ସମ୍ବଲପୁର

ଅଷ୍ଟମ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ, ବଲାଙ୍ଗୀରର ମୁନା-ସୋରେନ ଯୋଡ଼ି ଚାମ୍ପିୟନ

ଅଷ୍ଟମ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ, ବଲାଙ୍ଗୀରର ମୁନା-ସୋରେନ ଯୋଡ଼ି ଚାମ୍ପିୟନ
ବୌଦ୍ଧ,୧୨।୨(ସ୍ବ.ପ୍ର.)- ଫେବୃୟାରୀ ୯ରୁ ଆରମ୍ଭ ହୋଇଥିବା ତିନିଦିନିଆ ଅଷ୍ଟମ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ବଲାଙ୍ଗୀରର ମୁନା ଓ ସୋରେନଙ୍କ ଯୋଡ଼ି ଚାମ୍ପିୟନ ହୋଇଛି। ସେହିପରି ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ପୁରୀର ପ୍ରମୋଦ-ଋଷି, ନବରଙ୍ଗପୁରର ଚନ୍ଦନ-ଅତୁଲ ଏବଂ ଫୁଲବାଣୀର ବଣ୍ଟି-ରାଜା ଯୋଡ଼ି ରହିଛନ୍ତି। ବୌଦ୍ଧ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟର ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଚସ୍ପତି ପ୍ରଦୀପ ଅମାତ ଯୋଗଦେଇ ଚାମ୍ପିୟନ ଯୋଡ଼ିକୁ ୧୧ ହଜାର ୧୧୧ ଟଙ୍କା ଆର୍ଥିକ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଟିମ୍‌କୁ ଯଥାକ୍ରମେ ୫ ହଜାର ୫୫୫, ୩ ହଜାର ୩୩୩ ଓ ୨ ହଜାର ୨୨୨ ଟଙ୍କା ଆର୍ଥିକ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବୌଦ୍ଧ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ସଭାପତି ଜୁଲିୟସ ସିଜର ମହାକୁଳ, ଉପସଭାପତି ଧର୍ମେଶ କୁମାର ନାୟକ, ସମ୍ପାଦକ ହୃଦାନନ୍ଦ ମିଶ୍ର, ସଂଗଠନ ସମ୍ପାଦକ ସୁନ୍ଦର ପ୍ରକାଶ ଅଗ୍ରଓ୍ବାଲ, କାର୍ଯ୍ୟକାରୀ ସଭ୍ୟ ପ୍ରଦୋଷ କୁମାର ମହାରଣା, ବିଘ୍ନେଶ ଅଗ୍ରଓ୍ବାଲ, ବଦ୍ରିନାରାୟଣ ମିଶ୍ର, ଆଲୋକ ରଥ, ହେମନ୍ତ କୁମାର ଶତପଥୀ, ଗଣେଶ ମହାପାତ୍ର, ଆସୋସିଏଶନ ଉପଦେଷ୍ଟା ଶ୍ରୀନିବାସ ଚନ୍ଦ୍ର ଦାନୀ, ଚନ୍ଦ୍ରଶେଖର ମହାରଣା ଓ ଲମ୍ବୋଦର ପୁରୋହିତ ପ୍ରମୁଖଙ୍କ ସହଯୋଗରେ ଏହି ଟୁର୍ନାମେଣ୍ଟ ସଫଳ ହୋଇଥିବା ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।
All Right Reserved By

ସମ୍ବଲପୁର

ସାଢେ ତିନିବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ସାଢେ ତିନିବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

କୁଆରମୁଣ୍ଡା, ୧୬।୧(ଡି.ଏନ.ଏ): ସୁନ୍ଦରଗଡ ଜିଲା ରାୟବଗା ଥାନା ଅନ୍ତର୍ଗତ ଗୋପୁର ଗ୍ରାମରେ ବୁଧବାର ଅପରାହ୍ନରେ ଜଣେ ସାଢେ ତିନିବର୍ଷୀୟ ନାବାଳିକାକୁ ବଳାତ୍କାର ହୋଇଛି। ଏହି ଘଟଣାର ଅଭିଯୁକ୍ତ ବଡମାଲ ବସ୍ତିର ସଞ୍ଜୟ ଡୁଙ୍ଗ୍‌ଡୁଙ୍ଗ୍‌(୨୧)କୁ ପୋଲିସ ଗୁରୁବାର ସକାଳୁ ଗିରଫ କରିଛି।

ଭତାରୁ ବଁଚିତ ଭିନ୍ନକ୍ଷମ ବୁରୁଧ୍‌ ଫେପଲ

ଭତାରୁ ବଁଚିତ ଭିନ୍ନକ୍ଷମ ବୁରୁଧ୍‌ ଫେପଲ

ଖପ୍ରାଖୋଲ,୧୭।୧(ଡି.ଏନ.ଏ.): ସରକାର ୬୦ ବଛରରୁ ଅଧ୍‌କା ବୁଢ଼ାବୁଢ଼ୀକୁ ସାମାଜିକ ସୁରକ୍ଷା ଯୋଜ୍‌ନାରେ ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ଭିନ୍ନକ୍ଷମ, ବିଧବା ମହିଲାମାନକର ଲାଗି ଭିନେ ଭିନେ ପରକାର ବେବସ୍‌ତା କରିଛନ୍‌। ହେଲେ ଇ ଯୋଜ୍‌ନାରେ ହିତାଧିକାରୀ ବଛାନିଛାରେ ବଡ଼ଭାରି ଗଫଲତି ଲାଗି ହକ୍‌ଦାର ହିତାଧିକାରୀ ଯୋଜ୍‌ନାରୁ ବାଦ୍‌ ପଡ଼ୁଥିବାର ଅଭିଯୋଗ ହେଉଛେ। 

ପାଣି ପାଇଁ ଆନ୍ଦୋଳନ ଜାରି  ଜିଲାପାଳଙ୍କୁ ଘେରିଲେ ତଳମୁଣ୍ଡ ଚାଷୀ

ପାଣି ପାଇଁ ଆନ୍ଦୋଳନ ଜାରି ଜିଲାପାଳଙ୍କୁ ଘେରିଲେ ତଳମୁଣ୍ଡ ଚାଷୀ

ନୂଆପଡା ଅଫିସ,୧୭ା୧: ଦୀର୍ଘ ଦିନ ଅପେକ୍ଷା କରିବା ପରେ ମଧ୍ୟ ତଳମୁଣ୍ଡ ଚାଷୀଙ୍କୁ ରବି ଚାଷ ସକାଶେ ପାଣି ନ ମିଳିବାରୁ ବାଧ୍ୟ ହୋଇ ତଳ ମୁଣ୍ଡ ଚାଷୀମାନେ ରାଲିରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଚାଷୀମାନଙ୍କୁ ତୁରନ୍ତ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଓହରିଯାଇଛନ୍ତି । 

ପଲଶାଗୋରା ମଣ୍ଡିରେ ପଡଲା ତାଲା: ସିମିଳିପଦର ପେକ୍ସ କରମଚାରୀ ଫେରାର

ପଲଶାଗୋରା ମଣ୍ଡିରେ ପଡଲା ତାଲା: ସିମିଳିପଦର ପେକ୍ସ କରମଚାରୀ ଫେରାର

କଣ୍ଟାମାଳ, ୧୭ା୧ (ଡିଏନଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ପଲଶାଗୋରା ମଣ୍ଡିରେ ବୁଧୁବାର ଧାନଘିନା ଦିନେ ବି ତାଲା ପଡ଼ିଛେ। ଲୋକାପଡ଼ା ଆର ରୁଣ୍ଡିମହୁଲ ପେକ୍ସ ପରିଚାଲିତ ଇ ମଣ୍ଡିରେ ତାଲା ପଡ଼ଲା ଉତାରୁ ସିମିଳିପଦର ମଣ୍ଡିରୁ ପେକ୍ସ କରମଚାରୀ ଫେରାର ହେଇଯାଇଛନ୍‌। ଯେନ୍‌ଥିରଲାଗି ଧାନ ଘିନା ବେବସ୍‌ତା ଠପ ହେଇଯାଇଛେ। ଚାଷୀକର ୫ ହଜାର ବସ୍‌ତା ଧାନ ପେକ୍ସରେ ପଡ଼ି ରହିଛେ। 

