ଆନନ୍ଦପୁର, ୬।୮(ଡି.ଏନ.ଏ.)-ଜଣେ ଯୁବକ ଶନିବାର ରାତି ପ୍ରାୟ ସାଢ"> ଫିଲ୍ମ ଷ୍ଟାଇଲରେ ନଦୀକୁ ଡେଇଁଲେ ଯୁବକ ଆନନ୍ଦପୁର, ୬।୮(ଡି.ଏନ.ଏ.)-ଜଣେ ଯୁବକ ଶନିବାର ରାତି ପ୍ରାୟ ସାଢ" /> ଆନନ୍ଦପୁର, ୬।୮(ଡି.ଏନ.ଏ.)-ଜଣେ ଯୁବକ ଶନିବାର ରାତି ପ୍ରାୟ ସାଢ" /> ଆନନ୍ଦପୁର, ୬।୮(ଡି.ଏନ.ଏ.)-ଜଣେ ଯୁବକ ଶନିବାର ରାତି ପ୍ରାୟ ସାଢ" />
ବାଲେଶ୍ୱର

ଫିଲ୍ମ ଷ୍ଟାଇଲରେ ନଦୀକୁ ଡେଇଁଲେ ଯୁବକ

ଫିଲ୍ମ ଷ୍ଟାଇଲରେ ନଦୀକୁ ଡେଇଁଲେ ଯୁବକ

ଆନନ୍ଦପୁର, ୬।୮(ଡି.ଏନ.ଏ.)-ଜଣେ ଯୁବକ ଶନିବାର ରାତି ପ୍ରାୟ ସାଢେ ୧୧ଟା ବେଳେ ଫିଲ୍ମ ଷ୍ଟାଇଲରେ ସ୍ଥାନୀୟ ବୈତରଣୀ ନଦୀ ପୋଲ ଉପରୁ ପ୍ରାୟ ୨୫ ଫୁଟ ତଳକୁ େଉଇଁ ପଡିଥିଲେ ା ନଦୀ ତଟରେ ବାଲି ଶଯ୍ୟା ଥିବାରୁ ତାଙ୍କର କିଛି କ୍ଷତି ହୋଇ ନ ଥିଲା ା ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଦମକଳ ବାହିନୀ ପହଞ୍ଚତ୍ ବହୁ ଖୋଜାଖୋଜି କରି ନୟାନ୍ତ ହୋଇଥିଲେ ା ତାଙ୍କର ପତ୍ତା ମିଳି ନ ଥିଲା ା ଦମକଳ ବାହିନୀ ଓ ଉପସ୍ଥିତ ଲୋକଙ୍କୁ ଦେଖି ଏହି ଯୁବକ ନଦୀପଠା ନିକଟ ବାଦାମ ବାଡିିରେ ଲୁଚି ପଡିଥିଲେ ା ଦମକଳ ବାହିନୀ ଚାଲିଯିବା ପରେ ସେ ନଦୀପଠାରୁ ଆସି  ପୋଲ ପାଖରେ ରଖିଥିବା ବାଇକ ଧରି  ଘରକୁ ଫେରିଥିଲେ ା ସ୍ଥାନୀୟ ଲୋକେ ତାଙ୍କୁ  କାରଣ ପଚାରିବାରୁ  ସେ ମଜା କରିବାକୁ ଶୋଲେ ଫିଲ୍ମ ଷ୍ଟାଇଲରେ ନଦୀକୁ ଡେଇଁ ପଡିଥିଲେ ବୋଲି କହିଥିଲେ |

All Right Reserved By

Model This Week

Model This Week

ବାଲେଶ୍ୱର

ଦୁର୍ଘଟଣାରେ ୩ ଗୁରୁତର

ବେତନଟୀ,୨୫।୪ (ଡ଼ି.ଏନ.ଏ)-ବେତନଟୀ ବଡ଼ସାହି ରାସ୍ତାର ବାଘମରା ଗ୍ରାମ ନିକଟରେ ବୁଧବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍‌ରେ ଯାଉଥିବା ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଉଛନ୍ତି ବାଲେଶ୍ୱର ଜିଲା ଅଯୋଧ୍ୟା ଗ୍ରାମର ଦାଶରଥି ନାୟକ (୪୦), ତିଲକଯୋଡ଼ି ଗ୍ରାମର ଶିବ ନାୟକ(୪୦) ଓ ବାଘମରା ଗ୍ରାମର ମିଥୁନ ନାୟକ (୨୫) ।

