ବାଣିଜ୍ୟ |

୮.୬୫%ରେ ଅପରିବର୍ତ୍ତିତ ରହିପାରେ ଇପିଏଫ୍‌ଓ ହାର

୮.୬୫%ରେ ଅପରିବର୍ତ୍ତିତ ରହିପାରେ ଇପିଏଫ୍‌ଓ ହାର

ନୂଆଦିଲ୍ଲୀ,୧୩-୨(ପି.ଟି.)
୨୦୧୭-୧୮ ଆର୍ଥିକବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ଏହାର ୫ କୋଟି ସଦସ୍ୟଙ୍କ ପାଇଁ ସୁଧ ହାରକୁ ୮.୬୫%ରେ ଅପରିବର୍ତ୍ତିତ ରଖିପାରେ। ଫେବୃୟାରୀ ୨୧ରେ ହେବାକୁ ଥିବା ଟ୍ରଷ୍ଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ ପ୍ରକାଶ।
୨୦୧୬-୧୭ ଆର୍ଥିକବର୍ଷରେ ମଧ୍ୟ ଇପିଏଫ୍‌ଓ ୮.୬୫% ସୁଧ ହାର ପ୍ରଦାନ କରିଥିଲା। ୨୦୧୫-୧୬ରେ ଏହା ୮.୮% ଥିଲା।

All Right Reserved By
I&PR

Model This Week

ସନ୍ତୋଷ

ବାଣିଜ୍ୟ |

ପୁଣି ବଢ଼ିଲା ତୈଳ ଦର:ଭୁବନେଶ୍ୱରରେ ପେଟ୍ରୋଲ ଦର ଟ ୭୬ .୨୮

ପୁଣି ବଢ଼ିଲା ତୈଳ ଦର:ଭୁବନେଶ୍ୱରରେ ପେଟ୍ରୋଲ ଦର ଟ ୭୬ .୨୮

ଭୁବନେଶ୍ୱର,୨୪-୫(ବ୍ୟୁରୋ) ମେ ୧୪ରୁ ୨୩ ପର୍ଯ୍ୟନ୍ତ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ୨୪ ତାରିଖ ସକାଳ ୬ଟାରେ ମଧ୍ୟ ନୂତନ ବର୍ଦ୍ଧିତ ଦର ଲାଗୁ ହେବ। ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ୨୩ରେ ପେଟ୍ରୋଲ ଲିଟର ପିଛା ଦର ୭୫ ଟଙ୍କା ୯୮ ପଇସା ଥିବା ବେଳେ ଏହା ୭୬ ଟଙ୍କା ୨୮ ପଇସାକୁ ବୃଦ୍ଧି ପାଇ ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିବ। ସେହିପରି ଡିଜେଲ ଦର ୨୩ ତାରିଖରେ ୭୩ ଟଙ୍କା ୨୬ ପଇସା ଥିଲା ବେଳେ ଏଥିରେ ୨୦ ପଇସା ବୃଦ୍ଧି ହୋଇ ୭୩ ଟଙ୍କା ୪୬ ପଇସାରେ ପହଞ୍ଚିଛି।

ସେନ୍‌ସେକ୍ସରେ ୩୦୬.୩୩ ପଏଣ୍ଟ ହ୍ରାସ

ସେନ୍‌ସେକ୍ସରେ ୩୦୬.୩୩ ପଏଣ୍ଟ ହ୍ରାସ

ବମ୍ବେ,୨୪-୫(ପି.ଟି.) ଇନ୍ଧନ ଦର ବୃଦ୍ଧି ସହ ଅନ୍ୟାନ୍ୟ ଭୌଗୋଳିକ ସମସ୍ୟାର ପ୍ରଭାବ ବୁଧବାର ଭାରତୀୟ ପୁଞ୍ଜି ବଜାରରେ ପଡିଛି। କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୩୦୬.୩୩ ପଏଣ୍ଟ୍‌ ହ୍ରାସ ଘଟିଛି। ଫଳରେ ଏହା ୩୪,୩୪୪.୯୧ ପଏଣ୍ଟରେ ବନ୍ଦ ହୋଇଛି। ଏପ୍ରିଲ ୧୯ରୁ ଏହା ସର୍ବନିମ୍ନ ସ୍ତର। ଅନ୍ୟପକ୍ଷରେ, ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ନିଫ୍‌ଟିରେ ୧୦୬.୩୫ ପଏଣ୍ଟ୍‌ ହ୍ରାସ ଘଟିଛି।

ସରକାର ୨୫ ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ:ଚିଦାମ୍ବରମ

ସରକାର ୨୫ ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ:ଚିଦାମ୍ବରମ

ସରକାର ୨୫ ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ:ଚିଦାମ୍ବରମ

ବୈଠକ ସମ୍ପର୍କରେ ଜାଣିନି ଏଚ୍‌ପିସିଏଲ୍‌:‘ଟିକସ ଉପରେ ସରକାର ପୂନର୍ବିଚାର କରିବା ଉଚିତ’

ବୈଠକ ସମ୍ପର୍କରେ ଜାଣିନି ଏଚ୍‌ପିସିଏଲ୍‌:‘ଟିକସ ଉପରେ ସରକାର ପୂନର୍ବିଚାର କରିବା ଉଚିତ’

ନୂଆଦିଲ୍ଲୀ, ୨୪-୫(ପିଟି) ପେଟ୍ରୋଲ, ଡିଜେଲ୍‌କୁ ନେଇ ଦେଶବାସୀ ହନ୍ତସନ୍ତ ହେଉଥିବା ବେଳେ ଏଥିରେ ଲାଗୁ ହେଉଥିବା ଟିକସ ଉପରେ ସରକାର ପୂନର୍ବିଚାର କରିବା ଉଚିତ। ଜନସାଧାରଣଙ୍କୁ ତୈଳଦର ଚଡକରୁ ଆସ୍ବସ୍ଥି ପ୍ରଦାନ କରିବାକୁ ହେଲେ ସରକାର ଟିକସକୁ ନେଇ ପୂନର୍ବିଚାର କରନ୍ତୁ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ହିନ୍ଦୁସ୍ଥାନ ପେଟ୍ରୋଲିୟ କର୍ପୋରେଶନ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ କୁମାର ସୁରାନା ଏହା କହିଛନ୍ତି।

ରେଳ ସୁରକ୍ଷା ପାଇଁ ଅଧିକ ସଚେତନ ଆବଶ୍ୟକ: ଉମେଶ ସିଂ

ରେଳ ସୁରକ୍ଷା ପାଇଁ ଅଧିକ ସଚେତନ ଆବଶ୍ୟକ: ଉମେଶ ସିଂ

ଭୁବନେଶ୍ୱର,୨୪-୫ ରେଳ ସୁରକ୍ଷା ଏବଂ ଏହାର ଉତ୍ତମ ସେବାକୁ ନେଇ ପୂର୍ବତଟ ରେଳପଥ ଠାରୁ ଜନସାଧାରଣର ଢେର କିଛି ଆଶା କରନ୍ତି। ରେଳ ସୁରକ୍ଷା ପାଇଁ ଆମର କାର୍ଯ୍ୟକଳାପ ଏବଂ ଆଚରଣକୁ ନେଇ ଆମକୁ ଯଥେଷ୍ଟ ସଚେତନ ହେବାକୁ ପଡିବ। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂ କର୍ମଚାରୀ ଓ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ତେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଅସମ୍ଭବ: ଶିବ ପ୍ରତାପ ଶୁକ୍ଳା

ତେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଅସମ୍ଭବ: ଶିବ ପ୍ରତାପ ଶୁକ୍ଳା

ନୂଆଦିଲ୍ଲୀ, ୨୪-୫ ପେଟ୍ରୋଲ ଓ ଡିଜେଲ ଆଦି ତୈଳଜାତ ଉତ୍ପାଦକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବା ସମ୍ଭବ ନୁହେଁ। ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ହେଲେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ଏଥିରେ ସହମତି ପ୍ରକାଶ କରିବାକୁ ହେବ। ଦୀର୍ଘ ୧୦ ଦିନ ଧରି ଲଗାତର ତୈଳ ଦର ବଢି ଚାଲିଥିବା ବେଳେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ବୁଧବାର ଏହା ପ୍ରକାଶ କରିଛନ୍ତି।

ପେଟ୍ରୋଲ ଦର ବମ୍ବେରେ ୮୫, ମାଡ୍ରାସ୍‌ରେ ୮୦

ପେଟ୍ରୋଲ ଦର ବମ୍ବେରେ ୮୫, ମାଡ୍ରାସ୍‌ରେ ୮୦

ନୂଆଦିଲ୍ଲୀ,୨୪-୫ ଦେଶର ବାଣିଜି୍ୟକ ପେଣ୍ଠସ୍ଥଳ ଭାବେ ପରିଚିତ ବମ୍ବେ ସହରରେ ପେଟ୍ରୋଲ ଦର ୮୪ ଟଙ୍କା ୯୯ ପଇସାରେ ପହଞ୍ଚିଲାଣି। ଆଉ ଏକ ପଇସା ବୃଦ୍ଧି ହେଲେ ୮୫ ଟଙ୍କା ଛୁଇଁବ। ସେହିପରି ମାଡ୍ରାସରେ ଏହା ବୁଧବାର ୮୦ ଟଙ୍କା ଅତିକ୍ରମ କଲାଣି। ବମ୍ବେ, ଦିଲ୍ଲୀ ଓ ମାଡ୍ରାସ୍‌ ଭଳି ସହରରେ ତୈଳ ଦର କିଛି ଦିନ ହେବ ନୂଆ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି।

ଓଡ଼ିଶା ବଜାରରେ କୋମିଓ ସ୍ମାର୍ଟଫୋନ୍‌

ଓଡ଼ିଶା ବଜାରରେ କୋମିଓ ସ୍ମାର୍ଟଫୋନ୍‌

ଭୁବନେଶ୍ୱର,୨୪-୫(ବ୍ୟୁରୋ) ଚାଇନାଭିତ୍ତିକ ଡିଭାଇସ୍‌ ନିର୍ମାତା ଟପ୍‌ଓ୍ବାଇଜ୍‌ କମ୍ୟୁନିକେଶନ୍ସର ହ୍ୟାଣ୍ଡ୍‌ସେଟ୍‌ ବ୍ରାଣ୍ଡ୍‌ କୋମିଓ ବର୍ତ୍ତମାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏକ୍ସ୧ ନୋଟ୍‌ ସହ ଏହା ରାଜ୍ୟର ସ୍ମାର୍ଟଫୋନ୍‌ ବଜାରରେ ପାଦ ରଖିଛି। କୋମିଓ ବ୍ରାଣ୍ଡ୍‌ ଅତ୍ୟାଧୁନିକ ମୋବାଇଲ୍‌ ଟେକ୍ନୋଲୋଜି ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖିଛି। ୫,୦୦୦ରୁ ୧୦,୦୦୦ ଟଙ୍କା ମଧ୍ୟରେ ଗ୍ରାହକଙ୍କୁ ସର୍ବୋତ୍ତମ ସ୍ମାର୍ଟଫୋନ୍‌ ଅନୁଭୂତି ଦେବା ହେଉଛି କମ୍ପାନୀର ଉଦ୍ଦେଶ୍ୟ ବୋଲି ବୁଧବାର ଏଠାରେ ଏକ୍ସ୧ ନୋଟ୍‌ର ବଜାର ପ୍ରବେଶ ଅବସରରେ କୋମିଓ ସ୍ମାର୍ଟଫୋନ୍‌ର ସିଇଓ ତଥା ନିର୍ଦ୍ଦେଶକ ସଞ୍ଜୟ କାଲିରୋନା କହିଛନ୍ତି।

