ଅନଗୁଳ-ଢେଙ୍କାନାଳ

କଣ୍ଟାବଣିଆ ପାଓ୍ବାର ଗ୍ରୀଡ୍‌ରେ ବିସ୍ଫୋରଣ

କଣ୍ଟାବଣିଆ ପାଓ୍ବାର ଗ୍ରୀଡ୍‌ରେ ବିସ୍ଫୋରଣ

ଓଡ଼ାପଡ଼ା, ୯।୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଣ୍ଟାବଣିଆସ୍ଥିତ ପାୱାର ଗ୍ରୀଡ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଇବ୍‌ ଥର୍ମାଲ-ବେଦାନ୍ତ ଫିଡରର ଏକ ରିଆକ୍ଟର ଜଳିଯାଇଛି। ବିସ୍ଫୋରଣ ଯୋଗୁ କେତେଜଣ କର୍ମଚାରୀ ଆହତ ହୋଇଛନ୍ତି। ଅଘଟଣ ଘଟିବା ପରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଫାଟକକୁ ବନ୍ଦକରି ଦିଆଯାଇଛି। ନିଷିଦ୍ଧାଞ୍ଚଳ ହୋଇଥିବାରୁ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। ଏ ସମ୍ପର୍କରେ ମତାମତ ଜାଣିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି। ତେବେ ପାୱାର ଗ୍ରୀଡରୁ ଆମ୍ବୁଲାନ୍ସ ଯୋଗେ କେତେଜଣ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ବାହାରକୁ ନିଆଯାଇଥିବା ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର,୧୬।୮(ନି.ପ୍ର.): ଏମ୍‌ସିଏଲ୍‌ ବଳରାମ ଓସିପିରେ କାର୍ଯ୍ୟରତ ୩ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌, ବିଏମ୍‌ଏସ୍‌ ଏବଂ ଆଇଏନ୍‌ଟିସିୟୁ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। 

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଭୁବନ,୧୬।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ଶିବମନ୍ଦିର ନିକଟରୁ ବୁଧବାର ରାତିରେ ଏକ ଅଜଗର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। 

ସ୍ବାମୀଙ୍କ ପାଖକୁ ଫେରିଲେ ଫେରାର ମହିଳା

ସ୍ବାମୀଙ୍କ ପାଖକୁ ଫେରିଲେ ଫେରାର ମହିଳା

ବଅଁରପାଳ,୧୬।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଫୁଲୁପଡ଼ା ଅଞ୍ଚଳର ୨ ସନ୍ତାନଙ୍କ ମା’ଙ୍କୁ ଜଣେ ଫାଇନାନ୍ସ କର୍ମଚାରୀ ନେଇ ଯାଇଥିଲେ। ଏ ନେଇ ମହିଳାଙ୍କ ସ୍ବାମୀ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ। 

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଛେଣ୍ଡିପଦା,୧୬।୮(ଡି.ଏନ୍‌.ଏ.): ସମ୍ବଲପୁର ଏମ୍‌ପି ନଗେନ୍ଦ୍ର କୁମାର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏକ ଦିନିକିଆ ଛେଣ୍ଡିପଦା ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ନୂତନ ପ୍ରକଳ୍ପମାନ ଉଦ୍‌ଘାଟନ କରିଛନ୍ତି।

ଅନୁଗୋଳ ଜିଲାରେ ମୃଦୁ ଭୂମିକମ୍ପ

ଅନୁଗୋଳ ଜିଲାରେ ମୃଦୁ ଭୂମିକମ୍ପ

ଛେଣ୍ଡିପଦା/ବଇଣ୍ଡା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭ଟା ୨୧ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।

