ଜାତୀୟ |

ଚାଇନାର ଚିନ୍ତା ବଢ଼ିଲା: ଜଳଭାଗରେ ଭାରତର ସାମରିକ ପ୍ରଭାବ ବୃଦ୍ଧି

ଚାଇନାର ଚିନ୍ତା ବଢ଼ିଲା: ଜଳଭାଗରେ ଭାରତର ସାମରିକ ପ୍ରଭାବ ବୃଦ୍ଧି

ନୂଆଦିଲ୍ଲୀ, ୧୩।୨: ଭାରତ-ଓମାନ ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ଚୁକ୍ତି ଅନୁସାରେ ଓମାନର ଦୁକାମ ବନ୍ଦର ସହାୟତାରେ ଭାରତ ପରିବହନ କାରବାର କରିବା ସହିତ ଏହି ବନ୍ଦରକୁ ଆବଶ୍ୟକ ସମୟରେ ସାମରିକ କାର୍ଯ୍ୟ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରିପାରିବ। ଏହାଦ୍ୱାରା ଭାରତ ମହାସାଗର, ଆରବ ସାଗର ତଥା ଓମାନ ସାଗରରେ ଭାରତର ସାମରିକ ପ୍ରଭାବ ବୃଦ୍ଧି ପାଇବ। ଭାରତ-ଓମାନ ଚୁକ୍ତି ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଭାରତର ସାମରିକ ପରିସର ଜଳଭାଗରେ କ୍ରମଶଃ ବୃଦ୍ଧି ପାଉଥିବାରୁ ଚାଇନା ନିଜ ସୁରକ୍ଷା ବ୍ୟବସ୍ଥାକୁ ଆଗାମୀ ଦିନରେ ସୁଦୃଢ଼ କରିବାର ଉଦ୍ୟମ କରିବ ବୋଲି ଅନୁମାନ କରାଯାଉଛି।

All Right Reserved By

Model This Week

ସୌମ୍ୟ

ଜାତୀୟ |

ଛତିଶଗଡ଼ ନିର୍ବାଚନ ଏକାକି ଲଢିବ ଭାଜପା: ରମଣ ସିଂ

ଛତିଶଗଡ଼ ନିର୍ବାଚନ ଏକାକି ଲଢିବ ଭାଜପା: ରମଣ ସିଂ

ରାୟଗଡ,୨୭।୫: ଆଗାମୀ ବିଧାନସଭା ନିର୍ବାଚନରେ ଛତିଶଗଡରେ ଭାଜପା ଏକାକି ଲଢିବ ବୋଲି ରବିବାର ମୁଖ୍ୟମନ୍ତ୍ରୀ ରମଣ ସିଂ ପ୍ରକାଶ କରିଛନ୍ତି। କୌଣସି ଦଳ ସହ ଭାଜପା ସନ୍ଧି କରିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ରାସ୍ତାରେ ଲେଡି ଡନ୍‌, ଖୋଲାଖୋଲି ବୁଲାଉଛନ୍ତି ତଲଓ୍ବାର

ରାସ୍ତାରେ ଲେଡି ଡନ୍‌, ଖୋଲାଖୋଲି ବୁଲାଉଛନ୍ତି ତଲଓ୍ବାର

ସୁରଟ,୨୭।୫: ରେସିଙ୍ଗ ବାଇକ୍‌ ସହ ହାତରେ ତଲଓ୍ବାର ଧରି ଖୋଲାଖୋଲି ଭାବେ ସୁରଟ ରାସ୍ତାରେ ବୁଲୁଥିବା ଜଣେ ତରୁଣୀ ଏବେ ହଇଚଇ ସୃଷ୍ଟି କରିଛନ୍ତି। ମାତ୍ର ୨୦ ବର୍ଷ ବୟସର ଏହି ତରୁଣୀ ଅପରାଧ ଦୁନିଆରେ ପାଦଦେଇ ଏବେ ଗୁଜରାଟ ପୋଲିସର ମୁଣ୍ଡ ବିଗାଡି ଦେଇଛନ୍ତି।

