
ଭବାନୀପାଟଣା,୬ା୮(ଡି.ଏନ୍.ଏ.)- ଭାଇଙ୍କୁ ରାଖୀ ବାନ୍ଧିବା ପାଇଁ ଶନିବାର ସାରେ ସ୍ବାମୀ ଓ ପୁଅ ସହ ବାଇକ୍ରେ ବାପଘର କଳାହାଣ୍ଡି ଜିଲା କୁସୁର୍ଲା ଗାଁକୁ ଯାଉଥିଲେ ସସ୍ମିତା ସେନାପତି। ତେବେ କୁସୁର୍ଲା ଗାଁ ପୂର୍ବରୁ କେନ୍ଦୁବାହାଲି ନିକଟରେ ବାଇକ୍କୁ ସାମ୍ନାରୁ ଧକ୍କାଦେଲା ପିକ୍ଅପ୍ ଭ୍ୟାନ୍। ଘଟଣାସ୍ଥଳରେ ସ୍ବାମୀ ଭବାନୀ ଶଙ୍କର ସେନାପତି (୩୪)ଙ୍କ ମୃତ୍ୟୁ ଘଟିଥିବାବେଳେ ସସ୍ମିତା ଓ ପୁଅ ଶୁଭ୍ରାଂଶୁ ଆହତ ହୋଇଛନ୍ତି।ବଲାଙ୍ଗିର ଜିଲା ସାଗରପଡ଼ାର ଭବାନୀ ଶଙ୍କର ସେନାପତି ଓଆର୍୦୩-ବି-୦୩୨୬ନଂ ବାଇକ୍ରେ ସସ୍ମିତା ଓ ଶୁଭ୍ରାଂଶୁଙ୍କୁ ନେଇ ଶ୍ୱଶୁର ଘରକୁ ଯାଉଥିଲେ।
ଭବାନୀପାଟଣା,୬ା୮(ଡି.ଏନ୍.ଏ.)- ଭାଇଙ୍କୁ ରାଖୀ ବାନ୍ଧିବା ପାଇଁ ଶନିବାର ସାରେ ସ୍ବାମୀ ଓ ପୁଅ ସହ ବାଇକ୍ରେ ବାପଘର କଳାହାଣ୍ଡି ଜିଲା କୁସୁର୍ଲା ଗାଁକୁ ଯାଉଥିଲେ ସସ୍ମିତା ସେନାପତି। ତେବେ କୁସୁର୍ଲା ଗାଁ ପୂର୍ବରୁ କେନ୍ଦୁବାହାଲି ନିକଟରେ ବାଇକ୍କୁ ସାମ୍ନାରୁ ଧକ୍କାଦେଲା ପିକ୍ଅପ୍ ଭ୍ୟାନ୍। ଘଟଣାସ୍ଥଳରେ ସ୍ବାମୀ ଭବାନୀ ଶଙ୍କର ସେନାପତି (୩୪)ଙ୍କ ମୃତ୍ୟୁ ଘଟିଥିବାବେଳେ ସସ୍ମିତା ଓ ପୁଅ ଶୁଭ୍ରାଂଶୁ ଆହତ ହୋଇଛନ୍ତି।
ବଲାଙ୍ଗିର ଜିଲା ସାଗରପଡ଼ାର ଭବାନୀ ଶଙ୍କର ସେନାପତି ଓଆର୍୦୩-ବି-୦୩୨୬ନଂ ବାଇକ୍ରେ ସସ୍ମିତା ଓ ଶୁଭ୍ରାଂଶୁଙ୍କୁ ନେଇ ଶ୍ୱଶୁର ଘରକୁ ଯାଉଥିଲେ। ଅମାଠ ଛକଠାରୁ ୫୯ନଂ ଜାତୀୟ ରାଜପଥରେ କୁସୁର୍ଲା ଅଭିମୁଖେ ଯାଉଥିବାବେଳେ କେନ୍ଦୁବାହାଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଓଡି୧୭-ଜେ୦୫୯୮ନଂ ପିକ୍ଅପ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଅ ଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କେସିଙ୍ଗା ଥାନା ଓ ପଲମ ଫାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରିବା ସହ ସସ୍ମିତା ଓ ଶୁଭ୍ରାଂଶୁଙ୍କୁ ପଲମ ଡାକ୍ତରଖାନା ପଠାଇଥିଲା। ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ବଳରାମ ସାହୁଙ୍କୁ ପୋଲିସ ଅଟକ ରଖିଛି। ଭବାନୀଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ କେସିଙ୍ଗା ଡାକ୍ତରଖାନା ପଠାଯାଇଛି। ସସ୍ମିତା ଓ ଶୁଭ୍ରାଂଶୁଙ୍କୁ ଚିକିତ୍ସା ପରେ ଛାଡ଼ିଦିଆଯାଇଛି।