ବାଣିଜ୍ୟ |

‘ସ୍ବାମୀ ରାମଦେବ: ଏକ୍‌ ସଂଘର୍ଷ’ର ମେଗା ସ୍କ୍ରିନିଂ

‘ସ୍ବାମୀ ରାମଦେବ: ଏକ୍‌ ସଂଘର୍ଷ’ର ମେଗା ସ୍କ୍ରିନିଂ
ନୂଆଦିଲ୍ଲୀ,୧୩-୨ ଯୋଗଗୁରୁ ବାବା ରାମଦେବଙ୍କ ଜୀବନୀ ଆଧାରିତ ଧାରାବାହିକ ‘ସ୍ବାମୀ ରାମଦେବ: ଏକ୍‌ ସଂଘର୍ଷ’ର ମେଗା ସ୍କ୍ରିନିଂ ସୋମବାର ଅନୁଷ୍ଠିତ ହୋଇଯାଇଛି। ଡିସ୍କଭରି ଜିତ୍‌ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ଏହି ଶୋ’କୁ ଦେଖିବା ପାଇଁ ନୂଆଦିଲ୍ଲୀର ଛତ୍ରଶାଳା ଷ୍ଟାଡିୟମରେ ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଏକତ୍ର ହୋଇଥିଲେ। ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା ବୋଲି ବାବାରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ପକ୍ଷରୁ କୁହାଯାଇଛି। ଏହି ଧାରାବାହିକରେ ଏକ ଗରିବ କୃଷକ ପରିବାରରେ ଜନ୍ମ ହୋଇଥିବା ରାମକ୍ରୀଷ୍ଣ କିପରି ବର୍ତ୍ତମାନ ସମୟର ଜଣେ ଚର୍ଚ୍ଚିତ ବ୍ୟକ୍ତି ହୋଇପାରିଛନ୍ତି ତାହା ବର୍ଣ୍ଣିତ ହୋଇଛି। ଏହା ସବୁ ସୋମବାରରୁ ଶୁକ୍ରବାର ରାତି ୮ଟା ୩୦ ମିନିଟ୍‌ରେ ପ୍ରସାରିତ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ। ଉଦ୍‌ଘାଟନୀ ସମାରୋହରେ ଛତ୍ରଶାଳା ଷ୍ଟାଡିୟମରେ ପତଞ୍ଜଳିର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଆଚାର୍ଯ୍ୟା ବାଳକ୍ରୀଷ୍ଣଙ୍କ ସମେତ ଭାଜପା ସଭାପତି ଅମିତ ଶାହ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ବାଣିଜ୍ୟ |

ଷ୍ଟକ୍‌ ମାର୍କେଟ ଧରାଶାୟୀ

ଷ୍ଟକ୍‌ ମାର୍କେଟ ଧରାଶାୟୀ

ମୁମ୍ବାଇ,୧୮।୯: ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍‌ ଓ୍ବାର୍‌ ଆହୁରି ଘନେଇଥିବା ବେଳେ ଟଙ୍କାର ମୂଲ୍ୟ ପୁଣି ୭୨ ପାର୍‌ କରିଯାଇଛି। ଫଳରେ ସୋମବାର ଏହାର ପ୍ରଭାବ ଷ୍ଟକ୍‌ ବଜାରରେ ଦେଖିବାକୁ ମିଳିଥିଲା। 

ସିବିଆଇ ନଜରରେ ଆର୍‌ବିଆଇର ପୂର୍ବତନ ଡେପୁଟି ଗଭର୍ନର

ସିବିଆଇ ନଜରରେ ଆର୍‌ବିଆଇର ପୂର୍ବତନ ଡେପୁଟି ଗଭର୍ନର

ନୂଆଦିଲ୍ଲୀ,୧୮।୯: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ପୂର୍ବତନ ଡେପୁଟି ଗଭର୍ନର କେ.ସି.ଚକ୍ରବର୍ତ୍ତୀ କିଙ୍ଗ୍‌ଫିଶର ଏୟାରଲାଇନ୍ସକୁ ଋଣ ଦେବା ସମେତ ଦୁଇଟି ମାମଲାରେ ସିବିିଆଇ ନଜରରେ ରହିଛନ୍ତି। ଚକ୍ରବର୍ତ୍ତୀଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଥିଲା।

ବାଂଲାର ବନ୍ଦର ବ୍ୟବହାର କରିପାରିବ ଭାରତ

ବାଂଲାର ବନ୍ଦର ବ୍ୟବହାର କରିପାରିବ ଭାରତ

ଢ଼ାକା,୧୮।୯: ଉତ୍ତର-ପୂର୍ବ ଭାରତରେ ସାମଗ୍ରୀ ନେବାଆଣିବା ଲାଗି ବାଂଲାଦେଶର ଚିଟାଗଙ୍ଗ ଓ ମୋଙ୍ଗଲା ବନ୍ଦରକୁ ଭାରତ ବ୍ୟବହାର କରିପାରିବ। ଏନେଇ ବାଂଲାଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ଆଗତ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। 

ପେମେଣ୍ଟ ନେଇ ଚିଠା ପେସେଣ୍ଟ ଚାର୍ଟର ଜାରି;ରୋଗୀ କିମ୍ବା ମୃତଦେହକୁ ହସ୍ପିଟାଲ ଅଟକାଇଲେ  ଅପରାଧ

ପେମେଣ୍ଟ ନେଇ ଚିଠା ପେସେଣ୍ଟ ଚାର୍ଟର ଜାରି;ରୋଗୀ କିମ୍ବା ମୃତଦେହକୁ ହସ୍ପିଟାଲ ଅଟକାଇଲେ ଅପରାଧ

ନୂଆଦିଲ୍ଲୀ,୧୭-୯: ପେମେଣ୍ଟ ବିବାଦକୁ କେନ୍ଦ୍ର କରି ରୋଗୀକୁ ଅଟକାଇଲେ କିମ୍ବା ରୋଗୀର ମୃତଦେହକୁ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର ନ କଲେ ପେସେଣ୍ଟ ଚାର୍ଟର ଅନୁସାରେ ଏହାକୁ ଅପରାଧ ଭାବେ ବିଚାର କରାଯିବ। 

ମାସକ ଭିତରେ ମାଲ୍ୟାଙ୍କ ବିରୋଧରେ ଚାର୍ଜଶିଟ୍

ମାସକ ଭିତରେ ମାଲ୍ୟାଙ୍କ ବିରୋଧରେ ଚାର୍ଜଶିଟ୍

ନୂଆଦିଲ୍ଲୀ,୧୭-୯: କିଙ୍ଗଫିଶର ଏୟାର ଲାଇନ୍ସକୁ ୬୦୦୦ କୋଟି ଟଙ୍କା ଋଣ ପ୍ରଦାନ ମାମଲାରେ ସିବିଆଇ ଏହାର ପ୍ରମୁଖ ବିଜୟ ମାଲ୍ୟାଙ୍କ ବିରୋଧରେ ବର୍ଷକ ପୂର୍ବେ ଚାର୍ଜଶିଟ୍‌ ଦାଖଲ କରିଥିବା ବେଳେ ମାସକ ଭିତରେ ଆଉ ଏକ ଚାର୍ଜଶିଟ୍‌ ଦାଖଲ କରିବାକୁ ଯାଉଛି। ମାଲ୍ୟାଙ୍କୁ ଋଣ ପ୍ରଦାନରେ ସହଯୋଗ କରିଥିବା ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ମଧ୍ୟ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିବ। 

ଜନଧନ ଯୋଜନାରେ ଯୋଡି ହେଲେ ଆହୁରି ୨୦ ଲକ୍ଷ

ଜନଧନ ଯୋଜନାରେ ଯୋଡି ହେଲେ ଆହୁରି ୨୦ ଲକ୍ଷ

ନୂଆଦିଲ୍ଲୀ,୧୭-୯: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ୫ ସୁଦ୍ଧା ଏହି ଯୋଜନାରେ ଆହୁରି ୨୦ ଲକ୍ଷ ଲୋକ ସାମିଲ ହୋଇଛନ୍ତି। ଫଳରେ ଏହି ଯୋଜନାରେ ଆକାଉଣ୍ଟଧାରୀଙ୍କ ସଂଖ୍ୟା ବଢ଼ି ୩୨.୬୧ କୋଟିରେ ପହଞ୍ଚତ୍ ଯାଇଛି। କେନ୍ଦ୍ର ସରକାର ଜନଧନ ଯୋଜନାକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଏହାକୁ ଖୋଲା ଅବଧିର ଯୋଜନା ରୂପେ ପରିବର୍ତ୍ତିତ କରିବା ସହିତ ଏହାର ବୀମା ସୁରକ୍ଷା ବୃଦ୍ଧି କରିଛନ୍ତି। 

ଏୟାର ଇଣ୍ଡିଆର ୪ ସହାୟକ କମ୍ପାନୀ ବିକ୍ରି ଯୋଜନା

ଏୟାର ଇଣ୍ଡିଆର ୪ ସହାୟକ କମ୍ପାନୀ ବିକ୍ରି ଯୋଜନା

ନୂଆଦିଲ୍ଲୀ,୧୭-୯: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୪ଟି ସହାୟକ କମ୍ପାନୀକୁ ବିକ୍ରି କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ଦେଶର ରାଜଧାନୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟାଳୟ, ଦେଶର ବିଭିନ୍ନ ଅଞ୍ଚଳରେ ଥିବା ସମ୍ପତ୍ତି, ଏୟାରଲାଇନ ଆଲାଏଡ ସର୍ଭିସେସ୍‌ ଲିମିଟେଡ(ଏଏଏସ୍‌ଏଲ୍‌) ଏବଂ ହୋଟେଲ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଚ୍‌ସିଆଇ)କୁ ବିକ୍ରି କରାଯିବ। 

ସମବାୟର ପୁନରୁତ୍ଥାନ ଆବଶ୍ୟକ: ଆର୍‌ବିଆଇ ନିର୍ଦ୍ଦେଶକ

ସମବାୟର ପୁନରୁତ୍ଥାନ ଆବଶ୍ୟକ: ଆର୍‌ବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୭-୯: କୃଷି କ୍ଷେତ୍ରରେ ଦେଖାଦେଇଥିବା ବିପର୍ଯ୍ୟୟକୁ ସମ୍ଭାଳିବାକୁ ହେଲେ ସମବାୟ ସେକ୍ଟରର ପୁନରୁତ୍ଥାନ ଆବଶ୍ୟକ ବୋଲି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶକ ସତୀଶ ମାରାଠେ ଦୃଢ଼ୋକ୍ତି କରିଛନ୍ତି। ସେ କହିଛନ୍ତି ଯେ, କେବଳ କୃଷିଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇ ଦେଲେ ଚାଷୀକୁଳର ଦୁର୍ଦ୍ଦଶାର ସମାଧାନ ହେବନି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଉନ୍ନତି କରିବାକୁ ହେଲେ ସମବାୟ ସେକ୍ଟର ଯୋଗଦାନର ଆବଶ୍ୟକତା ରହିଛି। 

ଗ୍ୟାସ୍‌ ଚୋରି ମାମଲା;ରିଲାଏନ୍ସ ସପକ୍ଷରେ ଆସିଥିବା ରାୟକୁ ଚ୍ୟାଲେଞ୍ଜ କରିବେ ସରକାର

ଗ୍ୟାସ୍‌ ଚୋରି ମାମଲା;ରିଲାଏନ୍ସ ସପକ୍ଷରେ ଆସିଥିବା ରାୟକୁ ଚ୍ୟାଲେଞ୍ଜ କରିବେ ସରକାର

ନୂଆଦିଲ୍ଲୀ,୧୭-୯: ଓଏନଜିସି ଗ୍ୟାସ୍‌ ଚୋରି ମାମଲାରେ କେନ୍ଦ୍ର ସରକାର ରିଲାଏନ୍ସ ବିରୋଧରେ ପୁନର୍ବାର ଅଦାଲତ ଯିବେ। ଆଇନ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଅଦାଲତର ରାୟକୁ ଚ୍ୟାଲେଞ୍ଜ କରିବା ଲାଗି ପ୍ରସ୍ତୁତ ଅପିଲକୁ ଅନୁମୋଦନ କରିଛନ୍ତି। 

ଶକ୍ତି କ୍ଷେତ୍ରରେ ଏନ୍‌ପିଏ ଆଶଙ୍କା

ଶକ୍ତି କ୍ଷେତ୍ରରେ ଏନ୍‌ପିଏ ଆଶଙ୍କା

ନୂଆଦିଲ୍ଲୀ,୧୭-୯: ବ୍ୟାଙ୍କଗୁଡିକ ପକ୍ଷରୁ ଶକ୍ତି କ୍ଷେତ୍ରରେ  ପ୍ରଦାନ କରାଯାଇଥିବା ଋଣ ଅନାଦାୟ ଋଣ(ଏନ୍‌ପିଏ)ରେ ପରିବର୍ତ୍ତନ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏଗୁଡିକର ସମାଧାନ ଲାଗି ବ୍ୟାଙ୍କଗୁଡିକ ଏନ୍‌ସିଏଲଟିର ଦ୍ୱାରସ୍ଥ ହେବାକୁ ଚାହୁଁନାହାନ୍ତି। ଏହାଦ୍ୱାରା ସେମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବେ। ଏହି କାରଣରୁ କେନ୍ଦ୍ର ସରକାର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କ୍ଷମତାସମ୍ପନ୍ନ କମିଟି ଗଠନ କରିଥିଲେ। 

ଟଙ୍କା ସମ୍ଭାଳିବାକୁ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ

ଟଙ୍କା ସମ୍ଭାଳିବାକୁ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ,୧୭-୯:  ଟଙ୍କାର ମୂଲ୍ୟ ସମ୍ଭାଳିବା ଲାଗି କେନ୍ଦ୍ର ସରକାର ଶୁୁକ୍ରବାର ଘୋଷଣା କରିଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ଏଚ୍‌ଡିଏଫସି ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି। ଏହାଦ୍ୱାରା ମୁଦ୍ରା ପ୍ରବାହ ବଢ଼ିବ ନାହିଁ ବରଂ ଦୀର୍ଘକାଳୀନ ଭିତ୍ତିରେ ଏହା ଅର୍ଥନୀତି ପାଇଁ ନକରାମତ୍କ ହେବ ବୋଲି କୁହାଯାଇଛି। 

ଆୟୁଷ୍ମାନ ଭାରତର ଓ୍ବେବସାଇଟ, ହେଲ୍‌ପଲାଇନର ଶୁଭାରମ୍ଭ

ଆୟୁଷ୍ମାନ ଭାରତର ଓ୍ବେବସାଇଟ, ହେଲ୍‌ପଲାଇନର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭-୯: ଆୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରୁଥିବା ନ୍ୟାଶନାଲ ହେଲ୍‌ଥ ଏଜେନ୍ସି(ଏନ୍‌ଏଚ୍‌ଏ) ଯୋଜନାର ହିତାଧିକାରୀଙ୍କ ସହାୟତା ଲାଗି ଓ୍ବେବସାଇଟ୍‌ ଏବଂ ହେଲ୍‌ପଲାଇନର ଶୁଭାରମ୍ଭ କରିଛି।