ରାଜ୍ୟ |

କୋଟିଆ ପାଇଁ ଆନ୍ଧ୍ରର ନୂଆ ଷଡ଼ଯନ୍ତ୍ର: ଆଦିବାସୀଙ୍କୁ ମୁକାଦୋରା ମାନ୍ୟତା

କୋଟିଆ ପାଇଁ ଆନ୍ଧ୍ରର ନୂଆ ଷଡ଼ଯନ୍ତ୍ର: ଆଦିବାସୀଙ୍କୁ ମୁକାଦୋରା ମାନ୍ୟତା
ପଟ୍ଟାଙ୍ଗି,୧୨।୨(ଡି.ଏନ୍‌.ଏ.): ଓଡ଼ିଶାର ସୀମାନ୍ତ ଗ୍ରାମକୁ ହାତେଇବା ପାଇଁ ଆନ୍ଧ୍ର ସବୁ ପ୍ରକାର କସରତ ଜାରି ରଖିଛି। ପ୍ରଥମେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ଜମି ଉପରେ ଆଖି ପକାଇଥିବା ଆନ୍ଧ୍ର ପରେ ସେଠିକାର ଲୋକଙ୍କୁ ବିଭିନ୍ନ ସୁବିଧା ଦେଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରିଥିଲା। ଏହାପରେ ଯେତେବେଳେ ଓଡ଼ିଶା ସରକାର କୋଟିଆ ପାଇଁ ତତ୍ପର ହୋଇପଡ଼ିଲେ, ସେତିକିବେଳେ କୋଟିଆ ପାଇଁ ଆନ୍ଧ୍ରର ଅନ୍ୟ ଏକ ଷଡ଼ଯନ୍ତ୍ର ଧରାପଡ଼ିଛି। ସୀମାନ୍ତରେ ରହୁଥିବା ଦୋରା ସମ୍ପ୍ରଦାୟ ଯେଉଁମାନଙ୍କୁ ଓଡ଼ିଶା ସରକାର ଏଯାବତ୍‌ ଆଦିବାସୀ ମାନ୍ୟତା ଦେଇପାରି ନାହାନ୍ତି, ସେହିମାନଙ୍କୁ ମୁକାଦୋରା (ନୂକାଦୋରା) ନାଁରେ ଆଦିବାସୀ ପ୍ରମାଣପତ୍ର ଦେଇ ହାତେଇବାକୁ ଚେଷ୍ଟା କରୁଛି ଆନ୍ଧ୍ର। କୋରାପୁଟ ଜିଲା ଅନ୍ୟ ଅଞ୍ଚଳ ସମେତ ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ଗ୍ରାମପୁଞ୍ଜ ଓ ନନ୍ଦପୁର ବ୍ଲକର କେତୋଟି ବିବାଦୀୟ ଗ୍ରାମରେ ମଧ୍ୟ ଦୋରା ସମ୍ପ୍ରଦାୟ ବସବାସ କରୁଛନ୍ତି। ରାଜ୍ୟ ସରକାରଙ୍କ ଅଧୀନ କୋଟିଆ ପଞ୍ଚାୟତର ନେରଡିବାଲସା, ଧୂଳିପଦର, ତାଡିବାଲସା, ଝାଙ୍କରବାଲସା ଗ୍ରାମ ସମେତ ତଳଗୋଲୁର ପଞ୍ଚାୟତର ବାଙ୍ଗାରଗୁଡି ଏବଂ ନନ୍ଦପୁର ବ୍ଲକର ପାଡୁଆ ପଞ୍ଚାୟତ ଅଧୀନସ୍ଥ ରାଇପାଡୁ ଗ୍ରାମରେ ଦୋରା ପରିବାର ଅଛନ୍ତି। ତଥ୍ୟ ଅନୁଯାୟୀ ନେରଡ଼ିବାଲସାରେ ୩୫, ତାଡ଼ିବାଲସାରେ ୮୧, ଝାଙ୍କରବାଲସାରେ ୭, ବାଙ୍ଗାରଗୁଡ଼ିରେ ୩୨ ଓ ରାଇପାଡୁରେ ୨୫ଟି ଦୋରା ପରିବାର ରହିଛନ୍ତି। ସୀମାନ୍ତର ଏହି ସମ୍ପ୍ରଦାୟ ଓଡ଼ିଶା ସରକାରଙ୍କୁ ବାରମ୍ବାର ଦାବି କରିବା ସତ୍ତ୍ୱେ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳିପାରି ନଥିଲା। ଏହାର ସୁଯୋଗ ନେଇ ଆନ୍ଧ୍ର ଏହି ପରିବାରଙ୍କୁ ନୂକାଦୋରା ନାଁରେ ଆଦିବାସୀ ପ୍ରମାଣପତ୍ର ଦେଇ ଅନ୍ୟ ସରକାରୀ ସୁବିଧା ମଧ୍ୟ ଉପଲବ୍ଧ କରାଉଥିବା ଜଣାପଡ଼ିଛି। ଏହି ପ୍ରମାଣପତ୍ର ଜରିଆରେ ସେମାନେ ଆନ୍ଧ୍ରଠାରୁ ଶିକ୍ଷା, ଆବାସ, ନିଯୁକ୍ତି ଭଳି କ୍ଷେତ୍ରରେ ସୁବିଧା ଉପଭୋଗ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାଡ୍ରାସ ପ୍ରେସିଡେନ୍ସି ସମୟରେ ବ୍ରିଟିଶ ସରକାର ହିଲ୍‌ ଟ୍ରାଇବ୍‌ସ ବା ବନବାସୀଙ୍କୁ କୋରାପୁଟ ଜିଲାର ମୂଳ ଅଧିବାସୀ ବୋଲି ଗେଜେଟିୟରରେ ପ୍ରକାଶ କରିଥିଲେ। କିନ୍ତୁ ସ୍ବାଧୀନ ଭାରତରେ ଦୋରା ସମ୍ପ୍ରଦାୟ କେଉଁଠି ସାଧାରଣ ବର୍ଗ ତ କେଉଁଠି ପଛୁଆ ଓ ଅନ୍ୟ କେଉଁଠି ଆଦିବାସୀ ହେଲେ, ଏହି ପ୍ରଶ୍ନ ଉଠାଇଛନ୍ତି ଦୋରା ସମାଜ। ଆନ୍ଧ୍ରଠାରୁ ମୂକାଦୋରା (ନୂକାଦୋରା) ଆଦିବାସୀ ମାନ୍ୟତା ପାଇଥିବା ସମ୍ପ୍ରଦାୟ ପୂର୍ବରୁ ଓଡ଼ିଶା ସରକାରଙ୍କ ପାଖରେ ୨୦୦୮ରୁ ନିଜକୁ ଆଦିବାସୀ ମାନ୍ୟତା ଦେବା ଲାଗି ବିଭିନ୍ନ ଦଲିଲ ଦେଇଆସୁଛନ୍ତି। ମାଡ୍ରାସ ପ୍ରେସିଡେନ୍ସି ଅମଳର ଦଲିଲ ଯଥା- କୋରାପୁଟ ଗେଜେଟିୟର, କାଷ୍ଟ ଆଣ୍ଡ ଟ୍ରାଇବ୍‌ସ ଅଫ ସାଉଥ୍‌ ଇଣ୍ଡିଆ ଟ୍ରାଇବାଲ ଆଡଭାଇଜରି କମିଟିର ସୁପାରିଶ୍‌, ଆନ୍ଧ୍ର ସରକାରଙ୍କ କ୍ଲାସିଫିକେସନ୍ସ ଅଫ୍‌ କାଷ୍ଟ୍‌ସ ଆଣ୍ଡ ଟ୍ରାଇବାଲ୍‌ସ, ଓଡ଼ିଶା ସରକାରଙ୍କ ଏସ୍‌ସି ଏସ୍‌ଟି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ର ସୁପାରିସ ପତ୍ର ଏଥିରେ ସାମିଲ ରହିଥିବା ଜଣାପଡ଼ିଛି। ଓଡ଼ିଶାରୁ ମାନ୍ୟତା କିମ୍ବା ଅନ୍ୟ କୌଣସି ସୁବିଧା ମିଳିନଥିବା ନେଇ ଅସନ୍ତୁଷ୍ଟ ଥିବା ଦୋରା ସମ୍ପ୍ରଦାୟ କୋଟିଆ ଉଦାହରଣ ଦେଇ ସୋମବାର ପଟ୍ଟାଙ୍ଗି ବ୍ଲକର କାଟ୍ରାଗୁଡ଼ାରେ ଗର୍ଜନ କରିଛନ୍ତି। ଦୋରା ମହାସଂଘର ଜିଲା ସଭାପତି ବୈଦ୍ୟନାଥ ଗେମେଲଙ୍କ ଆହ୍ବାନ କ୍ରମେ ପଟ୍ଟାଙ୍ଗି ବ୍ଲକର ୧୪ଟି ପଞ୍ଚାୟତ ସମେତ ସେମିଳିଗୁଡ଼ା ଓ ନନ୍ଦପୁର ବ୍ଲକର ଦୋରା ପରିବାର କାଟ୍ରାଗୁଡ଼ାରୁ ଶୋଭାଯାତ୍ରାରେ ବାହାରି ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେଠାରେ ଅତିରିକ୍ତ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା। ଓଡ଼ିଶା ସରକାର ସେମାନଙ୍କୁ ଆଦିବାସୀ ମାନ୍ୟତା ଦେବାକୁ କାହିଁକି ପଛାଉଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କ ଦାବି ତୁରନ୍ତ ପୂରଣ ନହେଲେ ରାଜପଥକୁ ଓହ୍ଲାଇବା ସହ ଆନ୍ଦୋଳନ ତୀବ୍ର ବୋଲି ଏହି ସମ୍ପ୍ରଦାୟ ଚେତାବନୀ ଦେଇଛି। ଶରତ କୁମାର ଧଳ
All Right Reserved By

ରାଜ୍ୟ |

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋଣାର୍କ, ୧୭।୧୦(ଡି.ଏନ.ଏ.)- ଅର୍କକ୍ଷେତ୍ର କୋଣାର୍କରେ ଘଟିଛି କଳଙ୍କିତ ଘଟଣା। ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ବନ୍ଦ କୋଠରୀରେ ରଖି ଗଣବଳାତ୍କାର କରାଯାଇଛି।

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। 

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସକାଶେ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ତିହିଡ଼ି,୧୭।୧୦(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ନିବଟରୁ ବୁଧବାର ସକାଳେ ତିହିଡ଼ି ପୋଲିସ ଏକ ଡେଲିଭରି ଭ୍ୟାନ୍‌ରୁ ୬୦ ବସ୍ତା କୋଇଲା ଜବତ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। 

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଓଡ଼ିଶାର କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ପୁଣି ଥରେ କ୍ଷମା ମାଗିଛନ୍ତି। ହେଲିକପ୍ଟର ବସି ସେ ଫସିଗଲେ ବୋଲି ବୁଧବାର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ହେଲିକପ୍ଟର ଯାତ୍ରା କରି ପଶ୍ଚାତାପ କରୁଛି। 

ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି

ପଟ୍ଟାମୁଣ୍ଡାଇ,୧୭।୧୦(ସ୍ବ.ପ୍ର.)-ପ୍ରଶାସନ ଓ ପୋଲିସର କଟକଣା ସତ୍ତ୍ୱେ ଚଳିତବର୍ଷ ଦୁର୍ଗାଷ୍ଟମୀରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି ପଡିଛି। 

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା’ ଦୁର୍ଗା। ମହାମାୟାଙ୍କୁ ନଅ ଦିନ ଧରି ଉପାସନା କରାଯାଉଥିବା ବେଳେ ବୁଧବାର ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। 

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲା,୧୭।୧୦(ଡି.ଏନ.ଏ.)- ଆଜି ବି ବଞ୍ଚିଛି ମାନବିକତା । ବରଗଡ ଜିଲାର ସୋହେଲା ସାହୁଟିକିରାଠାରେ କିଛିମାସ ହେବ ମାଟି ଭୁଏ ନାମ୍ନୀ ଜଣେ ବୃଦ୍ଧା ଏକ କୁଡିଆରେ ଆଶ୍ରୟ ନେଇଥିଲେ ।

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ନୂଆପଡା ଅଫିସ,୧୭।୧୦-ନୂଆପଡା ସହରର ମାତ୍ର ୪/୫ କି.ମି ଦୂର ୩୫୩ ନଂ. ଜାତୀୟ ରାଜପଥର ସିଲଦା ନାଲା ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା ସାଁକରା ଗାଁରୁ ଏମାନେ ନୂଆପଡା ଜିଲା କୋମନାରେ ଥିବା ବୈଷ୍ଣୋଦେବୀ ମନ୍ଦିରକୁ ମା’ଙ୍କୁ ଦର୍ଶନ ଲାଗି ଆସିଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ ସହ ମୁହଁାମୁହିଁ ପିଟି ହୋଇଯିବାରୁ ବୋଲେରୋରେ ଥିବା ୯ ଜଣ ତୀର୍ଥ ଯାତ୍ରୀଙ୍କ ସମେତ ଚାଳକଙ୍କ ଜୀବନ ଦୀପ ମଧ୍ୟ ଲିଭି ଯାଇଛି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।