Dharitri News
ମେଟ୍ରୋ |

ଭୁବନେଶ୍ୱର ବିମାନ ବନ୍ଦରରେ ଲାଗିଲା ସାନିଟାରୀ ନାପକିନ୍‌ ଭେଣ୍ଡିଂ ମେସିନ୍‌

ଭୁବନେଶ୍ୱର ବିମାନ ବନ୍ଦରରେ ଲାଗିଲା ସାନିଟାରୀ ନାପକିନ୍‌ ଭେଣ୍ଡିଂ ମେସିନ୍‌ ଭୁବନେଶ୍ୱର,୧୩।୨(ବ୍ୟୁରୋ): ଭୁବନେଶ୍ୱର ଅର୍ନ୍ତଜାତୀୟ ବିମାନ ବନ୍ଦରଠାରେ ମଙ୍ଗଳବାର ସାନିଟାରୀ ନାପ୍‌କିନ୍‌ ଭେଣ୍ଡିଂ ମେସିନ ଲଗାଯାଇଛି। ଉଭୟ ଟର୍ମିନାଲରେ ଥିବା ମହିଳା ଶୌଚାଳୟ ନିକଟରେ ଏଗୁଡିକୁ ଲଗାଯାଇଛି। ଆବଶ୍ୟକସ୍ଥଳେ ମହିଳା ଯାତ୍ରୀମାନେ ମେସିନ୍‌ରେ ଟଙ୍କା ପକାଇ ଏଥିରୁ ସାନିଟାରୀ ନାପକିନ୍‌ ବାହାର କରିପାରିବେ। ଏଥିପାଇଁ ୧୦ଟଙ୍କିଆ ମୁଦ୍ରା ଅଥବା ୫ ଟଙ୍କିଆ ମୁଦ୍ରା ଅଥବା ୧ ଟଙ୍କିଆ ମୁଦ୍ରାଥିବା ମୋଟ ୧୦ଟଙ୍କା ଦେବାକୁ ପଡିବ। ଏହାଦ୍ୱାରା ବିମାନରେ ଯାତ୍ରା କରୁଥିବା ମହିଳାମାନେ ବିଶେଷଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି।

ମେଟ୍ରୋ |

ଚିଟ୍‌ଫଣ୍ଡ ମାମଲା: ୩୦ ସଂସ୍ଥାକୁ ନୋଟିସ

କଟକ ଅଫିସ, ୧୭।୨- ଚିଟ୍‌ଫଣ୍ଡ ମାମଲାରେ ଶନିବାର ଜଷ୍ଟିସ୍‌ ମଦନମୋହନ ଦାସ ତଦନ୍ତ କମିଶନ ୩୦ଟି ସଂସ୍ଥାକୁ କ୍ଷୂଦ୍ର ଜମାକାରୀଙ୍କ ସମ୍ପର୍କରେ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଛନ୍ତି। ଉକ୍ତ ସଂସ୍ଥାଗୁଡିକର ପାଖାପାଖି ୩୦ହଜାରରୁ ଊର୍ଦ୍ଧ୍ୱ କ୍ଷୂଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରେ ଗ୍ରୀନ୍‌ ରେ’ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ୍‌, ଆଇକୋର୍‌ ସର୍ଭିସ ଭଳି ଅନେକ ସଂସ୍ଥା ରହିଛି। ସୂଚନା ଥାଉକି, କମିଶନ ତାଙ୍କର ତଦନ୍ତ ଜାରି ରଖିଛନ୍ତି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କୁ ୪ଟି ରିପୋର୍ଟ ପ୍ରଦାନ କରିଛନ୍ତି। ୫ମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୂଦ୍ର ଜମାକାରୀ(୧୦ହଜାର ଟଙ୍କାରୁ କମ) ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ଠିକାଦାରଙ୍କୁ ଦାଦାବଟି ମାଗି ସିରିଜ ବୋମା ମାଡ଼

କଟକ ଅଫିସ, ୧୭।୨- ଜଗତପୁର ଥାନା ଅନ୍ତର୍ଗତ ଚାହାପଡ଼ା ନିକଟସ୍ଥ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଶନିବାର ସିରିଜ ବୋମାମାଡ଼ ହୋଇଛି। କେନାଲ ବନ୍ଧ ମରାମତି କାର୍ଯ୍ୟ ଚାଲିଥିବାବେଳେ ଠିକାଦାରଙ୍କୁ କେତେଜଣ ଦୁବୃର୍ତ୍ତ ଦାଦାବଟି ମାଗିଥିଲେ। ହଠାତ୍‌ ମୁହଁରେ କପଡ଼ା ବାନ୍ଧିଥିବା ୨ଜଣ ଦୁବୃର୍ତ୍ତ ଏକ ମୋଟରସାଇକେଲରେ ଆସି ପୃଥକ ୩ଟି ସ୍ଥାନରେ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଠିକା କାର୍ଯ୍ୟରେ ନିୟୋଜିତ ବିଭିନ୍ନ ମେଶିନ ଉପରକୁ ମଧ୍ୟ ଏହି ବୋମାମାଡ଼ ହୋଇଥିଲା। ତେବେ ବୋମାମାଡ଼ରେ ସେପରି କ୍ଷୟକ୍ଷତି ଘଟିନାହିଁ। ଠିକାଦାରଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି ବୋମାମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।

