ଜୀବନଚର୍ଯ୍ୟା |

ଖାଲିପେଟରେ ଖାଆନ୍ତୁ ନାହିଁ ଏଭଳି ଖାଦ୍ୟ

ଖାଲିପେଟରେ ଖାଆନ୍ତୁ ନାହିଁ ଏଭଳି ଖାଦ୍ୟ
ସୁସ୍ଥ ଶରୀର ପାଇଁ ଭୋଜନର ଆବଶ୍ୟକତା ରହିଛି। ଏଥିପାଇଁ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ। ଏପରିକି କେଉଁ ସମୟରେ କି ପ୍ରକାର ଖାଦ୍ୟ ଖାଉଛନ୍ତି, ସେଥିପାଇଁ ମଧ୍ୟ ସତର୍କ ରହିବା ଉଚିତ। ବିଶେଷକରି ଖାଲିପେଟରେ କିଛି ଖାଦ୍ୟ ଖାଉଥିଲେ ଯତ୍ନବାନ ରୁହନ୍ତୁ। ନଚେତ ଗ୍ୟାସ, ବଦହଜମୀ ପରି ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିବା। ୧.ଟମାଟୋ: ଖାଲିପେଟରେ ଟମାଟୋ ଖାଇବା ଅନୁଚିତ। କାରଣ ଏଥିରେ ଅଧିକ ପରିମାଣରେ ଏସିଡ୍‌ ଥାଏ। ଏହାକୁ ଖାଇବା ଦ୍ୱାରା ପେଟରେ ଷ୍ଟୋନ ହେବାର ସମ୍ଭାବନା ରହିଥାଏ। ୨.ମଦ: ଯେ କୌଣସି ସମୟରେ ମଦ୍ୟପାନ କରିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥିଲେ ହେଁ ଯଦି ଆପଣ ଖାଲିପେଟରେ ଏହାକୁ ସେବନ କରୁଥାନ୍ତି ତେବେ ଧ୍ୟାନ ଦିଅନ୍ତୁ। ଏପରି କରିବା ଦ୍ୱାରା ପେଟରେ ଜଳାପୋଡା ହୋଇଥାଏ। କିଛି ଦିନ ପର୍ଯ୍ୟନ୍ତ ଏହି ଅଭ୍ୟାସ କଲେ ଖାଦ୍ୟ ହଜମ ନ ହେବା ସମସ୍ୟା ଉପୁଜିଥାଏ। ୩.କଦଳୀ: ଖାଲିପେଟରେ କେବେ ବି କଦଳୀ ଖାଆନ୍ତୁ ନାହିଁ। ଏହାଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢ଼ି ଯାଇଥାଏ। ଫଳରେ ଶରୀରରେ କ୍ୟାଲସିୟମ୍‌ ଓ ମ୍ୟାଗ୍ନେସିୟମର ପରିମାଣରେ ପରିବର୍ତ୍ତନ ଆସିଥାଏ। ଏଣୁ ଛାତି ଜଳାପୋଡା ହୋଇଥାଏ। ୪.ଲେମନ୍‌ ସୋଡା: ବଜାରରେ ମିଳୁଥିବା ଲେମନ୍‌ ସୋଡା ପାଟିକୁ ସୁଆଦ ଲାଗିଥାଏ। ତେବେ ଏହାକୁ ଖାଲିପେଟରେ ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ବାରମ୍ବାର ବାନ୍ତି ଲାଗେ। ୫.ଦହି: ଦହି ଖାଇବା ପେଟ ପାଇଁ ଭଲ ବୋଲି ସାଧାରଣରେ କୁହାଯାଇଥାଏ। ମାତ୍ର ଏହାକୁ ଖାଲି ପେଟରେ ଖାଆନ୍ତୁ ନାହିଁ। ୬. କଫି: ଖାଲିପେଟରେ କଫି ପିଅନ୍ତୁ ନାହିଁ। କାରଣ କଫିରେ ଥିବା କୈଫିନ ଆପଣଙ୍କ ଶରୀର ପ୍ରତି ମାରାତ୍ମକ ହୋଇପାରେ। ୭* ମସଲାଯୁକ୍ତ ଖାଦ୍ୟ: ଖାଲିପେଟରେ ମସଲାଯୁକ୍ତ ଖାଦ୍ୟ ସେବନ କରିବା ଅନୁଚିତ। ଏହା ଫଳରେ ପେଟରେ ଏସିଡ୍‌ ହୋଇଥାଏ। ଏଣୁ ଆପଣଙ୍କର ହଜମ ଶକ୍ତି ପ୍ରଭାବିତ ହୋଇଥାଏ।
All Right Reserved By

