Dharitri News
ମନୋରଞ୍ଜନ |

‘ପଦ୍ମାବତ୍‌’ ଭାଙ୍ଗିଲା ‘ବାହୁବଳୀ-୨’ର ରେକର୍ଡ

‘ପଦ୍ମାବତ୍‌’ ଭାଙ୍ଗିଲା ‘ବାହୁବଳୀ-୨’ର ରେକର୍ଡ ବମ୍ବେ: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’ ଏବେ ରେକର୍ଡ ପରେ ରେକର୍ଡ କରିଚାଲିଛି। ୧୯ ଦିନ ଭିତରେ ସେ ଭାଙ୍ଗିଛି ‘ବାହୁବଳୀ-୨’ର ରେକର୍ଡ। ରିଲିଜ୍‌ ହେବାର ମାତ୍ର ୩ ସପ୍ତାହ ମଧ୍ୟରେ ପଦ୍ମାବତ୍‌ ଆୟ କରିଛି ୨୫୦ କୋଟି ଟଙ୍କା। ଖାଲି ସେତିକି ନୁହେଁ ବିଦେଶରେ ଏହି ଫିଲ୍ମ ଏବେ ରେକର୍ଡ କରିଛି। ନ୍ୟୁଜିଲାଣ୍ଡରେ ପଦ୍ମାବତ୍‌ ଭଲ ବ୍ୟବସାୟ କରିଛି। ସେଠାରେ ରିଲିଜ୍‌ ହୋଇଥିବା ଭାରତୀୟ ଫିଲ୍ମ ଭାବେ ‘ପଦ୍ମାବତ୍‌‘ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ନ୍ୟୁଜିଲାଣ୍ଡରେ ସର୍ବାଧିକ ବ୍ୟବସାୟ କରିଥିବା ଭାରତୀୟ ଫିଲ୍ମ ତାଲିକାରେ ଏବେ ପଦ୍ମାବତ୍‌ ଏକ ନମ୍ବର ସ୍ଥାନ ଅଧିକାର କରିଛି। ଏହା ବାହୁବଳୀ-୨ର ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି। ‘ବାହୁବଳୀ-୨’ ନ୍ୟୁଜିଲାଣ୍ଡରେ ୫,୮୮,୩୯୯ ଆମେରିକୀୟ ଡଲାର୍‌ ଆୟ କରିଥିବା ବେଳେ ଏବେ ‘ପଦ୍ମାବତ୍‌’ ୬,୧୪,୨୮୯ ଆମେରିକୀୟ ଡଲାର ଆୟ କରିଛି।

ମନୋରଞ୍ଜନ |

ଫିଲ୍ମ ‘ପଦ୍ମାବତ୍‌’ ପାଇଁ ଦୀପିକାଙ୍କୁ ମିଳିଲା ୫ଶହ ଟଙ୍କା ପୁରସ୍କାର

ଫିଲ୍ମ ‘ପଦ୍ମାବତ୍‌’ ପାଇଁ ଦୀପିକାଙ୍କୁ ମିଳିଲା ୫ଶହ ଟଙ୍କା ପୁରସ୍କାର

ବମ୍ବେ: ଦୀପିକା ପାଦୁକୋନଙ୍କ ଅଭିନିତ ତଥା ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତ୍‌’କୁ ସାରା ଦେଶରେ ବିରୋଧ ହୋଇଥିଲା ସତ। ହେଲେ ଫିଲ୍ମର ରିଲିଜ୍‌ ପରେ ଏହା ରେକର୍ଡ କରିଥିଲା।

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌,୨୧।୨(ପି.ଟି.): ମ୍ୟୁଜିକ୍‌ ଭିଡିଓରୁ ବିବାଦ ଘେରକୁ ଟାଣି ହୋଇଥିବା ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିଅରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଉକ୍ତ ଗୀତ ପାଇଁ ପ୍ରିୟାଙ୍କ ବିରୋଧରେ ହୋଇଥିବା ଆପରାଧିକ ଅଭିଯୋଗ ଉପରେ ବୁଧବାର ସୁପ୍ରମିକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ସମାନ ଆଦେଶ ଜାରି କରିଛନ୍ତି। ମାଲ୍‌ୟାଲମ୍‌ ଫିଲ୍ମ ‘ଓରୁ ଆଦର ଲଭ୍‌’ର ‘ମାଣିକ୍ୟ ମାଲାରୟା ପୁଭି’ ଶୀର୍ଷକ ଏକ ରୋମାଣ୍ଟିକ୍‌ ଗୀତ ଭାଲେଣ୍ଟାଇନ୍‌ ସପ୍ତାହରେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟି ଯାଇଥିଲେ ପ୍ରିୟା।

