ଜାତୀୟ |

ଗୋଇନ୍ଦା ରିପୋର୍ଟ: ମହାଶିବରାତ୍ରିରେ ୮ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଗୋଇନ୍ଦା ରିପୋର୍ଟ: ମହାଶିବରାତ୍ରିରେ ୮ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା
ନୂଆଦିଲ୍ଲୀ, ୧୨।୨: ମହାଶିବରାତ୍ରି ଅବସରରେ ଦେଶର ୮ ରାଜ୍ୟରେ ଥିବା ଶିବ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ହରିୟାନା, ଜମ୍ମୁ, ଉତ୍ତରପ୍ରଦେଶ, ରାଜସ୍ତାନ, ଗୁଜରାଟ ଓ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମହାଶିବରାତ୍ରି ଅବସରରେ ବିଭିନ୍ନ ପ୍ରସିଦ୍ଧ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଗହଳି ହେବ। ଏହାର ସୁଯୋଗ ନେଇ ଆତଙ୍କବାଦୀ ଆକ୍ରମଣ କରିବାର ସୁଯୋଗରେ ରହିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଆତଙ୍କବାଦୀମାନେ ଦେଶରେ ଥିବା ୧୨ଟି ଜ୍ୟୋର୍ତିଲିଙ୍ଗ ମନ୍ଦିରଗୁଡିକୁ ଟାଗେର୍ଟରେ ରଖିଥିବା ରିପୋର୍ଟ ଦର୍ଶାଯାଇଛି।
All Right Reserved By

ଜାତୀୟ |

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ/ ଓ୍ବାଶିଂଟନ,୧୭।୧୦: ସାରା ପୃଥିବୀରେ ବୁଧବାର ସକାଳ ୬ଟା ୩୦ରୁ ସୋସିଆଲ୍‌ ମିଡ଼ିଆ ୟୁଟ୍ୟୁବ୍‌ର ସର୍ଭର ଡାଉନ୍‌ ରହିଛି। ଏହାକୁ ଠିକ୍‌ କରାଯାଇଥିବା ନେଇ ୟୁଟ୍ୟୁବ୍‌ ପକ୍ଷରୁ  କୁହାଯାଇଥିଲେ ମଧ୍ୟ ଏହା ସ୍ବାଭାବିକ ଭାବେ କାମ କରୁ ନ ଥିବା କୁହାଯାଉଛି। 

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ କମର୍ସିଆଲ ପାଇଲଟ ଆସୋସିଏଶନ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏକ ପତ୍ର ଲେଖିଛନ୍ତି। ପାଇଲଟମାନଙ୍କ ପାଇଁ ‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ପାଇଁ ସେମାନେ ଉକ୍ତ ପତ୍ରରେ ଦାବି କରିଛନ୍ତି।

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ନୂଆଦିଲ୍ଲୀ,୧୬।୧୦: ରାଜଧାନୀ ଦିଲ୍ଲୀରେ ଘଟିଥିବା ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଦିଲ୍ଲୀର ଆଇନ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏକ ପଞ୍ଚ ତାରକା ହୋଟେଲ ବାହାରେ ପୂର୍ବତନ ବିଏସ୍‌ପି ନେତା ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେଙ୍କ ପୁଅଙ୍କ ଦାଦାଗିରି ଦେଖିବାକୁ ମିଳିଛି। 

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ/ଡୋଡୋମା,୧୬।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ତାଞ୍ଜାନିଆର ବୈଦେଶିକ ମନ୍ତ୍ରୀ ଡ. ଅଗଷ୍ଟାଇନ୍‌ ପି ମହିଗାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ନୂଆଦିଲ୍ଲୀ, ୧୬।୧୦: ଆଜି ହେଉଛି ଭାରତର ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କ ୭୪ତମ ଜନ୍ମଦିବସ। ଏହି ଅବସରରେ ମହାନ ସାଧକଙ୍କୁ ମନେ ପକାଇଛି ଗୁଗୁଲ୍‌ ଡୁଡୁଲ। 

