ଫୁରସତ |

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

ନଦୀ ପାରହୋଇ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବିବାହ ରୋଶଣି ଆସେ। ବିଭିନ୍ନ ପାଟପଟୁଆରରେ ବର ଓ କନ୍ୟାପକ୍ଷ ଭାଗ ନେଇଥାନ୍ତି। ମାତ୍ର ବର ସାଜେ ଜଣେ ମାନବ, କିନ୍ତୁ ଦେବୀ ମା ହୁଅନ୍ତି କନିଆ । ହେଲେ ଏଠାର ପାରମ୍ପରିକ ପ୍ରଥା ଅନୁସାରେ କନ୍ୟାକୁ ବର ସ୍ପର୍ଶକରିବା ମାତ୍ରେ ସେ ଭସ୍ମ ହୋଇଯାଏ। ଏମିତି କିଛି ଧର୍ମବିଶ୍ୱାସ,ଲୋକକଥାରେ ପାଳିତ ହୁଏ ଦେବୀ-ମାନବଙ୍କ ଏକ ନିଆରା ବିବାହ ଉତ୍ସବ ।
କେନ୍ଦ୍ରାପଡ଼ା ଜିଲା ରାଜକନିକାର ଅନ୍ୟତମ ସାକ୍ତପୀଠ ଭାବେ ବଜରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବାସୁଳୀଙ୍କ ପୀଠ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ। । ଏହି ପୀଠରେ ପ୍ରତିବର୍ଷ ମାଘପୂର୍ଣ୍ଣିମାରେ ପାଳିତ ହୋଇଆସୁଛି ଦେବୀ -ମାନବ ବିବାହୋତ୍ସବ। ଯାହାକି, ବଳି-ବାସୁଳୀଙ୍କ ବିବାହ ପର୍ବ ଉତ୍ସବ ଭାବେ ପ୍ରଚଳିତ । ରାଜକନିକାରେ ଅନୁଷ୍ଠିତ ଏହି ଉତ୍ସବକୁ ପିଢି ପରେ ପିଢି ପାଳନ କରିଆସୁଥିବାବେଳେ ଏହି ସାଂସ୍କୃତିକ କାଯର୍‌ୟକ୍ରମ ପଶ୍ଚିମ ଓଡ଼ିଶାର ଶୀତଳଷଷ୍ଠୀ ଢାଞ୍ଚାରେ ପାଳିତ ହେଉଥିବାରୁ ବଜରପୁରର ମା’ ବାସୁଳୀଙ୍କ ପୀଠରେ ବିବାହୋତ୍ସବ ପର୍ବଦିନ ଜନ ସମାଗମରେ ଭରି ଯାଇଥାଏ । ବଜରପୁରର ରବିନ୍ଦ୍ର ବେହେରା କୁହନ୍ତି ଦେବୀ -ମାନବ ବିବାହୋତ୍ସବର ପରମ୍ପରାକୁ ସାମାଜିକ ନିୟମରେ ପରିଗଣିତ କରି ଏହି ଅଞ୍ଚଳବାସୀ ମା’ଙ୍କ ବିବାହୋତ୍ସବ ନ ହେବା ଯାଏ କୌଣସି ମାଙ୍ଗଳିକ କାଯର୍‌ୟ ନ କରିବାର ବିଶ୍ୱାସ ରହିଛି। ଏପରି ବିବାହ ଉତ୍ସବ ଏହି ଅଞ୍ଚଳବାସୀଙ୍କ ପାଇଁ ଏହା ଗଣପର୍ବ ପାଲଟିଛି। କିମ୍ବଦନ୍ତୀ ଅନୁଯାୟୀ ଏକଦା ଭଞ୍ଜବଂଶର ରାଜୁତିରେ ରହି ଆସିଥିବା ରାଜକନିକାର ତତ୍କାଳୀନ ରାଜଧାନୀ ଥିଲା ବଜରଗଡ। ବଜରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବାସୁଳୀ। ରାଜକନିକା