ମେଟ୍ରୋ |

ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର

ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର

ପୁରୀ ଅଫିସ, ୬।୯: କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନରେ ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ଆସି ଶ୍ରୀମନ୍ଦିରକୁ ଯାଇଥିଲେ। ପ୍ରାୟ ୨୦ ମିନିଟ ମନ୍ଦିରରେ ରହି ଫେରିବା ପରେ ସିଂହଦ୍ୱାରରେ ଗଣମାଧ୍ୟମକୁ କହିଥିଲେ, ମୁଁ ପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଥିଲି। ଭଲଭାବେ ଠାକୁରଙ୍କ ଦର୍ଶନ ପାଇଲି। ଯଦି କେବେ କୌଣସି ସୌଭାଗ୍ୟର ଅବସର ଆସେ, ତାହା ମହାପ୍ରଭୁଙ୍କ ଇଚ୍ଛା ବୋଲି ଭାବେ। ଯୁବବର୍ଗଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଭାରତ ସରକାର ମୋ ଉପରେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ କିପରି ସଫଳତାର ସହ ନିର୍ବାହ କରିବି ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି। ଓଡ଼ିଶାବାସୀ ରାଜ୍ୟ ସରକାରଙ୍କୁ ଶାସନ ଦାୟିତ୍ୱରୁ ଅବ୍ୟାହତି ଦେବା ଲାଗି ମନ ବଳାଇଲେଣି। ଏହାକୁ ଏକ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ଆମେ ଚେଷ୍ଟା କରିବୁ। ବିଧାନସଭାର ୧୨୦ ଆସନ ଦଖଲ କରିବା ଲାଗି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଜେ ଏହାର ନେତୃତ୍ୱ ନେଉଛନ୍ତି। ଜୁଲାଇ ମାସରେ ସେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେପ୍ଟେମ୍ବର ମାସରେ ପୁଣି ତିନିଦିନିଆ ଗସ୍ତ ବୁଧବାରଠାରୁ ଆରମ୍ଭ ହେଉଛି ବୋଲି ଧର୍ମେନ୍ଦ୍ର କହିଥିଲେ। ଏହି ଅବସରରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ତାଙ୍କୁ ଜଗମୋହନ ମରାମତି କାମ ବୁଲାଇ ଦେଖାଇଥିଲେ। ପରେ ସେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିଥିଲେ।

All Right Reserved By

ମେଟ୍ରୋ |

କୃଷକ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

କୃଷକ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର, ୨୦ ା୬(ବ୍ୟୁରୋ)- କୃଷି ଆମ ଅର୍ଥନୀତିର ଜୀବନରେଖା। ତେଣୁ କୃଷିର ଉନ୍ନତି ଓ ଚାଷୀଭାଇଙ୍କର କଲ୍ୟାଣ ନିମନ୍ତେ ଆରମ୍ଭ ହୋଇଛି କୃଷକ ସଚେତନତା କାର୍ଯ୍ୟକ୍ରମ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଓୟୁଏଟିଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ସଚେତନତା ଅଭିଯାନ-୨୦୧୮ ଶୁଭାରମ୍ଭ

ଭୁବନେଶ୍ୱର, ୧୮ା୬ (ବ୍ୟୁରୋ)- ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ସଚେତନତା ଅଭିଯାନ-୨୦୧୮ ବୁଧବାର ରାଜ୍ୟବ୍ୟାପୀ ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜାତୀୟ ସ୍ବାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ବିଭାଗୀୟ କମିଶନର ତଥା ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି।

୨ ଓଡ଼ିଆଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

୨ ଓଡ଼ିଆଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୦।୬(ବ୍ୟୁରୋ)- ଓଡ଼ିଶା ସହ ଯୋଡ଼ିଯାଇଛି ଆଉ ଏକ ସଫଳତାର ଫର୍ଦ୍ଦ। ୨୦୧୭ ମସିହା ପାଇଁ ୨ଜଣ ଓଡ଼ିଆ ସମ୍ମାନଜନକ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶୀ ନୃତ୍ୟରେ ଅବଦାନ ପାଇଁ ସୁଜାତା ମହାପାତ୍ର ଏବଂ ଛଉ ନୃତ୍ୟ ପାଇଁ ଜନ୍ମେଜୟ ସାଇବାବୁ ଏହି ସମ୍ମାନଜନକ ପୁରସ୍କାର ପାଇବେ।

ଶ୍ରୀଜଗନ୍ନାଥଙ୍କ ସେନାପଟା ପାଇଁ ବଉଳବୃକ୍ଷ ଚିହ୍ନଟ

ଶ୍ରୀଜଗନ୍ନାଥଙ୍କ ସେନାପଟା ପାଇଁ ବଉଳବୃକ୍ଷ ଚିହ୍ନଟ

ସାକ୍ଷୀଗୋପାଳ, ୨୦।୬ (ଡି.ଏନ୍‌.ଏ.): ଶ୍ରୀଜଗନ୍ନାଥ ଓ ବଡ଼ଠାକୁରଙ୍କ ପହଣ୍ଡି ବିଜେ ପୂର୍ବରୁ ସେନାପଟା ଓ ବାହୁଟଲାଗି ଆବଶ୍ୟକ ବଉଳବୃକ୍ଷ ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁରରେ ବୁଧବାର ଚିହ୍ନଟ କରାଯାଇଛି।

ରାଜ୍ୟ ସୀମା ସୁରକ୍ଷା ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲିବାକୁ ଦାବି

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଆନ୍ଧ୍ର ନେତା ଓ ପ୍ରଶାସକମାନେ ବେଆଇନ ଭାବେ ବାରମ୍ବାର କୋଟିଆ ଗ୍ରାମପୁଞ୍ଜକୁ ପ୍ରବେଶ କରିବା ସହିତ ନିକଟରେ ଏହି ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଇଥିବା ଅଭିଯୋଗ ହୋଇଛି।

ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ପେଟ୍ରୋଲ ପମ୍ପ ନିକଟ ଏକ ଗ୍ୟାରେଜରୁ ବୁଧବାର ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ବୟସ ପାଖାପାଖି ୧୨ ହେବ ବୋଲି ଅନୁମାନ କରାଯାଉଛି। ସିଡବ୍ଲ୍ୟୁସି ନିର୍ଦ୍ଦେଶକ୍ରମେ ଚାଇଲ୍ଡଲାଇନ୍‌ ଓ ଏୟାରଫିଲ୍ଡ ପୋଲିସ ଶିଶୁକୁ ଉଦ୍ଧାର କରିଛି।

ଠିକାଦାର ସଂସ୍ଥାରୁ ପାଇପ ଚୋରି, ୩ ଗିରଫ

ଠିକାଦାର ସଂସ୍ଥାରୁ ପାଇପ ଚୋରି, ୩ ଗିରଫ

କଟକ ରୋଡ,୨୦ା୬(ଡି.ଏନ୍‌.ଏ.): ଏକ ଠିକାଦାର ସଂସ୍ଥାରୁ ପାଇପ ଚୋରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ବୁଧବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମଞ୍ଚେଶ୍ୱର ଥାନା ରସୁଲଗଡ଼ ବେହେରା ସାହିରେ ରହୁଥିବା ଦିଲୀପ ବେହେରା, ଭାଗବତ ସନ୍ଧାନ ଅଞ୍ଚଳର ମହସିନ ଖାନ ଓ ବାଲିଆପଟା ବସ୍ତିରେ ରହୁଥିବା ବିଜୟ କୁମାର ପ୍ରଧାନ।

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

କାକଟପୁର,୨୦ା୬(ଡି.ଏନ୍‌.ଏ.): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଧାୟକ ଚ୍ୟାଉ ପଟ୍ଟନାୟକ ବୁଧବାର କାକଟପୁର ମଙ୍ଗଳା ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରରେ ରହିଥିବା ବିଭିନ୍ନ ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ପୁରୀ ଅଫିସ,୨୦ା୬: ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୁଧବାର ପୁରୀ ଜିଲା ଜଜ୍‌ଙ୍କ ଅଦାଲତରେ ସତ୍ୟପାଠ ଦାଖଲ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ବଦ୍ରିନାଥ ପଟ୍ଟନାୟକ ଏହି ସତ୍ୟପାଠ ଦାଖଲ କରିଛନ୍ତି।

ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ  ଆମରଣ ଅନଶନ

ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଆମରଣ ଅନଶନ

କଣ୍ଟାପଡ଼ା,୨୦।୬(ଡି.ଏନ୍‌.ଏ.): କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବାଟୀ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୬ଟି ଓ୍ବାର୍ଡର ସଭ୍ୟମାନେ ବୁଧବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି।

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପୁରୀ ଅଫିସ,୨୦ା୬: ବର୍ଷା ଋତୁରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ବର୍ଷାର ଦେଖା ନ ଥିବା ବେଳେ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ପୁରୀ ସହରରେ ପାନୀର ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୁରୀର ବିଭିନ୍ନ ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗା ଯାଉଥିବା ପାଣିରୁ ମଇଳା ବାହାରୁଛି। କେତେକ ସ୍ଥାନରେ ଡ୍ରେନ୍‌ ପାଣି ମଧ୍ୟ ପାନୀୟ ଜଳରେ ମିଶୁଛି।

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

ପୁରୀ ଅଫିସ,୨୦ା୬: ଜୁଲାଇ ୧୪ରେ ରଥଯାତ୍ରା। ଏ ନେଇ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ଚାଲିଛି। ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଚାଲିଛି। ଇତିମଧ୍ୟରେ ୨ଟି ରଥ ସମନ୍ବୟ କମିଟି ବୈଠକ ସରିଲାଣି।

Model This Week

ପ୍ରଭାତ