ଫୁରସତ |

ଲଡୁ ବାବା

ଲଡୁ ବାବା

କାହିଁ କେଉଁ କାଳରୁ ଶ୍ରୀ ଶ୍ରୀ ଲଡୁକେଶ ମହେଶ ନୟାଗଡ଼ ଜିଲାର ଶରଣକୁଳଠାରେ ପୂଜା ପାଇ ଆସୁଛନ୍ତି। ସେ ଲଡୁକେଶ ବା ଲଡୁବାବା ନାମରେ ବି ବିଖ୍ୟାତ। ଲଡ଼ୁବାବା ଅଧା ବିଷ୍ଣୁ ଓ ଅଧା ଶିବଙ୍କ ଅବତାର। ହରିହର ସମ୍ବଳିତ ଲଡୁବାବାଙ୍କର ଗୋଟିଏ ପାର୍ଶ୍ୱରେ ଚକ୍ର ଚିହ୍ନ ରହିଥିବାବେଳେ ଅନ୍ୟ ପାର୍ଶ୍ୱରେ ରହିଛି ଅର୍ଦ୍ଧ ଚନ୍ଦ୍ର। ଗୋଟିଏ ପଟେ ତୁଳସୀ ଲାଗି ହେଉଥିବାବେଳେ ଅନ୍ୟପଟେ ଲାଗି ହୋଇଥାଏ ବେଲପତ୍ର। ତେଣୁ ଶୈବଧର୍ମ ଓ ବୈଷ୍ଣବ ଧର୍ମର ମହାମିଳନର ପରମ୍ପରା ସୃଷ୍ଟି କରୁଥିବା ଏହି ଶୈବପୀଠଟି ସମଗ୍ର ଓଡ଼ିଶାରେ ବିରଳ।
ପ୍ରଭୁଙ୍କ ଆବିର୍ଭାବର କିମ୍ବଦନ୍ତୀ
କିମ୍ବଦନ୍ତୀ ଅନୁଯାୟୀ, ଶରଣକୁଳ ନିକଟସ୍ଥ ହରିହରପୁର ଗଁାର ଲଡୁ ବେହେରା ପ୍ରତ୍ୟହ ଗାଈଙ୍କୁ ଚାରଣ ପାଇଁ ସ୍ଥାନୀୟ ଭଣ୍ଡାର ପାହାଡକୁ ନେଉଥିଲେ। ତନ୍ମଧ୍ୟରୁ କପିଳା ନାମକ ଏକ କାଳିଗାଈ ସର୍ବଦା ଗୋଠରୁ କେଉଁଆଡେ ଚାଲିଯାଉଥାଏ ଓ ଘରେ କ୍ଷୀର ଦେଉ ନଥାଏ। ଏହି କାରଣରୁ ମାଲିକଠାରୁ ଭର୍ସନା ପାଇ ଲଡୁ ଗଉଡ଼ ଗାଈ ଉପରେ ସର୍ବଦା ନଜର ରଖିଲେ। ଦିନେ ପାହାଡ ନିକଟସ୍ଥ କୁସୁମୀ ନଦୀରେ ବିରାଟ ନଦୀବଢ଼ି ଆସିଥାଏ। କିନ୍ତୁ ଗାଈଟି ବଢ଼ିଲା ପାଣିକୁ ନମାନି ବଢିଲା ପାଣିକୁ ଡେଇଁ କେଉଁଆଡେ ଚାଲିଗଲା। ଅନ୍ବେଷଣ କରି ଲଡୁ ଗଉଡ ଦେଖିଲେ ଜଙ୍ଗଲି ବୃକ୍ଷ ପରିବେଷ୍ଟିତ ଏକ ସ୍ଥାନରେ ଗାଈଟି ଠିଆ ହୋଇଛି ଆଉ ତା’ ପହ୍ନାରୁ କ୍ଷୀର ବାହାରି ତଳେ ଥିବା ଏକ ଲିଙ୍ଗାକୃତି ଶିଳା ଉପରେ ସ୍ବୟଂ ପଡୁଛି। ଏହାଦେଖି ଗଉଡ ରାଗି ଯାଇ କେନ୍ଦୁ ଠେଙ୍ଗାରେ ପ୍ରହାର କରିବାରୁ ଗାଈଟି ସେଠାରୁ ଚାଲିଗଲା। କିନ୍ତୁ ତା’ପରେ ଗଉଡ ଦେଖିଲେ ସେହି ଲିଙ୍ଗାକୃତି ପଥରର ଦୁଇ ପାର୍ଶ୍ୱରେ ଖାଲ ସୃଷ୍ଟି ହୋଇଛି। ଆଉ ଯେଉଁ ଅଂଶରେ ଗାଈ ଗୋଡ ରଖିଥିଲା, ସେହି ସ୍ଥାନରୁ ଧାର ଧାର ହୋଇ ରକ୍ତସ୍ରାବ ହେଉଛି। ଏହି ଦୃଶ୍ୟରେ ଗଉଡ ଭୟଭୀତ ହୋଇ ଜଙ୍ଗଲରୁ ଡାଳପତ୍ର ଆଣି ସଂମ୍ପୃକ୍ତ ଲିଙ୍ଗାକୃତି ଶିଳାକୁ ଘୋଡାଇ ଦେଇ ସେଠାରୁ ଚାଲିଗଲେ ଆଉ ଘଟଣା ସମ୍ପର୍କରେ ଗ୍ରାମରେ ଜଣାଇଲେ। ସେହି ରାତ୍ରରେ ବାଣପୁରର ଭଞ୍ଜବଂଶୀୟ ରାଜାଙ୍କ କାନକୁ ଏ ଖବର ଗଲା। ରାଜା ଉକ୍ତ ଗଉଡଙ୍କୁ ଡକାଇ ଘଟଣା ସମ୍ପର୍କରେ ବୁଝିଲେ। ପରେ ସୈନ୍ୟସାମନ୍ତଙ୍କ ସହ ଘଟଣାସ୍ଥଳୀକୁ ଯାଇ ରାଜା ଦେଖିଲେ, ଛତ୍ରାକାର ଶିବଲିଙ୍ଗ ଉପରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଛି। ସେହିପରି ଯଜ୍ଞୋପବିତ ପରି ଏକ ପଇତାରେଖା ଏବଂ ସମ୍ପୂର୍ଣ୍ଣ ଦୁଇଭାଗ କରି ଅର୍ଦ୍ଧଶିବ ଓ ବିଷ୍ଣୁଙ୍କର ପ୍ରତୀକ ଉକ୍ତ ପାଷାଣ ଉପରେ ବିଦ୍ୟମାନ। ତା’ପରେ ନୀତି ନିୟମରେ ପୂଜା ପାଠ କରି ଭଞ୍ଜବଂଶୀୟ ରାଜା ଓ ନୟାଗଡ଼ ରାଜା ମିଳିତ ଭାବେ ଠାକୁରଙ୍କୁ ସେଠାରେ ପ୍ରତିଷ୍ଠା କରାଇଥିଲେ। ଲଡୁ ଗଉଡ଼ଙ୍କ କପିଳା ଗାଈ ଯୋଗୁଁ ସ୍ବୟଂ ଭୂ ଲୋକ ଲୋଚନକୁ ଆସିଥିବାରୁ ତାଙ୍କରି ନାମାନୁସାରେ ପ୍ରଭୁଙ୍କର ନାମ ଲଡ଼ୁବାବା ହୋଇଥିବା ବିଶ୍ୱାସ କରାଯାଏ।
ମନ୍ଦିରର ନିର୍ମାଣଶୈଳୀ
କୁହାଯାଏ, ପ୍ରାୟ ଦୁଇ ଏକର ଆଠ ଡିସିମିଲି ଜମି ଉପରେ ଏହି ମନ୍ଦିରଟି ନିର୍ମିତ। ନାଟମଣ୍ଡପ, ଭୋଗମଣ୍ଡପ ଓ ଜଗମୋହନ ହେଉଛି ଏହି ମନ୍ଦିରର ବିଶେଷତ୍ୱ। ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଏକ ଚନ୍ଦନ ପୁଷ୍କରିଣୀ ରହିଛି। ସେହିପରି ଏହି ପୀଠରେ ଚନ୍ଦ୍ରଶେଖର, ପାର୍ବତୀ, ଉମା, ମହେଶ୍ୱର, ମଦନମୋହନ, ଲକ୍ଷ୍ମୀ, ଗୋପୀନାଥ, ରାଧାକୃଷ୍ଣଙ୍କର ଚଳନ୍ତି ପ୍ରତୀମା ବି ଦେଖିବାକୁ ମିଳିଥାଏ। ଆବିର୍ଭୁତ ସ୍ବୟଂ ଲିଙ୍ଗ ଉପରେ ଚାରିଫୁଟ ଉଚ୍ଚତା ବିଶିଷ୍ଟ ଏକଶହ ଦଶ କେଜି ଓଜନର ତମ୍ବା ନାଗମୂର୍ତ୍ତିଙ୍କର ଶୋଭା ଅତି ରମଣୀୟ। ତା’ଛଡ଼ା ଉକ୍ତ ମନ୍ଦିରର ନିର୍ମାଣ ଶୈଳୀ ଏଭଳି ଯେ, ବର୍ଷର ଭିନ୍ନ ଭିନ୍ନ ସମୟରେ ତିନିଥର ଏବଂ ମହାଶିବରାତ୍ରୀରେ ସୂର୍ଯ୍ୟଙ୍କର ପ୍ରାତଃ ରଶ୍ମି ସ୍ବଳ୍ପ ସମୟ ପାଇଁ ଲଡ଼ୁବାବାଙ୍କ ଶ୍ରୀଅଙ୍ଗରେ ପ୍ରତିତ ହୋଇ ଇନ୍ଦ୍ରଧନୁର ସପ୍ତରଙ୍ଗ ସୃଷ୍ଟି କରିଥାଏ। ଏହି ଦୃଶ୍ୟକୁ ଦେଖିଲେ ଅନେକ ଦୁଃସାଧ୍ୟ୍ୟ ରୋଗରୁ ମୁକ୍ତି ମିଳିଥାଏ ବୋଲି ଲୋକମୁଖରୁ ଶୁଣିବାକୁ ମିଳେ। ଅନ୍ୟପକ୍ଷେ ଲଡୁବାବାଙ୍କର ଆଉ ଏକ ବିଶେଷତ୍ୱ ହେଲା ଲିଙ୍ଗରୁ ନିଷ୍କାସିତ ବାସି ଚନ୍ଦନ ଯାହାକୁ କରାଳ ଚନ୍ଦନ କୁହାଯାଏ। ଏହି ଚନ୍ଦନ ବିଭିନ୍ନ ରୋଗ ପାଇଁ ଅତି ଉପାଦେୟ ଔଷଧିୟ ସାମଗ୍ରୀ ଭାବେ କାମ କରିଥାଏ।
ପୂଜାବିଧି
କିମ୍ବଦନ୍ତୀରୁ ଜଣାପଡେ, ପୂର୍ବରୁ ସବରମାନେ ପତ୍ରଦନା ଓ ପତ୍ର ଠୁଙ୍ଗାରେ ବଣଫୁଲ, ଫଳ ରଖି ଲଡୁବାବାଙ୍କୁ ପୂଜା କରୁଥିଲେ, ଯାହାକୁ ପୁଡ଼ାଭୋଗ କୁହାଯାଉଥିଲା। ସମୟକ୍ରମେ ଏହି ପୁଡ଼ାଭୋଗ ବିଧିକୁ ପାଳନ କରିବା ପାଇଁ ରାଜରାଜୁଡ଼ାଙ୍କଦ୍ୱାରା ଏଠାରେ ମାଳି ଓ ବ୍ରାହ୍ମଣ ସେବାୟତଙ୍କୁ ନିଯୁକ୍ତି କରାଗଲା। ପୂଜକ ପ୍ରଭାତ କୁମାର ମହାପାତ୍ର କୁହନ୍ତି, ଭୋର୍‌ ପ୍ରାୟ ୪ଟାରୁ ମହାପ୍ରଭୁ ଲଡ଼ୁବାବାଙ୍କର ଅବକାଶ ନୀତି(ଅଁଳାନୀତି) ଆରମ୍ଭ ହୋଇଥାଏ। ସକାଳ ୭ଟାରେ ବଲ୍ଲବ ଭୋଗ, ଦିନ ୧୦ଟାରେ ଶଙ୍ଖୁଡ଼ି ଭୋଗରେ କାନିକା, ଡାଲମା, ତରକାରି, ଖଟା, ଖିରି ଆଦି ପୂଜା ହୁଏ। ସେହିପରି ଦିନ ୧୧ଟାରେ କ୍ଷୀର ଅଭିଷେକ ପରେ ଫୁଲ, ବେଲପତ୍ର ଓ ଚନ୍ଦନ ପ୍ରଭୁଙ୍କଠାରେ ଲାଗି ହୋଇଥାଏ। ପୁଣି ଦିନ ୧୨ଟାରେ ଝିଲ୍ଲି ଆଉ ତା’ପରେ ଶଙ୍ଖୁଡ଼ି ଭୋଗ ଭାବେ କାକରା, ବରା, ଅନ୍ନଭୋଗ ଠାକୁରଙ୍କ ପାଖେ ଲାଗିହୁଏ। ଅନ୍ୟପକ୍ଷେ ସନ୍ଧ୍ୟା ଆଳତି ପରେ ଠାକୁରଙ୍କ ପାଖେ ପଣା, ଖୁରୁମା, ରାବିଡ଼ି ଭୋଗ ଲାଗି ହୋଇଥାଏ। ଏହାପରେ ଠାକୁରଙ୍କୁ ସ୍ନାନ କରାଯାଇ ସରପଣା ଲାଗି କରାଯାଇଥାଏ। ତା’ପରେ ରାତି ୮ଟାରେ ଶଙ୍ଖୁଡ଼ି ଭୋଗ ଏବଂ ରାତି ୯ଟାରେ ସରସୁଆଳି, ଗଜା, କଦମ୍ବା, କାକରା ଭୋଗ ଠାକୁରଙ୍କ ପାଖେ ଲାଗି ହୋଇ ମନ୍ଦିର ପହଡ଼ ପଡିଥାଏ।
ପର୍ବପର୍ବାଣି
ମୁଖ୍ୟ ପର୍ବପର୍ବାଣି ଭାବେ ଏଠାରେ ଜାଗର, ଶୀତଳଷଷ୍ଠୀ, ଚନ୍ଦନଯାତ, କାର୍ତ୍ତିକ ପୂର୍ଣ୍ଣିମା ଇତ୍ୟାଦି ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। ମନ୍ଦିରର ସମସ୍ତ ପର୍ବପର୍ବାଣିକୁ ମନ୍ଦିର ଟ୍ରଷ୍ଟି ଦ୍ୱାରା ପରିଚାଳନା କରାଯାଇଥାଏ। ଉପଜିଲାପାଳ ଏହାର ଦାୟିତ୍ୱ ବହନ କରିଥାନ୍ତି।
କେମିତି ଯିବେ
ନୟାଗଡ ଜିଲା ସଦର ମହକୁମା ଠାରୁ ଓଡଗଁା ରାସ୍ତାରେ ପ୍ରାୟ ୧୨ କି.ମି ଦୂର ଗଲେ ଲଡ଼ୁବାବାଙ୍କ ପ୍ରସିଦ୍ଧ ଶୈବପୀଠ ପଡିଥାଏ। ସେହିପରି ନୂଆ ଜଗନ୍ନାଥ ସଡକରେ ରଣପୁର, ଦର୍ପନାରାୟଣପୁର ଓ ଗୋଡିପଡା ଦେଇ ଏହି ପୀଠକୁ ଆସିହେବ। ଭୁବନେଶ୍ୱରଠାରୁ ଲଡ଼ୁବାବାଙ୍କ ଶୈବପୀଠର ଦୂରତା ପ୍ରାୟ ୯୭ କି.ମି। ବର୍ଷର ସବୁ ସମୟରେ ଏଠାକୁ ଯିବା ପାଇଁ ବସ୍‌, ଅନ୍ୟାନ୍ୟ ମୋଟରଯାନର ସୁବିଧା ରହିଛି।
-ବନବିହାରୀ ବେହେରା, ଲୋକନାଥ ମିଶ୍ର