ପୋଖରୀରେ ବୁଡି ମହିଳା ମୃତ

ପୋଖରୀରେ ବୁଡି ମହିଳା ମୃତ

ଖୁଣ୍ଟା,୨୫।୪(ଡି.ଏନ.ଏ.)-ଖୁଣ୍ଟା ଥାନା ଅଧୀନ ନବକିଶୋରପୁର ଗ୍ରାମରେ ଜଣେ ମହିଳା ବୁଧବାର ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ମୃତା ମହିଳାଜଣକ ହେଲେ ନବକିଶୋରପୁର ଗ୍ରାମର ବିଶ୍ୱନାଥ ହାଁସଦାଁଙ୍କ ବିବାହିତା ଝିଅ ଚମ୍ପାବତି ହାଁସଦା(୨୫)। ସେ ଦେଢ ବର୍ଷ ହେଲା ବାପ ଘରେ ରହି ଆସୁଥିଲେ। ଚମ୍ପାବତି ସକାଳେ ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ଖବର ପାଇ ଖୁଣ୍ଟା ଥାନା ପୋଲିସ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନା ପଠାଇଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଜୁନ ସୁଦ୍ଧା ବାରିପଦାରେ ହେବ ବିଦ୍ୟୁତ୍‌ ଷ୍ଟୋର

ଜୁନ ସୁଦ୍ଧା ବାରିପଦାରେ ହେବ ବିଦ୍ୟୁତ୍‌ ଷ୍ଟୋର

ବାରିପଦା ଅଫିସ,୨୫।୪- ମୟୂରଭଞ୍ଜ ଜିଲାରେ ବିଦ୍ୟୁତ୍‌ କର୍ମଚାରୀ ଓ ବିଦ୍ୟୁତ୍‌ ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ମଙ୍ଗଳବାର ବାରିପଦା ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାରିପଦାରେ ଆସନ୍ତା ଜୁନ ସୁଦ୍ଧା ଏକ ବିଦ୍ୟୁତ୍‌ ଷ୍ଟୋର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ପାଣି ପାଇଁ ଧାରଣା

ପାଣି ପାଇଁ ଧାରଣା

ବାରିପଦା ଅଫିସ ,୨୫।୪- ଗ୍ରୀଷ୍ମ ଋତୁ ଆରମ୍ଭରୁ ମୟୂରଭଞ୍ଜ ଜିଲା ବାରିପଦା ସହରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ମଙ୍ଗଳବାର ଷ୍ଟେଶନ ବଜାରରେ ସହରର ୱାର୍ଡ ନଂ. ୧୧, ୧୨, ୧୩ର ବାସିନ୍ଦା ରାସ୍ତାରୋକୋ କରିଥିଲେ। ଏହାର ଦିନକ ପରେ ବୁଧବାର ଯୁବ ଛାତ୍ର ବିଜେଡି ପକ୍ଷରୁ ଜିଲା ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ପାଣି ସମସ୍ୟାର ସମାଧାନ ପାଇଁ ଜିଲା ଯୁବ ବିଜେଡି ପକ୍ଷରୁ ଧାରଣା ଦିଆଯାଇଥିଲା।

ପାଚିକା ସଂଘର ବିକ୍ଷୋଭ

ପାଚିକା ସଂଘର ବିକ୍ଷୋଭ

ସାରସକଣା,୨୫ା୪(ଡି.ଏନ୍‌.ଏ.): ବିଭିନ୍ନ ଦାବି ପୂରଣ ଦାବିରେ ସାରସକଣା ବ୍ଲକ ପାଚିକାମାନେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ସାରସକଣା ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ପାଚିକାମାନେ ବାହାରି ଆଠ ଦଫା ଦାବି ସମ୍ବଳିତ ଦାବିପତ୍ର ବିଇଓଙ୍କ ଜରିଆରେ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ରାଜପଥରେ ଯାନବାହାନ ଯାଞ୍ଚ

ରୂପ୍‌ସା,୨୫।୪(ଡି.ଏନ.ଏ.)- ବାଲେଶ୍ୱର ଜିଲାର ୬୦ନନମ୍ବର ଜାତୀୟ ରାଜପଥର ରୂପ୍‌ସା ଥାନା ଅନ୍ତର୍ଗତ ଆଗମଉଦା ଛକଠାରେ ପୋଲିସ୍‌ ପକ୍ଷରୁ ମଙ୍ଗଳବାର ଯାନବାହାନ ଯାଞ୍ଚ କରାଯାଇଛି। ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ, ଏଏସ୍‌ଆଇ ଭାଗ୍ୟଜିତ୍‌ ନାୟକ ପ୍ରମୁଖ ବାଇକ୍‌ଗୁଡ଼ିକର କାଗଜପତ୍ର, ଇନ୍‌ସ୍ୟୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ, ହେଲମେଟ୍‌ ଆଦି ଯାଞ୍ଚ କରୁଥିଲେ।