ଲୋଇସିଂହାର ନାଁକରା ବଡ଼ଦେଓ ଯାତ୍‌ରା ସଏଲା

ଲୋଇସିଂହାର ନାଁକରା ବଡ଼ଦେଓ ଯାତ୍‌ରା ସଏଲା

ଲୋଇସିଂହା,୧୭।୧(ଡି.ଏନ.ଏ):  ଲୋଇସିଂହାର ନାଁକରା ବଡ଼ଦେଓ ଯାତ୍‌ରା ବୁଧୁବାର ସରିଛେ। ଇ ଯାତ୍‌ରାର ମୁଖିଆ ପୂଝାରୀ ତ୍ରୟମ୍ବକେଶ୍ୱର ସିଂରାଏ ପୂଜାପାଠ୍‌ କଲା ଉତାରୁ ରିକ୍‌ମା ହିସାବେ କଲା ମିସ୍‌ମିସ୍‌ ଚାରଏକୋନିଆଁ ମୂର୍ତ୍ତିକେ ୪ ଝନ୍‌ ବରୁଆ ଖଁଦେ ବୁହି ଥାନୀୟ ଜମିଦାରକଁର ରାଜବାଟି ପରିସରରେ ବେଢ଼ା ବୁଲିଥିଲେ।

ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ: ମା’ବାପ୍‌ ଛେଉଁଡ଼ ଗଜାନନ ଆଏଁଖ୍‌ ମୁଜ୍‌ଲେ

ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ: ମା’ବାପ୍‌ ଛେଉଁଡ଼ ଗଜାନନ ଆଏଁଖ୍‌ ମୁଜ୍‌ଲେ

ବିନିକା,୧୭ା୧(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ପଁଚେତ୍‌ ଆଖିଦାଦର ଗାଁ କୁନ୍‌କୁନୀ ପଡ଼ାର ଗଜାନନ ଭୁଏ(୩୫) ସବୁ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇ ଗଲା ରଏବାର ଦିନ ସବୁଦିନର ଲାଗି ଆଏଁଖ୍‌ ମୁଜି ଦେଇଛନ୍‌। 

ଦୁଆରସୁନି ଗ୍ରାମପଞ୍ଚାୟତରେ ମଦକୋଠି ବନ୍ଦ ପାଇଁ ଦାବି: ଅବକାରୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ

ଦୁଆରସୁନି ଗ୍ରାମପଞ୍ଚାୟତରେ ମଦକୋଠି ବନ୍ଦ ପାଇଁ ଦାବି: ଅବକାରୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ

ଭବାନୀପାଟଣା,୧୬।୧(ଡି.ଏନ.ଏ.):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଗ୍ରାମପଞ୍ଚାୟତର ବେହେରାଗୁଡା, ମୁଶିଗୁଡା, ଅଟାଙ୍ଗଗୁଡା, କୁଟେନପଦର, ସୁକନାଭଟା, ଦୁଆରସୁନୀ, ବଣ୍ଡେଲଗୁଡା, ସକ୍ରିଂଗୁଡା, ସିର୍ଲିଗୁଡା ଏବଂ ଦାମଦୋରପୁର ଅଞ୍ଚଳରେ ବେଆଇନ ଭାବେ ବହୁ ସଂଖ୍ୟାରେ ମଦକୋଠି ଖୋଲାଯାଇଛି।

ଧର୍ମଗଡ ଇନ୍ଦ୍ରାବାତୀଠାରେ ପାଣି ପଞ୍ଚାୟତପକ୍ଷ ସମାରୋହ

ଧର୍ମଗଡ ଇନ୍ଦ୍ରାବାତୀଠାରେ ପାଣି ପଞ୍ଚାୟତପକ୍ଷ ସମାରୋହ

ଧର୍ମଗଡ,୧୬।୧(ଡି.ଏନ.ଏ.)କଳାହାଣ୍ଡି ଜିଲା ଧର୍ମଗଡସ୍ଥିତ ଇନ୍ଦ୍ରାବତୀ ପରିସରରେ ବୁଧବାର ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଇନ୍ଦ୍ରାବତୀ ବାମ କେନାଲ ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ ଜ୍ଞାନ ଭତ୍ରାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ତହସିଲଦାର ତନ୍ମୟ କୁମାର ଦରଓ୍ବାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । 

କଂଗ୍ରେସ ଛାଡିଲେ ବିଧାୟକ ନବ  ଦାସ

କଂଗ୍ରେସ ଛାଡିଲେ ବିଧାୟକ ନବ ଦାସ

ଝାରସୁଗୁଡା ଅଫିସ/ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଫଳରେ ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ଝଟକା ଲାଗିଛି।

ଭାଜପା ସମାବେଶରେ ମୋଦି ନରମ, ଧର୍ମେନ୍ଦ୍ର ଗରମ

ଭାଜପା ସମାବେଶରେ ମୋଦି ନରମ, ଧର୍ମେନ୍ଦ୍ର ଗରମ

ବଲାଙ୍ଗୀର ଅଫିସ, ୧୬।୧- ଗତ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି। ବଲାଙ୍ଗୀରଠାରେ ମଙ୍ଗଳବାର ଏକ ସରକାରୀ କାର୍ଯ୍ୟକ୍ରମରେ ମୋଦି ୧୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ବଲାଙ୍ଗୀର ପଥରଚେପା ପଡିଆରେ ଭାଜପା ପକ୍ଷରୁ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ମୋଦି ରାଜ୍ୟର ବିଜେଡି ସରକାରଙ୍କ ଉପରେ ନରମ ହୋଇ ସମାଲୋଚନା କରିଥିବାବେଳେ ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଗରମ ଥିଲେ। 

ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଉଦ୍‌ଯାପିତ: ଅନୁଗୋଳର ପତାକା କ୍ଲବ ଚାମ୍ପିୟନ

ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଉଦ୍‌ଯାପିତ: ଅନୁଗୋଳର ପତାକା କ୍ଲବ ଚାମ୍ପିୟନ

ସୁନ୍ଦରଗଡ଼, ୧୬।୧ (ଡି.ଏନ୍‌.ଏ) -ସୁନ୍ଦରଗଡ ଫୁଟବଲ ରେଫରୀମାନଙ୍କୁ ନେଇ ଗଠିତ ରୁରାଲ ସ୍ପୋର୍ଟସ ଆସୋସିଏଶନ୍‌ ଓ କିଞ୍ଜିର୍ମା ଏସ୍‌ଡିବିଏଲ କ୍ଲବର ମିଳିତ ଆନୁକୂଲ୍ୟରେ କିଞ୍ଜିର୍ମା ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଚାଲିଥିବା ଚତୁର୍ଥ ରାଜ୍ୟସ୍ତରୀୟ ଆର୍‌ଏସ୍‌ଏ କପ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।

ଡମ୍ପର ଧକ୍କାରେ ନାବାଳିକା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଡମ୍ପର ଧକ୍କାରେ ନାବାଳିକା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୁତ୍ରା, ୧୬।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ବ୍ଲକ ତଥା କୁତ୍ରା ଥାନା ଅଧିନ ଗରିଆମୁଣ୍ଡା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଡମ୍ପର ନଂ. ଆର୍‌ ୧୪ କ୍ୟୁ- ୪୮୭୨ ଧକ୍କାରେ ଜଣେ ନାବାଳିକା ନମ୍ରତା ଲାକଡା (୧୧)ଙ୍କ ମୃତ୍ୟୁ ଘଟିଥିଲା।