ରାଜ୍ୟ |

ଯୋଗେଶଙ୍କ ସଭ୍ୟପଦ କାଏମ

ଯୋଗେଶଙ୍କ ସଭ୍ୟପଦ କାଏମ

ଭୁବନେଶ୍ୱର,୧୩।୨(ବ୍ୟୁରୋ): କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ରାୟ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି। ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ପୀତାମ୍ବର ଆଚାର୍ଯ୍ୟ ପରିଚାଳନା କରୁଥିବା ଏହି ମାମଲାର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ସେ ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିଲେ ବୋଲି ଅଭିଯୋଗ ଆଣି ଭାଜପା ପ୍ରାର୍ଥୀ ସହଦେବ ଖାଖା ଓ ଅନ୍ୟ ଜଣେ ଭୋଟର ଅଜୟ ପଟେଲ ତାଙ୍କ ବିରୋଧରେ ପୃଥକ୍‌ ପୃଥକ୍‌ ମାମଲା ଦାଏର କରିଥିଲେ। ସମସ୍ତ ପକ୍ଷଙ୍କ ଯୁକ୍ତି ଓ ପ୍ରମାଣପତ୍ରକୁ ଅନୁଧ୍ୟାନ କରିବା ପରେ ହାଇକୋର୍ଟ ଯୋଗେଶଙ୍କ ସଭ୍ୟପଦ ରଦ୍ଦ କରିଥିଲେ।

All Right Reserved By
Karnatak Exit Poll

Model This Week

ସଂଗୀତ

ରାଜ୍ୟ |

୭୨, ୩୨୪ ଜମାକାରୀ ହଇରାଣ

୭୨, ୩୨୪ ଜମାକାରୀ ହଇରାଣ

ବାରିପଦା ଅଫିସ,୨୧।୫-ମୟୂରଭଞ୍ଜ ଜିଲା ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଲାଇସେନ୍ସକୁ ରିଜର୍ଭ ବ୍ୟାଙ୍କ ୨୦୧୪ ମସିହାରୁ ରଦ୍ଦ କରିବା ପରଠାରୁ ଉକ୍ତ ବ୍ୟାଙ୍କର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଏଥିରେ ନିଜ କଷ୍ଟ ଉପାର୍ଜିତ ଟଙ୍କା ଜମା ରଖିଥିବା ୭୨ ହଜାର ୩୨୪ ଜମାକାରୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ମୃଦଙ୍ଗ ଭରିଛି ଜୀବନରେ ଭିନ୍ନ ରସ

ମୃଦଙ୍ଗ ଭରିଛି ଜୀବନରେ ଭିନ୍ନ ରସ

ରୂପ୍‌୍‌ସା, ୨୧।୫(ବାଞ୍ଛାନିଧି ଦେ)- ମୃଦଙ୍ଗ ବାଦ୍ୟର ପରମ୍ପରା କାହଁି କେଉଁ କାଳରୁ ରହିଆସିଛି। ଭଜନ ହେଉ କି ଜଣାଣ କିମ୍ବା ନାମସଂକୀର୍ତ୍ତନ ସବୁଠି ଭକ୍ତମାନେ ମୃଦଙ୍ଗର ତାଳେ ତାଳେ ବିଭୋର ହୋଇଯାଆନ୍ତି। ଏହାର ମଧୁର ଧ୍ୱନି ସାଙ୍ଗକୁ ସଭିଙ୍କ ପ୍ରାଣରେ ଭରିଦିଏ ଆଧ୍ୟାମତ୍ିକ ପୁଲକ। ଦୀର୍ଘ ୪୪ବର୍ଷ ଧରି କାନ୍ଧରେ ମୃଦଙ୍ଗ ପକାଇ ବାଦନ କରିଆସୁଥିବା ରାଧାନାଥ ଯତି(୫୪) କେବେ ପଛକୁ ଫେରି ଚାହଁିନାହାନ୍ତି। ଏହି ବାଦନ କଳାକୁ ଆପଣାର କରି ଅନେକ ଶିକ୍ଷାର୍ଥୀ ମଧ୍ୟ ସୃଷ୍ଟି କରିଛନ୍ତି।

ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଖଇରା, ୨୧।୫(ଡି.ଏନ.ଏ.)-ଚଳିତବର୍ଷ ଖଇରା ବ୍ଲକରେ ୯୦ପ୍ରତିଶତ ଓ ତଦୁର୍ଦ୍ଧ ମାର୍କ ରଖିଥିବା ୩୧ଜଣ ଛାତ୍ରୀଛାତ୍ରଙ୍କୁ ଖଇରା ବ୍ଲକ ଭାଜପା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଖଇରା ବ୍ଲକର କୁପାରୀସ୍ଥିତ ଅମ୍ବିକା ମନ୍ଦିର ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା।

ବାଲେଶ୍ୱରରେ ଆନ୍ତଃରାଜ୍ୟ ଧାନ ବେପାରୀଙ୍କ ଡେରା

ବାଲେଶ୍ୱରରେ ଆନ୍ତଃରାଜ୍ୟ ଧାନ ବେପାରୀଙ୍କ ଡେରା

ବାଲିଆପାଳ, ୨୧ା୫(ଡି.ଏନ.ଏ.)- ସରକାରୀ ଧାନମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ବାଲେଶ୍ୱର ଜିଲାରେ ଡାଳୁଅ ଧାନର ଅଭାବୀ ବିକ୍ରି ଦେଖାଦେଇଛି। କାଳବୈଶାଖୀ ବର୍ଷା ପରେ ଫସଲ ନଷ୍ଟଜନିତ ଆଶଙ୍କାରେ ଚାଷୀମାନେ ତରବର ହୋଇ ଧାନ ଅମଳ କରୁଛନ୍ତି।

ସାଇକେଲରେ ଦିବ୍ୟାଙ୍ଗଙ୍କ ଭାରତ ଭ୍ରମଣ

ସାଇକେଲରେ ଦିବ୍ୟାଙ୍ଗଙ୍କ ଭାରତ ଭ୍ରମଣ

ବାଲେଶ୍ୱର ଅଫିସ,୨୧।୫-ସ୍ବଚ୍ଛ ଭାରତ, ସୁସ୍ଥ ଭାରତର ବାର୍ତ୍ତା ନେଇ ସାଇକେଲରେ ଦେଶ ଭ୍ରମଣ କରୁଛନ୍ତି ଦିବ୍ୟାଙ୍ଗ ପ୍ରଦୀପ କୁମାର ସେନ। ମଧ୍ୟପ୍ରଦେଶର ଇନ୍ଦୋର ରାମଲକ୍ଷ୍ମଣ ବଜାରରୁ ଯାତ୍ରା ଆରମ୍ଭ କରିଥିବା ୩୦ ବର୍ଷୀୟ ପ୍ରଦୀପ ଶନିବାର ବାଲେଶ୍ୱର ପହଞ୍ଚିଥିଲେ। ତାଙ୍କୁ ଏମ୍‌ପି ରବୀନ୍ଦ୍ର ଜେନା ସମ୍ବର୍ଦ୍ଧନା ଦେଇଥିଲେ।

ନିଆରା ଯୌତୁକ: ସମୁଦ୍ର ତଟ ସଫା କଲେ କନ୍ୟାପକ୍ଷ

ନିଆରା ଯୌତୁକ: ସମୁଦ୍ର ତଟ ସଫା କଲେ କନ୍ୟାପକ୍ଷ

ବାଲେଶ୍ୱର ଅଫିସ,୨୧।୫- ଚଳିତବର୍ଷ ଧୁମ୍‌ଧାମ୍‌ରେ ଶେଷ ହୋଇଛି ଜଉ କଣ୍ଢେଇ ବାହାଘର। ବରଘର ଦାବି ମୁତାବକ କନ୍ୟାପକ୍ଷ ରବିବାର ଚାନ୍ଦିପୁର ସମୁଦ୍ର ତଟ ସଫା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ସାମିଲ ହୋଇଥିଲେ।

