ଖେଳ |

ଆହତ ବାର୍ଡଙ୍କ ସ୍ଥାନରେ ସାୟର୍ସ

ଆହତ ବାର୍ଡଙ୍କ ସ୍ଥାନରେ ସାୟର୍ସ
ସିଡ୍‌ନୀ, ୧୩।୨(ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ଲାଗି ଅଷ୍ଟ୍ରେଲିଆ ଦଳରୁ ଦ୍ରୁତ ବୋଲର ଜ୍ୟାକସନ ବାର୍ଡଙ୍କୁ ବାଦ୍‌ ଦିଆଯାଇଛି। ମାଂସପେଶୀଜନିତ ଆଘାତ ସମସ୍ୟା ଲାଗି ବାର୍ଡଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ବାର୍ଡଙ୍କ ସ୍ଥାନରେ ଅନ୍ୟତମ ସ୍ପିଡଷ୍ଟାର ଚଡ୍ଡ ସାୟର୍ସଙ୍କୁ ଦଳରେ ସାମିଲ କରାଯାଇଛି। ଗତ ସପ୍ତାହରେ ବ୍ରିସବେନଠାରେ ଘରୋଇ କ୍ରିକେଟ ପ୍ରତିଯୋଗିତାରେ ଖେଳୁଥିବାବେଳେ ବାର୍ଡ ଆହତ ହୋଇଥିଲେ। ପ୍ରତ୍ୟାବର୍ତ୍ତନ ଲାଗି ତାଙ୍କୁ ୩ ସପ୍ତାହ ସମୟ ଲାଗିପାରେ। ଫଳରେ ନବାଗତ ବୋଲର ସାୟର୍ସଙ୍କୁ ପଦାର୍ପଣ ଲାଗି ସୁଯୋଗ ମିଳିଛି ବୋଲି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ କହିଛନ୍ତି। ଗତ କିଛିବର୍ଷ ଧରି ସାୟର୍ସ ସିଲ୍ଡ କ୍ରିକେଟ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଆସୁଛନ୍ତି। ଏହି କାରଣରୁ ତାଙ୍କୁ ଚୟନ କରାଯାଇଛି ବୋଲି ସ୍ମିଥ୍‌ କହିଛନ୍ତି। ସାୟର୍ସଙ୍କ ବ୍ୟତୀତ ମିଚେଲ ଷ୍ଟାର୍କ, ଜୋସ୍‌ ହାଜେଲଉଡ୍‌, ପ୍ୟାଟ୍‌ କୁମିନ୍ସ ଓ ଜୟେ ରିଚାଡଶର୍ନ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲିଂ ବିଭାଗ ସମ୍ଭାଳିବେ। ମାର୍ଚ୍ଚ ୧ରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ।
All Right Reserved By

ଖେଳ |

ଭିନୁ ମଙ୍କଡ ଟ୍ରଫି: ମେଘାଳୟର ବୃହତ ବିଜୟ

ଭିନୁ ମଙ୍କଡ ଟ୍ରଫି: ମେଘାଳୟର ବୃହତ ବିଜୟ

ଭୁବନେଶ୍ୱର, ୨୦।୧୦(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ୧୯ ବର୍ଷରୁ  କମ୍‌ ଭିନୁ ମଙ୍କଡ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଶନିବାର ୩ଟି ମ୍ୟାଚ୍‌ ଖେଳାଯାଇଛି। କିଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ମେଘାଳୟ ୧୯୮ ରନର ବୃହତ ବ୍ୟବଧାନରେ ସିକିମକୁ ପରାସ୍ତ କରିଛି। 

ଇଂଲଣ୍ଡ ସିରିଜ ବିଜୟୀ

ଇଂଲଣ୍ଡ ସିରିଜ ବିଜୟୀ

କାଣ୍ଡି (ଶ୍ରୀଲଙ୍କା), ୨୦।୧୦(ଏଏଫ୍‌ପି)- ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଶନିବାର ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ କ୍ରିକେଟ ମ୍ୟାଚ୍‌କୁ ଇଂଲଣ୍ଡ ଡିଏଲ୍‌ଏସ୍‌ ପଦ୍ଧତିରେ ୧୮ ରନରେ ଜିତି ନେଇଛି। 

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ବେଙ୍ଗାଲୁରୁ,୨୦।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକଆ ଟୁର୍ନାମେଣ୍ଟରେ ମୁମ୍ବାଇ ଦଳ ଚାମ୍ପିୟନ ହୋଇଛି। ମୋଟ ଉପରେ ୩ୟ ଥର ପାଇଁ ମୁମ୍ବାଇ ଦଳ ଏହ ସଫଳତା ପାଇଛି।

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

ଗୁଆହାଟି,୨୦।୧୦- ବରିଷ୍ଠ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଦଳର ୪ର୍ଥ କ୍ରମରେ ସ୍ଥାନ ପକ୍କା କଲେ ମଧ୍ୟକ୍ରମର ଅବସ୍ଥା ସୁଧିରି ପାରିବ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର କହିଛନ୍ତି। 

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଗୁଆହାଟି,୨୦।୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ଲାଗି ଶନିବାର ୧୨ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ୨୦ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶଭ ପନ୍ତ ଏଥିରେ ସ୍ଥାନ ମିଳିଛି। 

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ରାଜକୋଟ,୨୦।୧୦- କ୍ଷେତ୍ରୀୟ ରାଜପୁତ ସମୁଦାୟ କରନୀ ସେନା ନୀର୍ଦ୍ଧଷ୍ଟ ଭାବେ ଗୁଜରାଟ ଓ ରାଜସ୍ଥାନରେ ସକ୍ରିୟ ଅଛନ୍ତି। ଏହି ଗ୍ରୁପ ଗତବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ’କୁ ସର୍ବଭାରତୀୟ ସ୍ତରରେ କଡ଼ା ବିରୋଧ କରିଥିଲେ। 

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୨୦।୧୦(ପି.ଟି.)- ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ,୨୦।୧୦- ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଲାମ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ଭାବେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡି କକ୍‌ଙ୍କୁ ଗତ ଅକଶନରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର (ଆର୍‌ସିବି) ଦଳ ୨.୮ କୋଟି ଟଙ୍କାର କିଣିଥିଲା।

ପ୍ରବୀଣ କୁମାରଙ୍କ ଅବସର

ପ୍ରବୀଣ କୁମାରଙ୍କ ଅବସର

ଲକ୍ଷ୍ନୌ,୨୦।୧୦- ଭେଟେରାନ ପେସର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାର ଦୀର୍ଘ ୧୧ ବର୍ଷ ପରେ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି।