Dharitri News
ବାଣିଜ୍ୟ |

ଖୋଲିଲା ଶ୍ରୀ ମହାବୀର ସୁଜୁକି

ଖୋଲିଲା ଶ୍ରୀ ମହାବୀର ସୁଜୁକି କଟକ, ୧୩-୨ ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ସୁଜୁକିର ଡିଲର ପଏଣ୍ଟ ‘ଶ୍ରୀ ମହାବୀର ସୁଜୁକି’ ଲିଙ୍କ୍‌ ରୋଡଠାରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ମଣ୍ଡଳ ପ୍ରବନ୍ଧକ(ବିକ୍ରି) ପ୍ରଭାକର ଚୌଧୁରୀ, ମଣ୍ଡଳ ପ୍ରବନ୍ଧକ( ସର୍ଭିସ୍‌) ଶାନ୍ତନୁ ବାନାର୍ଜୀ, ଆଞ୍ଚଳିକ ପ୍ରବନ୍ଧକ(ବିକ୍ରି) ଦୀପକ ପାଣ୍ଡେ, ଆଞ୍ଚଳିକ ପ୍ରବନ୍ଧକ(ସର୍ଭିସ୍‌) ସାରଦା ରାଉତ, ଡିଲର ଡେଭଲପ୍‌ମେଣ୍ଟ ମ୍ୟାନେଜର ପ୍ରଭାତ କୁମାର ଓ ସହ ପ୍ରବନ୍ଧକ(ବିକ୍ରି) ଅନୁପ ମହାତୋ ପ୍ରମୁଖ ଯୋଗ ଦେଇଥିଲେ। ଶୋ’ରୁମ୍‌ର ଏମ୍‌ଡି ବିଜୟ କୁମାର ଜେନା ଏହି ଅବସରରେ କହିଛନ୍ତି, ଏଠାରେ ସୁଜୁକିର ସ୍କୁଟର ଏବଂ ବାଇକ୍‌ର ସମସ୍ତ ମଡେଲ ଉପଲବ୍ଧ ହେବ। ସେହିପରି ସ୍ଥାନୀୟ ନେତାଜୀନଗର ଏବଂ ଖାନ୍‌ନଗରଠାରେ ଥିବା ଓ୍ବାର୍କ ଶପ୍‌ରେ ସମସ୍ତ ପ୍ରକାର ବିକ୍ରି ପରବର୍ତ୍ତୀ ସେବା ନୂଆ ଶୈଳୀରେ ଉପଲବ୍ଧ ହେବ। ଶେଷରେ ଜେନେରାଲ୍‌ ମ୍ୟାନେଜର ପି.କେ. ମହାନ୍ତି ସୁଜୁକିର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେବା ସହିତ ଗ୍ରାହକମାନଙ୍କ ପାଇଁ ଫେବୃୟାରୀ ମାସରେ ସୁନିଶ୍ଚିତ ଅଫର ରହିଛି ବୋଲି ପ୍ରକାଶ କରିଥିଲେ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ବାଣିଜ୍ୟ |

ଆଗାମୀ ଦିନରେ ବ୍ୟବସାୟିକ ଲିଜରେ ମିଳିବ କୋଇଲା ଖଣି

ଆଗାମୀ ଦିନରେ ବ୍ୟବସାୟିକ ଲିଜରେ ମିଳିବ କୋଇଲା ଖଣି

ନୂଆଦିଲ୍ଲୀ,୨୫-୨- ନିକଟ ଭବିଷ୍ୟତରେ କାରଖାନା ନ ଥିବା ଘରୋଇ କିମ୍ବା ବିଦେଶୀ କମ୍ପାନିଗୁଡିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ କୋଇଲା ଖଣି ଲିଜ୍‌ରେ ନେଇପାରିବେ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏହା ଦ୍ୱାରା ଘରୋଇ ଉପତ୍ାଦନରେ ବୃଦ୍ଧି ହେବା ସହିତ ଆମଦାନି ଶୁଳ୍କ ମଧ୍ୟ ହ୍ରାସ ପାଇବ ବୋଲି ସୁଚନା ମିଳିଛି।