ରାଜବଂଶର ମଧ୍ୟ ସେ ଆରାଧ୍ୟା ଥିଲେ । ସେତେବେଳେ ଗମନାଗମନ ଓ ଯୋଗାଯୋଗର ଏକମାତ୍ର ମାଧ୍ୟମ ଭାବେ ନଦୀପଥର ଗୁରୁତ୍ୱ ଥିବାରୁ ବ୍ରାହ୍ମଣୀ-ବୈତରଣୀର ସଂଯୋଗସ୍ଥଳ ବଜରଗଡର ରାଜଧାନୀ ଭାବେ ସୃଷ୍ଟି କରାଯାଇଥିଲା। ପରେ ସଡକପଥର ବିକାଶ ଯୋଗୁ ରାଜକନିକା ରାଜବଂଶୀୟମାନେ ପରବର୍ତ୍ତୀ ଅବସ୍ଥାରେ ନିଜ ରାଜଧାନୀ ବଜରଗଡରୁ ରାଜକନିକାକୁ ସ୍ଥାନାନ୍ତର ହୋଇଥିଲେ । ୧୮୮୯-୯୪ ର ସଖାଉବତ-ହୋସେନ ସର୍ଭେ ସେଟଲମେଣ୍ଟ ରିପୋର୍ଟ ଅନୁସାରେ ତତ୍କାଳୀନ ରାଜା ଓ ଜମିଦାରମାନେ ନଦୀପାର୍ଶ୍ୱସ୍ଥ ଅଞ୍ଚଳରେ ନିଜ ରହଣି ଓ ରାଜଧାନୀ ପ୍ରତିଷ୍ଠା କରିଥିଲେ। ତେବେ ବଜରଗଡର ଘଞ୍ଚ ଜଙ୍ଗଲ ପରିବେଶରେ ବଜରଗଡର ଅଧିଷ୍ଠାତ୍ରୀ ଦେବୀ ମା’ବାସୁଳୀ, ଅପରୂପା ଯୁବତୀ ବେଶରେ ଦିନେ ଜଙ୍ଗଲ ମଧ୍ୟରେ ସାନ୍ଧ୍ୟଭ୍ରମଣ କରୁଥିବା ବେଳେ ବୈତରଣୀ ନଦୀର ଅପରପାର୍ଶ୍ୱରେ ରାଜୁତି କରୁଥିବା ରିଘାଗଡର କୁମ୍ଭାର ରାଜବଂଶର ରାଜା ବଳି ଓ ତାଙ୍କ ଭାଇ ପାରିଧିରେ ଆସି ମା’ ଙ୍କ ସୌନ୍ଦଯର୍‌ୟରେ ବିମୋହିତ ହୋଇଥିଲେ। ଏହାପରେ ରାଜା ଦେବୀଙ୍କୁ ବିବାହ କରିବାକୁ ମନ ବଳାଇଥିବାରୁ ମା ବାସୁଳୀ ନିଜର ପରିଚୟ ଦେଇ ଏଥିରୁ ନିବୃତ୍ତ ହେବାକୁ କହିଥିଲେ । ମାତ୍ର ରାଜା ଅବୁଝା ନ୍ୟାୟରେ ବିବାହ କରିବାକୁ ନିଜ ଜିଦରେ ଅଟଳ ରହିଥିଲେ । ଏହା ପରେ ଦେବୀ ବାସୁଳୀ ଏହି ବିବାହ ପାଇଁ ସମ୍ମତି ଦେଇ ଏକ ଅଭିନବ ସର୍ତ ରଖିଥିଲେ । ସର୍ତ ଅନୁସାରେ ବିବାହ ଉତ୍ସବ ପରେପରେ ସ୍ପର୍ଶମାତ୍ରକେ ରାଜା ବଳି ଭସ୍ମ ହୋଇଯାଇଥିଲେ । ଏଭଳି ଏକ ଅବିଶ୍ୱସନୀୟ ଭାବଧାରାରେ ବନ୍ଧା ହୋଇଆସିଥିବା ସେହି ଅଞ୍ଚଳର ପ୍ରାୟ ୨୨ ଖଣ୍ଡ ଗାଁର ଅଧିବାସୀ ଆଜି ବି ମାଘପୂର୍ଣ୍ଣିମାରେ ମା’ଙ୍କ ବିବାହୋତ୍ସବକୁ ପାରମ୍ପରିକ ରୀତିନୀତିରେ ପାଳନ କରିଥାନ୍ତି। ଦେବୀ- ମାନବଙ୍କ ବିବାହ ଉତ୍ସବ ଏହି ଅଞ୍ଚଳର ସାଂସ୍କୃତିକ ଚେତନାକୁ ଋଦ୍ଧିମନ୍ତ କରି ଆସୁଥିବା ଏହି ପର୍ବ ରାଜକନିକାର ସ୍ବତନ୍ତ୍ର