ଅପରାଧ | ବ୍ରହ୍ମପୁର

ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ

ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ
ଭଞ୍ଜନଗର,୧୩।୨(ଡି.ଏନ୍‌.ଏ.): ଗାଙ୍ଗପୁର ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ମଙ୍ଗଳବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଉତ୍ତ୍ୟକ୍ତ ସ୍ବାମୀଙ୍କ ମାଡ଼ରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ ସୁଲୋଚନା ନାଇକ। ପୋଲିସ ଅଭିଯୁକ୍ତ ସ୍ବାମୀ ଅରୁଣ ନାଇକଙ୍କୁ ଗିରଫ କରିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଭଞ୍ଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ତଦନ୍ତ ଚଳାଇଛନ୍ତି।
All Right Reserved By

ଅପରାଧ | ବ୍ରହ୍ମପୁର

ବେଆଇନ ଗୁଟ୍‌ଖା କାରଖାନା ଉପରେ ଚଢାଇ: କଞ୍ଚାମାଲ ଜବତ,୨ ଗିରଫ

ମୁନିଗୁଡା, ୧୮।୯(ଡି.ଏନ୍‌.ଏ.)-
ରାୟଗଡା ଜିଲା ମୁନିଗୁଡା ଥାନା ଅଧୀନ ଆଙ୍କୁଲପଦର ଗ୍ରାମରେ ଏକ ବେଆଇନ ଗୁଟ୍‌ଖା କାରଖାନା ଉପରେ ସ୍ଥାନୀୟ ପୋଲିସ ଚଢାଉ କରି ୫ କୁଇଣ୍ଟାଲ କଞ୍ଚା ମାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଆଙ୍କୁଲପଦର ଗ୍ରାମର ମହୋନ ଗୁଡୁମ୍ବାକା(୩୨) ଓ ବ୍ରହ୍ମପୁର ଅଞ୍ଚଳର ବଳରାମ ଗୌଡ (୨୬)। 

ନିଖୋଜ  ଏମ୍‌ବିଏ ଛାତ୍ରଙ୍କ ମୃତଦେହ ମିଳିଲା:ଆଇପିଏଲ୍‌ ବେଟିଂରୁ ହତ୍ୟା ସନ୍ଦେହ

ନିଖୋଜ ଏମ୍‌ବିଏ ଛାତ୍ରଙ୍କ ମୃତଦେହ ମିଳିଲା:ଆଇପିଏଲ୍‌ ବେଟିଂରୁ ହତ୍ୟା ସନ୍ଦେହ

ଭଞ୍ଜନଗର,୧୮।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ତାରସିଂ ଥାନା ଭୋଗରା ଗ୍ରାମର ଏମ୍‌ବିଏ ଛାତ୍ର ଜିତୁ ପ୍ରଧାନଙ୍କ ମୃତଦେହ ମଙ୍ଗଳବାର କିରିଆମ୍ବ ଜଙ୍ଗଲରୁ ପୋଲିସ ଉଦ୍ଧାର କରିଛି। ଗତମାସ ୨୮ ତାରିଖରୁ ସେ ନିଖୋଜ ଥିଲେ।

ବାଘୁଣୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ପରେ ଲଙ୍କାକାଣ୍ଡ ଘଟଣା : ୪ ମାମଲା ରୁଜୁ, ୨୪୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ

ବାଘୁଣୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ପରେ ଲଙ୍କାକାଣ୍ଡ ଘଟଣା : ୪ ମାମଲା ରୁଜୁ, ୨୪୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ

ବନ୍ତଳା, ୧୮।୯ (ଡି.ଏନ.ଏ.)- ଅନୁଗୋଳ ଜିଲା ପୁରୁଣାକୋଟ ଥାନା ସାତକୋଶିଆ ଅଭୟାରଣ୍ୟର ଟକରପଡ଼ା ରେଞ୍ଜ ହାତୀବାରି ଗ୍ରାମରେ ଗତ ୧୨ ତାରିଖ ବୁଧବାର ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଯେଉଁ ଲଙ୍କାକାଣ୍ଡ ଘଟାଇଥିଲେ ସେ ନେଇ ଥାନାରେ ୪ଟି ପୃଥକ ମାମଲା ରୁଜୁ କରାଯାଇଛି।

ବନ୍ଧୁକ, ମାରଣାସ୍ତ୍ର ଦେଖାଇ ଡକାୟତି

ବନ୍ଧୁକ, ମାରଣାସ୍ତ୍ର ଦେଖାଇ ଡକାୟତି

ତାଳଚେର,୧୮ା୯(ନି.ପ୍ର.)- ହାଣ୍ଡିଧୂଆଁ ଲେଭଲ କ୍ରସିଂ ଏଫ୍‌ସିଆଇ ଚାଳଗଡ ରାସ୍ତାର ଅନନ୍ତ ରେସିଡେନନ୍ସି ନିକଟରେ ଭଡାରେ ରହୁଥିବା ରେଲୱେ ଇଞ୍ଜିନିୟର ଶତ୍ରୁଘନ ଜେନାଙ୍କ ଘରୁ ରବିବାର ରାତିରେ ସୁନା ଗହଣା ଓ ନଗଦ ଟଙ୍କା ଡକାୟତି ହୋଇଛି। ଏ ନେଇ କଲିୟାରୀ ଥାନାରେ ସୋମବାର ଏତଲା ଦିଆଯାଇଛି।

ଚା’ ପିଇବାକୁ ଆସି ଲୁଟ୍‌, ଅଭିଯୁକ୍ତ ଗିରଫ

ଚା’ ପିଇବାକୁ ଆସି ଲୁଟ୍‌, ଅଭିଯୁକ୍ତ ଗିରଫ


କଣିହାଁ,୧୮।୯(ଡି.ଏନ.ଏ.)- ଚା’ ଦୋକାନରୁ ଲୁଟ୍‌ କରିବା ଅଭିଯୋଗରେ କଣିହାଁ ବ୍ଲକ ସମଲ ଥାନା ପୋଲିସ ସୋମବାର ରାଉରକେଲା ଅଞ୍ଚଳର ସୌମ୍ୟରଞ୍ଜନ ମିଶ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପୋଲିସକୁ ଧମକ, ୪ କୋର୍ଟଚାଲାଣ

ପୋଲିସକୁ ଧମକ, ୪ କୋର୍ଟଚାଲାଣ

ଛେଣ୍ଡିପଦା,୧୮।୯(ସ୍ବ.ପ୍ର.)- ଥାନା ଭିତରେ ପଶି ପୋଲିସକୁ ଧମକ ଦେବା ଅଭିଯୋଗରେ ଜରପଡା ପୋଲିସ ୪ ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। 

ଶାଳ କାଠ ସହ ୨ ସାଇକେଲ ଜବତ, ୨ ଗିରଫ

ଶାଳ କାଠ ସହ ୨ ସାଇକେଲ ଜବତ, ୨ ଗିରଫ

ଓଡ଼ଗାଁ,୧୮।୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ସୋମବାର ବିଳମ୍ବିତ ରାତିରେ ବାଘୁଆ ଛକ ନିକଟରୁ ୨ ଚୋରା କାଠ ବେପାରୀଙ୍କୁ ଗିରଫ କରିଛନ୍ତିି। ସେମାନେ ହେଲେ ରୋହିବାଙ୍କ ପଞ୍ଚାୟତ ହଲନ୍ଦାପଲୀ ଗ୍ରାମର ପ୍ରଫୁଲ୍ଲ ନାହାକ(୩୨) ଓ ପ୍ରତାପ ନାୟକ(୪୫)।

ହାଜତରେ ଯୁବକଙ୍କୁ ମାଡ଼ ମାରିବା ଘଟଣା: ୨ ପୋଲିସ କର୍ମଚାରୀ ନିଲମ୍ବିତ

ହାଜତରେ ଯୁବକଙ୍କୁ ମାଡ଼ ମାରିବା ଘଟଣା: ୨ ପୋଲିସ କର୍ମଚାରୀ ନିଲମ୍ବିତ

ଜଗତ୍‌ସିଂହପୁର ଅଫିସ, ୧୮ା୯: ଗତ ୧୨ ତାରିଖରେ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ସରପଞ୍ଚଙ୍କୁ ଗାଳିଗୁଲଜ ହୋଇଥିବା ଅଭିଯୋଗ ହୋଇଥିଲା। 

ଚୋରା ମଦ କାରବାର: ୩ ଗିରଫ

ଚୋରା ମଦ କାରବାର: ୩ ଗିରଫ

ପାରଳାଖେମୁଣ୍ଡି, ୧୮।୯(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ପକ୍ଷରୁ ରାୟଗଡ଼, ମହାଦେଇପୁର, କଡମାସିଂ, ପଦ୍ମପୁର, ନାରାୟଣପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇଛି ା ସେମାନେ ହେଲେ ନାରାୟଣପୁରର ଟୁନି ମିଶାଲ, ପଦ୍ମପୁରର ସୁନୀତା ସାହୁକାର ଏବଂ ସିମାଦ୍ରୀ ସେନାପତି। ୩ଶହ କେଜି ମହୁଲ ପୋଚ, ୧୨୦ ଲିଟର ମହୁଲି ମଦ ଓ ସରଞ୍ଜାମ ଜବତ ହୋଇଛି।

ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଯୁବକ ଅଟକ

ଜୟପୁର,୧୮।୯(ନି.ପ୍ର/ଡି.ଏନ୍‌.ଏ.): ଜୟପୁର ସହରରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଟାଉନ ପୋଲିସ ଜଣକୁ ଅଟକ ରଖିଛି । ଯୁବତୀଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ବଳାତ୍କାର ଉଦ୍ୟମ କରିଥିବା ଯୁବତୀ ଜଣକ ଥାନରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି  ପୋଲିସ ୨୬୦/୧୮ ମାମଲା ରୁଜୁକରି ତଦନ୍ତ କରୁଥିବା ଏସ୍‌ଆଇ ଶିବଶଙ୍କର ସାହୁ ସୂଚନା ଦେଇଛନ୍ତି।

ଉଲିବୁରୁ ଗ୍ରାମର ମହେନ୍ଦ୍ର ମୁଣ୍ଡାଙ୍କ ହତ୍ୟା ଘଟଣା: ୬ ବର୍ଷ ପରେ ୨ ଅଭିଯୁକ୍ତ ଗିରଫ

ଉଲିବୁରୁ ଗ୍ରାମର ମହେନ୍ଦ୍ର ମୁଣ୍ଡାଙ୍କ ହତ୍ୟା ଘଟଣା: ୬ ବର୍ଷ ପରେ ୨ ଅଭିଯୁକ୍ତ ଗିରଫ

ବଡବିଲ, ୧୮।୯(ସ୍ବ.ପ୍ର.): ବଡବିଲ ଥାନା ଉଲିବୁରୁ ଗ୍ରାମର ମହେନ୍ଦ୍ର ମୁଣ୍ଡାଙ୍କ ହତ୍ୟା ଘଟଣାର ସମ୍ପୃକ୍ତି ଅଭିଯୋଗରେ ଦୀର୍ଘ ୬ ବର୍ଷ ପରେ ଫେରାର ଥିବା ୨ ଅଭିଯୁକ୍ତଙ୍କୁ ସୋମବାର ସ୍ଥାନୀୟ ପୋଲିସ ଝାଡଖଣ୍ଡ ଚାଇଁବସା ଥାନା ସରାଇକେଲା ଅଞ୍ଚଳରୁ ଗିରଫ କରିଛି। 

ଅଟୋରୁ ଦେଶୀ ମଦ ଜବତ, ଚାଳକ ଗିରଫ

ଅଟୋରୁ ଦେଶୀ ମଦ ଜବତ, ଚାଳକ ଗିରଫ

ଫୁଲବାଣୀ ଅଫିସ,୧୮ା୯: 
ଫୁଲବାଣୀ ଟାଉନ ଥାନା ପୋଲିସ ସୋମବାର ଅପରାହ୍ନରେ ସ୍ଥାନୀୟ ଏଫସିଆଇ ଛକ ପାଖରେ ଚଢ଼ାଉ କରି ଏକ ଅଟୋରୁ ୧୦୦ ଲିଟର ଦେଶୀ ମଦ ଜବତ କରିଛି ା