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ବାଙ୍ଗାଲୋର୍‌,୧୬।୧୦: କର୍ନାଟକ ଉପ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ୩ଟି ଲୋକସଭା ଆସନ ଏବଂ ୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। 

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଦାଭନଗେରେ,୧୬।୧୦: କର୍ନାଟକର ଦାଭନଗେରେ ଜିଲାରେ ଦେଖିବାକୁ ମିଳିଛି #ମି ଟୂ ର ଏକ ଭିନ୍ନ ରୂପ। ଏଠାକାର ଏକ ବ୍ୟାଙ୍କ ମ୍ୟାନେଜରଙ୍କୁ  ଜଣେ ମହିଳା ଲାଠିରେ ପିଟୁ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ଭୋପାଳ,୧୬।୧୦: ମଧ୍ୟପ୍ରଦେଶ ଧାର ଜିଲାର ମାଣ୍ଡୁ ସହର ଉପକଣ୍ଠରୁ ମିଳିଛି ୧୮ ଶତାବ୍ଦୀର ପ୍ରାଚୀନ କୃଷ୍ଣ ମୂର୍ତ୍ତି। ସ୍ଥାନୀୟ ଦରିଆ ଖାଁ ମହଲରେ ଖନନ ସମୟରେ କଳାମୁଗୁନୀ ପଥରରେ ନିର୍ମିତ ଏହି ମୂର୍ତ୍ତି ମିଳିଛି।

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଲକ୍ଷ୍ନୌ, ୧୬।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି। ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ପ୍ରଶାନ୍ତ କିଶୋରଙ୍କୁ ନୂଆ ପଦବୀ

ପ୍ରଶାନ୍ତ କିଶୋରଙ୍କୁ ନୂଆ ପଦବୀ

ପାଟନା,୧୬।୧୦: ନିକଟରେ ଜେଡିୟୁରେ ଯୋଗ ଦେଇଥିବା ପ୍ରଶାନ୍ତ କିଶୋର ଏବେ ଦଳର ୨ ନମ୍ବର ବ୍ୟକ୍ତିତ୍ୱ ଭାବେ ପରିଗଣିତ ହେବେ। ନିର୍ବାଚନ ରଣ କୌଶଳରେ ନିପୁଣ ଥିବା ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ନିଯୁକ୍ତ କରିଛନ୍ତି। 

୧୪ ବର୍ଷ ବୟସ୍କା ନାବାଳିକା ୩ ଥର ବୈଶ୍ୟାଳୟରେ ହେଲେ ବିକ୍ରି

୧୪ ବର୍ଷ ବୟସ୍କା ନାବାଳିକା ୩ ଥର ବୈଶ୍ୟାଳୟରେ ହେଲେ ବିକ୍ରି

ରାଞ୍ଚି,୧୬।୧୦: ଝାଡ଼ଖଣ୍ଡ ରାଞ୍ଚିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୩ ଥର ବୈଶ୍ୟାଳୟରେ ବିକ୍ରି ହୋଇଥିବା ଜଣେ ନାବାଳିକାକୁ ବିକ୍ରି କରାଯାଉଥିବା ବେଳେ ପୋଲିସ ଉଦ୍ଧାର କରିଛି।

କଂଗ୍ରେସ ନେତା ହେଲେ ଭାଜପା ମୁହାଁ

କଂଗ୍ରେସ ନେତା ହେଲେ ଭାଜପା ମୁହାଁ

ନୂଆଦିଲ୍ଲୀ,୧୬।୧୦: ଗୋଆର କଂଗ୍ରେସ ନେତା ଦୟାନନ୍ଦ ସୋପତେ ଓ ସୁଭାଷ ସିରୋଡକର ମଙ୍ଗଳବାର ନୂଆଦିଲ୍ଲୀଠାରେ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବା ପରେ ବିଦ୍ଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି।