Dharitri News
ଖେଳ |

ଭାରତୀୟ ପ୍ରଶଂସକଙ୍କ ବିରୋଧରେ ତାହିରଙ୍କ ଜାତିଆଣ ଅଭିଯୋଗ

ଭାରତୀୟ ପ୍ରଶଂସକଙ୍କ ବିରୋଧରେ ତାହିରଙ୍କ ଜାତିଆଣ ଅଭିଯୋଗ ପୋର୍ଟ ଏଲିଜାବେଥ, ୧୩।୨(ପି.ଟି.)- ଦକ୍ଷିଣ ଆଫ୍ରିକା ଲେଗ୍‌-ସ୍ପିନର ଇମ୍ରାନ ତାହିର ଜଣେ ଭାରତୀୟ ପ୍ରଶଂସକଙ୍କ ବିରୋଧରେ ଜାତିଆଣ ଅଭିଯୋଗ ଆଣିଛନ୍ତି। ଶନିବାର ଖେଳାଯାଇଥିବା ୪ର୍ଥ ଦିନିକିଆ ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ତାହିର ଏନେଇ ଦକ୍ଷିଣ ଆଫ୍ରିକା ବୋର୍ଡର ଅବଗତ କରାଇଥିବାବେଳେ ବୋର୍ଡର ଏହାର ତଦନ୍ତ ଆରମ୍ଭ କରିଛି। ବର୍ଷା ବାଧାପ୍ରାପ୍ତ ୪ର୍ଥ ଦିନିକିଆ ମ୍ୟାଚ୍‌କୁ ଘରୋଇ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଜିତିଥିଲା। ଏହି ମ୍ୟାଚ୍‌ରେ ତାହିର ଖେଳୁ ନ ଥିଲେ ମଧ୍ୟ ଦ୍ୱାଦଶ ଖେଳାଳିର ଭୂମିକା ତୁଲାଉଥିବାବେଳେ ଡ୍ରେସିଂ ରୁମ୍‌ ସମ୍ମୁଖରେ ଏହି ଅଘଟଣ ଘଟିଥିଲା। ଜଣେ ପ୍ରଶଂସକ ମୌଖିକ ଭାବେ ତାହିରଙ୍କୁ ଜାତିଆଣ ଆକ୍ଷେପ କରିଥିଲେ। ତାହିର ସଙ୍ଗେ ସଙ୍ଗେ ଷ୍ଟାଡିୟମ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ସିକ୍ୟୁରିଟିଙ୍କୁ ଅବଗତ କରାଇଥିଲେ। ଏହାପରେ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ସେଠାରେ ନିୟୋଜିତ କରାଯାଇଥିଲା ବୋଲି ଦକ୍ଷିଣ ଆଫ୍ରିକାର ଟିମ୍‌ ମ୍ୟାନେଜର ମହମ୍ମଦ ମୋସାଜେ କହିଛନ୍ତି। ସେ ଜଣେ ଭାରତୀୟ ପ୍ରଶଂସକ ଥିଲେ ଏବଂ ଘଟଣା ପରେ ତାଙ୍କୁ ସୁରକ୍ଷାକର୍ମୀ ପଡ଼ିଆ ବାହାରକୁ ନେଇଯାଇଥିଲେ। କ୍ରିକେଟ ଦକ୍ଷିଣ ଆଫ୍ରିକା ଏବଂ ସିକ୍ୟୁରିଟି ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି ବୋଲି ମୋସେଜ ପ୍ରକାଶ କରିଛନ୍ତି। ଏହି ଘଟଣାର କିଛି ମୁହୂର୍ତ୍ତକୁ ଜଣେ ପ୍ରଶଂସକ ମୋବାଇଲରେ ଶୁଟିଂ କରି ସୋସିଆଲ ମିଡିଆରେ ଛାଡ଼ିଦେଇଛନ୍ତି। ଏଥିରେ ତାହିର କିଛି ପ୍ରଶଂସକଙ୍କ ସହ ଯୁକ୍ତିତର୍କ କରୁଥିବାର ଦୃଶ୍ୟ ରହିଛି। ଏହି ପ୍ରଶଂସକଙ୍କ ମଧ୍ୟରେ ଜଣେ ଭାରତୀୟ ଜର୍ସି ପରିଧାନ କରିଛନ୍ତି।