ପର୍ବ ଭାବେ ପାଳିତ ହୋଇଆସୁଛି। କିମ୍ବଦନ୍ତୀ ଓ ଇତିହାସକୁ ନେଇ ଦେବୀ -ମାନବ ବିବାହୋତ୍ସବରେ ରାଜନଗର ତହସିଲର ରିଘାଗଡ କୁମ୍ଭାର ରାଜବଂଶର ପ୍ରତିନିଧି ଭାବେ ଦୁଇ ରାଜାପୁଅଙ୍କ ମୃଣ୍ମୟମୂର୍ତ୍ତିକୁ ବରବେଶରେ ସଜ୍ଜିତ କରି ବୈତରଣୀ ନଦୀ ପାର କରାଯାଇ ସୁସଜ୍ଜିତ ପାଲିଙ୍କିରେ ବାଣ ରୋଶଣି ବରଯାତ୍ରୀଙ୍କ ଗହଣରେ ଗାଁରୁ ଗାଁ ପରିକ୍ରମା କରାଯିବାପରେ ସଂଧ୍ୟାରେ ମା’ ଙ୍କ ବିଜେସ୍ଥଳୀର ବିବାହବେଦୀକୁ ଯାଇ ପାରମ୍ପରିକ ରୀତିନୀତିରେ ବୈଦିକମତେ ପରିଣୟ କରାଯାଇଥାଏ । ବରପିତା ଭାବେ କୁମ୍ଭାର ରାଜବଂଶର ଜନୈକ ବ୍ୟକ୍ତି ନିଜ ଦାୟିତ୍ୱ ତୁଲାଇ ଥିବାବେଳେ କନ୍ୟାପିତା ଭାବେ ମା’ ଙ୍କ ପୂଜକ ବିବାହବେଦୀରେ କନ୍ୟାଦାନ କରିଥିଲେ ।ଏଣ୍ଡୁଳା ଗାଁର ସଞ୍ଜୟ ବିଶ୍ୱାଳ କୁହନ୍ତି ଦେବୀ -ମାନବ ବିବାହ ଉତ୍ସବକୁ ରାଜକନିକା ରାଜ ପରିବାର ପକ୍ଷରୁ ଯଥାରୀତି ପରିଚାଳନା କରାଯାଇଥିବା ବେଳେ ବିବାହ ପର ୩ ଦିନ ଠାରୁ ମା’ଙ୍କ ପୀଠକୁ କେହି ଯିବାକୁ ବାରଣ ରହିଛି । ବିବାହବେଦୀରେ କନ୍ୟାଦାନ ହେବା ପରେ ବରସାଜିଥିବା ବଳିକୁ ବାସର ରାତିରେ ବଳି ପକାଇ ମାଙ୍କ ପୀଠର ଏକ ଖାତରେ ପୋତି ଦିଆଯାଏ । ବଳିକୁ ପୋତାଯାଇଥିବା ଗାତକୁ୪ ଦିନ ପରେ ଖୋଳାଯାଇଥାଏ। ସେଥିରୁ ଯେଉଁ ଦ୍ରବ୍ୟ ପ୍ରଥମେ ମିଳିବ ସେହି ଦ୍ରବ୍ୟକୁ ନେଇ ଭଲମନ୍ଦର ସୂଚନାମିଳିଥାଏ । ଯଥା-ଯଦି ପ୍ରଥମେ ସେହି ଖାତରୁ ଧାନ ମିଳେ ତେବେ କୁହାଯାଏ ଏବର୍ଷ ଭଲଧାନ ଫସଲ ହେବ। ଯଦି ସିନ୍ଦୁର ମିଳେ ତେବେ ରକ୍ତପାତ ବା ବଳି ଘଟଣା ଘଟିବାର ଆଶଙ୍କା ରହିଥାଏ। ଏପରି ମିଳୁଥିବା କିଛି ଦ୍ରବ୍ୟର ସନ୍ତକକୁ ନେଇ ଆଗାମୀ ଦିନର ଭଲମନ୍ଦକୁ ଜାଣିପାରିବାର ଧର୍ମବିଶ୍ୱାସ ସୃଷ୍ଟିହୋଇଥାଏ।ଏହି ପରମ୍ପରାକୁ ନେଇ ସାରା ରାଜକନିକାରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏହି ପୀଠରେ ବିବାହୋତ୍ସବ ବେଳେ ବିଭିନ୍ନ ସାଂସ୍କୃତିକ କାଯର୍‌ୟକ୍ରମର ଆୟୋଜନ କରାଯାଇଥାଏ।
-ରବୀନ୍ଦ୍ର ଦାସ

