ମେଟ୍ରୋ |

ଗୋବଂଶ ସୁରକ୍ଷା ରାଜନୈତିକ ଦଳର ଉତ୍ତରଦାୟିତ୍ୱ

ଗୋବଂଶ ସୁରକ୍ଷା ରାଜନୈତିକ ଦଳର ଉତ୍ତରଦାୟିତ୍ୱ
ପୁରୀ ଅଫିସ, ୬।୯: ଗୋବଂଶ ସୁରକ୍ଷା ରାଜନୈତିକ ଦଳଗୁଡ଼ିକର ଉତ୍ତରଦାୟିତ୍ୱ। ଛତ୍ରପତି ଶିବାଜୀ, ମହାରଣା ପ୍ରତାପ, ରାଜଗୁରୁ, ଶୁକଦେବ, ଭଗତ ସିଂ, ଝାନ୍‌ସୀ ରାଣୀ, ମଙ୍ଗଳ ପାଣ୍ଡେ ପ୍ରମୁଖ ଦେଖିଥିବା ଅଖଣ୍ଡ ଭାରତର ସ୍ବରୂପକୁ କ୍ରିୟାଶୀଳ କରିବା ରାଜନୈତିକ ଦଳଗୁଡିକର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି। ମଙ୍ଗଳବାର ପୀଠ ପରିସରରେ ଶଙ୍କରାଚାର୍ଯ୍ୟ କହିଥିଲେ, ଦେଶ ସ୍ବାଧୀନ ହେବାର ଗୋଟିଏ ଦିନ ପୂର୍ବରୁ ଭାରତର ବିଭାଜନ ଘଟିଥିଲା। ସ୍ବତନ୍ତ୍ର ଭାରତର ସ୍ବରୂପ କିପରି ହେବା ଆବଶ୍ୟକ ରାଜନୈତିକ ଦଳଗୁଡିକ ଚିନ୍ତା କରିବା ଆବଶ୍ୟକ। ଯେଉଁ ଦଳ ଏ ସବୁ ଉପରେ ବିଚାର କରିବ କେବଳ ସେ ହିଁ ଭାରତକୁ ଶାସନ କରିବାକୁ ଯୋଗ୍ୟ। ସୀମା ବିବାଦ, ଆତଙ୍କବାଦ ସମସ୍ୟା ଭାରତରେ ମୁଣ୍ଡ ଟେକିଛି। ତେଣୁ ଦେଶ ଭିତରେ ଏବଂ ବାହାରେ ପ୍ରଥମେ ସୁଦୃଢ ହେବା ଆବଶ୍ୟକ। ଜଣେ ଶଙ୍କରାଚାର୍ଯ୍ୟ ହିସାବରେ ମୋର ଯାହା ଉପଦେଶ ଦେବା କଥା ମୁଁ ତାହା ପ୍ରତି କ୍ଷଣରେ ଦେଇଥାଏ। ତାହାକୁ କାର୍ଯ୍ୟକାରୀ କରିବା ନ କରିବା ରାଜନୈତିକ ଦଳଗୁଡ଼ିକ ଉପରେ ନିର୍ଭର କରେ। ଆଜି ପର୍ଯ୍ୟନ୍ତ କୌଣସି ସରକାର ମଠ ପ୍ରତି ନ୍ୟାୟ ପ୍ରଦାନ କରିନାହାନ୍ତି। ମୋର କାମ ହେଲା ସତ୍ୟକୁ ପ୍ରକାଶ କରିବା। ଦେଶର ହିତ ଦୃଷ୍ଟିରୁ ରାଜନୈତିକ ଦଳଗୁଡିକ ତାହାକୁ କାର୍ଯ୍ୟକାରୀ କରିବା ସେମାନଙ୍କ ଦାୟିତ୍ୱ। କେହି ଆମ କଥାକୁ ଗୁରୁତ୍ୱ ଦିଅନ୍ତୁ ଅଥବା ନ ଦିଅନ୍ତୁ, ସେଥିରେ ଆମର କିଛି ଯାଏଆସେ ନାହିଁ। ଆମେ ଅସମର୍ଥ ନୋହୁଁ, ଆମ ପାଖରେ ପୂର୍ଣ୍ଣ ସାମର୍ଥ୍ୟ ଅଛି। ଗୁରୁ ପରମ୍ପରା ଅନୁଯାୟୀ, ଶଙ୍କରାଚାର୍ଯ୍ୟ ଭଗବତ ଗାଦିରେ ବିରାଜମାନ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ନିକଟରେ ସେମିତି କ୍ଷମତା ମଧ୍ୟ ରହିଛି। ରାଜନୈତିକ ଦଳଗୁଡିକ ଆମଠାରୁ ମାର୍ଗଦର୍ଶନ ନେଇ ଦେଶକୁ ଶାସନ କରିପାରିବେ। ଆମେ କୌଣସି ରାଜନୈତିକ ଦଳ ଆଗରେ ମୁଣ୍ଡ ନୁଅଁାଇ ନାହୁଁ, ଅଥବା ସ୍ବାର୍ଥ ହାସଲ ଲାଗି ଅନୁରୋଧ କରୁନାହୁଁ। ସତ୍ତା, ଲୋଭ କ୍ଷମତାଠାରୁ ଊର୍ଦ୍ଧ୍ୱରୁ ଉଠି ରାଜନୀତି ହେବା ଆବଶ୍ୟକ। ପ୍ରତ୍ୟେକ ଦଳ ପ୍ରତି ଆମର ସମର୍ଥନ ରହିଛି ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ। ଏହି ଅବସରରେ ଶଙ୍କରାଚାର୍ଯ୍ୟ ସଂରକ୍ଷଣ ବିରୋଧରେ ମତ ରଖିଥିଲେ।
All Right Reserved By

