Dharitri News
ଜାତୀୟ |

ହାତୀଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ

ହାତୀଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ ନୂଆଦିଲ୍ଲୀ,୧୩।୨: ଟ୍ରେନ୍‌ ଲାଇନ୍‌ ପାର ହେବା ସମୟରେ ହାତୀମାନଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର ଏବେ ଏକ ନୂଆ ଉପାୟ ଚିନ୍ତା କରିଛନ୍ତି। ଏବେ ହାତୀମାନେ ପାର ହେଉଥିବା ଟ୍ରେନ୍‌ ଲାଇନ୍‌ ନିକଟରେ ଶୁଣିବାକୁ ମିଳିବ ମହୁମାଛିର ଗୁଣୁଗୁଣୁ ସ୍ବର, ଯାହା ଶୁଣିଲେ ହାତୀ ଆଗକୁ ନ ବଢି ୬ଶହ ମିଟର ଦୂରରେ ଅଟକି ଯିବ। ଆସାମରେ ଏହା ସଫଳ ହେବା ପରେ ଏବେ ଉତ୍ତର ପୂର୍ବ ସୀମାନ୍ତ ରେଲଓ୍ବେ(ଏନ୍‌ଏଫ୍‌ଆର୍‌)ର ପଶ୍ଚିମବଙ୍ଗରେ ହାତୀଙ୍କ ସୁରକ୍ଷା ପାଇଁ ଏହି ଉପାୟ ଅବଲମ୍ବନ କରାଯିବ ବୋଲି ଜଣାପଡିଛିି। ମହୁମାଛିଙ୍କର ଗୁଣୁଗୁଣୁ ସ୍ବରକୁ ଇଣ୍ଟରନେଟ୍‌ରୁ ଡାଉନ୍‌ଲୋଡ୍‌ କରି ଆମ୍ପ୍ଲିଫାୟାରରେ ଫିଟ୍‌ କରାଯିବ। ହାତୀ ପାର ହେଉଥିବା ଟ୍ରେନ୍‌ ଲାଇନ୍‌ ପାଖରେ ଏହାକୁ ଲଗାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏନ୍‌ଏଫ୍‌ଆର୍‌ ଅନ୍ତର୍ଗତ ପ୍ରାୟ ୨୭ଟି ସ୍ଥାନରେ ହାତୀ ଟ୍ରେନ୍‌ ଲାଇନ୍‌ ପାର କରୁଥିବା ସୂଚନା ରହିଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ଜାତୀୟ |

ହ୍ରାସ ହେବ ପାଠ ବୋଝ

ହ୍ରାସ ହେବ ପାଠ ବୋଝ

ନୂଆଦିଲ୍ଲୀ, ୨୪।୨(ପି.ଟି)-ଛାତ୍ରୀଛାତ୍ରଙ୍କ ଉପରୁ ପାଠର ବୋଝ କମାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ଏଥି ସକାଶେ ଏନ୍‌ସିଇଆରଟି ସିଲାବସ୍‌କୁ ଅଧା ହ୍ରାସ କରି ଦିଆଯିବ। ୨୦୧୯ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। କେନ୍ଦ୍ର ମାନବ ସମ୍ବଳ ବିକାଶ (ଏଚ୍‌ଆରଡି) ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି।

ମେଘାଳୟର ମୋଷ୍ଟ ଓ୍ବାଣ୍ଟେଡ ଉଗ୍ରବାଦୀ ନିହତ

ମେଘାଳୟର ମୋଷ୍ଟ ଓ୍ବାଣ୍ଟେଡ ଉଗ୍ରବାଦୀ ନିହତ

ନୂଆଦିଲ୍ଲୀ,୨୪।୨: ମେଘାଳୟରେ ସକ୍ରିୟ ଥିବା ଗାରୋ ନ୍ୟାଶନାଲ ଲିବରେଶନ ଆର୍ମି ଉଗ୍ରବାଦୀ ସଙ୍ଗଠନ(ଜିଏନ୍‌ଏଲ୍‌ଏ)ର ମୁଖ୍ୟ ସୋହନ ଡି ସାଇରା ଶନିବାର ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

ମର୍ମନ୍ତୁଦ ଦୁର୍ଘଟଣା: ୭ ସ୍କୁଲ ଛାତ୍ରଙ୍କ ସମେତ ୯ ମୃତ, ୩ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣା: ୭ ସ୍କୁଲ ଛାତ୍ରଙ୍କ ସମେତ ୯ ମୃତ, ୩ ଗୁରୁତର