All Right Reserved By

ଫୁରସତ |

ଝିଅଙ୍କ ସ୍ବଭାବ ଜାଣିହେବ ନାଁର ପ୍ରଥମ ଅକ୍ଷରରୁ

ଝିଅଙ୍କ ସ୍ବଭାବ ଜାଣିହେବ ନାଁର ପ୍ରଥମ ଅକ୍ଷରରୁ

ଶିଶୁଟିଏ ଜନ୍ମ ହେବା ପରେ ଜ୍ୟୋତିଷଶାସ୍ତ୍ରର ଗଣନା ଅନୁଯାୟୀ ତା’ର ନାମକରଣ କରାଯାଇଥାଏ। ତେଣୁ ଜ୍ୟୋତିଷଶାସ୍ତ୍ର ମତରେ ଝିଅଙ୍କର ସ୍ବଭାବ ବିଷୟରେ ଜାଣିହେବ ସେମାନଙ୍କ ନାଁର ପ୍ରଥମ ଅକ୍ଷରରୁ।

‘ଶିଶୁଙ୍କ ମନକୁ ଅନୁଧ୍ୟାନ କରି ଲେଖାଯିବା ଦରକାର’-ବୀରେନ୍ଦ୍ର ମହାନ୍ତି

‘ଶିଶୁଙ୍କ ମନକୁ ଅନୁଧ୍ୟାନ କରି ଲେଖାଯିବା ଦରକାର’-ବୀରେନ୍ଦ୍ର ମହାନ୍ତି

ଶିଶୁ ସାହିତି୍ୟକ ବୀରେନ୍ଦ୍ର ମହାନ୍ତି। ଓଡ଼ିଆ ଶିଶୁ ସାହିତ୍ୟର ଜଣେ ପରିଚିତ ଚେହେରା। ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କର ୨୫ ଖଣ୍ଡ ପୁସ୍ତକ ଏବଂ ୬ ଖଣ୍ଡ ଅନୁବାଦ ପୁସ୍ତକ ଓଡ଼ିଆ ଶିଶୁ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିଛି। ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ପୁରସ୍କାର ଓ ସମ୍ମାନ ପାଇଥିବା ବୀରେନ୍ଦ୍ର ଶୁକ୍ରବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍‌ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ପକେଟରେ ରଖିହେବ କିବୋର୍ଡ

ପକେଟରେ ରଖିହେବ କିବୋର୍ଡ

ସିଓଲ୍‌: ବୈଜ୍ଞାନିକମାନେ ସ୍ବଳ୍ପ ବ୍ୟୟସାପେକ୍ଷ ଏକ ନମନୀୟ କିବୋର୍ଡ ବିକାଶ କରିଛନ୍ତି। ଏହାକୁ ସଙ୍କୁଚିତ କରି ପକେଟରେ ବହନକରି ହେବ। ଏହାଦ୍ୱାରା କିବୋର୍ଡଟି ଭାଙ୍ଗିଯିବ ନାହିଁ। ପୋର୍ଟେବୁଲ୍‌ କିବୋର୍ଡ ବର୍ତ୍ତମାନ ବଜାରରେ ମିଳୁଥିଲେ ହେଁ ସେଗୁଡିକର ନମନୀୟତା ଗୁଣ ଖୁବ୍‌ କମ୍‌। ସେଗୁଡ଼ିକ ଯେଉଁ ଆକୃତିର ସେହି ଆକୃତିରେ ପରିବହନ କରାଯାଇ ପାରିବ।