ରେଲଓ୍ବେ ଷ୍ଟେଶନରେ ଆୟୋଜିତ ହେଲା ସ୍ବଚ୍ଛ ଭାରତ ଅଭିଯାନ

ରେଲଓ୍ବେ ଷ୍ଟେଶନରେ ଆୟୋଜିତ ହେଲା ସ୍ବଚ୍ଛ ଭାରତ ଅଭିଯାନ

ଦିମାପୁର,୨୭।୫: ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ନାଗାଲାଣ୍ଡର ଦିମାପୁର ନଗରପାଳିକା ଓ ସ୍ଥାନୀୟ ଏକ ବେସରକାରୀ ସ୍ବେଚ୍ଛାସେବୀ ସଙ୍ଗଠନର ମିଳିତ ଉଦ୍ୟମରେ ‘ହିମାଲୟାନ କ୍ଲିନ୍‌ ଅପ୍‌ କ୍ୟାମ୍ପେନ୍‌’ କାର୍ଯ୍ୟକ୍ରମ ଜରିଆରେ ଦିମାପୁର ରେଲଓ୍ବେ ଷ୍ଟେଶନକୁ ପରିଷ୍କାର କରାଯାଇଛି।

ମେକୁନୁ ଘୂର୍ଣ୍ଣିଝଡରେ ୨ ଭାରତୀୟଙ୍କ ସମେତ ୭ମୃତ

ମେକୁନୁ ଘୂର୍ଣ୍ଣିଝଡରେ ୨ ଭାରତୀୟଙ୍କ ସମେତ ୭ମୃତ

ମସ୍କାଟ/ନୂଆଦିଲ୍ଲୀ,୨୭।୫: ଓମାନରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ ମେକୁନୁ। ଗତ ୨ଦିନ ହେବ ଏଠାରେ ପ୍ରବଳ ବର୍ଷା ସାଙ୍ଗକୁ ଖୁବ୍‌ ଜୋରରେ ପବନ ବହିବାରୁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି।

କନ୍ୟା ମାଗୁଛି ଯୌତୁକ

କନ୍ୟା ମାଗୁଛି ଯୌତୁକ

ଆଗ୍ରା,୨୭।୫ : ବିବାହରେ ସାଧାରଣତଃ ବରଘର ପକ୍ଷରୁ ଯୌତୁକ ଦାବି କରାଯାଇଥାଏ। ଏପରିକି କେତେକ ଯାଗାରେ ବରଘର ଦାବି କରି ନ ଥିଲେ ମଧ୍ୟ କନ୍ୟାଘର ପକ୍ଷରୁ ଯୌତୁକ ଦିଆଯାଇଥାଏ। କିନ୍ତୁ ଉତ୍ତରପ୍ରଦେଶର ଆଗ୍ରାର ସଟେ ଫତେପୁରସିକ୍ରି ଅଞ୍ଚଳରେ ଜଣେ ନବବଧୂ ବରଘରଠାରୁ ଯୋତୁକ ଦାବି କରିଛନ୍ତି। ଆବଶ୍ୟକ ଯୌତୁକ ନ ଦେଲେ ସେ ଘରେ ରହିବେ ନାହିଁ ବୋଲି ଜିଦ୍‌ ଧରିଛନ୍ତି।

ହିନ୍ଦୁଙ୍କୁ ସୁରକ୍ଷା ଦେବ ବଜରଙ୍ଗ ସେନା

ହିନ୍ଦୁଙ୍କୁ ସୁରକ୍ଷା ଦେବ ବଜରଙ୍ଗ ସେନା

ରାଜଗଡ଼,୨୭।୫: ମଧ୍ୟପ୍ରଦେଶ ରାଜଗଡ଼ ଜିଲା ବାଓ୍ବରାରେ ବଜରଙ୍ଗ ଦଳ ପକ୍ଷରୁ ଚଳିତ ମାସରେ ଏକ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ବିଶେଷ କରି ହିନ୍ଦୁଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିବା ଜଣାପଡିଛି।

ସମ୍ପୂର୍ଣ୍ଣ ବିକାଶ ଲାଗି ଖେଳିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ସମ୍ପୂର୍ଣ୍ଣ ବିକାଶ ଲାଗି ଖେଳିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୫ : ଦେଶର ସମ୍ପୂର୍ଣ୍ଣ ବିକାଶ ପାଇଁ ଲୋକଙ୍କର ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚିତ କରିଛନ୍ତି। ଏବେ ପୁରୁଣା ଖେଳ କୌଶଳ ଧୀରେ ଧୀରେ ଲୋପ ପାଇବାକୁ ବସିଛି। ସେ ସବୁ ଖେଳ ଦ୍ୱାରା ଶରୀର ବିକାଶ ସମ୍ଭବ ହେଉଥିଲା। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଲ୍‌ ଇଣ୍ଡିଆ ରେଡ଼ିଓର ୪୪ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚିତ କରିଛନ୍ତି।