ବାହାରି ପାରିଲାନି ଠୋସ୍‌ ନିର୍ଯାସ

ବାହାରି ପାରିଲାନି ଠୋସ୍‌ ନିର୍ଯାସ

ନୂଆଦିଲ୍ଲୀ,୨୪-୫(ପି.ଟି.) କର୍ନାଟକ ନିର୍ବାଚନ ପ୍ରଚାର ସମୟରେ ପାଖାପାଖି ୩ ସପ୍ତାହ ଧରି ଦେଶରେ ତୈଳ ଦର ସ୍ଥିର ରହିଲା। ଦୈନିକଭିତ୍ତିରେ ତେଲ ଦର ପ୍ରତିଦିନ ସକାଳ ୬ଟାରେ ପରିବର୍ତ୍ତନ ହେଉଥିବା ବେଳେ ପ୍ରାୟ ୧୯ ଦିନ ଧରି ଏଥିରେ କୌଣସି ପରିବର୍ତ୍ତନ ହେଲା ନାହିଁ। କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ହେବାର ଦିନକ ପୂର୍ବରୁ ହଠାତ ତେଲ ଦର ବଢିଲା। ଖାଲି ସେତିକି ନୁହେଁ ସେବେଠାରୁ ଆଜି ଯାଏ ତେଲ ଦର ବଢ଼ି ଚାଲିଥିବା ବେଳେ କମିବାର ନଁା ଧରୁନାହିଁ। ଏଣେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୭୭ ଟଙ୍କା ଟପିଥିବା ବେଳେ ଡିଜେଲ ୬୮ ଟଙ୍କା ଟପିସାରିଲାଣି। ଏଭଳି ପରିପ୍ରେକ୍ଷୀରେ ଦେଶବାସୀ ତୈଳ ଦର ହ୍ରାସ ପାଇଁ ବ୍ୟାକୁଳ ହୋଇ ଚାହିଁ ରହିଥିବା ବେଳେ କେନ୍ଦ୍ର ସରକାର ନିଦାବିଷ୍ଣୁ ପରି ବସି ରହିଛନ୍ତି। ସରକାର ଏହା ଉପରେ କି ପ୍ରକାର ବିଚାର କରୁଛନ୍ତି ତାହାର କୌଣସି ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି। ଉତ୍ପାଦ ଶୁଳ୍କ ହ୍ରାସ କରାଯିବ ନା ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରାଯିବ ବା ଅନ୍ୟ କେଉଁ ବିକଳ୍ପ କଥା ଚିନ୍ତା କରାଯିବ ସେଭଳି କୌଣସି ଠୋସ୍‌ ଉତ୍ତର ଦେଉ ନାହାନ୍ତି।

ପ୍ରଦୀପ ବର୍ମନଙ୍କ ୨୦.୮୭ କୋଟି ଟଙ୍କାର ସମ୍ପତ୍ତି ଜବତ

ପ୍ରଦୀପ ବର୍ମନଙ୍କ ୨୦.୮୭ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୩-୫(ପି.ଟି.) ଏଚ୍‌ଏସ୍‌ବିସି ବ୍ୟାଙ୍କ ପକ୍ଷରୁ ପ୍ରକାଶିତ କଳାଟଙ୍କା ତାଲିକା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ମଙ୍ଗଳବାର ଡାବର ଗ୍ରୁପ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରଦୀପ ବର୍ମନ୍‌ଙ୍କ ୨୦.୮୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

ଚତୁର୍ଥ ତ୍ରୈମାସରେ ୭,୭୧୮ କୋଟି କ୍ଷତି ସହିଲା ଏସ୍‌ବିଆଇ

ଚତୁର୍ଥ ତ୍ରୈମାସରେ ୭,୭୧୮ କୋଟି କ୍ଷତି ସହିଲା ଏସ୍‌ବିଆଇ

ବମ୍ବେ,୨୩-୫(ପି.ଟି.) ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ୨୦୧୭-୧୮ ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସରେ ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ୭,୭୧୮ କୋଟି ଟଙ୍କାର ନେଟ୍‌ କ୍ଷତି ସହିଛି। ଏହାର ମୂଳ କାରଣ ହେଉଛି ଅନାଦାୟ ପରିସମ୍ପତ୍ତି ଏବଂ ନିମ୍ନ ବାଣିଜି୍ୟକ ଆୟ।

୨% ପର୍ଯ୍ୟନ୍ତ ବଢ଼ିବ ହ୍ୟୁଣ୍ଡାଇ କାର୍‌

୨% ପର୍ଯ୍ୟନ୍ତ ବଢ଼ିବ ହ୍ୟୁଣ୍ଡାଇ କାର୍‌

ନୂଆଦିଲ୍ଲୀ,୨୩-୫ ଦେଶର ପ୍ରମୁଖ କାର ନିର୍ମାତା ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌) ଏହାର ଯାନଗୁଡିକ ମୂଲ୍ୟରେ ୨% ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିଛି। ଆସନ୍ତା ଜୁନ୍‌ରୁ ଏହା କାର୍ଯ୍ୟକାରୀ ହେବ।