ମେଟ୍ରୋ |

ଶେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା: ବିଜେଡି-ଭାଜପା ମୁହାଁମୁହିଁ

ଶେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା: ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଢେଙ୍କାନାଳ ଜିଲା ବେଲଟିକିର ସେଲ୍‌ଟର ହୋମ୍‌ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ମହିଳା ଜନତା ଦଳ ଓ ଭାଜପା ମହିଳା ମୋର୍ଚ୍ଚା ଏନେଇ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାର ଘଟଣାକୁ ସମ୍ବେଦନଶୀଳତାର ସହ ନେଇ ଆବଶ୍ୟକ ପଦକ୍ଷେପ ନେଉଥିବା କହିଛି ବିଜେଡି। ସେହିପରି ନିଜର ଦୋଷ ଲୁଚାଇବା ସହ ବିଜେଡି ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଇବାକୁ  ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି ଭାଜପା।

ମୋ ସ୍କୁଲ ଯୋଜନା ଷଷ୍ଠ ପର୍ଯ୍ୟାୟରେ୧୩ଟି ଜିଲାର ୧୯୧୮ଟି ବିଦ୍ୟାଳୟ ସାମିଲ

ମୋ ସ୍କୁଲ ଯୋଜନା ଷଷ୍ଠ ପର୍ଯ୍ୟାୟରେ୧୩ଟି ଜିଲାର ୧୯୧୮ଟି ବିଦ୍ୟାଳୟ ସାମିଲ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସଂପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ପ୍ରକଳ୍ପର ଷଷ୍ଠ ପର୍ଯ୍ୟାୟରେ ୧୩ ଟି ଜିଲାର ୧୯୧୮ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି।

 ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ା,୧୫।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ାଠାରେ ଭାରତର ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ଆସୁଛି ବାତ୍ୟା

ଆସୁଛି ବାତ୍ୟା

ଚେନାଇ/ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ‘ତିତଲି’ ଓ ‘ଗଜ’ ବାତ୍ୟା ପରେ ଚଳିତ ସିଜିନର ତୃତୀୟ ଘୂର୍ଣ୍ଣିବାତ୍ୟା ମାଡି ଆସୁଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଆସନ୍ତା ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।  

ପିଠା ଶିବିରରେ ପିଠାର ମହକ

ପିଠା ଶିବିରରେ ପିଠାର ମହକ

ବାଲିଅନ୍ତା, ୧୫।୧୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକର ବେଣ୍ଟପୁର, ବଇଁଚୁଆ ଓ ସରକଣା ପଞ୍ଚାୟତରେ  ପିଠା ଶିବିର ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଶିବିରରେ ମହିଳା ସଶକ୍ତିକରଣ, କୃଷି, ସ୍ବାସ୍ଥ୍ୟ, ନିର୍ମାଣ ଶ୍ରମିକ, ସ୍ବଂୟ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇଛି। 

ତିତ୍‌ଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ତିତ୍‌ଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ବାତ୍ୟା ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ପାଇଁ ତୁରନ୍ତ ସହାୟତା ଯୋଗାଇଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଓଡ଼ିଶାକୁ ଖବ୍‌ ଶୀଘ୍ର ତିତଲି ସହାୟତା ଯୋଗାଇ ଦିଆଯିବ ବୋଲି ରାଜନାଥ ସିଂ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

ମାଟ୍ରିକ ପରୀକ୍ଷାର ୨ ନୂଆ  ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ,  ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

ମାଟ୍ରିକ ପରୀକ୍ଷାର ୨ ନୂଆ ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ, ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

କଟକ ଅଫିସ,୧୫।୧୨ -ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ। ଏହାସହିତ ମଧ୍ୟମା ସଂସ୍କୃତ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଫେବୃୟାରୀ ୨୨ରୁ ଆରମ୍ଭ ହେବ। ଏଥିନିମନ୍ତେ ବୋର୍ଡ ପକ୍ଷରୁ ଶୁକ୍ରବାର ନିୟମାବଳୀ ଓ ତାରିଖ ଘୋଷଣା କରାଯାଇଛି। ତେବେ ପ୍ରଥମଥର ପାଇଁ ୨ଟି ନୂତନ ନିୟମ କାର୍ଯ୍ୟକାରୀ କରାଯିବ।

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ  ଛାତ୍ରୀଛାତ୍ର

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ ଛାତ୍ରୀଛାତ୍ର

ପୁରୀ ଅଫିସ,୧୫ା୧୨: ଶିକ୍ଷା ଓ ସଂସ୍କାର ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଉପଯୁକ୍ତ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନାହିଁ। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏକ ଉନ୍ନତ ରାଷ୍ଟ୍ରର ପରିକଳ୍ପନା ଲାଗି ଶିଶୁମାନଙ୍କୁ ଶୈଶବ ଅବସ୍ଥାରେ ପ୍ରସ୍ତୁତ କରିବାକୁ ପଡିବ। ଏଥିରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

କୃଷ୍ଣପ୍ରସାଦ,(ଡି.ଏନ.ଏ.)/ପୁରୀ ଅଫିସ,୧୫ା୧୨: ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପୁରୀ ଜିଲାରେ ଆତଙ୍କ ଖେଳିଯାଇଛି। ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଶୁକ୍ରବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ କରିଛି। ପ୍ରଥମ ଦିନରେ ୫ଟି ଟିମ୍‌ କୃଷ୍ଣପ୍ରସାଦ ବ୍ଲକ ବୁଦ୍ଧିବର ପଞ୍ଚାୟତର ସଂକ୍ରମିତ ଗାଁ ସାନସାହି ଓ ପଥରଗଞ୍ଜରେ ଥିବା ୨ଟି ଫାର୍ମରୁ ୩୯୯ କୁକୁଡ଼ା ମାରିଛନ୍ତି।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ପୁରୀ ଅଫିସ,୧୫ା୧୨: ଗୁଳି, ବନ୍ଧୁକକୁ ପରିତ୍ୟାଗ କରି ଘଞ୍ଚ ଜଙ୍ଗଲରୁ ସମାଜର ମୁଖ୍ୟସ୍ରାତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମହାପ୍ରସାଦ ଖାଇଥିବା ବେଳେ ବଖାଣିଛନ୍ତି ପୁରୁଣା ଦିନର ଅନୁଭୂତି।

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ଭୁବନେଶ୍ୱର,୧୫।୧୨ (ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପୂରା ବ୍ୟସ୍ତ ରହୁଛି। କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ପୋଲିସ ଛାଉଣି ହୋଇଯାଉଛି। ହେଲେ ରାଜଧାନୀର ବିଭିନ୍ନ ଥାନାଞ୍ଚଳରେ ଏବେ ସୁରକ୍ଷା ଢ଼ିଲା ହୋଇଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ହକି ଖେଳ ଦେଖିବାକୁ ମଧ୍ୟ ଲୋକେ ଘରେ ତାଲା ପକାଇ ପରିବାର ସହ କଳିଙ୍ଗ ଷ୍ଟାଡିୟମ ଆସୁଛନ୍ତି। 

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଓଡ଼ିଶାର ସବୁଜିମା ମନକୁ ଶାନ୍ତି ଦେଇଥାଏ। ଏଠାକାର ଲୋକଙ୍କ ଭଲପାଇବା ମୋତେ ବାରମ୍ବାର ଭୁବନେଶ୍ୱରକୁ ଟାଣି ଆଣୁଛି। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି ଫର୍‌ହାନ ଅଖତର୍‌ କହିଥିଲେ।