ରାଜ୍ୟ |

୨ ଆନ୍ତଃରାଜ୍ୟ ସୁନାଚେନ୍‌ ଲୁଟେରା ଗିରଫ, ୫ ସୁନାଚେନ ଜବତ

୨ ଆନ୍ତଃରାଜ୍ୟ ସୁନାଚେନ୍‌ ଲୁଟେରା ଗିରଫ, ୫ ସୁନାଚେନ ଜବତ

ରାଉରକେଲା ଅଫିସ,୧୩।୨: ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଦୁଇଜଣ ଆନ୍ତଃରାଜ୍ୟ ସୁନାଚେନ ଲୁଟେରାଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ଛତିଶଗଡର ଅମର ସିଂ(୨୮) ଓ ମନ୍‌ଜିତ କୁମାର ନାଥ(୨୨)। ପୋଲିସ ସେମାନଙ୍କଠାରୁ ୫ଟି ସୁନାଚେନ ଉଦ୍ଧାର କରିଛି। ଏଥିସହ ଦୁଇଟି ବାଇକ୍‌ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଲୁଟେରାମାନେ ବିହାର, ଛତିଶଗଡ, ଓଡ଼ିଶା, ଝାରଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ସେମାନଙ୍କର ଅପରେଶନ ଜାରି ରଖିଥିଲେ। ସେମାନଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ୧ଶହରୁ ଊର୍ଦ୍ଧ୍ୱ ମାମଲା ରହିଛି। ରାଉରକେଲାକୁ ସେମାନେ ଗତ ଦୁଇମାସ ତଳେ ଆସିଥିଲେ। ସେମାନେ ରାଉରକେଲା ସମେତ ରାଜଗାଙ୍ଗପୁର, ଝାରସୁଗୁଡା, ବ୍ରଜରାଜନଗର ଆଦି ଅଞ୍ଚଳରେ ଅପରେଶନ ଜାରି ରଖିଥିଲେ। ରାଉଲକେଲା ରିଙ୍ଗ ରୋଡରେ ସେମାନେ ବେଶ୍‌ ସକ୍ରିୟ ଥିଲେ। ଏହି ରୋଡ ଦେଇ କୌଣସି ମହିଳା ଏକୁଟିଆ ଯାଉଥିବା ଦେଖିଲେ ସେମାନଙ୍କ ନିକଟକୁ ବାଇକ୍‌ ନେଇ ଯାଇ ସେମାନେ ସୁୁନାଚେନ ଲୁଟି ନେଉଥିଲେ।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ରାଜ୍ୟ |

ବନ୍ଧା ପଡିଛି ଭତ୍ତା ଓ ରାସନ କାର୍ଡ ଘଟଣା

ନବରଙ୍ଗପୁର,୨୨ା୫(ବି.ପ୍ର.)-ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ପଞ୍ଚାୟତ ଅଧିନ ଜବାଗୁଡା ଗାଁର ଦୈମନ୍ତି ନାଗ (୭୦ ) ଅଭାବରେ ପଡି ନିଜ ବିଧବା ଭତ୍ତା କାର୍ଡ ଓ ରାଶନ କାର୍ଡ ବନ୍ଧା ପକାଇଛନ୍ତି।

ମାଝିଗୁଡା ପଞ୍ଚାୟତରେ ଚାଉଳ ବଣ୍ଟନରେ ଦୁର୍ନ୍ନୀତି

ନବରଙ୍ଗପୁର,୨୨ା୫(ଡି.ଏନ.ଏ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାାୟତରେ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନ୍ନୀତି ହେଉଥିବା ୱାର୍ଡମେମ୍ବର ଓ ନାଏବ ସରପଞ୍ଚ ପ୍ରମୁଖ ଅତିରିକ୍ତ ଜିଲାପାଳ ପରିକ୍ଷୀତ ସେଠୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ା

ଜବରଦଖଲରେ ମଶାଣୀ ଜମି

ନବରଙ୍ଗପୁର,୨୨ା୫(ବି.ପ୍ର.)- ନବରଙ୍ଗପୁର ଜିଲା ରାଇଘର ଠାରେ ମଶାଣୀକୁ ନେଇ ବିବାଦ ଲାଗି ରହିଛି ା ଛତିଶଗଡ ରାଜ୍ୟରୁ କିଛି ଲୋକ ଆସି ମଶାଣୀ ଜବର ଦଖଲ କରି ରଖିଛନ୍ତି। ପୋଲିସ ଓ ତହସିଲକୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ ।