୫୦ ହଜାର ଲାଞ୍ଚ ମାମଲା: ଜେଲ ଗଲେ କନିଷ୍ଠ ଯନ୍ତ୍ରୀ

କଟକ ଅଫିସ, ୧୭।୨- ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କଟକ ଦୋଳମୁଣ୍ଡାଇ ବିଦ୍ୟୁତ୍‌ ସେକ୍ସନର କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ସେନାପତିଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଶନିବାର ବିକାଶଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା। ସେନାପତିଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ଉକ୍ତ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୩ ତାରିଖରେ ହେବା ପାଇଁ ଧାର୍ଯ୍ୟ କରାଯାଇଛି।

ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୭ରେ: ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ

ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୭ରେ: ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୧୭।୨- ନବମ ଶ୍ରେଣୀ ଧନ୍ଦାମୂଳକ ଥିଓରି ପରୀକ୍ଷା ଆସନ୍ତା ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବ। ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ମୋଟ ୬ଟି ଟ୍ରେଡ୍‌ରେ ପରୀକ୍ଷା ହେବ। ସେଗୁଡ଼ିକ ହେଲା ଟ୍ରାଭେଲ ଆଣ୍ଡ୍‌ ଟୁରିଜମ୍‌, ଇନ୍‌ଫରମେଶନ ଟେକ୍ନୋଲୋଜି ଏନାବ୍‌ଲଡ୍‌ ସର୍ଭିସ, ରିଟେଲ ଟ୍ରେଡ୍‌, ବ୍ୟାଙ୍କିଂ ଫାଇନାନ୍‌ସିଆଲ ସର୍ଭିସ ଆଣ୍ଡ୍‌ ଇନ୍‌ସ୍ୟୁରାନ୍ସ, ହେଲ୍‌ଥ କେୟାର, ବିଉଟି ଆଣ୍ଡ୍‌ ୱେଲନେସ୍‌। ରାଜ୍ୟର ୩୧୩ଟି ହାଇସ୍କୁଲର ଛାତ୍ରୀଛାତ୍ର ୩୧୧ଟି କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ଦ୍ୱିତୀୟ ସପ୍ତାହରେ ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଶନିବାରଠାରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୱେବ୍‌ସାଇଟ୍‌ (www.bseodisha.ac.in)ରେ ହାଇସ୍କୁଲ ମୁଖ୍ୟମାନେ ସ୍କୁଲ କୋଡ୍‌ ଓ ପାସ୍‌ୱାର୍ଡ ପ୍ରଦାନ କରି ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସାରଥିଙ୍କ ବିରୋଧରେ ଇଡ଼ିର ମାମଲା: ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

ସାରଥିଙ୍କ ବିରୋଧରେ ଇଡ଼ିର ମାମଲା: ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ ଅଫିସ, ୧୭।୨- ସାରଥି ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଆଗୁଆ ଜାମିନ ପାଇଁ ସାରଥି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସରକାରୀ ଅର୍ଥ ହେରଫେର: ପୂର୍ବତନ ବିଡିଓଙ୍କ ସମେତ ୩ ଦଣ୍ଡିତ

କଟକ ଅଫିସ, ୧୭।୨-ସରକାରୀ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ନୂଆପଡା ଜିଲା ସିନାପାଲି ବ୍ଲକର ପୂର୍ବତନ ବିଡିଓ ସୁନୀଲ କୁମାର ସାହୁ। ଉକ୍ତ ମାମଲାରେ ବିଡିଓ ସାହୁଙ୍କ ସମେତ ବ୍ଲକର ତତ୍କାଳୀନ କିରାଣୀ ଦିବାକର ଦୁର୍ଗା ଓ ଖରିଆରରୋଡଠାରେ ଥିବା ଏକ ଘରୋଇ ସଂସ୍ଥାର ମାଲିକ ତାରା ଚାନ୍ଦ ଅଗ୍ରୱାଲଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି।

ଭାଙ୍ଗିଗଲା ଅସ୍ଥାୟୀ ରତ୍ନ ସିଂହାସନ

ଭାଙ୍ଗିଗଲା ଅସ୍ଥାୟୀ ରତ୍ନ ସିଂହାସନ

ପୁରୀ ଅଫିସ,୧୭।୨: ଭାଙ୍ଗିଗଲା ମହାପ୍ରଭୁଙ୍କ ଅସ୍ଥାୟୀ ରତ୍ନ ସିଂହାସନ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲା ଦୁଇ ଦଶନ୍ଧିର ଏହି ଐତିହ୍ୟ। ପ୍ରଥମେ ଉଇ ଖାଇଯିବା ପରେ ଏବେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ: ୨ ମାସରେ ଫଇସଲା ହେବ ୧୯ ବର୍ଷର ଆବେଦନ

