିସ ତାରକା ରୋଜର ଫେଡରର ପାଇଁ ମହଙ୍ଗା ପଡ଼ିଛି। ରବିବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଫେଡରର ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସଙ୍କଠାରୁ ହାରିଯାଇଥିଲେ।

ଅତୁଟ ରହିବ ସଚିନଙ୍କ ୪ ବିଶ୍ୱକପ୍‌ ରେକର୍ଡ

ଅତୁଟ ରହିବ ସଚିନଙ୍କ ୪ ବିଶ୍ୱକପ୍‌ ରେକର୍ଡ

ନୂଆଦିଲ୍ଲୀ, ୨୧।୧- ଆଇସିସି କ୍ରିକେଟ ବିଶ୍ୱକପ୍‌ (ଏକଦିବସୀୟ) ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପ୍‌ ସମୟରେ ଅନେକ ରେକର୍ଡ ଭାଙ୍ଗିବା ସହ ନୂତନ ରେକର୍ଡମାନ ସୃଷ୍ଟି ହୋଇଥାଏ। ତେବେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କ ୪ଟି ବିଶ୍ୱକପ୍‌ ରେକର୍ଡ ଭାଙ୍ଗିବା ବର୍ତ୍ତମାନର କ୍ରିକେଟରଙ୍କ ପକ୍ଷେ ସମ୍ଭବପର ନୁହେଁ।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଓମି-ସ୍ବେତଲିନା କ୍ୱାର୍ଟର ମୁକାବିଲା

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଓମି-ସ୍ବେତଲିନା କ୍ୱାର୍ଟର ମୁକାବିଲା

ମେଲବୋର୍ନ, ୨୧।୧(ଏଏଫ୍‌ପି)- ଜାପାନ ଟେନିସ ତାରକା ନାଓମି ଓସାକା ଏଠାରେ ଚାଲିଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ଉଭୟ ଓ୍ବାର୍ମରେ ବୋର୍ଡ ସଭାପତି ଏକାଦଶ ବିଜୟୀ

ଉଭୟ ଓ୍ବାର୍ମରେ ବୋର୍ଡ ସଭାପତି ଏକାଦଶ ବିଜୟୀ

ତ୍ରିଭେନ୍ଦ୍ରମ, ୨୧।୧- ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଲାୟନ୍ସ କ୍ରିକେଟ ଦଳ ବିପକ୍ଷ ଉଭୟ ଓ୍ବାର୍ମଅପ୍‌ ମ୍ୟାଚ୍‌ (ଏକଦିବସୀୟ)କୁ ବୋର୍ଡ ସଭାପତି ଏକାଦଶ ଦଳ ଜିତିନେଇଛି। ରବିବାର ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌କୁ ଇଶାନ କିଶାନଙ୍କ ନେତୃତ୍ୱାଧୀନ ବୋର୍ଡ ସଭାପତି ଏକାଦଶ ଦଳ ୫ ଉଇକେଟ୍‌ରେ ଜିତିଥିଲା। 

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ସିଡ୍‌ନୀ, ୨୧।୧(ଏଏଫ୍‌ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଗୁରୁବାରଠାରୁ ବ୍ରିସବେନଠାରେ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳରେ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ କର୍ଟିସ ପାଟରେଶନଙ୍କୁ ସାମିଲ କରାଯାଇଛି। 

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବାଙ୍ଗାଲୋର ସମ୍ପ୍ରସିଦ୍ଧି ସ୍ପୋଟର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) ରବିବାର ଉଦ୍‌ଯାପିତ ହୋଇଯାଇଛି। 

ବାଙ୍କୀ ଜିତିଲା ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ

ବାଙ୍କୀ ଜିତିଲା ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ

ବାଙ୍କୀ, ୨୧ା୧ (ସ୍ବ.ପ୍ର)- ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡ଼ା ମହାବେରଣା କ୍ଳବ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ରବିବାର ପ୍ରତିଯୋଗିତାର ଫାଇନାଲ ଖେଳ ରବିବାର ବାଙ୍କୀ ଆଥଲେଟିକ ଆସୋସିଏଶନ୍‌ ଓ ବୈଦେଶ୍ୱର ଦିଶା କ୍ଲବ  ମଧ୍ୟରେ ହୋଇଥିଲା।