ଖେଳ |

ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ
ଓ୍ବେଲିଂଟନ, ୧୩।୨- ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜରେ ପ୍ରଥମ ବିଜୟ ସ୍ବାଦ ଚାଖିଛି ନ୍ୟୁଜିଲାଣ୍ଡ। ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ୧୨ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯୬ ରନ କରିଥିବାବେଳେ ଇଂଲଣ୍ଡ ୧୮୪ ରନ କରିବାକୁ ସମର୍ଥ ହୋଇଥିଲା। ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ଡି/ଏଲ୍‌ ପଦ୍ଧତିରେ ୭ ଉଇକେଟ୍‌ରେ ପରାସ୍ତ ହୋଇଥିଲା। ବିଜୟ ସହ ନ୍ୟୁଜିଲାଣ୍ଡ ୨ ପଏଣ୍ଟ ପାଇ ଟେବୁଲ ତାଲିକାର ୨ୟ ସ୍ଥାନରେ ରହିଛି। ତିନୋଟି ମ୍ୟାଚ୍‌ ଖେଳି ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ତାଲିକାର ଶୀର୍ଷରେ ଥିବାବେଳେ ଇଂଲଣ୍ଡ ୩ଟି ମ୍ୟାଚ୍‌ରୁ ୩ ପରାଜୟ ସହ ଖାତା ଖୋଲିବାରେ ବିଫଳ ହୋଇଛି। ସ୍ଥାନୀୟ ଓ୍ବେଷ୍ଟପାକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଅଧିନାୟକ କେନ୍‌ ଓ୍ବିଲିୟମସନ (୭୨ ରନ, ୪୬ ବଲ) ଓ ଓପନର ମାର୍ଟିନ ଗୁପଟିଲ (୬୫ ରନ, ୪୦ ବଲ)ଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ୍‌ ହରାଇ ୧୯୬ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ ଆଡିଲ ରଶିଦ୍‌ ଓ ମାର୍କ ଉଡ୍‌ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଆଲେକ୍ସ ହେଲ୍ସ (୪୭), ଡଓ୍ବେିଡ୍‌ ମଲାନ (୫୯) ଓ ଡେଭିଡ୍‌ ଓ୍ବିଲୀ (୨୧)ଙ୍କ ଉପଯୋଗୀ ଇନିଂସ ସତ୍ତ୍ୱେ ଇଂଲଣ୍ଡ ୯ ଉଇକେଟ୍‌ ବିନିମୟରେ ୧୮୪ ରନ କରିବାକୁ ସମର୍ଥ ହୋଇଥିଲା। ଟ୍ରେଣ୍ଟ ବୋଲ୍ଟ, ମିଚେଲ ସାଣ୍ଟନର ଓ ଇଶ୍‌ ସୋଧି ୨ଟି ଲେଖାଏ ଉଇକେଟ୍‌ ପାଇଥିଲେ। ଓ୍ବିଲିୟମସନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାର ୫ମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଅକ୍‌ଲାଣ୍ଡରେ ଆସନ୍ତା ୧୬ରେ ଭେଟିବେ।
All Right Reserved By

ଖେଳ |

 ମ୍ୟାଚ ଫିକ୍ସିଂ ଅଭିଯୋଗରେ ଲୋକୁହେଟିଗ୍‌ ସସ୍‌ପେଣ୍ଡ

ମ୍ୟାଚ ଫିକ୍ସିଂ ଅଭିଯୋଗରେ ଲୋକୁହେଟିଗ୍‌ ସସ୍‌ପେଣ୍ଡ

 ଦୁବାଇ, ୧୩ା୧୧ (ପି.ଟି.)-ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର ଦିଲ୍‌ହରା ଲୋକୁହେଟିଗ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ସସ୍‌ପେଣ୍ଡ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଗତବର୍ଷ ଅନୁଷ୍ଠିତ ଟି୧୦ ଲିଗ୍‌ରେ ମ୍ୟାଚ୍‌ ଫିକ୍ସିଂ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଅଖଦୀପ୍‌ଙ୍କ ଶତକରେ ୟୁପି ଇନିଂସ ଅଗ୍ରଣୀ

ଅଖଦୀପ୍‌ଙ୍କ ଶତକରେ ୟୁପି ଇନିଂସ ଅଗ୍ରଣୀ

ଭୁବନେଶ୍ୱର, ୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଅଧିନାୟକ ଅଖଦୀପ୍‌ ନାଥଙ୍କ ଅପରାଜିତ ଶତକ ବଳରେ ଭ୍ରମଣକାରୀ ଉତ୍ତରପ୍ରଦେଶ (ୟୁପି) ଦଳ ସ୍ଥାନୀୟ କିଟ୍‌ କ୍ରିକେଟ ଷ୍ଟାଡିୟମରେ ଓଡ଼ିଶା ବିପକ୍ଷ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି। 