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ପାମ୍ପଡ ବିକିବା ଲୁକ୍‌ ଭାଇରାଲ

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ପାମ୍ପଡ ବିକିବା ଲୁକ୍‌ ଭାଇରାଲ

ବମ୍ବେ: ବଲିଉଡ ସୁପରଷ୍ଟାର ହ୍ରିତିକ୍‌ ରୋଶନ ଏବେ ନିଜର ଆଗାମୀ ଫିଲ୍ମ ‘ସୁପର ୩୦’ର ଶୁଟିଂକୁ ନେଇ ବ୍ୟସ୍ତ। ନିକଟରେ ଏହାର ଶୁଟିଂ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଲିକ୍‌ ହୋଇଥିଲା। ଏଥିରେ ହ୍ରିତିକ୍‌ଙ୍କ ଲୁକ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଭାଇରାଲ ହୋଇଥିବା ଫଟୋରେ ହ୍ରିତିକ ସାଇକେଲରେ ବସି ପାମ୍ପଡ଼ ବିକୁଥିବା ଦେଖାଯାଉଛି। ଏହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି।

ରିଲିଜ ହେଲା ‘ବାଗି-୨’ ଟ୍ରେଲର

ରିଲିଜ ହେଲା ‘ବାଗି-୨’ ଟ୍ରେଲର

ବମ୍ବେ: ଟାଇଗର ଶ୍ରୋଫ୍‌ ଅଭିନୀତ ‘ବାଗି-୨’ର ଟ୍ରେଲର ବୁଧବାର ରିଲିଜ ହୋଇଛି। ଏହାକୁ ନେଇ ବମ୍ବେର ରେସକୋର୍ସଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ହେଲିକପ୍ଟର ଯୋଗେ ଟାଇଗର ଓ ଦିଶା ପଟାନୀ ପହଞ୍ଚିଥିଲେ। ପୂର୍ବ ବାଗି ପରି ବାଗି-୨ର ଟ୍ରେଲରରେ ମଧ୍ୟ ଟାଇଗରଙ୍କ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳୁଛି।

ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲରେ ଶୁଭିଲା ‘କୁଛ କୁଛ ହୋତା ହୈ’ର ଧୂନ୍‌

ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲରେ ଶୁଭିଲା ‘କୁଛ କୁଛ ହୋତା ହୈ’ର ଧୂନ୍‌

ନୂଆଦିଲ୍ଲୀ: ବଲିଉଡ ଫିଲ୍ମର ମାୟାରେ ସମସ୍ତେ ମତୁଆଲା। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲ।

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ)- ଫିଲ୍ମ ସୋସାଇଟି ଅଫ୍‌ ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରୟିମ୍‌ଠାରେ ଚାଲିଥିବା ୯ମ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଭୁବନେଶ୍ୱର(ଆଇଏଫଏଫବି)ର ଶନିବାର ଥିଲା ୪ର୍ଥ ଦିବସ। ଏହି ଅବସରରେ ଦେଶ ଓ ଦେଶ ବାହାରୁ ଆସିଥିବା ୮ଟି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ଓଡ଼ିଆ ଭାଷାରେ ପ୍ରେମ ରହିଛି: କଣ୍ଠଶିଳ୍ପୀ ସାରିକା ସିଂ(ସାକ୍ଷାତକାର)

ଓଡ଼ିଆ ଭାଷାରେ ପ୍ରେମ ରହିଛି: କଣ୍ଠଶିଳ୍ପୀ ସାରିକା ସିଂ(ସାକ୍ଷାତକାର)