ପାଟନା,୨୪।୨: ବିହାରର ମୁଜାଫରପୁର ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ସ୍କୁଲ ଛାତ୍ରଙ୍କ ସମେତ ମୋଟ ୯ ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍କୁଲରୁ ଛୁଟି ହୋଇ ଛାତ୍ରମାନେ ଘରକୁ ଫେରିବାକୁ ରାସ୍ତାପାରି ହେଉଥିବାବେଳେ ଏକ ବୋଲେରୋ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ିଯାଇଥିଲା।

ପିଏନ୍‌ବି ଘୋଟାଲା: ନୀରବ ମୋଦିଙ୍କ ଆଉ ୫୨୩ କୋଟି ଟଙ୍କାର ସମ୍ପତ୍ତି ଜବତ

ପିଏନ୍‌ବି ଘୋଟାଲା: ନୀରବ ମୋଦିଙ୍କ ଆଉ ୫୨୩ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୪।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ୧୧ହଜାର ୨୫୬କୋଟି ଟଙ୍କାର ଘୋଟାଲା ମାମଲାରେ ୧୧ ଦିନ ପାଇଁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌(ଇଡି) ଚଢ଼ାଉ ଜାରି ରଖିଛି। ଆଣ୍ଟି ମନି ଲଣ୍ଡରିଂ ଲ’ ଅନୁଯାୟୀ ଶନିବାର ନୀରବ ମୋଦି ଗ୍ରୁପ୍‌ସର ୨୧ଟି ସମ୍ପତ୍ତିକୁ ଜବତ କରାଯାଇଛି।

ଓବିସିରେ ୩୮୯ କୋଟି ଠକେଇ, ସିବିଆଇର ତଦନ୍ତ ଆରମ୍ଭ

ଓବିସିରେ ୩୮୯ କୋଟି ଠକେଇ, ସିବିଆଇର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ,୨୪।୨: ପିଏନ୍‌ବି ମହାଘୋଟାଲା ପଦାରେ ପଡ଼ିବାପରେ ୬ ମାସ ପୂର୍ବରୁ ଅଭିଯୋଗ ହୋଇଥିବା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସରେ ୩୮୯କୋଟି ଟଙ୍କାର ଠକେଇ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଏ ନେଇ କରୋଲ ବାଗରେ ଏକ ଗହଣା ଦୋକାନ ଦ୍ୱାରକା ଦାସ ସେଠ୍‌ ଇଣ୍ଟରନ୍ୟାଶନାଲ୍‌ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି।

ମୁଙ୍ଗାବଳୀ-କୋଲାରସ ଉପନିର୍ବାଚନ: ମତଦାନ ଜାରି

ମୁଙ୍ଗାବଳୀ-କୋଲାରସ ଉପନିର୍ବାଚନ: ମତଦାନ ଜାରି

ଭୋପାଳ,୨୪।୨: ମଧ୍ୟପ୍ରଦେଶରେ ଶିବପୁରୀ ଜିଲାର କୋଲାରସ ଏବଂ ଅଶୋକନଗର ଜିଲାର ମୁଙ୍ଗାବଳୀ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଲାଗି ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜାରି ରହିବ। କିଛି ବୁଥ୍‌ରେ ଇଭିଏମ୍‌ ମେଶିନରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଛି।

ସୀମାରେ ଚାଇନାର ସମରସଜ୍ଜା

ସୀମାରେ ଚାଇନାର ସମରସଜ୍ଜା

ବେଜିଂ/ନୂଆଦିଲ୍ଲୀ, ୨୩।୨: ଭାରତ ସୀମାରେ ଚାଇନା ଆରମ୍ଭ କରିଛି ସମରସଜ୍ଜା। ସୀମାରେ ମୁତୟନଥିବା ଚାଇନା ସୈନିକଙ୍କ ପାଖରେ ଏବେ ରହିଛି ଆଧୁନିକ କ୍ୟୁଟିଏସ୍‌-୧୧ ସିଷ୍ଟମ। ଏହା ଆମେରିକା ସୈନ୍ୟଙ୍କ ପାଖରେ ରହିଥାଏ। ଏହାଦ୍ୱାରା ଚାଇନାର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ବୋଲି କୁହାଯାଉଛି।

ପରପାରିରେ କନଓ୍ବର ବାଇ

ପରପାରିରେ କନଓ୍ବର ବାଇ

ରାୟପୁର,୨୩।୨: ରାୟପୁରସ୍ଥିତ ଆମ୍ବେଦକର ହସ୍ପିଟାଲରେ ୧୦୬ ବର୍ଷ ବୟସରେ କନଓ୍ବର ବାଇଙ୍କ ପରଲୋକ ଘଟିଛି। ସ୍ବଚ୍ଛ ଭାରତ ଅଭିଯାନର ଏକ ଅଗ୍ରଣୀ ସଦସ୍ୟା ଭାବେ ଦିନେ ଚର୍ଚ୍ଚାରେ ଥିଲେ କନଓ୍ବର।

