ମେଟ୍ରୋ |

ଗର୍ଭଗୃହକୁ ଘିଅଦୀପ ମନା

ଗର୍ଭଗୃହକୁ ଘିଅଦୀପ ମନା

ପୁରୀ ଅଫିସ, ୬।୯: ଶ୍ରୀମନ୍ଦିର ଗର୍ଭଗୃହରେ ଆଉ ଜଳିବନି ଘିଅଦୀପ। ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ବିଧିବଦ୍ଧ କାର୍ଯ୍ୟାଦେଶ (ନଂ.୯୫୦୨/୪।୯।୨୦୧୭) ପ୍ରକାଶ ପାଇଛି।
କାର୍ଯ୍ୟାଦେଶ ମୁତାବକ, ଗର୍ଭଗୃହକୁ ଘିଅଦୀପ କିପରି ନ ଯିବ ଏହି ଦାୟିତ୍ୱରେ ଜଣେ ଅଖଣ୍ଡ ପାଳିଆ ସେବକ ରହିବେ। ଦୁଇଜଣ ଜେଟିପି ମଧ୍ୟ ଏଥିଲାଗି ନିୟୋଜିତ ହେବେ। କେଉଁ ଦୁଇଜଣ ଜେଟିପି ଏହି ଦାୟିତ୍ୱରେ ରହିବେ ଶ୍ରୀମନ୍ଦିର କମାଣ୍ଡର ତାହା ନିଷ୍ପତ୍ତି ନେବେ। ପ୍ରାଥମିକ ଭାବେ ୨ ମାସ ପାଇଁ ଏହି କାର୍ଯ୍ୟାଦେଶ ବଳବତ୍ତର ରହିବ। କିନ୍ତୁ ଉଲ୍ଲଂଘନକାରୀଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ଜରିମାନା ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇନାହିଁ।
ସୂଚନାଯୋଗ୍ୟ ଯେ, ଗର୍ଭଗୃହରେ ୯ଟି ଅଖଣ୍ଡ ଦୀପ ଜଳିବାର ବିଧି ରହିଛି। ସେଗୁଡ଼ିକ ରାଶି ତେଲରେ ଜଳାଯାଉଛି। କିନ୍ତୁ ଘିଅଦୀପ ଜାଳିବା ଦ୍ୱାରା ଏଥିରୁ ବାହାରୁଥିବା ଧୂଅଁ।ର ପ୍ରଭାବ ପଥର ଉପରେ ପଡୁଛି। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ ପରାମର୍ଶଦାତା କମିଟି ଓ ଏଏସ୍‌ଆଇ ଗର୍ଭଗୃହରେ ଘିଅଦୀପ ଜାଳିବାକୁ ବାରଣ କରିଛି। ୧୯୯୩ ମସିହାରେ ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିଥିଲା। ଏହାପରେ ଗର୍ଭଗୃହ ମରାମତି ହୋଇଥିଲା। ପ୍ରତିବର୍ଷ ଯାଞ୍ଚ ହେଉଛି। ଘିଅଦୀପ ପ୍ରଭାବ ପଥର ଉପରେ ପଡୁଥିବା ଯାଞ୍ଚରୁ ଜଣାପଡିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କଟକଣା ଲଗାଯାଇଛି।

All Right Reserved By

ମେଟ୍ରୋ |

ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୨।୬(ବ୍ୟୁରୋ)- ୨୦୧୮ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର। ଭାରତବର୍ଷର ମୋଟ ୨୨ଟି ଭାଷାରେ ଚଳିତବର୍ଷ ଏହି ସମ୍ମାନଜନକ ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଥିବା ବେଳେ ଏଥର ଓଡ଼ିଶାରୁ ଦୁଇଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

ଭୁବନେଶ୍ୱର,୨୨।୬(ବ୍ୟୁରୋ): କୋରାପୁଟ ଜିଲାର ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକା ବଳାତ୍କାର ଘଟଣାର ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଶୁକ୍ରବାର ଆଉ ତିନି ମାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।

ଚିଲିକା ଡଙ୍ଗା ବୁଡ଼ି ଘଟଣା ତଦନ୍ତ ରିପୋର୍ଟ: ସବୁ ଦୋଷ ପବନର

ଚିଲିକା ଡଙ୍ଗା ବୁଡ଼ି ଘଟଣା ତଦନ୍ତ ରିପୋର୍ଟ: ସବୁ ଦୋଷ ପବନର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଚିଲିକା ଡ଼ଙ୍ଗା ବୁଡି ଘଟଣାର ତଦନ୍ତ ରିପୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି। ଆନ୍ତଃଜଳପଥ ନିର୍ଦ୍ଦେଶକ ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ପବନକୁ ସମ୍ପୂର୍ଣ୍ଣ ଦୋଷ ଦିଆଯାଇଛି।