ଆୟକର ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଲାଗି ସିବିଡିଟିର ପରାମର୍ଶ

ଆୟକର ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଲାଗି ସିବିଡିଟିର ପରାମର୍ଶ

ନୂଆଦିଲ୍ଲୀ,୨୫-୨- ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୧୦.୦୫ ଲକ୍ଷ କୋଟି ଟଙ୍କାର ଆୟକର ସଂଗ୍ରହ ଲକ୍ଷ୍ୟକୁ ପୂରଣ କରିବା ଲାଗି ଟିକସ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପରାମର୍ଶ ଦେଇଛି।

ଉଡାନରେ ବିମାନ କମ୍ପାନୀଗୁଡିକରୁ ୩୦୦ କୋଟି ଟିକସ ସଂଗ୍ରହ ଲକ୍ଷ୍ୟ

ଉଡାନରେ ବିମାନ କମ୍ପାନୀଗୁଡିକରୁ ୩୦୦ କୋଟି ଟିକସ ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨୫-୨- ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଉଡାନ ସ୍କିମ୍‌ ଅଧିନରେ ପ୍ରମୁଖ ରୁଟ୍‌ଗୁଡିକରେ ଯାତାୟତ କରୁଥିବା ପ୍ରମୁଖ ବିମାନ ସଂସ୍ଥାଗୁଡିକରୁ ଚଳିତ ବର୍ଷ ହାରାହାରି ୩୦୦କୋଟି ଟଙ୍କା ଟିକସ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଭାରତୀୟ ରେଳରେ ଲାଗିବ ହାଇପରଲୋପ ଟେକ୍ନୋଲୋଜି

ଭାରତୀୟ ରେଳରେ ଲାଗିବ ହାଇପରଲୋପ ଟେକ୍ନୋଲୋଜି

ନୂଆଦିଲ୍ଲୀ, ୨୫-୨ ମାତ୍ର ଏକ ଘଣ୍ଟାରେ ରେଳ ଯାତ୍ରୀମାନେ ୧୦୦୦ କିଲୋମିଟର ଯାତ୍ରା କରିପାରିବେ। ଏଥିପାଇଁ ଆମେରିକା ଭିତ୍ତିକ ପରିବହନ କୌଶଳ ‘ହାଇପରଲୋପ୍‌’କୁ ବ୍ୟବହାର କରାଯିବ। ରେଳ ମନ୍ତ୍ରୀ ପିୟୂଷ ଗୋୟଲ ଏହା କହିଛନ୍ତି।

ନୀରବ ମୋଦି ମାମଲା,ଦ୍ୱିତୀୟ ଦିନ ଲାଗି ପିଏନବି ଇଡିଙ୍କୁ ସିବିଆଇ ଜେରା

ନୀରବ ମୋଦି ମାମଲା,ଦ୍ୱିତୀୟ ଦିନ ଲାଗି ପିଏନବି ଇଡିଙ୍କୁ ସିବିଆଇ ଜେରା

ନୂଆଦିଲ୍ଲୀ,୨୫-୨,(ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ର ୧୧,୪୦୦ କୋଟି ଟଙ୍କାର ଘୋଟାଲାରେ ନିରବ ମୋଦି ଏବଂ ତାଙ୍କ ସମ୍ପର୍କୀୟ ମାମୁଁ ମେହୁଲ ଚୋକ୍‌ସୀଙ୍କ ସମ୍ପୃକ୍ତିକୁ ନେଇ ସିବିଆଇ ତଦନ୍ତକୁ ଜୋରଦାର କରିଛି।