All Right Reserved By

ଫୁରସତ |

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

କୁହାଯାଏ କିନ୍ନରଙ୍କୁ ସନ୍ତୁଷ୍ଟ କଲେ ସେମାନେ ଯାହା ଆଶୀର୍ବାଦ କରନ୍ତି ତାହା ପ୍ରାପ୍ତ ହୋଇଥାଏ। ବେଳେବେଳେ କେତେକେ କିନ୍ନରଙ୍କୁ ଦାନ ଦେବାକୁ ଅରାଜି ହୋଇଥାଆନ୍ତି। ହେଲେ କିନ୍ନର ଆପଣାଛାଏଁ କାହା ଘରେ ଯଦି ପହଞ୍ଚିଥାଆନ୍ତି ତେବେ ତାହାକୁ ଶୁଭ ବୋଲି କୁହାଯାଏ।

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ପୃଥିବୀରେ ଅଛନ୍ତି କୋଟି କୋଟି ଜୀବ । ଏମାନଙ୍କ ମଧ୍ୟରୁ ଅନେକେ ମଣିଷ ସମାଜ ପାଇଁ ହୋଇଥାଆନ୍ତି ଲାଭଦାୟକ। ତେବେ ଏଭଳି ଜୀବ ମଧ୍ୟରୁ ଝିଟିପିଟି ଅନ୍ୟତମ। ଏମାନଙ୍କର ମଧ୍ୟ ରହିଛି ପ୍ରକାର ଭେଦ। ତେବେ ଏହି ଝିଟିପିଟିର ଅଣ୍ଡା ମଣିଷକୁ କରିଦେଇପାରେ କୋଟିପତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ଗିକୋ ପ୍ରଜାତିର ଝିଟିପିଟି ଯେଉଁ ଅଣ୍ଡା ଦେଇଥାଏ ତାହା ବହୁ ମୂଲ୍ୟବାନ୍‌।

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟା ସମୟରେ ଶୋଇଲେ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। କାରଣ ଏହାଦ୍ୱାରା ଶରୀରର ମେଟାବୋଲିକ ପ୍ରକିୟା ବାଧା ପାଇଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଓ୍ବାଶିଂଟନ: ରକ୍ତର ରଙ୍ଗ ସାଧାରଣତଃ ଲାଲ। ହେଲେ ଏଭଳି ଏକ ପ୍ରଜାତିର କଙ୍କଡା ଅଛନ୍ତି ଯାହାଙ୍କ ରକ୍ତର ରଙ୍ଗ ନୀଳ। ଆଉ ଏହି ନୀଳ ରକ୍ତ ମଣିଷ ପାଇଁ ଅମୃତ ସମାନ ବୋଲି ଆମେରିକାର ବିଶେଷଜ୍ଞମାନେ କହିଛନ୍ତି।

