ଫୁରସତ |

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା
ବେହେଲା ବାଦକ ଗୌରାଙ୍ଗ ଚରଣ ମୁଦୁଲି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗାଁରେ ମୋର ଜନ୍ମ। ଜନତା ହାଇସ୍କୁଲରୁ ୧୯୭୩ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନିରାକାରପୁରସ୍ଥିତ କେବିଡିଏଭି କଲେଜରେ ଆଇ.ଏ. ପଢ଼ିଥିଲି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବା ଯୋଗୁ ଆଉ ପଢ଼ିଲି ନାହିଁ। ଘରର ବଡ଼ପୁଅ ହୋଇଥିବାରୁ ରୋଜଗାର କରିବାକୁ ମନ ବଳାଇ କୁହୁଡ଼ିରେ ଥିବା ଜଣେ ଡାକ୍ତରଙ୍କ ପାଖରେ ଆସିଷ୍ଟାଣ୍ଟ ଭାବେ କାମ କଲି। ସେ ମୋତେ ମାସକୁ ୩୦୦ ଟଙ୍କା ଦରମା ଦେଲେ। ଟଙ୍କା ନେଇ ବାପାଙ୍କ ହାତରେ ଦେଉଥିଲି। ପ୍ରାୟ ୪ବର୍ଷ ଏଠି କାମ କରିବା ପରେ ଚାକିରି ଛାଡ଼ି ଗୋଟେ ବର୍ଷ ଯାତ୍ରାପାର୍ଟିରେ ବେହେଲା ବାଦକ ଭାବେ କାମ କଲି। ଏଠାରେ ଗୋଟେ କଥା କହି ରଖିବି ମୋ ବାପା ସନାତନ ମୁଦୁଲି ଥିଲେ ଜଣେ ସଂକୀର୍ତ୍ତନ ଗାୟକ। ତା’ଛଡ଼ା ଘରେ ଆମର ହାର୍ମୋନିୟମ ଆଉ ବେହେଲା ବି ଥିଲା। ବାପା ମୋତେ ସେସବୁ ବଜାଇବା ଶିଖାଇ ଦେଇଥିଲେ। ତେଣୁ ଯାତ୍ରାପାର୍ଟିରେ ବର୍ଷେ ବେହେଲା ବାଦକ ଭାବେ କାମ କଲି ଆଉ ତା’ପରେ ୧୯୮୨ରେ ସୋରଣ ଭଗବତୀ ହାଇସ୍କୁଲରେ କ୍ଲର୍କ ପଦବୀରେ ମୁଁ ଚାକିରି ପାଇଗଲି। ସେତେବେଳେ ଏହି ସ୍କୁଲଟି ସରକାରୀ ମାନ୍ୟତା ପାଇ ନ ଥିଲା। ତେଣୁ କ୍ଲର୍କ ଭାବେ ଅବସ୍ଥାପିତ ହୋଇ ମଧ୍ୟ ମଝିରେ ମଝିରେ ଛାତ୍ରୀଛାତ୍ରଙ୍କୁ ସଂସ୍କୃତ, ସାହିତ୍ୟ, ଭୂଗୋଳ ଆଦି ବିଷୟ ପଢ଼ାଉଥିଲି। ୧୯୯୪ରେ ଏହା ସରକାରୀ ମାନ୍ୟତା ପାଇଲା ଆଉ ମୁଁ ୨୦୧୧ରେ ଚାକିରିରୁ ଅବସର ନେଇଥିଲି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାବାଦ୍‌ ଚାକିରି କାଳ ଭିତରେ ସମୟ ବାହାରକରି ଭୁବନେଶ୍ୱର ୟୁନିଟ୍‌-୬ ସ୍ଥିତ ପ୍ରାଚୀନ କଳାକେନ୍ଦ୍ରରୁ ବେହେଲା ବାଦ୍ୟ ଉପରେ ଶିକ୍ଷା ଗ୍ରହଣ ନେଇ ସଙ୍ଗୀତ ଭୂଷଣ ଓ ସଙ୍ଗୀତ ବିଶାରଦ ହାସଲ କରିଛି। ତା’ସହିତ ଚାକିରି ସମୟରୁ ସ୍କୁଲ, କଲେଜ ତଥା ଗାଁରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବେହେଲା ବଜାଇ ଆସୁଛି। ଚାକିରିରୁ ଅବସର ନେବା ପରଠୁ ଏହି ରୁଚି ପ୍ରତି ଟିକେ ଅଧିକ ସମୟ ଦେଇହେଉଛି। ଚିଲିକା କଲ୍‌ଚୁରାଲ ଏକାଡେମୀରେ ଇଚ୍ଛୁକ ଛାତ୍ରୀଛାତ୍ରଙ୍କୁ ବେହେଲା ଶିଖାଇବା ସହ ଘରେ ବି ପିଲାମାନଙ୍କୁ ଶିକ୍ଷା ଦେଉଛି। ଏଥିସହିତ ପ୍ରତିବର୍ଷ କଟକ କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ବିଶ୍ୱ ନାଟ୍ୟମେଳାରେ ବେହେଲା ବଜାଇବାର ସୁଯୋଗ ମଧ୍ୟ ମୋତେ ଆଜିଯାଏଁ ମିଳିଆସିଛି। କେବଳ ସେତିକି ନୁହେଁ, ବେହେଲା ବାଦକ ଭାବେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯିବା ସହ ୨୦୧୬ରେ କଟକ କଳାବିକାଶ କେନ୍ଦ୍ର ପକ୍ଷରୁ ମୋତେ କଳାଗୌରବ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି।
All Right Reserved By

ଫୁରସତ |

ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ଆପଣେଇ ପାରିବେ ଏହି ଉପାୟ

ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ଆପଣେଇ ପାରିବେ ଏହି ଉପାୟ

ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ବେଡ୍‌ ରୁମ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଠାରେ ପଡ଼ିଥିବା ବେଡ୍‌ ଏବଂ ଏଥିରେ  ସ୍ତ୍ରୀ ସ୍ବାମୀ କେଉଁ ଦିଗକୁ ମୁଣ୍ଡ କରି ଶୋଉଛନ୍ତି ତାହା ଦାମ୍ପତ୍ୟ ଜୀବନର ସରସତାକୁ ସୂଚିତ କରିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ରହିଛି ଉଲ୍ଲେଖ। ଉତ୍ତର-ପଶ୍ଚିମ କିମ୍ବା ଉତ୍ତର-ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ନ ଥାଏ। 

ସ୍ତ୍ରୀଙ୍କ ମୃତ ଦେହ ସହ ୬ ଦିନ ବିତାଇଲେ ସ୍ବାମୀ

ସ୍ତ୍ରୀଙ୍କ ମୃତ ଦେହ ସହ ୬ ଦିନ ବିତାଇଲେ ସ୍ବାମୀ

ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ ଦେହ ସହ ୬ ଦିନ ବିତାଇଛନ୍ତି। ତାଙ୍କ ସ୍ତ୍ରୀ ଓ୍ବେଣ୍ଡେ ଡେଭିସନ୍‌ ୧୦ ବର୍ଷ ଧରି ସର୍ଭିକାଲ କ୍ୟାନସରରେ ପୀଡ଼ିତ ହେବାପରେ ଦେହତ୍ୟାଗ କରିଥିଲେ। 

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

ଭୋପାଳ, ୨୦।୯: ୪୦ ବର୍ଷ ଅପେକ୍ଷା କଲେ ମଧ୍ୟ ବୃଦ୍ଧଙ୍କୁ ମିଳୁନି ନ୍ୟାୟ। ମଧ୍ୟପ୍ରଦେଶର ଧଓ୍ବାରୀରେ ରହୁଥିବା ବୃଦ୍ଧ ରାମସ୍ବରୂପ ଲଖେରା ନିଜ ଜମି ଆବଣ୍ଟନକୁ ନେଇ ୧୯୭୨ରେ ପ୍ରଥମେ ଆଇନର ଆଶ୍ରୟ ନେଇଥିଲେ। 

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ମୋ ଆଖିରେ ଲୁହ ଭରି ଦେଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତିଙ୍କ ସହିତ ମୋ ପୁଅ ଅଂଶୁମାନ ‘ଅନ୍ତର୍ଲିନ’ ନାମକ ଏକ ଚଳଚ୍ଚିତ୍ରରେ ଜଣେ ଅଟିଷ୍ଟିକ ଶିଶୁ ଭୂମିକାରେ ଅଭିନୟ କରିଥିଲେ।

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ଧାରାବାହିକ ‘ତୁଳସୀ’ରେ କ୍ରିଷ୍ଣା ଚରିତ୍ରରେ ପ୍ରଥମ କରି  ପରଦାକୁ ଓହ୍ଲାଇଥିଲେ ଅଭିନେତା ଶୁଭାଶିଷ୍‌ ଶର୍ମା (ଡାକ ନାମ ମଣ୍ଟୁ)। ପରେ ସେ ‘ଅପା’, ‘ଆଇନା’ ଭଳି ଅନେକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇବାର ସୁଯୋଗ ପାଇଥିଲେ।

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

୮୦ଟି ଫିଲ୍ମ, ୫୦୦ ଆଲବମ୍‌ ଓ ୧୫ଟି ଟେଲି ସିରିଏଲ୍‌ର ଟାଇଟଲ ଟ୍ରାକ୍‌। କେବଳ ଏତିକି ନୁହେଁ, ୮୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। 

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ମା’ ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ। ଋଗ୍‌ ବେଦରେ ଉଲ୍ଲେଖ ରହିଛି ଯେ, ମହାଲକ୍ଷ୍ମୀଙ୍କୁ  ଶ୍ରୀସୂକ୍ତ ଓ ଲକ୍ଷ୍ମୀସୂକ୍ତ ପାଠ କଲେ ଦାରିଦ୍ର୍ୟ ଦୂରେଇ ଯାଏ।

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ହସ ଲିଭି ଲିଭି ଯାଉଛି। ଏଥିପାଇଁ ସେମାନଙ୍କ ଉପରେ କରାଯାଉଥିବା ବିଭିନ୍ନ ଅତ୍ୟାଚାର ଦାୟୀ ବୋଲି ଅଷ୍ଟ୍ରିଆର ଭିଏନା ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି।

ସାଙ୍ଗ ସାଜିଲେ ସଇତାନ

ସାଙ୍ଗ ସାଜିଲେ ସଇତାନ

ହରିୟାଣା, ୧୯।୯: ହରିୟାଣାର ରଓ୍ବୋଡିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ହେବା ଘଟଣା ମନରୁ ନଲିଭୁଣୁ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ବୟସ୍କମାନେ ଝାଡୁଧରି ଘର ଓଳାଇଥାନ୍ତି। ତେବେ ବେଳେବେଳେ ଛୋଟ ଶିଶୁ ହଠାତ୍‌ ଝାଡୁ ଧରି ଘର ଓଳାଇବା ଆରମ୍ଭ କରନ୍ତି। ଏହା ଶୁଭ ସୂଚକ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଘରକୁ ଅତିଥିଙ୍କ ଆଗମନ ସମ୍ପର୍କରେ ଏହା ଦେଇଥାଏ ସୂଚନା।