ଦୋକାନ ପୋଡ଼ିଦେଲେ ଦୁର୍ବୃତ୍ତ

ଦୋକାନ ପୋଡ଼ିଦେଲେ ଦୁର୍ବୃତ୍ତ

କଣିହଁ।, ୧୫।୮(ଡି.ଏନ୍‌.ଏ.)-କଣିହଁ। ଥାନା ମସୁଣୀହତା ଗ୍ରାମର ନରେଶ ବେହେରାଙ୍କ ରାଶନ ଦୋକାନକୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି।

ଉପସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

ଉପସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

ବଅଁରପାଳ,୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦରେ ବୁଧବାର ଅପରାହ୍ନରେ ନୂତନ ଉପସ୍ବାସ୍ଥ୍ୟକେନ୍ଦ୍ର ଲୋକାର୍ପିତହୋଇଛି। 

 ଜାତୀୟ ରାଜପଥ ମରଣଯନ୍ତା: ଧାନ ତଳି ରୋଇ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ଜାତୀୟ ରାଜପଥ ମରଣଯନ୍ତା: ଧାନ ତଳି ରୋଇ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ଭୁବନ, ୧୫।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ମରାମତି କରିବା ଦିଗରେ ପ୍ରଶାସନ କିମ୍ବା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ପ୍ରଶାସନିକ ଅପାରଗତା ବିରୋଧରେ ବୁଧବାର ରାସ୍ତା ଉପରେ ଧାନତଳି ରୋଇ କଂଗ୍ରେସ କର୍ମୀମାନେ ଏହାର ଅଭିନବ ପ୍ରତିବାଦ କରିଛନ୍ତି।

 ପ୍ରଦର୍ଶନୀ କ୍ରିକେଟ୍‌ ଟୁର୍ନାମେଣ୍ଟ: ଅଫିସର୍ସ-୧୧ ବିଜୟୀ

ପ୍ରଦର୍ଶନୀ କ୍ରିକେଟ୍‌ ଟୁର୍ନାମେଣ୍ଟ: ଅଫିସର୍ସ-୧୧ ବିଜୟୀ

ଭୁବନ, ୧୫।୮(ଡି.ଏନ୍‌.ଏ.)-ସ୍ବାଧୀନତା ଦିବସ ଉପଲକ୍ଷେ ବୁଧବାର ଭୁବନ ମିନି ଷ୍ଟାଡିମୟରେ ଉପଖଣ୍ଡସ୍ତରୀୟ ଅଧିକାରୀ (ଅଫିସର୍ସ-୧୧) ଏବଂ ଭେଟେରାନ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି।

ତଳି ରୁଆବେଳେ ବଜ୍ରପାତ: ୨ ମୃତ

ତଳି ରୁଆବେଳେ ବଜ୍ରପାତ: ୨ ମୃତ

ବନ୍ତଳା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଳକ ଡେରଜାଙ୍ଗ ଗ୍ରାମରେ ବୁଧବାର ଅପରାହ୍ନ ୩ଟାରେ ବଜ୍ରପାତ ଘଟି ୨ଜଣ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଶାନ୍ତିଲତା ପ୍ରଧାନ (୪୮) ଏବଂ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ (୧୭)।

ବିକାଶର ମଙ୍ଗୁଆଳ ହୁଅନ୍ତୁ ଯୁବଗୋଷ୍ଠୀ

ବିକାଶର ମଙ୍ଗୁଆଳ ହୁଅନ୍ତୁ ଯୁବଗୋଷ୍ଠୀ

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଯୁବଗୋଷ୍ଠୀ ସକ୍ରିୟ ହେଉଛନ୍ତି। ଏହି ଧାରାକୁ ବଳବତ୍ତର ରଖିବା ଜରୁରୀ। ଯୁବବର୍ଗ ରାଷ୍ଟ୍ରର ପ୍ରକୃତ ଶକ୍ତି। ସେମାନେ ବିକାଶର ମଙ୍ଗୁଆଳ ସାଜନ୍ତୁ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲାପାଳ ଇଂ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ।

Model This Week

ଯସ୍ମିନ୍