Dharitri News
ବାଣିଜ୍ୟ |

ପାସେଞ୍ଜର ଯାନ ବିକ୍ରିରେ ବୃଦ୍ଧି

ପାସେଞ୍ଜର ଯାନ ବିକ୍ରିରେ ବୃଦ୍ଧି ଗ୍ରେଟର୍‌ ନୋଏଡା,୧୩-୨(ପି.ଟି.) ଚଳିତବର୍ଷ ଜାନୁୟାରୀରେ ଘରୋଇ ପାସେଞ୍ଜର ଯାନ ବିକ୍ରିରେ ବୃଦ୍ଧି ଘଟିଛି। ଏ କ୍ଷେତ୍ରରେ ୭.୭୫% ବୃଦ୍ଧି ଘଟିଛି। ମୋଟ ୨୬୫,୪୭୭ ୟୁନିଟ୍‌ ପାସେଞ୍ଜର ଯାନ ଏହି ସମୟରେ ବିକ୍ରି ହୋଇଛି, ଯାହା କି ଗତବର୍ଷ ସମାନ ସମୟରେ ୨୬୫,୩୮୯ ୟୁନିଟ୍‌ ରହିଥିଲା। କିନ୍ତୁ ଗତବର୍ଷର କାର୍‌ ବିକ୍ରି ତୁଳନାରେ ଚଳିତ ବର୍ଷର ବିକ୍ରିରେ ୧.୨୫% ହ୍ରାସ ଦେଖାଦେଇଛି। ଗତ ବର୍ଷ ଜାନୁୟାରୀରେ ଏହା ୧୮୬,୫୯୬ ୟୁନିଟ୍‌ ଥିବା ବେଳେ ଚଳିତ ବର୍ଷ ୧୮୪,୨୬୪ ୟୁନିଟ୍‌କୁ ହ୍ରାସ ପାଇଥିବା ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମାନୁଫାକ୍ଚରର୍ସ (ସିଆମ୍‌୍‌) ପକ୍ଷରୁ କୁହାଯାଇଛି। ୨୦୧୭ ଜାନୁୟାରୀରେ ୮୧୯,୩୮୫ ୟୁନିଟ୍‌ ମୋଟର ସାଇକେଲ ବିକ୍ରି ହୋଇଥିବା ବେଳେ ଚଳିତବର୍ଷ ଏଥିରେ ୨୮.୬୪% ବୃଦ୍ଧି ଘଟିଛି। ମୋଟ ୧୦,୫୪,୦୬୨ ୟୁନିଟ୍‌ ମୋଟରସାଇକେଲ ଚଳିତବର୍ଷ ଜାନୁୟାରୀରେ ବିକ୍ରି ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଜାନୁୟାରୀରେ ଦୁଇଚକିଆ ଯାନ ବିକ୍ରିରେ ୩୩.୪୩% ବୃଦ୍ଧି ଘଟିଛି। ମୋଟ ୧୬,୮୪,୦୬୬ ୟୁନିଟ୍‌ ଦୁଇଚକିଆ ଯାନ ଏହି ସମୟରେ ବିକ୍ରି ହୋଇଛି, ଯାହା କି ଗତବର୍ଷ ସମାନ ସମୟରେ ୧୨,୬୨,୧୪୦ ୟୁନିଟ୍‌ ଥିଲା।