ଭକ୍ତି ସଙ୍ଗୀତ ଗାଇବାରେ ସେ ମାହିର। ନିଜ କଣ୍ଠର ଯାଦୁରେ ମଞ୍ଚରେ ସେ ଶ୍ରୋତାଙ୍କୁ ବାନ୍ଧି ରଖନ୍ତି। କେବଳ ଭକ୍ତି ସଙ୍ଗୀତ ନୁହେଁ, ପୁରୁଣା ଗୀତ, ଭଜନ ଓ ଆଞ୍ଚଳିକ ଗୀତ ଗାଇବାକୁ ମଧ୍ୟ ଭଲ ପାଆନ୍ତି। ହିନ୍ଦୀ, ପଞ୍ଜାବୀ, ଗୁଜରାଟୀ, ବେଙ୍ଗଲୀ, ତେଲୁଗୁ ଭଳି ଅନେକ ଆଞ୍ଚଳିକ ଭାଷାରେ ସେ ଗୀତ ଗାଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ସେହି ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି ସାରିକା ସିଂ। ଏ ପର୍ଯ୍ୟନ୍ତ ପ୍ରଚ୍ଛଦପଟ୍ଟରେ ଗୀତ ଗାଇ ନ ଥିବା ସାରିକା ବର୍ତ୍ତମାନ ସୁଦ୍ଧା ସେ ୫୦ରୁ ଊର୍ଦ୍ଧ୍ୱ ଭକ୍ତି ସଙ୍ଗୀତର ଆଲବମ୍‌ ଏବଂ ୫୦ରୁ ଊର୍ଦ୍ଧ୍ୱ ଆଞ୍ଚଳିକ ଭାଷାରେ ଗୀତ ବୋଲି ଲୋକପ୍ରିୟ ହୋଇପାରିଛନ୍ତି। ୨୦୦୭ରେ ଜି-ଟିଭିରେ ପ୍ରସାରିତ ସାରେଗାମାପାରେ ସେ ଫାଇନାଲିଷ୍ଟ ଥିଲେ। ଇନ୍ଦୋରର ଝିଅ ସାରିକା ମାତ୍ର ୪ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ଭୁବନେଶ୍ୱରକୁ ଏକ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ବେଳେ ତାଙ୍କ ସହିତ ସାକ୍ଷାତକାର।

ଥମୁନି ପ୍ରିୟାଙ୍କୁ ନେଇ ଚର୍ଚ୍ଚା, ହିନ୍ଦୀରେ ଆସିଲା ପ୍ରିୟାଙ୍କ ଗୀତର ଭିଡିଓ

ଥମୁନି ପ୍ରିୟାଙ୍କୁ ନେଇ ଚର୍ଚ୍ଚା, ହିନ୍ଦୀରେ ଆସିଲା ପ୍ରିୟାଙ୍କ ଗୀତର ଭିଡିଓ

ହାଇଦ୍ରାବାଦ: ଗୋଟିଏ ଭିଡିଓରୁ ଇଣ୍ଟରନେଟରେ ଚହଳ ପକାଇଥିବା ପ୍ରିୟା ପ୍ରକାଶ ଓ୍ବାରିଅରଙ୍କୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ। ପ୍ରିୟାଙ୍କ ମାଲୟାଲମ ଫିଲ୍ମ ‘ଓରୁ ଆଦର ଲଭ୍‌’ର ଗୀତ ‘ମାଣିକ୍ୟ ମାଲାୟାରୀ ଭୁବି’ ସୋସିଆଲ ମିଡିଆରେ ରିଲିଜ ହେବା ପରେ ଦର୍ଶକଙ୍କୁ ମତୁଆଲା କରିଛି। ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ରର ନିର୍ମାତା ଓ ନିର୍ଦ୍ଦେଶକ ଫିଲ୍ମର ଅନ୍ୟ କିଛି ଅଂଶକୁ ପୁଣି ଛାଡିଥିଲେ। ଏହା ମଧ୍ୟ ଅନୁରୂପ ଭାବେ ପ୍ରଶଂସା ସାଉଁଟିଥିଲା। ଏହା ମାଲୟାଲମ ଭାଷାରେ ହୋଇଥିଲେ ସୁଦ୍ଧା ପ୍ରିୟାଙ୍କ ଆଖି ଓ ହସ ଯୁବପିଢ଼ିଙ୍କୁ ତାଙ୍କ ଦିଓ୍ବାନା କରିଥିଲା। ଏହାର ଗୋଟିଏ ଦିନପରେ ଗୀତଟିକୁ ହିନ୍ଦୀ ଭାଷାରେ ଦେଖିବାକୁ ମିଳୁଛି।