ମନେପଡ଼ନ୍ତି ଜବାହାର

ମନେପଡ଼ନ୍ତି ଜବାହାର

ନୂଆଦିଲ୍ଲୀ,୨୭।୫: ଇଂରେଜ ଶାସନ କବଳରୁ ଭାରତ ମୁକ୍ତ ହେବା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ ପଣ୍ଡିତ ଜବାହରଲାଲ ନେହେରୁ। ୧୪ ନଭେମ୍ବର ୧୮୮୯ରେ ଜନ୍ମ ନେଇଥିଲେ ଜବାହାର। ଇଂରେଜ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ତାଙ୍କ ଚିନ୍ତାଧାରା ଓ ବିଚାର ବିମର୍ଷ ସେସମୟରେ ଯୁବବର୍ଗଙ୍କୁ ଆକର୍ଷିତ କରୁଥିଲା।

ସଡ଼କ ଦୁର୍ଘଟଣା: ୧୯ ସିଆର୍‌ପିଏଫ୍‌ ଯବାନ ଆହତ

ସଡ଼କ ଦୁର୍ଘଟଣା: ୧୯ ସିଆର୍‌ପିଏଫ୍‌ ଯବାନ ଆହତ

ଶ୍ରୀନଗର,୨୭।୫ : ଜମ୍ମୁ-କଶ୍ମୀରରେ ଏକ ସଡ଼କ ଦୁର୍ଘଟଣାରେ ରବିବାର ସକାଳେ ୧୯ ଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଛନ୍ତି। ୨୧ଜଣ ଯବାନ ଏକ ବସରେ ଯାଉଥିବାବେଳେ ଏହା ବେମିନା ପାରାମିଲିଟାରୀ କାର୍ଯ୍ୟାଳୟ ନିକଟରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା।

ଅସହାୟଙ୍କ ଈଶ୍ୱର ଡାକ୍ତର ଅଭିଜିତ

ଅସହାୟଙ୍କ ଈଶ୍ୱର ଡାକ୍ତର ଅଭିଜିତ

ପୁଣେ,୨୭।୫: ଡାକ୍ତରଙ୍କୁ କୁହାଯାଏ ଦ୍ୱିତୀୟ ଈଶ୍ୱର। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଡାକ୍ତର ଅଭିଜିତ ସୋନାଓ୍ବାନେ। ରାତି ପାହିଲେ ଅଭିଜିତ ବାହାରି ପଡନ୍ତି ମଠ, ମନ୍ଦିର ଅବା କୌଣସି ପବିତ୍ର ସ୍ଥଳ ଅଭିମୁଖେ।

୧୩୫ କିମି ଏକ୍ସପ୍ରେ୍‌ସ୍‌ ହାଇଓ୍ବେ ଲୋକାର୍ପିତ: ୧୭ ମାସରେ ୧୧ ହଜାର କୋଟି ଖର୍ଚ୍ଚ

୧୩୫ କିମି ଏକ୍ସପ୍ରେ୍‌ସ୍‌ ହାଇଓ୍ବେ ଲୋକାର୍ପିତ: ୧୭ ମାସରେ ୧୧ ହଜାର କୋଟି ଖର୍ଚ୍ଚ

ନୂଆଦିଲ୍ଲୀ,୨୭।୫ : ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ହାଇଓ୍ବେ ରବିବାର ଲୋକାର୍ପିତ ହୋଇଛି। ଏହି ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲା ଜିପ୍‌ରେ ପ୍ରାୟ ୬ କିମି ଦୂର ରୋଡ୍‌ ଶୋ’ କରିଛନ୍ତି। ଏହି ୬-ଲେନ୍‌ ଏକ୍ସପ୍ରେସ୍‌ ହାଇଓ୍ବେ ଯୋଗୁ ଏବେ ଦିଲ୍ଲୀ-ମିରଟ ମଧ୍ୟରେ ସମୟସୀମା ୪୫ ମିନିଟ ହ୍ରାସ ପାଇପାରିବ।

କୁଲଗାମ୍‌ ସେନା ଶିବିର ଉପରେ ଆତଙ୍କବାଦୀ  ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

କୁଲଗାମ୍‌ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୭।୫ : ଜମ୍ମୁ-କଶ୍ମୀର କୁଲଗାମ୍‌ସ୍ଥିତ ଶେରେ କଶ୍ମୀର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ନିକଟରେ ଥିବା ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ଅଞ୍ଚଳରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।