ଏୟାର ଇଣ୍ଡିଆ ବିମାନରେ ଭାଙ୍ଗଡା

ଏୟାର ଇଣ୍ଡିଆ ବିମାନରେ ଭାଙ୍ଗଡା

ନୂଆଦିଲ୍ଲୀ,୨୩।୨: ଦୀର୍ଘ ୮ ବର୍ଷ ପରେ ଏୟାର ଇଣ୍ଡିଆ ଅମୃତସର ଓ ବର୍ମିଙ୍ଗହାମ ମଧ୍ୟରେ ନିରନ୍ତର ବିମାନ ସେବା ଆରମ୍ଭ କରିଛି। ତେବେ ବିମାନ ଉଡାଣ ପୂର୍ବରୁ ଯାତ୍ରୀଙ୍କୁ ମିଳିଛି ଏକ ସରପ୍ରାଇଜ୍‌ ଗିଫ୍ଟ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭାରତ ମହାସାଗରରେ ଶୀତଳଯୁଦ୍ଧର ପଦଧ୍ୱନୀ

ଭାରତ ମହାସାଗରରେ ଶୀତଳଯୁଦ୍ଧର ପଦଧ୍ୱନୀ

ନୂଆଦିଲ୍ଳୀ/ଓ୍ବାଶିଂଟନ, ୨୩।୨: ମାଳଦ୍ୱୀପରେ ରାଜୈନତିକ ସଙ୍କଟ ଧୀରେଧୀରେ ଘନୀଭୁତ ହେବାରେ ଲାଗିଛି। ରାଷ୍ଟ୍ରପତି ଅବଦୁଲା ୟାମିନ୍‌ ଇତି ମଧ୍ୟରେ ଦେଶର ମୁଖ୍ୟ ଆଇନ ଅଧିକାରୀଙ୍କ ସମର୍ଥନ ହରାଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ବିଧାନ ବିରୋଧୀ ବୋଲି ମୁଖ୍ୟ ଆଇନ ଅଧିକାରୀ ଏଶାଥ୍‌ ବିସ୍‌ହାମ୍‌ ସୂଚିତ କରିଛନ୍ତି। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ସଙ୍କଟଯୋଗୁ ଭାରତ ଓ ଚାଇନା ମଧ୍ୟରେ ଭାରତ ମହାସାଗରରେ ଶୀତଳଯୁଦ୍ଧ ଆଶଙ୍କା ଦୃଢ଼ିଭୁତ ହେବାରେ ଲାଗିଛି। ଏନେଇ ଅଷ୍ଟ୍ରେଲିଆର ଏକ ବିଶେଷଜ୍ଞଦଳ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ କରିଛନ୍ତି। ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ଡଃ. ଡେଭିଡ୍‌ ବ୍ରିୟୁଷ୍ଟରଏହି ବିବରଣୀ ଦେଇଛନ୍ତି।

ମେଘାଳୟ ବିଧାନସଭା ନିର୍ବାଚନ: ୨୫ ଦାଗି ପ୍ରାର୍ଥୀ, ୧୫୨ କୋଟିପତି

ମେଘାଳୟ ବିଧାନସଭା ନିର୍ବାଚନ: ୨୫ ଦାଗି ପ୍ରାର୍ଥୀ, ୧୫୨ କୋଟିପତି

ଶିଲଂ, ୨୩।୨: ମେଘାଳୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୨୫ ଜଣ ଦାଗି ପ୍ରାର୍ଥୀ ରହିଛନ୍ତି ବୋଲି ଆସୋସିଏସନ୍‌ ଫର ଡୋମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଦାଗି ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣଙ୍କ ନାମରେ ହତ୍ୟା ଓ ବଳାତ୍କାର ମାମଲା ରହିଛି। ପ୍ରତିଦ୍ୱନ୍ଦିତା କରୁଥିବା ୩୭୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୫୨ ଜଣ କୋଟିପତି ଅଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୩.୫୪ କୋଟି ଟଙ୍କା ରହିଛି ବୋଲି ସେମାନେ ସତ୍ୟପାଠ ଦାଖଲ କରିଛନ୍ତି।

ଲାଲୁଙ୍କୁ ଝଟ୍‌କା

ଲାଲୁଙ୍କୁ ଝଟ୍‌କା

ରାଞ୍ଚି,୨୩।୨: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କାଟୁଥିବା ରାଷ୍ଟ୍ରୀୟ ଜନତାଦଳ (ଆର୍‌ଜେଡି)ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଥରେ ଲାଗିଛି ଧକ୍କା। ଦେଓଘର ଟ୍ରେଜେରି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କ ଜାମିନ ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି।