ଗୁଳି ଫୁଟାଇ ଆତ୍ମହତ୍ୟା କରିଥିଲେ, କାରଣ ଅସ୍ପଷ୍ଟବାସୁଦେବପୁର, ୬।୮(ଡି.ଏନ.ଏ.)- ଭାରତୀୟ ସେନାବାହିନୀ ଟେଲିକମ୍ ସିଗ୍ନାଲ ବିଭାଗରେ କାମ କରୁଥିବା ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଷଣ୍ଢଗଡ଼ା ଗ୍ରାମର ସମୟ ନାୟକ(୨୩) ନାମକ ଜଣେ ଯବାନ ଗୁରୁବାର ବିଳମ୍ବିତ ରାତିରେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ସେ ରାଜସ୍ଥାନର ଜୟପୁରଠାରେ ଅବସ୍ଥାପିତ ଥିଲେ। ସେଠାରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଏକ ଅପମୃତ୍ୟୁ ରୁଜୁ କରାଯାଇଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ କଫିନ୍ରେ ଅଣାଯାଇଥିବା ତାଙ୍କ ମରଶରୀର ରବିବାର ମଧ୍ୟାହ୍ନରେ ଜନ୍ମସ୍ଥାନ ଷଣ୍ଢଗଡ଼ାରେ ପହଞ୍ଚଥିଲା।