ଯୁକ୍ତ ୨ରେ ଫେଲ୍‌ ହୋଇ ଛାତ୍ରଙ୍କ ଆମତ୍ହତ୍ୟା

ଯୁକ୍ତ ୨ରେ ଫେଲ୍‌ ହୋଇ ଛାତ୍ରଙ୍କ ଆମତ୍ହତ୍ୟା

ବିଞ୍ଝାରପୁର/ସିଂହପୁର,୨୦ା୫(ଡି.ଏନ୍‌.ଏ)- ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଳେଇ-ଚନ୍ଦନପୁର ପଞ୍ଚାୟତ କଣଛନ୍ଦା ଗ୍ରାମର ଜଣେ ଛାତ୍ର ଯୁକ୍ତ ୨ବିଜ୍ଞାନ ପରୀକ୍ଷାରେ ଫେଲ୍‌ ହେବା ପରେ ଆମତ୍ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ କଣଛନ୍ଦା ଗ୍ରାମର ବିଧାନ ଦାସଙ୍କ ପୁଅ ଦିଲୀପ ଚଳିତବର୍ଷ ଯାଜପୁର ଏନ୍‌ସି କଲେଜରେ ଯୁକ୍ତ ୨ବିଜ୍ଞାନ ପରୀକ୍ଷା ଦେଇଥିଲେ ା ଶନିବାର ଫଳାଫଳ ପ୍ରକାଶ ପାଇବା ପରେ ଦିଲୀପ ଅକୃତକାର୍ଯ୍ୟ ହୋଇଥିବା ଜାଣିବାକୁ ପାଇ ମାନସିକ ଭାରସାମ୍ୟ ହରାଇଥିଲେ। ରବିବାର ଭୋର ସମୟରେ ଦିଲୀପ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଏହା ଦେଖି ତାଙ୍କୁ ତୁରନ୍ତ ଉଦ୍ଧାର କରି ଯାଜପୁର ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଲୁଟେରାଙ୍କ କବଳରୁ ମନ୍ଦିର ବି ପଡ଼ୁନି ବାଦ୍‌

ଲୁଟେରାଙ୍କ କବଳରୁ ମନ୍ଦିର ବି ପଡ଼ୁନି ବାଦ୍‌

ବିଞ୍ଝାରପୁର,୨୦ା୫(ଡି.ଏନ୍‌.ଏ)- ବିଞ୍ଝାରପୁରରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ଉଠିଛନ୍ତି । ଶୁକ୍ରବାର କପିଳା ଗ୍ରାମରେ ଲକ୍ଷାଧିକ ଟଙ୍କାର ଲୁଟ୍‌ ଘଟଣା ପରେ ଶନିବାର ବିଳମ୍ବିତ ରାତିରେ ବାଙ୍କିପାଳ ଓ ଘଣ୍ଟିଆଳିରେ ଥିବା ଦୁଇ ମନ୍ଦିରରେ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ କରିନେଇଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ କଏଣା-ରଘୁନାଥପୁର ପଞ୍ଚାୟତ ବାଙ୍କିପାଳ ଗ୍ରାମରେ ଥିବା ପୁରାତନ ରାଧାକୃଷ୍ଣ ମଠରୁ ଲୁଟେରାମାନେ ରୂପା ବଂଶୀ ଓ ପ୍ରଭୂ ରାଧାକୃଷ୍ଣଙ୍କ ମୁକୁଟ ସମେତ ଭକ୍ତଙ୍କ ଦ୍ୱାରା ଅର୍ପିତ ଅନ୍ୟାନ୍ୟ ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ବାଘୁଆ ପାହାଡ଼ରେ ପଥର ଖାଦାନ ମାଲିକଙ୍କ ମୃତ୍ୟୁ