ଅଂଶୁଘାତରେ  ଜଣେ ଚାଷୀଙ୍କ ମୃତ୍ୟୁ

ଅଂଶୁଘାତରେ ଜଣେ ଚାଷୀଙ୍କ ମୃତ୍ୟୁ

ବାହାନଗା,୨୫ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୋଇଲି ଗ୍ରାମର ଜିତେନ୍ଦ୍ର ପୃଷ୍ଟି (୫୯)ଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଛି। ବୁଧବାର ସକାଳ ୭ ଟାରେ ଘରୁ ବିଲକୁ ଖତଭାର ଧରି ଯାଇଥିଲେ। ମାତ୍ର ସେ ବିଲରେ ପହଞ୍ଚିବା ସମୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ତଳେ ପଡି ଯାଇଥିଲେ।

 ପୃଥିବୀ ଦିବସରେ ସଚେତନତା ଶୋଭାଯାତ୍ରା

ପୃଥିବୀ ଦିବସରେ ସଚେତନତା ଶୋଭାଯାତ୍ରା

କେନ୍ଦୁଝର, ୨୫।୪(ସ୍ବ.ପ୍ର.): କେନ୍ଦୁଝରଗଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ପୃଥିବୀ ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ଉତ୍ସବର ସଂଭାଗ ସଭାପତି ସତ୍ୟନାରାୟଣ ମହାପାତ୍ର ମୁଖ୍ୟ ଅତିଥି, ପରିଚାଳନା ସମିତିର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୃଥିବୀ ବିଷୟର ତାପର୍ତ୍ୟ ବିଷୟରେ ଆଲୋଚନା କରିଥିଲେ।

ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ଚମ୍ପୁଆ,୨୫।୪(ଡି.ଏନ.ଏ): ଚମ୍ପୁଆ ପଞ୍ଚାୟତ ସମିତି ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୦୪ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଚମ୍ପୁଆ ବ୍ଲକ ପକ୍ଷରୁ ଜ୍ୟୋତିପୁର, ଭୁଇଁପୁର ଓ ବଡନଇ ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

୩୦ ରେ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା ଅଫିସ,୨୫।୪- ଦୀର୍ଘ ବର୍ଷର ଦାବି ହେବା ପରେ ବାରିପଦାଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ହେଲେ ଏହି କଲେଜରେ ନାମଲେଖାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି।

ପ୍ରଶାସନର ଦ୍ୱାରସ୍ଥ ହେଲେ ନବଦମ୍ପତି : ନୀଳଗିରି ଥାନାରେ ଅଭାବନୀୟ ଘଟଣା

ନୀଳଗିରି ,୨୫। ୪ (ଡି.ଏନ.ଏ.)- ବିବାହ ଉତ୍ସବରେ କନ୍ୟାପକ୍ଷର ଭୋଜିଭାତକୁ ନେଇ ଗଣ୍ଡଗୋଳ ଘଟିବାରୁ ଏଥିରେ ଅସମ୍ମାନିତ ହୋଇ ଘରକୁ ଫେରି ଆସିଥିବା ବରପକ୍ଷର କେତେକ ଲୋକ ଗଣ୍ଡଗୋଳ କରୁଥିବାରୁ ଘଟଣା ପ୍ରଶାସନ ଓ ପୋଲିସ ଯାଏ ଯାଇଛି। ଗଣ୍ଡଗୋଳକାରୀମାନେ ଅପମାନର ପ୍ରତିଶୋଧ ନେବା ଲାଗି ନବବଧୂଙ୍କୁ ଛାଡପତ୍ର ଦେବା ସକାଶେ ବରଘର ଉପରେ ଚାପ ପକାଇବିବାହ କର୍ମରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।

ମହିଳାଙ୍କୁ ଯୌତୁକ ନିର୍ଯାତନା ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଗରିଫ

ବାହାନଗା,୨୫।୪(ଡି.ଏନ.ଏ.)-ପ୍ରେମ ବିବାହ କରିଥିବା ଜଣେ ମହିଳାଙ୍କୁ ପରେ ଯୌତୁକ ଦିଆଯାଇ ହତ୍ୟା କରାଯାଇଥିବା ବାଲେଶ୍ୱର ଜିଲା ଖନ୍ତାପଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ୪୯୮,ଏ୩୦୨/୩୦୪,ବି-୩୪ ଧାରାରେ ଏକ ମାମଲା(ନଂ.୧୩୬/୧୮) କରି ନାଇକା ଗ୍ରାମର ଅଭିଯୁକ୍ତ ସ୍ବାମୀ ରାକେଶ ଦାସଙ୍କୁ ଗରିଫ କରିଛି।