‘ସଖା’ ପକ୍ଷରୁ ରକ୍ତଦାନ ଶିବିର: ୨୧ ୟୁନିଟ୍‌ ରକ୍ତ ସଂଗ୍ରହ

‘ସଖା’ ପକ୍ଷରୁ ରକ୍ତଦାନ ଶିବିର: ୨୧ ୟୁନିଟ୍‌ ରକ୍ତ ସଂଗ୍ରହ

ପୁରୀ ଅଫିସ,୨୨।୬ : ସାମାଜିକ ଅନୁଷ୍ଠାନ ‘ସଖା’ ପକ୍ଷରୁ ବେଳାଭୂମି ମାର୍ଗ ସ୍ଥିତ ହୋଟେଲ ଶଙ୍କୁନ୍ତଳା ପରିସରରେ ଶୁକ୍ରବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୧ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା।

୨୫ ମଧ୍ୟରାତ୍ରରୁ ପୁରୀରେ ଜଳଯୋଗାଣ ବନ୍ଦ

୨୫ ମଧ୍ୟରାତ୍ରରୁ ପୁରୀରେ ଜଳଯୋଗାଣ ବନ୍ଦ

ପୁରୀ ଅଫିସ,୨୨।୬: ଜୁନ୍‌ ୨୫ ମଧ୍ୟରାତ୍ରରୁ ପୁରୀ ସହରରେ ଜଳଯୋଗାଣ ବନ୍ଦ ରହିବ। ଏଭଳି ଚେତାବନୀ ଦେଇଛି ଶ୍ରୀକ୍ଷେତ୍ର ଜନସ୍ବାସ୍ଥ୍ୟ ଶ୍ରମିକ ସଂଘ। ଶନିବାର ଜନସ୍ବାସ୍ଥ୍ୟ ଶ୍ରମିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତିସଂଘ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦିକ୍ଷୀତ । ସେ କହିଛନ୍ତି ଯେ, ନିଖିଳ ଓଡ଼ିଶା ଜଳଯୋଗାଣ,ପରିମଳ କର୍ମଚାରୀ ସଂଘର ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଜଳଯୋଗାଣ ବନ୍ଦ ରହିବ।

ଖାଦ୍ୟ ଗ୍ରହଣ କରୁନି ମହାବଳ

ଖାଦ୍ୟ ଗ୍ରହଣ କରୁନି ମହାବଳ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ମହାବଳ ବାଘ ଗତକାଲିଠାରୁ ଖାଦ୍ୟ ଗ୍ରହଣ କରି ନ ଥିବା ଜଣାପଡ଼ିଛି। ବାଘ ଖୁଆଡ଼ରେ ଏକ ବାରହା ଛଡ଼ାଯାଇଛି। ଯଦି ବାଘ ନିଜେ ଶିକାର କରି ନ ଖାଏ ତେବେ ବାରାହକୁ ମାରି ତାର ମାଂଶ ଖାଇବାକୁ ଦିଆଯିବ।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଯୁବ ପୁରସ୍କାର-୨୦୧୮ ପାଇଁ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଜୟନ୍ଦ୍ରଥ ସୁନା। ତାଙ୍କର ପ୍ରଥମ କବିତା ସଙ୍କଳନ ହେଉଛି ‘ଶୋଷ’। ଯାହାକିି ୨୦୧୭ରେ ପ୍ରକାଶିତ ହୋଇଥିଲା।

କଂଗ୍ରେସ ପକ୍ଷରୁ ସ୍କ୍ରିନିଂ କମିଟି ଘୋଷଣା: ଓଡ଼ିଶାର ଅଧ୍ୟକ୍ଷ ଭାବେ ସାଥେସାନ ନିଯୁକ୍ତ

କଂଗ୍ରେସ ପକ୍ଷରୁ ସ୍କ୍ରିନିଂ କମିଟି ଘୋଷଣା: ଓଡ଼ିଶାର ଅଧ୍ୟକ୍ଷ ଭାବେ ସାଥେସାନ ନିଯୁକ୍ତ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ କରାଯିବ। ଏଥି ନିମନ୍ତେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଶୁକ୍ରବାର ସ୍କ୍ରିନିଂ କମିଟି ଘୋଷଣା କରିଛନ୍ତି। ଓଡ଼ିଶା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭାବେ ଭି.ଡି. ସାଥେସାନଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ଜିତନ ପ୍ରସାଦ ଓ ନୌସାଦ ସୋଲାଙ୍କିଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇଥିବା ଜଣାପଡ଼ିଛି।

ଭାଗିଦାରୀରେ ୨୦ ଡାକ୍ତରଖାନା ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭାଗିଦାରୀରେ ୨୦ ଡାକ୍ତରଖାନା ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଘରୋଇ, ସରକାରୀ ତଥା ଭାଗୀଦାରିରେ ରାଜ୍ୟରେ ୨୦ଟି ଡାକ୍ତରଖାନା ନିର୍ମାଣ କରାଯିବ। ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ସହ ଏହାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି।ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ୨୦ଟି ସ୍ଥାନରେ ପ୍ରଥମରୁ ଅତି କମ୍‌ରେ ୨୭ଶହ ଶଯ୍ୟା ଉପଲବ୍ଧ ହେବ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୫୦୬ ପ୍ରକଳ୍ପ ନିମନ୍ତେ ୩୫.୮୪ କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୫୦୬ ପ୍ରକଳ୍ପ ନିମନ୍ତେ ୩୫.୮୪ କୋଟି ମଞ୍ଜୁର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୫୦୬ଟି ପ୍ରକଳ୍ପ ପାଇଁ ୩୫.୮୪ କୋଟି ଟଙ୍କାର ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକର ୮୭ଟି ପ୍ରକଳ୍ପ, ମାଲକାନଗିରି ଜିଲା କୋରକୁଣ୍ଡା ବ୍ଲକର ୧୪୩ଟି ପ୍ରକଳ୍ପ, କଟକ ଜିଲା ବାଙ୍କି ବ୍ଲକର ୩୨୩ଟି ପ୍ରକଳ୍ପ, ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ୨୧୬ଟି ପ୍ରକଳ୍ପ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ୨୬୮ଟି ପ୍ରକଳ୍ପ, ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ୨୩୬ଟି ପ୍ରକଳ୍ପ ଓ ପୁରୀ ଜିଲା କଣାସ ବ୍ଲକର ୨୮ଟି ପ୍ରକଳ୍ପ ରହିଛି।

ଯାତ୍ରାବାହୀ ବସ୍‌ ଉପରେ ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିରେ ଯାତ୍ରୀ

ଯାତ୍ରାବାହୀ ବସ୍‌ ଉପରେ ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିରେ ଯାତ୍ରୀ

ନିରାକାରପୁର,୨୨।୬(ଡି.ଏନ୍‌.ଏ.): ପାରାଦୀପରୁ ବାଲିପଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରାବାହୀ ବସ୍‌ ଶୁକ୍ରବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ୩୫ ଯାତ୍ରୀଙ୍କୁ ନେଇ ବସ୍‌ ଯାଉଥିବା ବେଳେ ସକାଳ ୧୧ଟାରେ ନିରାକାରପୁର ବଜାର ନୂଆ ଜଗନ୍ନାଥ ସଡ଼କ ରାସ୍ତାରେ ଦୁର୍ବଳ ଅବସ୍ଥାରେ ରହିଥିବା ଏକ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ବସ୍‌ ଉପରେ ପଡ଼ିଯାଇଥିଲା।

ଜିଲା ପ୍ରଶାସନ ବେଫିକର :ମେଘନାଦ ପାଚେରି କଡ଼ରେ ଚାଲିଛି ବେଆଇନ ନିର୍ମାଣ,ସ୍ନାନବେଦି ସୌନ୍ଦର୍ଯ୍ୟ ନଷ୍ଟହେବା ଆଶଙ୍କା

ଜିଲା ପ୍ରଶାସନ ବେଫିକର :ମେଘନାଦ ପାଚେରି କଡ଼ରେ ଚାଲିଛି ବେଆଇନ ନିର୍ମାଣ,ସ୍ନାନବେଦି ସୌନ୍ଦର୍ଯ୍ୟ ନଷ୍ଟହେବା ଆଶଙ୍କା

ପୁରୀ ଅଫିସ, ୨୨ା୬: ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରେ କୌଣସି ନିର୍ମାଣ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏପରି କି ବିଗତ ଦିନରେ ମେଘନାଦ ପାଚେରିକୁ ଲାଗି ରହିଥିବା ମଠକୁ ବି ଉଚ୍ଛେଦ କରାଯାଇଛି। ଗୁରୁବାର ବିଧାନସଭା ଷ୍ଟାଣ୍ଡିଂ କମିଟି ଶ୍ରୀମନ୍ଦିର ଗସ୍ତ କରି ମେଘନାଦ ପାଚେରି କଡରେ ରହିଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ଲାଗି କହିଛନ୍ତି। କିନ୍ତୁ ସ୍ନାନବେଦି ସମ୍ମୁଖ ମେଘନାଦ ପାଚେରି କଡରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନିର୍ମାଣ ଆରମ୍ଭ ହୋଇଛି। ସେଠାରେ ପିଲର ଉଠାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Model This Week

ପ୍ରଭାତ