ଜାତୀୟ |

୩୨ ଘଣ୍ଟାର ଅପରେଶନ ଶେଷ: ୨ ଆତଙ୍କବାଦୀ ମୃତ

୩୨ ଘଣ୍ଟାର ଅପରେଶନ ଶେଷ: ୨ ଆତଙ୍କବାଦୀ ମୃତ
ଶ୍ରୀନଗର, ୧୩।୨: ଜମ୍ମୁ-କଶ୍ମୀର ଶ୍ରୀନଗର କରଣ ନଗରଠାରେ ଥିବା ସିଆର୍‌ପିଏଫ୍‌ ୨୩ ବାଟାଲିୟନରେ ୩୨ ଘଣ୍ଟାର ଅପରେଶନ ମଙ୍ଗଳବାର ଶେଷ ହୋଇଛି। ଏଥିରେ କ୍ୟାମ୍ପ ନିକଟସ୍ଥ ବିଲ୍ଡିଂରେ ଲୁଚି ରହିଥିବା ୨ ଆତଙ୍କବାଦୀଙ୍କର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଏସମ୍ପର୍କରେ ସିଆର୍‌ପିଏଫ୍‌ ଆରକ୍ଷୀ ମହାନିର୍ଦ୍ଦେଶକ ଜୁଲଫିକର ହସନ୍‌ ସୂଚନା ଦେଇଛନ୍ତି। ପ୍ରଥମେ ଆତଙ୍କବାଦୀ ଲୁଚି ରହିଥିବା ବିଲ୍ଡିଂରୁ ବାସିନ୍ଦାମାନଙ୍କୁ ବାହାର କରାଯାଇ ପରେ ସିଆର୍‌ପିଏଫ୍‌ ଓ ଜମ୍ମୁ-କଶ୍ମୀର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ଏହି ଘଟଣାରେ ସିଆର୍‌ପିଏଫ୍‌ କନେଷ୍ଟବଳ ମହମ୍ମଦ ମୋଜାହିଦ୍‌ ଖାଁ ଶହୀଦ ହୋଇଥିଲେ। ସେ ବିହାରର ଆରା ଅଞ୍ଚଳର ବାସିନ୍ଦା। ଚଳିତ ବର୍ଷ ୪୪ ଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ୨୬ ଯବାନ ଶହୀଦ ହୋଇଥିବା ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି।
All Right Reserved By

ଜାତୀୟ |

ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଅକ୍ଷୟ

ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଅକ୍ଷୟ

ମୁମ୍ବାଇ,୧୯।୮: କେରଳରେ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ଏହି ସମୟରେ ସହାୟତାର ହାତ ବଢାଇଛନ୍ତି ବଲିଉଡ ନାୟକ ଅକ୍ଷୟ କୁମାର ଓ ଫିଲ୍ମ ନିର୍ମାତା ପ୍ରିୟଦର୍ଶନ। ସହାୟତାର ପରିମାଣ କେତେ ତାହା ଜଣା ନ ଥିଲେ ମଧ୍ୟ ପ୍ରିୟଦର୍ଶନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। 

ବାରମୂଳାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ମୃତ

ବାରମୂଳାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର, ୧୯।୮: ଜମ୍ମୁ-କଶ୍ମୀର ବାରମୂଳା ଜିଲାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଏଥିରେ ଜଣେ ଆତଙ୍କବାଦୀଙ୍କ  ମୃତ୍ୟୁ ଘଟିଛି।  

କେରଳ ବନ୍ୟା: ଉଦ୍ଧାର କାର୍ଯ୍ୟରେ ଲାଗିବ ଇସ୍ରୋର ୫ ଉପଗ୍ରହ

କେରଳ ବନ୍ୟା: ଉଦ୍ଧାର କାର୍ଯ୍ୟରେ ଲାଗିବ ଇସ୍ରୋର ୫ ଉପଗ୍ରହ

ଚେନ୍ନାଇ,୧୯।୮: ଇଣ୍ଡିଆନ୍‌ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ୫ଟି ଉପଗ୍ରହ ଏବେ କେରଳ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 

କେରଳ ବନ୍ୟା: ଆନ୍ଧ୍ରପ୍ରଦେଶ ଆଇଏଏସ୍‌ ଅଫିସର ସଂଘ ଦାନ କଲେ ଗୋଟିଏ ଦିନର ଦରମା

କେରଳ ବନ୍ୟା: ଆନ୍ଧ୍ରପ୍ରଦେଶ ଆଇଏଏସ୍‌ ଅଫିସର ସଂଘ ଦାନ କଲେ ଗୋଟିଏ ଦିନର ଦରମା

ଅମରାବତୀ,୧୯।୮: କେରଳ ବନ୍ୟା ପ୍ରଭାବିତଙ୍କ ଲାଗି ବିଭିନ୍ନ ରାଜ୍ୟ ତଥା ସଂଗଠନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଆନ୍ଧ୍ରପ୍ରଦେଶ ଆଇଏଏସ୍‌ ଅଫିିସର ସଂଘ ପକ୍ଷରୁ ଗୋଟିଏ ଦିନର ଦରମା ବନ୍ୟା ପୀଡ଼ିତଙ୍କୁ ଦାନ କରାଯିବ।

କେରଳରେ ପାନୀୟ ଜଳ ସମସ୍ୟା

କେରଳରେ ପାନୀୟ ଜଳ ସମସ୍ୟା

କୋଚି,୧୯।୮: ବନ୍ୟା ଓ ବର୍ଷାରେ ଏବେ ବେହାଲ୍‌ ହୋଇଛି କେରଳ। ଯୁଆଡେ ଚାହିଁବ ସବୁଠି ଖାଲି ପାଣି ଆଉ ପାଣି। ହେଲେ ଏଠି ଏବେ ପିଇବା ପାଣି ମୁନ୍ଦାଏ ମିଳିବା କାଠିକର ପାଠ ହୋଇଛି। 

ରାୟପୁର ମୁହାଁ ଲୋନର୍ସ ଗ୍ରୁପ୍‌ ହାତୀପଲ: ୫ ବର୍ଷରେ ୫୫ ଲୋକଙ୍କ ଜୀବନ ନେଇଛି

ରାୟପୁର ମୁହାଁ ଲୋନର୍ସ ଗ୍ରୁପ୍‌ ହାତୀପଲ: ୫ ବର୍ଷରେ ୫୫ ଲୋକଙ୍କ ଜୀବନ ନେଇଛି

ରାୟପୁର,୧୯।୮: ଛତିଶଗଡ଼ ରାଜ୍ୟ ମୁଖ୍ୟାଳୟ ମୁହାଁ ହୋଇଛନ୍ତି ଉଗ୍ର ହାତୀପଲ ଲୋନର୍ସ ଗ୍ରୁପ୍‌। ଦଳର ୧୪ଟି ହାତୀ ବାଟଭୁଲି ମହାସମୁନ୍ଦ ଜିଲା ସୀମାରେ ରହିଛନ୍ତି। ରାୟପୁରରେ ପ୍ରବେଶ କରିବା ଲାଗି ସେମାନଙ୍କୁ ମହାନଦୀ ପାର ହେବାକୁ ପଡ଼ିବ। 

ମହିଳାଙ୍କୁ ଅଶାଳୀନ ଇଙ୍ଗିତ କରି ଅଡୁଆରେ କନଷ୍ଟେବଳ

ମହିଳାଙ୍କୁ ଅଶାଳୀନ ଇଙ୍ଗିତ କରି ଅଡୁଆରେ କନଷ୍ଟେବଳ

ଲକ୍ଷ୍ନୌ,୧୯।୮: ଉତ୍ତର ପ୍ରଦେଶ ଲକ୍ଷ୍ନୌର ଅଲମବାଗ ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ଅଶାଳୀନ ଇଙ୍ଗିତରେ ଅତିଷ୍ଠ ହୋଇ ପଡିଛନ୍ତି କେତେଜଣ ସ୍ଥାନୀୟ ମହିଳା। ଏହାକୁ ନେଇ ଉକ୍ତ ମହିଳାମାନେ ସ୍ଥାନୀୟ ଏସ୍‌ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। 

ବଗିକୁ ଛାଡ଼ି ଦୂରନ୍ତୋ ଏକ୍ସପ୍ରେସ୍‌ର ଇଞ୍ଜିନ ଗଲା ଏକ କିମି

ବଗିକୁ ଛାଡ଼ି ଦୂରନ୍ତୋ ଏକ୍ସପ୍ରେସ୍‌ର ଇଞ୍ଜିନ ଗଲା ଏକ କିମି

ଗ୍ବାଲିୟର,୧୯।୮: ଡବରା-ଅନନ୍ତପେଠ ଷ୍ଟେଶନଠାରେ ଘଟିଛି ଏକ ଅଘଟଣ। ଏଠାରେ ଦୂରନ୍ତୋ ଏକ୍ସପ୍ରେସ୍‌ର ଇଞ୍ଜିନ୍‌ ଓ ବଗି ମଧ୍ୟରେ ଥିବା କପଲିଙ୍ଗ୍‌ ଭାଙ୍ଗିଯିବାରୁ ଇଞ୍ଜିନ ବିନା ବଗିରେ ଏକ କିଲୋମିଟର ପଳାଇ ଆସିଥିଲା।

ଆରମ୍ଭ ହେଲା ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା

ଆରମ୍ଭ ହେଲା ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା

ହରିଦ୍ୱାର,୧୯।୮: ବାଜପେୟୀଙ୍କ ଚିତାଭସ୍ମକୁ ନେଇ ଯାଉଥିବା ‘ଅସ୍ଥି କଳସ’ ଯାତ୍ରାରେ ସାମିଲ ହୋଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ଓ ଅନ୍ୟମାନେ। 

ମାଛ ବିକି ବନ୍ୟା ପୀଡିତଙ୍କୁ ୧.୫ ଲକ୍ଷ ଦାନକଲେ ଛାତ୍ରୀ

ମାଛ ବିକି ବନ୍ୟା ପୀଡିତଙ୍କୁ ୧.୫ ଲକ୍ଷ ଦାନକଲେ ଛାତ୍ରୀ

ବେଙ୍ଗାଲୁରୁ,୧୯।୮: କିଛିଦିନ ତଳେ ସୋସିଆଲ ମିଡିଆରେ କଲେଜ ୟୁନିଫର୍ମରେ ମାଛ ବିକିବାକୁ ନେଇ ଟ୍ରୋଲ ହୋଇଥିବା ୨୧ ବର୍ଷୀୟା ଛାତ୍ରୀ ହାନନ ହମିଦ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। 

ଗର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ୩ ଶହ ହୋର୍ଡିଂ ଲଗାଇ ଯୁବକ ହଟହଟା

ଗର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ୩ ଶହ ହୋର୍ଡିଂ ଲଗାଇ ଯୁବକ ହଟହଟା

ମୁମ୍ବାଇ,୧୯।୮: ଗର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ମହାରାଷ୍ଟ୍ରର ଜଣେ ଯୁବକ ରାସ୍ତାରେ ୩ଶହ ହୋର୍ଡିଂ ଲଗାଇ ହଟହଟା ହୋଇଛନ୍ତି। ଏହାକୁ ନେଇ ଟ୍ରାଫିକ୍‌ ପୋଲିସ ଅଡୁଆରେ ପଡ଼ିଥିଲା। 

୬୨ ବୟସ୍କା ଲେଡ଼ି ଡନ୍‌ଙ୍କ ନାମରେ ୧୧୩ ଅପରାଧୀକ ମାମଲା

୬୨ ବୟସ୍କା ଲେଡ଼ି ଡନ୍‌ଙ୍କ ନାମରେ ୧୧୩ ଅପରାଧୀକ ମାମଲା

ନୂଆଦିଲ୍ଲୀ, ୧୯।୮: ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଶାଖା ପକ୍ଷରୁ ୬୨ ବୟସ୍କା ଲେଡ଼ି ଡନ୍‌ଙ୍କୁ ଗିରଫ କରାଯାଇଛି। ସେ ୮ମାସ ଧରି ଫେରାର ଥିଲେ।