Dharitri News
ମେଟ୍ରୋ |

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥର ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥର ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର, ୧୩।୨(ବ୍ୟୁରୋ): ରାଜ୍ୟର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟସେବାରେ କିପରି ଅଧିକ ଉନ୍ନତି ଆସିପାରିବ ସେ ନେଇ ଆଲୋଚନା କରାଯାଇଛି। ନିରାମୟ ଯୋଜନାରେ ଯେପରି ସମସ୍ତ ପ୍ରକାର ଔଷଧ ରୋଗୀମାନେ ମାଗଣାରେ ପାଇବେ ସେ ଦିଗରେ ଦୃଷ୍ଟି ଦେବାକୁ ଜେନା କହିଛନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଓ ବିଭାଗୀୟ ଅଧିକାରୀମାନଙ୍କୁ ନିୟମିତ ଭାବେ ଜିଲା ଗସ୍ତକରି ଏହାକୁ ତଦାରଖ କରିବାକୁ ଜେନା ପରାମର୍ଶ ଦେଇଛନ୍ତି। ଏଥିସହ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ବଜାରରେ ମିଳୁଥିବା ଖାଇବା ତେଲ, ଘିଅ, ପିଇବାପାଣି ଆଦିକୁ ନିୟମିତ ଭାବେ ଯାଞ୍ଚ କରିବା ସହ ନକଲି କାରଖାନାଗୁଡିକ ଉପରେ ଚଢ଼ାଉ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ରୋଗୀ ଓ ସେମାନଙ୍କ ସହାୟକମାନଙ୍କ ସୁବିଧା ନିମନ୍ତେ ଏଲଇଡି ସ୍କ୍ରିନ ଦ୍ୱାରା ସ୍ବାସ୍ଥ୍ୟସେବା ସମ୍ପର୍କିତ ସମସ୍ତ ପ୍ରକାର ସୂଚନା ପ୍ରଦର୍ଶିତ କରିବା ନେଇ ସ୍ଥିର ହୋଇଛି। ଏହି କ୍ରମରେ ମେଡିକାଲ କଲେଜ ଓ ହସ୍‌ପିଟାଲରେ ୨ଟି ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧ଟି ଲେଖାଏଁ ଏଲଇଡି ଲଗାଯିବ। ରାଜ୍ୟ ମେଡିକାଲ ନିଗମର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।

ମେଟ୍ରୋ |

ବାଲିକାନ୍ଥିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିକାନ୍ଥିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିଅନ୍ତା, ୨୨।୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ପଞ୍ଚାୟତ ଅଧୀନ ବାଲିକାନ୍ଥିଆ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ଜୟଶ୍ରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏଥସହ ମୁଖ୍ୟବକ୍ତା ରୂପେ ବିଆରସିସି ସୁରେନ୍ଦ୍ର ସାହୁ, ସମ୍ମାନୀତ ଅତିଥିଭାବେ ସିଆରସିସି ସଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆଇଆଇଏମ୍‌ସିଏଏ ପକ୍ଷରୁ କନେକ୍ସନ ୨୦୧୮: ୨୩ ଜଣଙ୍କୁ ଇଫ୍‌କୋ ଆଇଆଇଏମ୍‌ସିଏଏ ଆଓ୍ବାର୍ଡ

ଆଇଆଇଏମ୍‌ସିଏଏ ପକ୍ଷରୁ କନେକ୍ସନ ୨୦୧୮: ୨୩ ଜଣଙ୍କୁ ଇଫ୍‌କୋ ଆଇଆଇଏମ୍‌ସିଏଏ ଆଓ୍ବାର୍ଡ

ଭୁବନେଶ୍ୱର,୨୨।୨(ବ୍ୟୁରୋ)-ଭାରତୀୟ ଜନସଂଚାର ସଂସ୍ଥାନ ପୁରାତନ ଛାତ୍ର ସଂସଦ(ଆଇଆଇଏମ୍‌ସିଏଏ)ର ୬ଷ୍ଠ ବାର୍ଷିକ ଆଲୁମିନି ମିଟ୍‌ ‘କନେକ୍ସନ ୨୦୧୮’ ବୁଧବାର ନୂଆଦିଲ୍ଲୀସ୍ଥିତ ଆଇଆଇଏମ୍‌ସି ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇଆଇଏମ୍‌ସି ଡିଜି କେ.ଜି. ସୁରେଶ, ଭାରତରେ ଅବସ୍ଥାପିତ ଉଜ୍‌ବେକିସ୍ତାନ ରାଷ୍ଟ୍ରଦୂତ ଫରହୋଦ୍‌ ଅର୍ଜିଭ୍‌, ଆଇଆଇଏମ୍‌ସିଏଏର ସଭାପତି ସୁରେଶ କୁମାର ବଶିଷ୍ଠ, କାର୍ଯ୍ୟକ୍ରମ ଆବାହକ ନୀତିନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ପୁରାତନ ଛାତ୍ର ସୁଧୀର ଚୌଧୁରୀ, ଆଶିଷ ଚକ୍ରବର୍ତ୍ତୀ, ବ୍ରଜେଶ କୁମାର ସିଂ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଗି ୨୩ଜଣ ପୁରାତନ ଛାତ୍ରୀଛାତ୍ରଙ୍କୁ ଇଫ୍‌କୋ ଆଇଆଇଏମ୍‌ସିଏଏ ଆଓ୍ବାର୍ଡ ୨୦୧୮ ପ୍ରଦାନ କରାଯାଇଥିଲା।

ରାଜସ୍ବ ସମୀକ୍ଷା ବୈଠକ

ରାଜସ୍ବ ସମୀକ୍ଷା ବୈଠକ

ପୁରୀ ଅଫିସ,୨୨।୨: ପୁରୀ ଜିଲାର ରାଜସ୍ବ ସମୀକ୍ଷା ବୈଠକ ଗୁରୁବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଆଦାୟ ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଲଗାଣ ବର୍ଷାଜନିତ କ୍ଷୟକ୍ଷତିର କ୍ଷତିପୂରଣ ରାଶି ବଣ୍ଟନରେ ବିଳମ୍ବକୁ ନେଇ ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆଇନଜୀବୀଙ୍କ ଆନ୍ଦୋଳନ: ସମର୍ଥନ କଲା ଭୁବନେଶ୍ୱର ବାର୍‌ ଆସୋସିଏଶନ

ଆଇନଜୀବୀଙ୍କ ଆନ୍ଦୋଳନ: ସମର୍ଥନ କଲା ଭୁବନେଶ୍ୱର ବାର୍‌ ଆସୋସିଏଶନ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ ପାଇଁ ଗତ ୧୨ ତାରିଖରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ସମର୍ଥନ ଜଣାଇ ଭୁବନେଶ୍ୱର ବାର୍‌ ଆସୋସିଏଶନ ପକ୍ଷରୁ ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି।

ବିଲରୁ ହାତୀର ମୃତଦେହ ଉଦ୍ଧାର

ବିଲରୁ ହାତୀର ମୃତଦେହ ଉଦ୍ଧାର

ଖୁଣ୍ଟୁଣୀ, ୨୧ା୨ (ଡି.ଏନ୍‌.ଏ.)- ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ମଞ୍ଚେଶ୍ୱର ପଞ୍ଚାୟତ ପାଇକେରାପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ନିକଟ ବିଲରେ ବୁଧବାର ସକାଳେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ବନାଞ୍ଚଳ ଅଧିକାରୀ ରତ୍ନାକର ଦାସ, ଆଠଗଡ ଡିଏଫଓ ଅରୁଣ କୁମାର ସ୍ବାଇଁ, ଏସିଏଫ ରାଜେନ୍ଦ୍ର ପ୍ରସାଦ ଦାସ, ସମ୍ପଦ ମହାପାତ୍ର, ଭୁବନେଶ୍ୱରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ପ୍ରଫେସର ନିରଞ୍ଜନ ସାହୁ, ଡା. ସୌରଭ ରଞ୍ଜନ ହୋତା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ରାଜଧାନୀରେ ୨୬ ହୋଟେଲ, ମଲ୍‌କୁ ଅଗ୍ନିଶମ ବିଭାଗର ନୋଟିସ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ବାରମ୍ବାର ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଛି ଦିନ ହେବ ଭୁବନେଶ୍ୱରରେ ଥିବା ବଡ଼ ଶପିଂ ମଲ୍‌ ଓ ହୋଟେଲଗୁଡିକ ଉପରେ ଚଢାଉ କରାଯାଇଥିଲା। ଯାଞ୍ଚ ପରେ ଅଧିକାଂଶ ହୋଟେଲ ଓ ମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଜଣାପଡିଥିଲା। ସେଥିମଧ୍ୟରୁ ୨୬ଟି ହୋଟେଲ ଓ ମଲ୍‌କୁ ବୁଧବାର ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଛି। ଦୁଇ ମାସ ମଧ୍ୟରେ ଅଗ୍ନି ନିରାପତ୍ତା ଉପରେ ସମସ୍ତ ବ୍ୟବସ୍ଥା କରା ନ ଗଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଡିଜି ବି.କେ ଶର୍ମା କହିଛନ୍ତି।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ପ୍ରଥମ ଜନଶୁଣାଣି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ବୁଧବାର ପ୍ରଥମଥର ଭୁବନେଶ୍ୱଠାରେ ଜନଶୁଣାଣି କରିଛନ୍ତି। ଓଡ଼ିଶା ପୋଲିସ ଏବଂ ଜାତୀୟ ମହିଳା କମିଶନଙ୍କ ଏହି ମଳିତ ଜନଶୁଣାଣିରେ ସେ ଯୌତୁକ ଓ ପାରିବାରିକ ହିଂସା ସଂକ୍ରାନ୍ତ ୧୨ଟି ମାମଲାର ବିଚାର କରିଛନ୍ତି।

ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ: କ୍ୟାପିଟାଲ ହସ୍ପିଟାଲ ସବୁଠୁ ପରିଷ୍କାର

ଭୁବନେଶ୍ୱର,୨୧ା୨ (ବ୍ୟୁରୋ)- ଚଳିତ ବର୍ଷ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ସବୁଠୁ ପରିଷ୍କାର ଡାକ୍ତରଖାନାର ମାନ୍ୟତା ପାଇଛି। ଦ୍ୱିତୀୟ ସ୍ଥାନରେ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ତୃତୀୟ ସ୍ଥାନରେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ ରହିଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ ପ୍ରଦାନ ସମାରୋହରେ ଏ ସମ୍ପର୍କରେ ଘୋଷଣା କରାଯିବା ସହ ପୁରସ୍କୃତ କରାଯାଇଛି।

ଆରମ୍ଭ ହେଲା ବାଏ ଅଫ୍‌: ‘ଫର୍ଚ୍ଚା’ରେ ଦୁଇ ବନ୍ଧୁଙ୍କ ଦୁଃଖ କାହାଣୀ

ଆରମ୍ଭ ହେଲା ବାଏ ଅଫ୍‌: ‘ଫର୍ଚ୍ଚା’ରେ ଦୁଇ ବନ୍ଧୁଙ୍କ ଦୁଃଖ କାହାଣୀ

ପୁରୀ ଅଫିସ,୨୧।୨: ସ୍ବାର୍ଥପର ଏ ଦୁନିଆ। ସମସ୍ତେ ନିଜ ପାଇଁ ବ୍ୟସ୍ତ। କିନ୍ତୁ ମାନବିକତାର ମୂଲ୍ୟବୋଧ ବୁଝୁଥିବା ମଣିଷକୁ ଏଠି ବା ପଚାରେ କିଏ? ହେଲେ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ହୃଦୟ ଅନ୍ୟ ପାଇଁ ବିଳାପ କରେ। କିନ୍ତୁ ଏ ସମାଜ ତା’ର ମୂଲ୍ୟ ବୁଝେନି। ବରଂ ଜୀବନର ଶେଷ ସମୟରେ ତାକୁ ପରିହାସ କରେ।

ଆରମ୍ଭ ହେଲା ବିଚ୍‌ କାର୍ନିଭାଲ: ନଚାଇଲେ ହ୍ୟୁମାନ ସାଗର

ଆରମ୍ଭ ହେଲା ବିଚ୍‌ କାର୍ନିଭାଲ: ନଚାଇଲେ ହ୍ୟୁମାନ ସାଗର

ପୁରୀ ଅଫିସ, ୨୧।୨: ନିଃଶ୍ୱାସ ତୋ ବିନା ଭଲ ଲାଗେନା... ଗୀତ ପୁରୀ ବେଳାଭୂମିର ଶୀତୁଆ ସନ୍ଧ୍ୟାରେ ରୋମାଞ୍ଚ ଭରିଥିଲା। ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଏହି ଗୀତ ଉପସ୍ଥିତ ଯୁବଗୋଷ୍ଠୀଙ୍କ ହୃଦୟକୁ ଛୁଇଁଥିଲା।

ଶିକ୍ଷୟତ୍ରୀଙ୍କୁ ଅଭିଭାବକଙ୍କ ମାଡ଼

ଖୋର୍ଦ୍ଧା ଅଫିସ, ୨୧।୨: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ବେଗୁନିଆ ବ୍ଲକ ଅଟ୍ରି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କୁ ବୁଧବାର ସ୍କୁଲ ଅଫିସରେ ଜଣେ ଅଭିଭାବକ ମାରପିଟ୍‌ କରିଛନ୍ତି। ଏପରିକି ଶିକ୍ଷୟତ୍ରୀଙ୍କ ବ୍ୟାଗ ଫୋପାଡିଦେବା ସହ ଖରାପ ବ୍ୟବହାର ଦେଖାଇଥିବା ବାଘମାରି ଫାଣ୍ଡିରେ ଅଭିଯୋଗ ହୋଇଛି।

ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠା ଉତ୍ସବ

ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠା ଉତ୍ସବ

ସାକ୍ଷୀଗୋପାଳ, ୨୧।୨(ଡି.ଏନ୍‌.ଏ.): ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ସତ୍ୟବାଦୀ ବନ ବିଦ୍ୟାଳୟର ଅନ୍ୟତମ ସ୍ରଷ୍ଟା ଆଚାର୍ଯ୍ୟ ହରିହର ଦାସଙ୍କ ପବିତ୍ର ଶ୍ରାଦ୍ଧୋତ୍ସବ ବୁଧବାର ସତ୍ୟବାଦୀରେ ପାଳିତ ହୋଇଯାଇଛି।