ବାଣିଜ୍ୟ |

ରୋଟୋମାକ୍‌ ଜାଲିଆତି:୧୧ ବ୍ୟାଙ୍କ ଖାତା ଜବତ

ରୋଟୋମାକ୍‌ ଜାଲିଆତି:୧୧ ବ୍ୟାଙ୍କ ଖାତା ଜବତ

ନୂଆଦିଲ୍ଲୀ,୨୦-୨(ପି.ଟି.) ସିବିଆଇ ଏବଂ ଇଡି ପରେ ଏବେ ଆୟ କର ବିଭାଗ ରୋଟୋମାକ୍‌ ଗ୍ରୁପ୍‌ ଏବଂ ଏହାର ପ୍ରମୋଟରମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଟିକସ ଖିଲାପୀ ତଦନ୍ତର ଅଂଶବିଶେଷ ବିଭାଗ କମ୍ପାନୀ ତଥା ଏହା ପ୍ରମୋଟରମାନଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି। ଉତ୍ତର ପ୍ରଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ଏହି ଆକାଉଣ୍ଟଗୁଡିକ ଖୋଲା ହୋଇଥିଲା। ଗ୍ରୁପ୍‌ର ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ଗତ ମାସରେ ବିଭାଗ ପକ୍ଷରୁ ଜବତ କରାଯାଇଥିଲା। କାନ୍‌ପୁରଭିତ୍ତିକ ଏହି କମ୍ପାନୀର ଜାଲିଆତି ମାମଲାକୁ ବର୍ତ୍ତମାନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଯାଞ୍ଚ କରୁଛନ୍ତି। ୭ଟି ବ୍ୟାଙ୍କକୁ ନେଇ ଗଠିତ କନ୍‌ସୋର୍ଟିୟମ୍‌କୁ ରୋଟୋମାକ୍‌ ଗ୍ରୁପ୍‌ ୩,୬୯୫ କୋଟି ଟଙ୍କାର ଋଣ ଜାଲିଆତି କରିଛି।

ଫେବୃୟାରୀ ୨୩ରେ ନୀରବ ମୋଦି ମାମଲାର ଶୁଣାଣି

ଫେବୃୟାରୀ ୨୩ରେ ନୀରବ ମୋଦି ମାମଲାର ଶୁଣାଣି

ନୂଆଦିଲ୍ଲୀ, ୨୦।୨: ଆସନ୍ତା ଫେବୃୟାରୀ ୨୩ରେ ନୀରବ ମୋଦି ମାମଲାର ଶୁଣାଣି ହେବ ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସୂଚିତ କରିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହା ପ୍ରକାଶ କରିଛନ୍ତି। ଆଇନଜୀବୀ ଭିନିତ୍‌ ଧଣ୍ଡାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ସମ୍ପର୍କରେ ଶୀର୍ଷ ଅଦାଲତ ପ୍ରଧାନ ବିଚାରପତି ଏହା କହିଛନ୍ତି।

ଭାରତୀୟ ବହୁଳ ଦେଶରେ ଶାଖା ଖୋଲିବ ଆଇଓବି

ଭାରତୀୟ ବହୁଳ ଦେଶରେ ଶାଖା ଖୋଲିବ ଆଇଓବି

ଭୁବନେଶ୍ୱର, ୧୯-୨(ବ୍ୟୁରୋ) ଦେଶର ଅନ୍ୟତମ ରାଷ୍ଟ୍ରାୟତ୍ତ ଆର୍ଥିକ ଅନୁଷ୍ଠାନ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ(ଆଇଓବି) ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂସ୍ଥା ଏବଂ କୃଷି କ୍ଷେତ୍ରକୁ ଅଧିକ ଋଣ ପ୍ରଦାନ କରିବା ପାଇଁ ଯୋଜନା କରୁଛି। ଏଥିପାଇଁ ବ୍ୟାଙ୍କ ଭାରତ ବିଲ୍‌ ପେମେଣ୍ଟ, ଆଇଓବି ଆଧାର ପେ’ ଭଳି ବିଭିନ୍ନ ନୂଆ ସିଷ୍ଟମ କରିଛି। ଯେଉଁ ବ୍ୟକ୍ତି ନୂତନ ଚିନ୍ତାଧାରାକୁ ବାସ୍ତବ ରୂପ ଦେଇ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଋଣ ପ୍ରଦାନ କରିବାରେ ବ୍ୟାଙ୍କ ଅଗ୍ରାଧିକାର ପ୍ରଦାନ କରିବ।

ଭୂଷଣ ଷ୍ଟିଲ ଅଧିଗ୍ରହଣ  ଲାଗି ଟାଟା, ଜେଏସଡବ୍ଲ୍ୟୁର ମିଳିତ ବିଡ୍‌

ଭୂଷଣ ଷ୍ଟିଲ ଅଧିଗ୍ରହଣ ଲାଗି ଟାଟା, ଜେଏସଡବ୍ଲ୍ୟୁର ମିଳିତ ବିଡ୍‌

ନୂଆଦିଲ୍ଲୀ,୧୯।୨- ଋଣଗ୍ରସ୍ତ ଭୂଷଣ ଷ୍ଟିଲ୍‌କୁ ଅଧିଗ୍ରହଣ କରିବା ଲାଗି ଜେଏସ୍‌ଡବ୍ଲ୍ୟୁ ଲିଭିଙ୍ଗ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଟାଟା ଷ୍ଟିଲ୍‌ ମିଳିତ ଭାବେ ବିଡ୍‌ ଦାଖଲ କରିଛନ୍ତି।

ପିଏନ୍‌ବି ଜାଲିଆତି :ଦୀର୍ଘଦିନରୁ ଚାଲିଛି ଠକେଇ ଅଭିଯାନ

ପିଏନ୍‌ବି ଜାଲିଆତି :ଦୀର୍ଘଦିନରୁ ଚାଲିଛି ଠକେଇ ଅଭିଯାନ

ନୂଆଦିଲ୍ଲୀ,୧୯-୨ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ଜାଲିଆତିକୁ ନେଇ ଦିନକୁ ଦିନକୁ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଆଉ ଏକ ତଥ୍ୟ ଲୋକଲୋଚନକୁ ଆସିଛି। ନୀରବ ମୋଦି ଏବଂ ମେହୁଲ୍‌ ଚୋକ୍‌ସୀଙ୍କ ଦ୍ୱାରା ପରିଚାଳିତ ହୀରା କମ୍ପାନୀଗୁଡିକ ପାଇଁ ଋଣ ଏବଂ ଗ୍ୟାରେଣ୍ଟି ପ୍ରଦାନ କରି ଖାଲି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପ୍ରଭାବିତ ହୋଇନାହାନ୍ତି ତାହା ନୁହେଁ। ଏହି ଦୁଇଜଣଙ୍କ ଠକେଇର ଶିକାର ହୋଇ ୧୮ ଜଣ ବ୍ୟବସାୟୀ ଏବଂ ୨୪ଟି କମ୍ପାନୀ ଦେବାଳିଆ ହୋଇଯାଇଛନ୍ତି। ୨୦୧୩ରୁ ୨୦୧୭ ମଧ୍ୟରେ ଏମାନେ ମୋଦି ଏବଂ ଚୋକ୍‌ସୀଙ୍କ ଗହଣା ବ୍ରାଣ୍ଡର ଫ୍ରାଞ୍ଚାଇଜ ନେଇଥିଲେ। ଉଭୟଙ୍କ ଦ୍ୱାରା ରଚାଯାଇଥିବା ଜାଲିଆତି ଯୋଗୁ ଏମାନେ ଏବେ ଆର୍ଥିକ ଦେବାଳିଆ ପରିସ୍ଥିତିର ସାମ୍ନା କରୁଛନ୍ତି। ଏମାନେ ଏ ନେଇ ଅଭିଯୋଗ ଦାଖଲ କରିଛନ୍ତି। ଏଥିରୁ ଜଣାଯାଇଛି ଯେ, ଦୀର୍ଘଦିନରୁ ଏମାନେ ଲୋକମାନଙ୍କୁ ଠକି ଆସୁଥିଲେ।

୩,୬୯୫ କୋଟି ଋଣ ଘୋଟାଲା କରିଛି ରୋଟୋମାକ୍‌

୩,୬୯୫ କୋଟି ଋଣ ଘୋଟାଲା କରିଛି ରୋଟୋମାକ୍‌

ନୂଆଦିଲ୍ଲୀ,୧୯-୨- ୩,୬୯୫ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ଅଭିଯୋଗରେ ରୋଟୋମାକ ପେନ୍‌ ପ୍ରାଇଭେଟ ଲିମିଟେଡ୍‌ ପ୍ରମୋଟର ବିକ୍ରମ କୋଠାରୀଙ୍କ ନାମରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ନିକଟରେ ଏତଲା ଦାୟର ହୋଇଛି। କୋଠାରୀ ୮୦୦ କୋଟି ଟଙ୍କାର ଋଣ ମାମଲା ସହ ଜଡିତ ଥିବା ପୂର୍ବରୁ ଆକଳନ କରାଯାଇଥିଲା। ମାତ୍ର ଏହାଠାରୁ ବଡଧରଣର ଘୋଟାଲା ହୋଇଥିବାରୁ କୋଠାରୀଙ୍କ ନାମରେ ଏତଲା ଦାୟର ହୋଇଥିବା ପ୍ରକ୍ରିୟା ସହ ଜଡିତ ସିବିଆଇର ଜଣେ ଅଧିକାରୀ ପ୍ରକାଶ କହିଛନ୍ତି। କାନପୁର ଭିତ୍ତିକ ରୋଟୋମାକ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ଥିବା ବିକ୍ରମ କୋଠାରୀ ତାଙ୍କ ପତ୍ନୀ ସାଧନା କୋଠାରୀ, ପୁଅ ରାହୁଲ କୋଠାରୀ ଏବଂ କେତେକ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଅଭିଯୋଗ ଆସିଛି।

ନୀରବଙ୍କ ବମ୍ବେ ବାସଗୃହ ଉପରେ ଚଢ଼ାଉ

ନୀରବଙ୍କ ବମ୍ବେ ବାସଗୃହ ଉପରେ ଚଢ଼ାଉ

ନୂଆଦିଲ୍ଲୀ,୧୯-୨- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନୀରବ ମୋଦିଙ୍କ ବମ୍ବେ ସ୍ଥିତ ବାସଭବନ ଉପରେ ଚଢାଉ କରାଯାଇଛି। ଲଗାତର ଭାବେ ପଞ୍ଚମ ଦିନ ଲାଗି ଇଡି ଏହାର ଚଢାଉ ଅଭିଯାନ ଜାରି ରଖିଛି। ବମ୍ବେର ଓ୍ବର୍ଲି ସ୍ଥିତ ସମୁଦ୍ର ମହଲ ବଙ୍ଗଳା ଉପରେ ଇଡି ଅଧିକାରୀମାନେ ଚଢାଉ କରିଥିଲେ। ଅପର ପକ୍ଷରେ ବମ୍ବେ, ପୁଣେ, ଔରଙ୍ଗାବାଦ, ଥାନେ, କଲିକତା, ଦିଲ୍ଲୀ, ଲକ୍ଷ୍ନୌ, ବାଙ୍ଗାଲୋର ଏବଂ ସୁରଟ ଭଳି ସହରର ୩୪ ସ୍ଥାନରେ ଛାନଭିନ୍‌ ଜାରି ରଖାଯାଇଛି।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ହେଉ: ଫିକି

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ହେଉ: ଫିକି

ନୂଆଦିଲ୍ଲୀ,୧୯-୨- ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ପ୍ରସଙ୍ଗକୁ ସରକାର ବିଚାର କରିବା ଆବଶ୍ୟକ। ଗତ ୧୧ ବର୍ଷ ମଧ୍ୟରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୨.୬ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରିଛନ୍ତି। ମାତ୍ର ବ୍ୟାଙ୍କଗୁଡିକ ସେମାନଙ୍କ ସ୍ଥିତି ସମ୍ଭାଳିବାକୁ ସକ୍ଷମ ହୋଇନାହାନ୍ତି। ଏହା ରାଜକୋଷ ଉପରେ ପ୍ରଭାବ ପକାଉଛି।

ଟପ୍‌ ମ୍ୟାନେଜମେଣ୍ଟକୁ ତଦନ୍ତ ପରିସରକୁ ଅଣାଯାଉ:ଏଆଇବିଇଏ

ଟପ୍‌ ମ୍ୟାନେଜମେଣ୍ଟକୁ ତଦନ୍ତ ପରିସରକୁ ଅଣାଯାଉ:ଏଆଇବିଇଏ

ନୂଆଦିଲ୍ଲୀ,୧୯-୨- ପିଏନ୍‌ବି ମାମଲାର ତଦନ୍ତ ଶେଷ ତଥା ଉତ୍ତରଦାୟିତ୍ୱ ପ୍ରଦାନ ନ ହେଲା ଯାଏ ବ୍ୟାଙ୍କର ଶୀର୍ଷ ମ୍ୟାନେଜମେଣ୍ଟକୁ କାର୍ଯ୍ୟରୁ ବାହାରେ ରଖାଯିବା ଆବଶ୍ୟକ ବୋଲି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ପ୍ରକାଶ କରିଛି।

ପିଏନ୍‌ବି, ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଭେଟିଲେ ସିଭିସି

ପିଏନ୍‌ବି, ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଭେଟିଲେ ସିଭିସି

ନୂଆଦିଲ୍ଲୀ,୧୯-୨- କେନ୍ଦ୍ରୀୟ ଭିଜିଲାନ୍ସ ଆୟୁକ୍ତ କେ.ଭି. ଚୌଧୁରୀ ୧୧,୪୦୦ କୋଟି ଟଙ୍କାର ଋଣ ଘୋଟାଲା ମାମଲାରେ ପିଏନ୍‌ବି ଏବଂ ଅର୍ଥ ମନ୍ତ୍ରଣାଳୟ ଅଧିକାରୀମାନଙ୍କୁ ଭେଟିଛନ୍ତି।

ପିଏନବି ଘୋଟାଲା: ଏସଆଇଟି ତଦନ୍ତ ଲାଗି ସୁପ୍ରିମକୋର୍ଟରେ ଦୁଇ ଆବେଦନ

ପିଏନବି ଘୋଟାଲା: ଏସଆଇଟି ତଦନ୍ତ ଲାଗି ସୁପ୍ରିମକୋର୍ଟରେ ଦୁଇ ଆବେଦନ

ନୂଆଦିଲ୍ଲୀ,୧୯-୨- ପିଏନବି ମାମଲାର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଦ୍ୱାରା ତଦନ୍ତ ଲାଗି ସୁପ୍ରିମକୋର୍ଟରେ ଦୁଇଟି ଭିନ୍ନ ଭିନ୍ନ ଆବେଦନ ହୋଇଛି। ମାମଲାରେ ଜଡିତ ଥିବା ନୀରବ ମୋଦି, ମେହୁଲ ଚୋକ୍ସି ଏବଂ ପିଏନବିର ବଡ ବଡ ଅଧିକାରୀଙ୍କ ବିରୋଧରେ ତଦନ୍ତ ଲାଗି ଆବେଦନରେ ଉଲ୍ଲେଖ କରାଯାଇଛି।

ଇଞ୍ଜିନିୟରିଂ ଛାତ୍ରଙ୍କୁ ବି ଠକିଛନ୍ତି ଚୋକ୍‌ସୀ

ଇଞ୍ଜିନିୟରିଂ ଛାତ୍ରଙ୍କୁ ବି ଠକିଛନ୍ତି ଚୋକ୍‌ସୀ

ନୂଆଦିଲ୍ଲୀ,୧୯-୨ ପିଏନ୍‌ବି ଠକେଇ ମାମଲାରେ ଜଡିତ ଗୀତାଞ୍ଜଳି ଜେମ୍‌ସ ଜୁଏଲେରୀର ଅଧ୍ୟକ୍ଷ ତଥା ଏମ୍‌ଡି ମେହୁଲ୍‌ ଚୋକ୍‌ସୀଙ୍କ ନାମରେ ଏଫ୍‌ଆଇଆର୍‌ ନୂଆ କଥା ନୁହେଁ। ବହୁ ପୂର୍ବରୁ ସେ ଠକେଇ ବ୍ୟାପାରରେ ଜଡିତ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୟପୁରସ୍ଥିତ ରାଜସ୍ଥାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ଆର୍‌ଆଇଇଟି)ର ୭ ଜଣ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ୨୦୧୭ରେ ଚୋକ୍‌ସୀଙ୍କ ନାମରେ ଏଫ୍‌ଆଇଆର୍‌ ଦେଇଥିଲେ।