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ଯୁବବର୍ଗଙ୍କ ମଧ୍ୟରେ ବିବାହ ନେଇ ରହିଥାଏ ଆଗ୍ରହ। ବିବାହ ଆରେଞ୍ଜ ହେବ ନା ପ୍ରେମ ବିବାହ ହେବ ସେନେଇ ରହିଥାଏ ଉତ୍ସୁକତା। ତେବେ ଜନ୍ମ ତାରିଖରୁ ପ୍ରେମ ବିବାହ ସମ୍ପର୍କରେ ମିଳେ ସୂଚନା।

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ସଫଳତାର ପ୍ରକୃତ ଅର୍ଥ ନୁହେଁ ଆବଶ୍ୟକତାଠାରୁ ଅର୍ଥ ଜମା କରିବା କିମ୍ବା ବଡ ବଡ ବଙ୍ଗଳା ଓ ଗାଡ଼ି କିଣିବା । ସଫଳତାର ଅର୍ଥ ହେଉଛି ପ୍ରତିଦିନ ନିଜ ଲାଗି ଜଣେ ଯେଉଁ ଲକ୍ଷ୍ୟ ସ୍ଥିର କରିଛନ୍ତି ତାହା ହାସଲ ପାଇଁ ପ୍ରୟାସ ଜାରି ରଖିବା ।

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି। ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା।

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

ନୂଆଦିଲ୍ଲୀ: ପରିବେଶ ଉପରେ ପ୍ଲାଷ୍ଟିକ୍‌ର ହାନିକାରକ ପ୍ରଭାବ ବିଷୟରେ ଅଧିକାଂଶ ଲୋକ ଅବଗତ। ଏହାସତ୍ତ୍ୱେ ସେମାନେ ପ୍ଲାଷ୍ଟିକ୍‌ର ବ୍ୟବହାର କରି ଚାଲିଛନ୍ତି। କାରଣ ଏହାର ଶସ୍ତା ବିକଳ୍ପ ଉପଲବ୍ଧ ନ ଥିବାରୁ ଲୋକେ ପ୍ଲାଷ୍ଟିକ୍‌ ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି ବୋଲି ସଦ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି।

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ।

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ୍‌ ତାଙ୍କ ଟୁଇଟର ଆକାଉଣ୍ଟରେ ଭିଡିଓଟି ଶେୟାର କରିବା ସହ ଏକ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେବାମନସ୍କ ପ୍ରିୟଙ୍କା

ସେବାମନସ୍କ ପ୍ରିୟଙ୍କା

ଜାତୀୟ ସେବା ଯୋଜନାରେ ସାମିଲ ହୋଇ ସମାଜ ସେବା କରିବାକୁ ତାଙ୍କୁ ମିଳିଛି ପ୍ରେରଣା। କଲେଜରେ ପାଠ ପଢିବା ବେଳେ ବିଭିନ୍ନ ସେବା କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ। ଥରେ ଜିଲା ପ୍ରଶାସନ ପକ୍ଷରୁ ପରିଚାଳିତ ହେଉଥିବା ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ଏନଏସଏସ ପକ୍ଷରୁ ଦିନିକିଆ କ୍ୟାମ୍ପ ପଡିଥିଲା।

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ସମରେଶ ରାଉତରାୟ, ନଁ। ଶୁଣିବା ମାତ୍ରେ ଆଖି ଆଗରେ ନାଚିଉଠେ ତାଙ୍କ ଖଳନାୟକ ଭୂମିକାରେ ଅଭିନୟ। କିଛିଟା ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବି ଖଳନାୟକ ଭୂମିକା ପାଇଁ ସେ ଦର୍ଶକଙ୍କ ପାଖରେ ଅଧିକ ପରିଚିତ।

Model This Week

ପ୍ରଭାତ