ଦ୍ୱିତୀୟ ଦିବସରେ ଜିତିଲା ଝାଡ଼ଖଣ୍ଡ

ଦ୍ୱିତୀୟ ଦିବସରେ ଜିତିଲା ଝାଡ଼ଖଣ୍ଡ

ରୋହତକ,୧୩।୧୧- ଚଳିତ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟର ମାତ୍ର ଦୁଇ ଦିନ ମଧ୍ୟରେ ଝାଡ଼ଖଣ୍ଡ ୯ ଉଇକେଟରେ ହରିୟାଣାକୁ ପରାସ୍ତ କରିଛି।

ଦୁଇ ବର୍ଷ ମଧ୍ୟରେ ନିଶ୍ଚିତ ମହିଳା ଆଇପିଏଲ ଖେଳାଯିବ

ଦୁଇ ବର୍ଷ ମଧ୍ୟରେ ନିଶ୍ଚିତ ମହିଳା ଆଇପିଏଲ ଖେଳାଯିବ

ନୂଆଦିଲ୍ଲୀ,୧୩।୧୧- ଭାରତୀୟ ଟି୨୦ ଦଳର ବରିଷ୍ଠ ସଦସ୍ୟ ମିଥାଲି ରାଜ କହିଛନ୍ତି, ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ନିଶ୍ଚିତ ମହିଳା ଆଇପିଏଲ ଖେଳାଯିବ। 

ହଂକଂ ଓପନ: କଶ୍ୟପଙ୍କ ବିଜୟ ଅଭିଯାନ

ହଂକଂ ଓପନ: କଶ୍ୟପଙ୍କ ବିଜୟ ଅଭିଯାନ

ହଂକଂ,୧୩।୧୧- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲୀ କାଶ୍ୟପ, ସୁ ଜେନ ହାଓଙ୍କୁ ପରାସ୍ତ କରି ଏଠାରେ ଚାଲିଥିବା ହଂକଂ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। 

ପୁଅ ପାଇଁ ଟି-୧୦ରୁ ଓହରିଲେ ମଲିକ

ପୁଅ ପାଇଁ ଟି-୧୦ରୁ ଓହରିଲେ ମଲିକ

କରାଚୀ,୧୩।୧୧- ନିକଟରେ ବାପା ହେବାର ସୁଖ ପାଇଥିବା ପାକିସ୍ତାନି ଅଲରାଉଣ୍ଡର ଶୋଏବ ମଲିକ ୟୁଏଇଠାରେ ହେବାକୁ ଥିବା ଟି-ଟେନ କ୍ରିକେଟ ଲିଗ୍‌ର ଦ୍ୱିତୀୟ ସଂସ୍କରଣରୁ ଓହରି ଯାଇଛନ୍ତି। 

ଶୀର୍ଷରେ କୋହଲି, ବୁମରା

ଶୀର୍ଷରେ କୋହଲି, ବୁମରା

ଦୁବାଇ,୧୩।୧୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ସ୍ଥାନ ବଜାୟ ରଖିଛନ୍ତି। 

ମାଟ୍ରିମୋନୀ ସାଇଟ୍‌ ଆମ୍ବାସଡର ଧୋନୀ

ମାଟ୍ରିମୋନୀ ସାଇଟ୍‌ ଆମ୍ବାସଡର ଧୋନୀ

ଚେନ୍ନାଇ,୧୩।୧୧- ଅନଲାଇନ ମାଟ୍ରିମୋନି ବ୍ୟବସ୍ଥା ଯୋଗାଉଥିବା ଭାରତ ମାଟ୍ରିମୋନି ସୋମବାର ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। 

ନିର୍ବାଚନ ଲଢ଼ିବେ ମୋର୍ତାଜା

ନିର୍ବାଚନ ଲଢ଼ିବେ ମୋର୍ତାଜା

ଢାକା,୧୩।୧୧- ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ମଶ୍ରଫି ମୋର୍ତାଜା ନିର୍ବାଚନରେ ଲଢ଼ିବେ ବୋଲି ସରକାରୀ ଦଳ ଘୋଷଣା କରିଛି।

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ବାଲେଶ୍ୱର ଅଫିସ,୧୩।୧୧- ବାଲେଶ୍ୱର ପରମିଟ୍‌ ପଡ଼ିଆରେ କ୍ଲବ ‘ୟୁ ଆଣ୍ଡ ମି’ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଦିବାରାତ୍ର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଚତୁର୍ଥ ଦିବସରେ ପହଞ୍ଚିିଛି। 

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ: ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ

ସପ୍ତମ ଦିବସର ତୃତୀୟ କ୍ୱାର୍ଟର ଫାଇନାଲ ଖେଳରେ ଫାଉଣ୍ଡେଶନ୍‌ କ୍ରିକେଟ ଏକାଡେମୀ ବିଳାସପୁରକୁ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ୩ ଉଇକେଟରେ ହରାଇ ବିଜୟୀ ହୋଇଛି।

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

ରାଜ୍ୟ ସ୍ନୁକର: କ୍ବାର୍ଟର ଲାଇନ୍‌ଅପ ଚୂଡ଼ାନ୍ତ

କଟକ ଅଫିସ, ୧୩ା୧୧-ଦି ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ୍‌ ଓଡ଼ିଶା (ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବଠାରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର କ୍ବାର୍ଟର ଫାଇନାଲ ଲାଇନ୍‌ଅପ ଚୂଡ଼ାନ୍ତ ହୋଇଛି।