ବାଘୁଆ ପାହାଡ଼ରେ ପଥର ଖାଦାନ ମାଲିକଙ୍କ ମୃତ୍ୟୁ

ଯାଜପୁର ଅଫିସ/ଧର୍ମଶାଳା/ଚଢେଇଧରା(ଡି.ଏନ.ଏ.)୨୦ା୫- ଯାଜପୁର ଜିଲା ଜେନାପୁର ଥାନା ଅଧିନସ୍ଥ ବାଘୁଆ ପଥର ଖାଦାନରେ ରବିବାର ମଧ୍ୟାହ୍ନରେ ପୁଣି ଜଣଙ୍କ ଜୀବନ ଯାଇଛି ା ଏଥର କୌଣସି ଶ୍ରମିକଙ୍କ ନୁହେଁ ବରଂ ଜଣେ ପଥର ଖାଦାନ ମାଲିକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ଅଞ୍ଜିରା ଗ୍ରାମର ବିମ୍ବାଧର ସାହୁ(୫୦)। ବ୍ଲାଷ୍ଟିଂ ପରେ ଝୁଲି ରହିଥିବା ବଡ଼ ବଡ଼ ପଥରଗୁଡିକୁ ଖସାଉଥିବାବେଳେ ଗୋଡ଼ ଖସି ବିମ୍ବାଧରଙ୍କ ମୃତ୍ୟୁ ହୋଇଛି। ତେବେ ପଥର ଖାଦାନରେ ଦୁର୍ଘଟଣା ଘଟି ଗତ ଦେଢ଼ ବର୍ଷ ମଧ୍ୟରେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଜେନାପୁର ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୂର୍ବ ଶତ୍ରୁତା ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତା ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଚଣ୍ଡିଖୋଲ,୨୦ା୫(ଡି.ଏନ୍‌.ଏ.)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜେନାପୁର ଥାନା କୃଷ୍ଣଚନ୍ଦ୍ରପୁର ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ରବିନାରାୟଣ ଦାସ ନିଜ ଦୋକାନରେ ବସିଥିଲା ବେଳେ ପ୍ରତିପକ୍ଷ ସେହି ଗ୍ରାମର ମକର ପରିଡା ହଠାତ୍‌ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ଏକ ଭୁଜାଲି ଧରି ତାଙ୍କୁ ଜୀବନରେ ମାରି ଦେବାକୁ ଚେଷ୍ଟା କରିଥିଲେ।

ତିଆରି ଚାଲିଛି ନୂଆ ଦଶାବତାର ଖଟ

ପୁରୀ ଅଫିସ,୨୦ା୫: ଦୋଳବେଦୀ କୋଣ ପରିସରରେ ତିଆରି ଚାଲିଛି ଦଶାବତାର ଖଟ। ମହାରଣା ସେବକ ବସନ୍ତ ମହାରଣାଙ୍କ ତତ୍ତ୍ବାବଧାନରେ କୁମର ମହାରଣା ଏବଂ ଅନନ୍ତ ମହାରଣା ଏହି ଖଟ ତିଆରି କରୁଛନ୍ତି। ୫ ଦିନ ହେବ ତିଆରି ଚାଲିଥିବା ଖଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବସନ୍ତଙ୍କ ସୂଚନା ମୁତାବକ, ଅଣସର ଘରେ ଏହି ଦଶାବତାର ଖଟ ପଡିଥାଏ। ପ୍ରାୟ ୨୦ ବର୍ଷ ହେବ ତିଆରି ହୋଇଥିବା ପୁରୁଣା ଦଶାବତାର ଖଟ ନଷ୍ଟ ହୋଇଗଲାଣି। ତେଣୁ ନୂଆ ଖଟ ତିଆରି କରାଯାଉଛି। ଫାଶି, ସାହାଜ ଏବଂ ଧଉରା କାଠରେ ନିର୍ମାଣ କରାଯାଉଥିବା ଏହି ଖଟର ଲମ୍ବ ୧୨ ଫୁଟ ଏବଂ ଓସାର ୩ଫୁଟ ରହିଛି।

ଦର୍ପଦଳନ ରଥର ତୁମ୍ବରେ ଫାଟ

ପୁରୀ ଅଫିସ,୨୦ା୫: ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ରଥର ପ୍ରମୁଖ ଅଂଶ କୁହାଯାଉଥିବା ଚକ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥ ପାଇଁ ଆବଶ୍ୟକ ମୋଟ ୪୨ ଚକ ମଧ୍ୟରୁ ରବିବାର ସୁଦ୍ଧା ୩୯ ଚକ କାମ ଶେଷ ହୋଇଛି। ତିନିରଥର ଗୋଟିଏ ଲେଖାଏ ଚକ ବାକି ରହିଛି।