ପୁରାତନ ସମାଧିରୁ ମିଳିଲା ବିଲୁପ୍ତପ୍ରାୟ ଗିବନ୍‌ର କଙ୍କାଳ

ପୁରାତନ ସମାଧିରୁ ମିଳିଲା ବିଲୁପ୍ତପ୍ରାୟ ଗିବନ୍‌ର କଙ୍କାଳ

ଲଣ୍ଡନ: ଚାଇନାର ଏକ ସମାଧିରୁ ଗବେଷକମାନେ ବିଲୁପ୍ତପ୍ରାୟ ଏକ ଗିବନ୍‌ (ଦକ୍ଷିଣ-ପୂର୍ବ ଏସିଆର ଲମ୍ବାହାତ ବିଶିଷ୍ଟ ମାଙ୍କଡ)ର କଙ୍କାଳ ଠାବ କରିଛନ୍ତି। ଆଧୁନିକ ଶାଙ୍କ୍‌ଜି ଚାଇନା ଅନ୍ତର୍ଗତ ଚାଙ୍ଗ୍‌ଆନ୍‌ ନଗରୀରେ ଥିବା ପାଖାପାଖି ୨୨୦୦ରୁ ୨୩୦୦ବର୍ଷ ତଳର ଏକ ସମାଧି ମଧ୍ୟରୁ ଏହି ମାଙ୍କଡର କଙ୍କାଳ ଆବିଷ୍କାର କରାଯାଇଛି। ଲମ୍ବାହାତ ବିଶିଷ୍ଟ ପାତିମାଙ୍କଡ ଲୋପ ପାଇବାର ଏହା ହେଉଛି ଏକ ପ୍ରାମାଣିକ ତଥ୍ୟ।

ବାପା ହେବାପାଇଁ କନଷ୍ଟେବଳ ମାଗିଲେ ଛୁଟି

ବାପା ହେବାପାଇଁ କନଷ୍ଟେବଳ ମାଗିଲେ ଛୁଟି

ସରକାରୀ ଅବା ବେସରକାରୀ ସଂସ୍ଥାରେ କାମ କରୁଥିବା ଲୋକେ କୌଣସି ଜରୁରୀ କାମ ଥିଲେ କାର୍ଯ୍ୟାଳୟରେ ଛୁଟି ଆବେଦନ କରିଥାଆନ୍ତି। କେବେ ନିଜର ଦେହ ଖରାପ, ଦୂରସ୍ଥାନକୁ ଯାତ୍ରା କରିବାକୁ ହେଉ ଅବା ବିବାହ ଉତ୍ସବରେ ଯୋଗଦେବା ପାଇଁ ସାଧାରଣତଃ ଛୁଟି ଆବେଦନ କରାଯାଇଥାଏ।

ବର୍ଷା ହେଲେ ବଦଳେ ନଦୀର ରଙ୍ଗ

ବର୍ଷା ହେଲେ ବଦଳେ ନଦୀର ରଙ୍ଗ

କଲମ୍ବିଆରେ ଥିବା କେନୋ କ୍ରିଷ୍ଟାଲ ନଦୀ। ପର୍ଯ୍ୟଟକଙ୍କ ଲାଗି ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। କାରଣ ଏହି ନଦୀର ପାଣି ୫ଟି ରଙ୍ଗର। ବର୍ଷର ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ପାଣି ୫ଟି ରଙ୍ଗରେ ପରିବର୍ତ୍ତନ ହୋଇଥାଏ।

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

କୁହାଯାଏ କିନ୍ନରଙ୍କୁ ସନ୍ତୁଷ୍ଟ କଲେ ସେମାନେ ଯାହା ଆଶୀର୍ବାଦ କରନ୍ତି ତାହା ପ୍ରାପ୍ତ ହୋଇଥାଏ। ବେଳେବେଳେ କେତେକେ କିନ୍ନରଙ୍କୁ ଦାନ ଦେବାକୁ ଅରାଜି ହୋଇଥାଆନ୍ତି। ହେଲେ କିନ୍ନର ଆପଣାଛାଏଁ କାହା ଘରେ ଯଦି ପହଞ୍ଚିଥାଆନ୍ତି ତେବେ ତାହାକୁ ଶୁଭ ବୋଲି କୁହାଯାଏ।

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ପୃଥିବୀରେ ଅଛନ୍ତି କୋଟି କୋଟି ଜୀବ । ଏମାନଙ୍କ ମଧ୍ୟରୁ ଅନେକେ ମଣିଷ ସମାଜ ପାଇଁ ହୋଇଥାଆନ୍ତି ଲାଭଦାୟକ। ତେବେ ଏଭଳି ଜୀବ ମଧ୍ୟରୁ ଝିଟିପିଟି ଅନ୍ୟତମ। ଏମାନଙ୍କର ମଧ୍ୟ ରହିଛି ପ୍ରକାର ଭେଦ। ତେବେ ଏହି ଝିଟିପିଟିର ଅଣ୍ଡା ମଣିଷକୁ କରିଦେଇପାରେ କୋଟିପତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ଗିକୋ ପ୍ରଜାତିର ଝିଟିପିଟି ଯେଉଁ ଅଣ୍ଡା ଦେଇଥାଏ ତାହା ବହୁ ମୂଲ୍ୟବାନ୍‌।

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟା ସମୟରେ ଶୋଇଲେ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। କାରଣ ଏହାଦ୍ୱାରା ଶରୀରର ମେଟାବୋଲିକ ପ୍ରକିୟା ବାଧା ପାଇଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଓ୍ବାଶିଂଟନ: ରକ୍ତର ରଙ୍ଗ ସାଧାରଣତଃ ଲାଲ। ହେଲେ ଏଭଳି ଏକ ପ୍ରଜାତିର କଙ୍କଡା ଅଛନ୍ତି ଯାହାଙ୍କ ରକ୍ତର ରଙ୍ଗ ନୀଳ। ଆଉ ଏହି ନୀଳ ରକ୍ତ ମଣିଷ ପାଇଁ ଅମୃତ ସମାନ ବୋଲି ଆମେରିକାର ବିଶେଷଜ୍ଞମାନେ କହିଛନ୍ତି।

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ଯୁବବର୍ଗଙ୍କ ମଧ୍ୟରେ ବିବାହ ନେଇ ରହିଥାଏ ଆଗ୍ରହ। ବିବାହ ଆରେଞ୍ଜ ହେବ ନା ପ୍ରେମ ବିବାହ ହେବ ସେନେଇ ରହିଥାଏ ଉତ୍ସୁକତା। ତେବେ ଜନ୍ମ ତାରିଖରୁ ପ୍ରେମ ବିବାହ ସମ୍ପର୍କରେ ମିଳେ ସୂଚନା।

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ସଫଳତାର ପ୍ରକୃତ ଅର୍ଥ ନୁହେଁ ଆବଶ୍ୟକତାଠାରୁ ଅର୍ଥ ଜମା କରିବା କିମ୍ବା ବଡ ବଡ ବଙ୍ଗଳା ଓ ଗାଡ଼ି କିଣିବା । ସଫଳତାର ଅର୍ଥ ହେଉଛି ପ୍ରତିଦିନ ନିଜ ଲାଗି ଜଣେ ଯେଉଁ ଲକ୍ଷ୍ୟ ସ୍ଥିର କରିଛନ୍ତି ତାହା ହାସଲ ପାଇଁ ପ୍ରୟାସ ଜାରି ରଖିବା ।

Model This Week

ପ୍ରଭାତ