ଖେଳ |

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ପୁଣି ଚଳଚଞ୍ଚଳ। ଏଥର ହକି କିମ୍ବା ଆଥଲେଟିକ୍ସ ପାଇଁ ନୁହେଁ ଅନ୍ତର୍ଜାତୀୟ ମାନର ଟେନିସ ଓ ଫୁଟବଲର ରୋମାଞ୍ଚ ଏଥର ଦେଖିବାକୁ ମିଳିବ ଏହି ଷ୍ଟାଡିୟମରେ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଏକ ମ୍ୟାଚ ପାଇଁ ଜାମସେଦପୁର ଏଫସି ଦଳ ଗତ ୧୯ ତାରିଖରୁ ଭୁବନେଶ୍ୱରରେ ପହଞ୍ଚତ୍ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛି। ବେଙ୍ଗାଲୁରୁ ଏଫସି ଶୁକ୍ରବାର ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ଦୁଇ ଦଳ ମଧ୍ୟରେ ଆଇଏସଏଲ ମ୍ୟାଚ ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟ।

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

ପ୍ୟୋଙ୍ଗ୍‌ଚାଙ୍ଗ,୨୨।୨(ଏ.ଏଫ.ପି.)-ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୀତକାଳୀନ ଅଲିମ୍ପିକ୍ସର ମହିଳା ହକି ଇଭେଣ୍ଟରେ ଶେଷରେ ଆମେରିକା ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛି। ଗୁରୁବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଆମେରିକା ପେନାଲ୍ଟି ସୁଟ୍‌ ଆଉଟ୍‌ ମାଧ୍ୟମରେ ପଡୋଶୀ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଏହି ଐତିହାସିକ ସଫଳତା ଅର୍ଜନ କରିଛି।

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ଚଣ୍ଡିଗଡ଼, ୨୨।୨(ପି.ଟି.)- ଭାରତୀୟ ମହିଳା ଟି୨୦ କ୍ରିକେଟ ଦଳର ଅଧିନାୟିକା ହର୍‌ମନପ୍ରୀତ୍‌ କୌର ମାର୍ଚ୍ଚ ୧ରୁ ପଞ୍ଜାବ ପୋଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ (ଡିଏସ୍‌ପି) ଭାବେ ଯୋଗ ଦେବେ।

ଓ୍ବିଣ୍ଟର ଅଲିମ୍ପିକ୍‌:  ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ଓ୍ବିଣ୍ଟର ଅଲିମ୍ପିକ୍‌: ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ପ୍ୟୋଙ୍ଗଚାଙ୍ଗ,୨୨।୨(ଏଏଫ୍‌ପି)- ସୁଇରଲାଣ୍ଡର ଭେଟେରାନ ଆଣ୍ଡ୍ରେ ମାଇହରେର ପୁରୁଷ ବିଭାଗର ସ୍ଲାଲୋମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୩୫ ବର୍ଷୀୟ ଖେଳାଳି ରେସର ଫିନିଶିଂ ଲାଇନ୍‌କୁ ୧:୩୮.୯୯ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ନୂଆଦିଲ୍ଲୀ,୨୨।୨- ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅଫ୍‌ ଥିବା ଦିଲ୍ଲୀକୁ ପରାସ୍ତ କରି ଆନ୍ଧ୍ରପ୍ରଦେଶ ଚଳିତ ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀକୁ ୬ ଉଇକେଟ୍‌ରେ ପରାସ୍ତ କରିଛି ଆନ୍ଧ୍ରପ୍ରଦେଶ। ପେସର ଶିବ କୁମାର ଓ ଭାର୍ଗବ ଭଟ୍ଟଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଆନ୍ଧ୍ରପ୍ରଦେଶ ୨୯ତମ ଓଭର୍‌ରେ ୪ ଉଇକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ମାଡ୍ରିଡ୍‌,୨୨।୨- ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମେତ କେତେ ଜଣ ନିୟମିତ ଖେଳାଳିଙ୍କ ଅନୁପସ୍ଥିତିରେ ରିୟଲ ମାଡ୍ରିଡ୍‌ ଦଳ ଚଳିତ ଲା ଲିଗା ଲିଗ୍‌ର ଏକ ମାଚ୍‌ରେ ୩-୧ ଗୋଲ୍‌ରେ ଲେଗାନେ୍‌ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ୍‌ ପଏଣ୍ଟ ଟେବୁଲରେ ଭାଲେନସିଆକୁ ହଟାଇ ୩ୟ ସ୍ଥାନ ଅଧିକାର କରିଛି। କିନ୍ତୁ କୋଚ୍‌ ଜିନେଡାନ ଜିଡାନଙ୍କ ଦଳ ଟାଇଟଲ ଦୌଡ଼ରେ ସର୍ବାଗ୍ରେ ଥିବା ବାର୍ସିଲୋନାଠାରୁ ବହୁ ପଛରେ ରହିଛି।

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ନୂଆଦିଲ୍ଲୀର ଡିଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଗୁରୁବାର ଅନୁଷ୍ଠିତ ‘ଟାଟା ଟି(ଜାଗୋ ରେ) ଚାମ୍ପିୟନ୍ସ ଟୁମରୋ’ କାର୍ଯ୍ୟକ୍ରମର ସର୍ବଭାରତୀୟ ଫାଇନାଲ୍ସରେ ଓଡ଼ିଶାର ଆଂଶିକା ରାଉତରାୟ ବ୍ରୋଞ୍ଜ ପଦକ ପାଇଛନ୍ତି।

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ପ୍ୟୋଙ୍ଗଚାଙ୍ଗ, ୨୧।୨(ଏ.ଏଫ୍‌.ପି)- ନରଓ୍ବେର ମାରିଟ ବିୟରଗେନ୍‌ ଶୀତକାଳୀନ ଅଲିମ୍ପିକ୍ସ ଇତିହାସର ସଫଳତମ ଆଥଲେଟ ବିବେଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ମହିଳା କ୍ରସ୍‌ କଣ୍ଟ୍ରି ସ୍କିଂ ଟିମ୍‌ ସ୍ପ୍ରିଣ୍ଟ ଫ୍ରି ଇଭେଣ୍ଟରେ ସେ ନିଜ ଦେଶର ମାଇକେନ କାସ୍ପେରସେନଙ୍କ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

ଅକ୍‌ଲାଣ୍ଡ (ନ୍ୟୁଜିଲାଣ୍ଡ), ୨୧।୨- ନ୍ୟୁଜିଲାଣ୍ଡ ଘରୋଇ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଫୋର୍ଡ ଟ୍ରଫିରେ ବୁଧବାର ଏକ ଅଜବ ଘଟଣା ଦେଖବାକୁ ମିଳିଛି। ସ୍ଥାନୀୟ କୋଲିନେ ମେଡେନ ପାର୍କରେ ଅକ୍‌ଲାଣ୍ଡ ଓ କାଣ୍ଟବେରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ ଏକ ଶର୍ଟ ସିଧା ବୋଲରଙ୍କ ମୁଣ୍ଡରେ ବଲ ବାଜି ବାଉଣ୍ଡରୀ ବାହାରକୁ ଯିବାସହ ୬ ରନରେ ପରିଣତ ହୋଇଥିଲା।

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ସେଞ୍ଚୁରିଅନ, ୨୧।୨- ହେନରିକ୍‌ କ୍ଲାସେନ ଓ ଅଧିନାୟକ ଜେପି ଡୁମିନି ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳି ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଛନ୍ତି। ଭାରତ ପକ୍ଷରୁ ଧାର୍ଯ୍ୟ ୧୮୯ ରନ ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା।

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ,୨୧।୨(ଏଏଫ୍‌ପି)- ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ଚାମ୍ପିୟନ୍‌ ଆଖ୍ୟା ଗ୍ରହଣ କରିଛି। ସ୍ଥାନୀୟ ଇଡେନ ପାର୍କଠାରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲକୁ ଅଷ୍ଟ୍ରେଲିଆ ଦଳ ଡି.ଏଲ. ନିୟମରେ ୧୯ ରନ୍‌ ବ୍ୟବଧାନରେ ଜିତି ନେଇଛି। ଏଥିସହ ଟି୨୦ ଦଳଗତ ର଼୍ୟାଙ୍କିଙ୍ଗରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ମଧ୍ୟ ଅଧିକାର କରିଛି ଟିମ୍‌ ଅଷ୍ଟ୍ରେଲିଆ।

କ୍ରିସ୍‌ ଲିନ୍ନ ଆହତ

କ୍ରିସ୍‌ ଲିନ୍ନ ଆହତ

ନୂଆଦିଲ୍ଲୀ,୨୧।୨- ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଶାୟୀ କ୍ୟାପଟେନ କ୍ରିସ୍‌ ଲିନ୍ନ ବୁଧବାର ଆହତ ହୋଇଛନ୍ତି। ଅକ୍‌ଲାଣ୍ଡର ଇଡେନ ପାର୍କଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଫାଇନାଲରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ ହାତ ଏବଂ କାନ୍ଧରେ ଆଘାତ ଲାଗିଛି।