ଜୀବନଚର୍ଯ୍ୟା |

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଆଜିକାଲି ସମୟରେ ମୋବାଇଲ୍‌ ଫୋନ୍‌ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ଅବିଚ୍ଛେଦିୟ ଅଙ୍ଗ ପାଲଟିଛି କହିଲେ ଚଳେ। ଫୋନ୍‌ଠାରୁ ଗୋଟେ ମୁହୁର୍ତ୍ତ ଅଲଗା ହେବା କଷ୍ଟକର ବ୍ୟାପାର। ଯେକୌଣସି କାମ କରୁଥାଉ ନା କାହିଁକି, ଫୋନ୍‌କୁ ସାଙ୍ଗରେ ନେଇକରି ଯିବା ଅନେକଙ୍କ ପସନ୍ଦ। ଅନେକ ଲୋକ  ଫୋନ୍‌କୁ ଟୟଲେଟ ବା ଶୌଚାଳୟକୁ ନେଇ ଯାଇଥାନ୍ତି। 

ଖାଇବା ସମୟରେ ପାଣି ପିଇବା ହିତକର

ଖାଇବା ସମୟରେ ପାଣି ପିଇବା ହିତକର

ଅନେକ କୁହନ୍ତି ଖାଇବା ସମୟରେ ପାଣି ପିଇବା ଅନୁଚିତ। ଏହାଦ୍ୱାରା ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ମାତ୍ର ଏହା ଭୁଲ। ଖାଇବା ମଝିରେ ମଝିରେ ପାଣି ପିଇବା ଲାଭଦାୟକ। ଏହାଦ୍ୱାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ। ତେଣୁ ଖାଇବା ସମୟରେ ପାଣି ପିଇବା ଦରକାର। ଏହା ଶରୀରକୁ ସତେଜ ମଧ୍ୟ ରଖିଥାଏ। 

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି  ସହଜ ଉପାୟ

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି ସହଜ ଉପାୟ

ପରିବର୍ତ୍ତିତ ଜୀବନଶ୍ରେଳୀରେ ଏବେ ପ୍ରାୟତଃ କେତେକ ମହିଳାଙ୍କଠାରେ ବନ୍ଧ୍ୟାଦୋଷ ଦେଖାଯାଉଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। 

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ମଣିଷ ତଥାକଥିତ ପ୍ରଗତି ପଛରେ ଅନ୍ଧ ଭାବେ ଧାଇଁବା ଏବଂ ଯନ୍ତ୍ର ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବାର ପରିଣାମ ସ୍ବରୂପ ବଢ଼ିଚାଲିଥିବା ସବୁଜଗୃହ ବାଷ୍ପର ନିର୍ଗମନ ହେତୁ ଘଟୁଥିବା ଜାଗତିକ ଉଷ୍ମତା ବୃଦ୍ଧିର ଭୌତିକ ଜଗତ ଉପରେ ପଡୁଛି ଅତି ବ୍ୟାପକ ପ୍ରଭାବ।

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

”ଜ୍ୱର, ଶରୀରରେ ତାପମାତ୍ରା ବୃଦ୍ଧି, ମୁଣ୍ଡ ବିନ୍ଧା, ଆଖି ପଛପଟ ବ୍ୟଥା, ବାନ୍ତି ଲାଗିବା, ଗଣ୍ଠି ବ୍ୟଥା, ମାଂସପେଶୀ ବ୍ୟଥା, ଶରୀରରେ ଲାଲ ଲାଲ ଚକଡା ଦେଖାଦେବା, ଦୁର୍ବଳ ଲାଗିବା, ପାଦ ତଳ ଭାଗ କୁଣ୍ଡାଇ ହେବା ଆଦିକୁ ଡେଙ୍ଗୁର ଲକ୍ଷଣ ଭାବରେ ନିଆଯାଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ରକ୍ତରେ ପ୍ଲେଟଲେଟ୍‌ ପରିମାଣ ଏକଲକ୍ଷରୁ ୪.୫ ଲକ୍ଷ ଥିବା ବେଳେ ଏହା ୪-୫ ହଜାରକୁ କମି ଆସେ।  ରୋଗୀର ନାକ, ମୁହଁ, ତ୍ୱଚା, ପରିସ୍ରାଦ୍ୱାର ଦେଇ ରକ୍ତ କ୍ଷରଣ ହୋଇଥାଏ।’

ବୁଦ୍ଧିମତ୍ତାକୁ  ପ୍ରଭାବିତ କରେ  ଅତ୍ୟଧିକ ଧୂମପାନ

ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅତ୍ୟଧିକ ଧୂମପାନ

ଧୂମପାନର କୁପ୍ରଭାବ ଶରୀର ଉପରେ ପଡୁଛି ବୋଲି ଜାଣି ମଧ୍ୟ ଅନେକେ ଏହାକୁ ଅଭ୍ୟାସରେ ପରିଣତ କରିଥାଆନ୍ତି। ପରବର୍ତ୍ତୀ ସମୟରେ ଏହା କବଳରୁ ମୁକୁଳିବା କଷ୍ଟକର ହୋଇଥାଏ। 

କିଡ୍‌ନୀ : କିଛି କଥା

କିଡ୍‌ନୀ : କିଛି କଥା

ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ କିଡ୍‌ନୀ ଅନ୍ୟତମ। ଏଥିରେ କିଛି ସମସ୍ୟା ଦେଖାଦେଲେ ତାହାକୁ ଅବହେଳା କରିବା ଉଚିତ ନୁହେଁ। ଶରୀର ଭିତରେ ପ୍ରବାହିତ ହେଉଥିବା ରକ୍ତକୁ କିଡ୍‌ନୀ ବିଶୋଧନ କରି ସେଥିରୁ ବିଷାକ୍ତ ତତ୍ତ୍ୱକୁ  ନିଷ୍କାସନ କରିଥାଏ। ତେବେ ଏଥିରେ କିଛି ସମସ୍ୟା ଦେଖାଦେଲେ ଜାଣିବେ କିପରି ? 

ବର୍ଷାଦିନେ ସକ୍ରିୟ ରହିବ ପାଚନକ୍ରିୟା

ବର୍ଷାଦିନେ ସକ୍ରିୟ ରହିବ ପାଚନକ୍ରିୟା

ସନ୍ତୁଳିତ ତଥା ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ ଖାଆନ୍ତୁ।

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। ପ୍ରତିଦିନ ନୀଳଗିରି ତେଲ ମୁଣ୍ଡରେ ମାଲିସ କଲେ ବିନ୍ଧାରୁ ମିଳିଥାଏ ମୁକ୍ତି।

ପ୍ରଥମ ଥର ପାଇଁ ମା’ହୋଇଛନ୍ତି କି.. ଜାଣନ୍ତୁ କିପରି ନେବେ ପିଲାର ଯତ୍ନ

ପ୍ରଥମ ଥର ପାଇଁ ମା’ହୋଇଛନ୍ତି କି.. ଜାଣନ୍ତୁ କିପରି ନେବେ ପିଲାର ଯତ୍ନ

କୁହାଯାଏ ସନ୍ତାନ ଜନ୍ମ ପରେ ନାରୀଟିଏ ପୂର୍ଣ୍ଣତ୍ୱ ଲାଭ କରେ। ନାରୀକୁ ଯେତେବେଳେ ତା’ର ସନ୍ତାନ ମା’ ବୋଲି ଡ଼ାକିଥାଏ, ସେତେବେଳେ ସେ ସବୁଠୁ ବେଶି ଖୁସି ହୋଇଥାଏ। ମା’ ଡାକରେ ଅବ୍ୟକ୍ତ ଆନନ୍ଦ ଭରି ରହିଥାଏ। ତେବେ ମା’ ଡାକ ଶୁଣିବା ଯେତିକି ସହଜ ହୋଇଥାଏ ଶିଶୁଟିର ଯତ୍ନ ନେଇ ତାକୁ ବଡ଼ କରିବା କିନ୍ତୁ ଅନେକ କଷ୍ଟ ହୋଇଥାଏ। ଯେଉଁମାନେ ପ୍ରଥମ ଥର ପାଇଁ ମା’ ହୋଇଥାନ୍ତି ସେମାନେ ସନ୍ତାନର ଲାଳନପାଳନକୁ ନେଇ ସବୁଠୁ ବେଶି ଚିନ୍ତିତ ଥାନ୍ତି।

ଏହି ୫ଟି କାମ କରନ୍ତୁ ସହଜରେ ଆସିଯିବ ନିଦ

ଏହି ୫ଟି କାମ କରନ୍ତୁ ସହଜରେ ଆସିଯିବ ନିଦ

ମାନସିକ ଓ ଶାରୀରିକ ଚାପରୁ ଦୂରେଇ ରହିବା ପାଇଁ ପ୍ରତ୍ୟେକ ମଣିଷଙ୍କୁ ଶୋଇବା ନିହାତି ଆବଶ୍ୟକ। କିନ୍ତୁ କିଛି ଲୋକ ରାତି ସାରା ବିଛଣାରେ ପଡିରହି ଥିଲେ ମଧ୍ୟ ତାଙ୍କୁ ନିଦ ଆସି ନ ଥାଏ। 

ରଫଲ୍ସ ଫ୍ୟାଶନ

ରଫଲ୍ସ ଫ୍ୟାଶନ

ପୋଷାକରେ କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିଥିବା କପଡ଼ାର ଷ୍ଟାଇଲ୍‌କୁ ହିଁ ରଫଲ୍‌ କୁହାଯାଇଥାଏ। ଆଉ ଏହି ରଫଲ୍‌ ପାଇଁ ସାଧାରଣ ପୋଷାକ ବି ମଡର୍ନ ଲୁକ୍‌ ଦିଏ...