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ: ୨ ମାସରେ ଫଇସଲା ହେବ ୧୯ ବର୍ଷର ଆବେଦନ

ପୁରୀ ଅଫିସ, ୧୭।୨: ଶ୍ରୀଜଗନ୍ନାଥଙ୍କ ଜମି କିଣିବାକୁ ଦୀର୍ଘ ୧୯ବର୍ଷ ଧରି ଲୋକମାନେ ଆବେଦନ କରି ଚାହିଁ ବସିଛନ୍ତି। ହେଲେ କର୍ମଚାରୀ ଅଭାବ ଏବଂ ବିଭିନ୍ନ ସମସ୍ୟା କାରଣରୁ ଆବେଦନଗୁଡିକ ଫାଇଲ ଭିତରେ ରହିଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏବେ ଏ ଦିଗରେ ଅଧିକ ତତ୍ପରତା ଦେଖାଇଛି।

ସଜେଇ ହେଲାଣି ଦୋଳବେଦି: ଦୋଳିରେ ଝୁଲିବେ ଦୋଳଗୋବିନ୍ଦ

ସଜେଇ ହେଲାଣି ଦୋଳବେଦି: ଦୋଳିରେ ଝୁଲିବେ ଦୋଳଗୋବିନ୍ଦ

ପୁରୀ ଅଫିସ, ୧୭।୨: ଆସନ୍ତା ମାର୍ଚ୍ଚ ୧ ତାରିଖରେ ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ସଜେଇ ହେଲାଣି ଦୋଳବେଦି। ଦୋଳ ପୂର୍ଣ୍ଣିମାରେ ଦୋଳବେଦି କୁଞ୍ଜରେ ଦୋଳି ଖେଳିବେ ଶ୍ରୀଦୋଳଗୋବିନ୍ଦ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଦୋଳବେଦି ପରିସରକୁ ସଫା କରିବା ଆରମ୍ଭ କରିଛି।

ରାଜଧାନୀରେ ଦନ୍ତା ଆତଙ୍କ: ଫେରିବା ବାଟପାଉନି, ଏଣେତେଣେ ଘୂରି ବୁଲୁଛି

ରାଜଧାନୀରେ ଦନ୍ତା ଆତଙ୍କ: ଫେରିବା ବାଟପାଉନି, ଏଣେତେଣେ ଘୂରି ବୁଲୁଛି

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- ଭରତପୁର ଜଙ୍ଗଲରୁ ଭୁବନେଶ୍ୱର ସହର ଭିତରକୁ ଚାଲିଆସିଥିବା ଦନ୍ତା ହାତୀକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଜଙ୍ଗଲକୁ ଫେରିବାକୁ ବାଟ ନ ପାଇ ହାତୀଟି ଖଣ୍ଡଗିରି ଅଞ୍ଚଳରେ ଘୂରି ବୁଲୁଛି। ଯେଉଁଠି ଜଙ୍ଗଲିଆ ସ୍ଥାନ ଦେଖୁଛି ସେଠାକୁ ପଶି ଲୁଚିଯାଉଛି। ଦିନରାତି ଦନ୍ତାଟି ବାଟବଣା ହୋଇ ଏଣେତେଣ ବୁଲୁଥିବାବେଳେ ତାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗୁଛି। ସେପଟେ ଭିଡ଼ ଦେଖିଲେ ହାତୀଟି ହିଂସ୍ର ହୋଇପଡ଼ୁଛି। ଆକ୍ରମଣ କରିବାକୁ ଗୋଡ଼ାଉଛି। ଶନିବାର ଭୋରୁ ଡୁମ୍‌ଡୁମା ଫେଜ-୪ରେ ହାତୀକୁ ଦେଖି ଜଣେ ବୃଦ୍ଧା ଭୟରେ ତଳେ ପଡ଼ିଯିବାରୁ ଆହତ ହୋଇଛନ୍ତି। ତାଙ୍କ ଛାତି ହାଡ଼ ଭାଙ୍ଗିଯାଇଛି।

ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ: ବାଜିମାରିଲେ ଓୟୁଏଟି ଛାତ୍ରୀଛାତ୍ର

ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ: ବାଜିମାରିଲେ ଓୟୁଏଟି ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଗତ ଶୁକ୍ରବାର ଶେଷ ହୋଇଛି। ଏଥିରେ ଓୟୁଏଟିର ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ)- ଫିଲ୍ମ ସୋସାଇଟି ଅଫ୍‌ ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରୟିମ୍‌ଠାରେ ଚାଲିଥିବା ୯ମ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଭୁବନେଶ୍ୱର(ଆଇଏଫଏଫବି)ର ଶନିବାର ଥିଲା ୪ର୍ଥ ଦିବସ। ଏହି ଅବସରରେ ଦେଶ ଓ ଦେଶ ବାହାରୁ ଆସିଥିବା ୮ଟି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।