ଆଇସିଏଆଇର ଉଚ୍ଚ ଅଧିକାରୀଙ୍କ ବିବୃତ୍ତି ସଂଗ୍ରହ

ଆଇସିଏଆଇର ଉଚ୍ଚ ଅଧିକାରୀଙ୍କ ବିବୃତ୍ତି ସଂଗ୍ରହ

ନୂଆଦିଲ୍ଲୀ,୨୫-୨,(ପି.ଟି) ପିଏନବି ମାମଲାରେ ଅଡିଟରଙ୍କ ସମ୍ପୃକ୍ତି ସନ୍ଦେହ ଘେରରେ ଆସିବା ପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ପ୍ରମୁଖ ସଂସ୍ଥା ଆଇସିଏଆଇ ବ୍ୟାଙ୍କର ଉଚ୍ଚ ଅଧିକାରୀଙ୍କ ବିବୃତ୍ତି ସଂଗ୍ରହ କରିଛି। ଉକ୍ତ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ପରେ ଆଇସିଏଆଇ ଅଡିଟରଙ୍କ ସମ୍ପୃତ୍ତିକୁ ନେଇ କୌଣସି ନିଷ୍ପତ୍ତି ନେଇ ଆରିବ ନାହିଁ ବୋଲି କହିଛି।

ହ୍ୟୁଣ୍ଡାଇ ପରବର୍ତ୍ତୀ ପୀଢି ଭର୍ନାକୁ କାର ଅଫ୍‌ ଦି ଇୟର ପୁରସ୍କାର

ହ୍ୟୁଣ୍ଡାଇ ପରବର୍ତ୍ତୀ ପୀଢି ଭର୍ନାକୁ କାର ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ,୨୫-୨ ପ୍ରମୁଖ କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ(ଏଚ୍‌ଏମ୍‌ଆଇଏଲ୍‌)ର ଅନ୍ୟତମ ମଡେଲ ପରବର୍ତ୍ତୀ ପୀଢି ଭର୍ନାକୁ କାର ଅଫ୍‌ ଦି ଇୟର ପୁରସ୍କାର ମିଳିଛି। ଇଣ୍ଡିଆ କାର ଅଫ୍‌ ଦି ଇୟର ୨୦୧୮ କାର୍ଯ୍ୟକ୍ରମରେ କମ୍ପାନୀର ଏହି ମଡେଲ ବିଭିନ୍ନ ବର୍ଗରେ ୨୫ଟି ପୁରଷ୍କାର ଲାଭ କରିବାକୁ ସକ୍ଷମ ହୋଇଛି।

ନୀରବ, ଚୋକସୀଙ୍କ ସମ୍ପତ୍ତି ଆକଳନ,୧୨ରୁ ଉର୍ଦ୍ଧ୍ୱ ଦେଶର ସହାୟତା ନେବ ଇଡି

ନୀରବ, ଚୋକସୀଙ୍କ ସମ୍ପତ୍ତି ଆକଳନ,୧୨ରୁ ଉର୍ଦ୍ଧ୍ୱ ଦେଶର ସହାୟତା ନେବ ଇଡି

ନୂଆଦିଲ୍ଲୀ/ବମ୍ବେ,୨୫-୨,(ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ୧୧,୪୦୦ କୋଟି ଟଙ୍କାର ମହାଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୀରବ ମୋଦି ଏବଂ ମେହୁଲ ଚୋକସୀଙ୍କ ସମ୍ପତ୍ତି ସୂଚନା ଲାଭ ଲାଗି ପ୍ରୟାସ ଜୋରଦାର କରିଛି।

ଏସ୍‌ବିଆଇର ଗ୍ଲୋବାଲ୍‌ ଏନ୍‌ଆର୍‌ଆଇ ସେବା

ଏସ୍‌ବିଆଇର ଗ୍ଲୋବାଲ୍‌ ଏନ୍‌ଆର୍‌ଆଇ ସେବା

ଭୁବନେଶ୍ୱର,୨୫-୨ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ କେରଳର କୋଚିଠାରେ ଗ୍ଲୋବାଲ୍‌ ଏନ୍‌ଆର୍‌ଆଇ ସେଣ୍ଟର୍‌ (ଜିଏନ୍‌ସି) ଆରମ୍ଭ କରାଯାଇଛି। ଗ୍ରାହକମାନେ ଏଠାରେ ସମସ୍ତ ପ୍ରକାର ଏନ୍‌ଆରଆଇ ବ୍ୟାଙ୍କିଙ୍ଗ କାରବାର ସୁବିଧା ହାସଲ କରିପାରିବେ।

ଓବିସିର ପ୍ରତିଷ୍ଠା ଦିବସ

ଓବିସିର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୫-୨ ଓରିଏଣ୍ଟାଲ ବ୍ୟାଙ୍କ୍‌ ଅଫ୍‌ କମର୍ସ(ଓବିସି)ର ୭୬ ତମ ପ୍ରତିଷ୍ଠା ଦିବସ ଏହାର ଶହୀଦନଗରସ୍ଥିତ ମୁଖ୍ୟ ଶାଖାଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କର ଉପମହାପ୍ରବନ୍ଧକ ମାନୀକ କୁମାର ଓ ସମାଜସେବୀ ରାମଚନ୍ଦ୍ର ହଂସ ଉଦ୍‌ଘାଟନ କରିଥିଲେ।

ପିଏନ୍‌ବି ଘୋଟାଲାରେ ନୀରବ ମୋଦି, ମେହୁଲ ଚୋକ୍‌ସୀଙ୍କ ପାସ୍‌ପୋର୍ଟ ରଦ୍ଦ

ପିଏନ୍‌ବି ଘୋଟାଲାରେ ନୀରବ ମୋଦି, ମେହୁଲ ଚୋକ୍‌ସୀଙ୍କ ପାସ୍‌ପୋର୍ଟ ରଦ୍ଦ

ବମ୍ବେ/ନୂଆଦିଲ୍ଲୀ, ୨୫-୨ ହୀରା ଗହଣା ଡିଜାଇନର ନୀରବ ମୋଦିଙ୍କର ୨୧ଟି ସ୍ଥାବର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ଜବତ କରିଛି। ଏଥିରେ ୧୦ଟି ଅଫିସ୍‌ କାର୍ଯ୍ୟାଳୟ, ୬ଟି ବାସଗୃହ, ୨ଟି ଫ୍ଲାଟ୍‌, ଏକ ସୌର ଶକ୍ତି ପ୍ଲାଣ୍ଟ, ୧୩୫ ଏକର ଜମି ଏବଂ ଏକ ଫାର୍ମ ହାଉସ୍‌ ରହିଛି। ଏହି ସମ୍ପତ୍ତିର ମୂଲ୍ୟ ୫୨୩ କୋଟି ୭୨ ଲକ୍ଷ ଟଙ୍କା ହେବ ବୋଲି ଇଡି ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି।

ଓଡିଶାକୁ ଆସିଲା ଟିଭିଏସ୍‌ ଏଣ୍ଟର୍କ ୧୨୫ ସ୍କୁଟର

ଓଡିଶାକୁ ଆସିଲା ଟିଭିଏସ୍‌ ଏଣ୍ଟର୍କ ୧୨୫ ସ୍କୁଟର

ଭୁବନେଶ୍ୱର,୨୪-୨(ବ୍ୟୁରୋ) ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ଏହାର ପ୍ରଥମ ୧୨୫ ସିସି ବିଶିଷ୍ଟ ରେସିଂ ସ୍କୁଟର ‘ଏଣ୍ଟର୍କ ୧୨୫’କୁ ଓଡିଶା ବଜାରରେ ପ୍ରବେଶ କରାଇଛି। ଶନିବାର ଚନ୍ଦ୍ରଶେଖରପୁରସ୍ଥିତ ୩ଏସ୍‌ ଟିଭିଏସ୍‌ ଶୋ’ରୁମ୍‌ରେ କମ୍ପାନୀର ଏଜିଏମ୍‌(ସର୍ଭିସ୍‌) ଏସ୍‌.ବି. ସିଂ ଏହାକୁ ଉନ୍ମୋଚନ କରିଛନ୍ତି।