ଚେନାଏ ହସରୁ ଷ୍ଟାର ପ୍ରିୟା ପ୍ରକାଶ, ଇଣ୍ଟରନେଟ୍‌ରେ ବଢ଼ୁଛି ଲୋକପ୍ରିୟତା

ଚେନାଏ ହସରୁ ଷ୍ଟାର ପ୍ରିୟା ପ୍ରକାଶ, ଇଣ୍ଟରନେଟ୍‌ରେ ବଢ଼ୁଛି ଲୋକପ୍ରିୟତା

ନୂଆଦିଲ୍ଲୀ: ଆଜିକାଲି ସମୟରେ ସୋସିଆଲ ମିଡିଆ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ପରିଗଣିତ ହେଉଛି। ଏଥିରେ ଜଣେ ସାଧାରଣ ବ୍ୟକ୍ତି ଖୁବ୍‌ କମ୍‌ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ମନ କିଣିବା ସହ ଷ୍ଟାର ହୋଇପାରୁଛି। ଭାଲେଣ୍ଟାଇନ୍‌ ସପ୍ତାହ ମଧ୍ୟରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି। ମାଲାୟାଲମ ଚଳଚ୍ଚିତ୍ର ‘ଓରୁ ଆଦର ଲଭ୍‌’ର ଏକ ଗୀତ ‘ମାଣିକ୍ୟ ମାଲାରୟା ପୁଭି’ର କିଛି ଦୃଶ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହା ଭାଇରାଲ ହୋଇଛି। ଭିଡିଓଟିରେ ନଜରକୁ ଆସୁଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ରାତାରାତି ଇଣ୍ଟରନେଟ ସେନ୍‌ସେଶନ ପାଲଟି ଯାଇଛନ୍ତି।

ସଲ୍‌ମାନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ବବି ଦଓ୍ବେଲ୍‌

ସଲ୍‌ମାନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ବବି ଦଓ୍ବେଲ୍‌

ବମ୍ବେ: ବେଶ କିଛି ଦିନ ହେବ ରୂପେଲି ପରଦାରୁ ଦୂରରେ ଥିବା ନାୟକ ବବି ଦଓ୍ବେଲ୍‌ ଏବେ ରେସ୍‌-୩ ମାଧ୍ୟମରେ ବଲିଉଡକୁ କମ୍‌ବ୍ୟାକ୍‌ କରୁଛନ୍ତି।

୧୫ରୁ ପ୍ରଫୁଲ୍ଲ କର ଜୟନ୍ତୀ ଉତ୍ସବ : କବିତା କ୍ରିଷ୍ଣାମୂର୍ତ୍ତି ପାଇବେ ପ୍ରଫୁଲ୍ଲ କର ସମ୍ମାନ

୧୫ରୁ ପ୍ରଫୁଲ୍ଲ କର ଜୟନ୍ତୀ ଉତ୍ସବ : କବିତା କ୍ରିଷ୍ଣାମୂର୍ତ୍ତି ପାଇବେ ପ୍ରଫୁଲ୍ଲ କର ସମ୍ମାନ

ଭୁବନେଶ୍ୱର, ୧୧।୨(ବ୍ୟୁରୋ)- ଖ୍ୟାତନାମା ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୭୯ତମ ଜୟନ୍ତୀ ଉତ୍ସବ ଆସନ୍ତା ୧୫ ତାରିଖରୁ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ନିଆରା ସଙ୍ଗୀତ ସନ୍ଧ୍ୟା ‘କମଳ ଦେଶ ରାଜକୁମାର’ ଆୟୋଜିତ ହେବ। ପ୍ରଫୁଲ୍ଲ କର ଫାଉଣ୍ଡେଶନ୍‌ ପକ୍ଷରୁ ଆୟୋଜିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ୧୦ମ ପ୍ରଫୁଲ୍ଲ କର ସମ୍ମାନ ପ୍ରଦାନ କରାଯିବ।

ସପ୍ନା ଦିଦି ଦୀପିକା

ସପ୍ନା ଦିଦି ଦୀପିକା

ବମ୍ବେ: ରୁପେଲି ପରଦାରେ ଚିତ୍ତୋର ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଜୀବନ୍ତ ରୂପ ଦେବା ପରେ ମାଫିଆ କୁଇନ୍‌ ଭୂମିକାରେ ପରଦାକୁ ଆସୁଛନ୍ତି ଦୀପିକା ପାଦୁକୋନ। ଗ୍ୟାଙ୍ଗଷ୍ଟର୍‌ ସପ୍ନା ଦିଦିଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ହିନ୍ଦୀ ଫିଲ୍ମ। ଏଥିରେ ଦୀପିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମକୁ ବିଶାଳ ଭରଦ୍ୱାଜ ନିର୍ଦ୍ଦେଶନା ଦେବାକୁ ଯାଉଥିବାବେଳେ ପ୍ରେରଣା ଅରୋରା ଏହାର ପ୍ରଯୋଜନା ଦେବାକୁ ଯାଉଛନ୍ତି। ଲେଖକ ଏସ୍‌. ହୁସେନ ଜୈଦୀଙ୍କ ପୁସ୍ତକ ‘ମାଫିଆ କୁଇନ୍‌ସ ଅଫ୍‌ ମୁମ୍ବାଇ’ ଉପରେ ଫିଲ୍ମଟି ନିର୍ମାଣ ହେବ।