ପଥର ଖାଦାନରେ ବାଜି ଲାଗୁଛି ଜୀବନ

ପଥର ଖାଦାନରେ ବାଜି ଲାଗୁଛି ଜୀବନ

ରାୟଗଡା ଅଫିସ୍‌, ୨୨ା୫- ନାହିଁ ନାହିଁର ଜୀବନ ା ଶିକ୍ଷା ନାହିଁ, ସ୍ବାସ୍ଥ୍ୟ ନାହିଁ ସାଙ୍ଗକୁ ରୋଜଗାର ମଧ୍ୟ ନାହିଁ ା ତଥାପି ଜୀବନକୁ ନେଇ ଚାଲିଛି ସଂଗ୍ରାମ ା ପଥର ଖାଦାନରେ ବାଜି ଲାଗୁଛି ସେମାନଙ୍କ ଜୀବନ ା ସେମାନେ ଜାଣନ୍ତି ନାହିଁ ଅଧିକାରର ଅର୍ଥ ା ପେଟର ଭୋକ ଆଗରେ ହଜିଯାଇଛି ସେମାନଙ୍କର ଶିକ୍ଷା ା ଅଧିକାର ସାବ୍ୟସ୍ତ କରିବାକୁ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଶୁଭ ଦୃଷ୍ଟି ପଡିନି ା ଏ ହେଉଛି ରାୟଗଡା ଜିଲା ରାମନାଗୁଡା ବ୍ଲକ୍‌ ଅନ୍ତର୍ଗତ ତଥା ରାମନାଗୁଡା ସଦର ଠାରୁ ରାୟଗଡା ଯିବା ମୁଖ୍ୟରାସ୍ତାର ପ୍ରାୟ ୧କି.ମି ଦୂର ରାସ୍ତାପାର୍ଶ୍ୱରେ ଥିବା ଏକ ବେସରକାରୀ ପଥର କୁଅଁାରିରେ କାମ କରୁଥିବା ଲୋକଙ୍କ କଥା ା

ନାବାଳିକା  ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ନାବାଳିକା ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ଦିଗପହଣ୍ଡି,୨୨ା୫(ଡି.ଏନ.ଏ.): ଦିଗପହଣ୍ଡି ଅଞ୍ଚଳର ଜଣେ ଅନୁସୂଚିତ ଜାତି ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ସମ୍ପର୍କୀୟ ଅଜାଙ୍କୁ କେ.ନୂଆଗାଁ ପୋଲିସ ଗିରଫ କରିଛି। ସେ ହେଲେ ହିଞ୍ଜିଳିକାଟୁ ଅଞ୍ଚଳର ଦିଲୀପ ସେଠୀ। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଡ଼ାକ୍ତରୀ ମାଇନା କରାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଗତ ୨ ତାରିଖରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଅପହରଣ କରିଥିଲେ।

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ହିଞ୍ଜିଳିକାଟୁ,୨୨ା୫(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ରାତି ପ୍ରାୟ ୯ଟାରେ ରାସ୍ତା କଡରେ ଶୌଚପାଇଁ ଯାଇଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ବର୍ଷା ସେଠୀ (୨୦)।

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ହିଞ୍ଜିଳିକାଟୁ,୨୨ା୫(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ରାତି ପ୍ରାୟ ୯ଟାରେ ରାସ୍ତା କଡରେ ଶୌଚପାଇଁ ଯାଇଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ବର୍ଷା ସେଠୀ (୨୦)।

ଭାଜପା ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ଯାତ୍ରା

ଭାଜପା ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ଯାତ୍ରା

ବ୍ରହ୍ମପୁର ଅଫିସ,୨୧ା୫ ଗଞ୍ଜାମ ଜିଲା ଭାଜପା ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ସମାବେଶ ସୋମବାର ସ୍ଥାନୀୟ ରାମଲିଙ୍ଗମ ପୋଖରୀ ରୋଡରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ନାବାଳିକା ଓ ମହିଳାଙ୍କୁ ନିର୍ଯାତନା ଏବଂ ବଳାକତ୍ାର ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ରୋକିବାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଏହା କରାଯାଇଥିଲା।

ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଆକ୍ରମଣ

ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଆକ୍ରମଣ

ଛତ୍ରପୁର,୨୧।୫(ଡି.ଏନ.ଏ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସାନଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ର ବେଳାଭୂମିରେ ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି। ଏମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମେଦିନାପୁର ଜିଲା ଧନଶ୍ରୀ ଗାଁର ସନାତନ ହାଁସଦା, ସୁରେଶ କିସକୁ, ଶମ୍ଭୁ ମାଣ୍ଡି, ଗୋପାଳ ଟୁଡୁ, କାନାଇ ମୁର୍ମୁ ଓ ମାଝୋଇ ହାଁସଦା। ଏମାନଙ୍କୁ ଆହତ ଅବସ୍ଥାରେ ମେରାଇନ ଥାନା ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଛି।

ନମ୍ବର ପାଇଲେ ୪୫୦ ହିତାଧିକାରୀ

ନମ୍ବର ପାଇଲେ ୪୫୦ ହିତାଧିକାରୀ

ବ୍ରହ୍ମପୁର ଅଫିସ,୨୧ା୫ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରେ ଆରମ୍ଭ ହୋଇଥିବା ରାଜୀବ ଆବାସ ଯୋଜନା(ଆର୍‌ଏୱାଇ)ରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ନେଇ ପ୍ରକ୍ର୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଜାନୁୟାରୀ ମାସରେ ଗେଟା ବସ୍ତିର ୧୧୦ ପରିବାରକୁ ସୋମନାଥ ନଗରସ୍ଥିତ ଆର୍‌ଏୱାଇ ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚଳିତ ମାସରେ ତିନୋଟି ପର୍ଯ୍ୟାୟରେ ଲଟେରି ପ୍ରକ୍ର୍ରିୟାରେ ୪୫୦ ପରିବାରକୁ ଗୃହ ନମ୍ବର ପ୍ରଦାନ କରାଯାଇଛି।

ଶିଳାନ୍ୟାସକୁ ପୂରିଛି ସାଢ଼େ ୪ ବର୍ଷ: ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୧ା୫ଶିଳାନ୍ୟାସର ସାଢ଼େ ୪ ବର୍ଷ ବିତିବା ପରେ ବି ବ୍ରହ୍ମପୁର ସରକାରୀ ଇଞ୍ଜିନିୟରିଂ ସ୍କୁଲ ନିକଟରୁ ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ଫ୍ଲାଏ ଓଭର ବ୍ରିଜ ଅସମ୍ପୂର୍ଣ୍ଣ ରହିଛି। ସୂଚନାଯୋଗ୍ୟ, ଆଙ୍କୁଲି ଲେଭଲକ୍ରସିଂ ଉପରେ ରେଲୱେର ବ୍ରିଜ ନିର୍ମାଣ ୫ ବର୍ଷ ପୂର୍ବେ ସରିଛି। କେବଳ ଆପ୍ରୋଚ ରୋଡ୍‌ ପାଇଁ ଫ୍ଲାଏ ଓଭର ବ୍ରିଜ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଛି। ଏହାର ମୂଳ ବ୍ୟୟ ଅଟକଳ ୪୩ କୋଟି ୨୯ ଲକ୍ଷ ୫୫ ହଜାର ଟଙ୍କା ଏବଂ ନିର୍ମାଣ ଦାୟିତ୍ୱ ବ୍ରହ୍ମପୁରସ୍ଥିତ ପୂର୍ତ୍ତ ବିଭାଗର ଗଞ୍ଜାମ ୨ନଂ. ଡିଭିଜନକୁ ନ୍ୟସ୍ତ କରାଯାଇଛି। ଭୁବନେଶ୍ୱରସ୍ଥିତ ଏକ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି।

୫ ଜୀବନ ଗଲାପରେ ଚେତିଲା ପ୍ରଶାସନ ରାସ୍ତାରୁ ହଟାଗଲା ଗଛ

୫ ଜୀବନ ଗଲାପରେ ଚେତିଲା ପ୍ରଶାସନ ରାସ୍ତାରୁ ହଟାଗଲା ଗଛ

ଧାମନଗର,୨୨।୫(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର ଡିଲୋ ଛକ ନିକଟରେ ରାସ୍ତା ଉପରକୁ ମାଡ଼ି ଆସିଥିବା ବହୁ ପୁରୁଣା ବରଗଛ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହୋଇଛି। ନିକଟରେ ଏହି ଗଛରେ ପିଟି ହୋଇ ୨ ଯୁବକ ପ୍ରାଣ ହରାଇଥିଲେ। ଏପରିକି ଏହି ଗଛ ଯୋଗୁ ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ଚେତିଛି। ରାସ୍ତାରୁ ଗଛ ହଟାଯିବା କାମ ଆରମ୍ଭ ହୋଇଛି।