Dharitri News
ଅନଗୁଳ-ଢେଙ୍କାନାଳ

ରାତିରେ ମାତିଲେ ଲୁଟେରା

ରାତିରେ ମାତିଲେ ଲୁଟେରା ଢେଙ୍କାନାଳ ଅଫିସ, ୯ ।୨-ଢେଙ୍କାନାଳ ସହର ଉପକଣ୍ଠ ୫୫ନଂ. ରାଜପଥ ପାର୍ଶ୍ୱ କଣ୍ଟାନାଳୀ-ମହିଷାପାଟ ଛକ ମଧ୍ୟରେ ଥିବା ୩ ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଦୋକାନର ତାଲାଭାଙ୍ଗି ନଗଦ ଟଙ୍କା ସମେତ ବହୁ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଛନ୍ତି। ବାଜି ରାଉତ ଆଇଟିଆଇ ସମ୍ମୁଖରେ ଥିବା ପ୍ରମୀତ୍‌ ବିଷୋୟୀଙ୍କ କମ୍ପ୍ୟୁଟର ଦୋକାନ, ଜନ୍ମେଜୟ ଭୋଳଙ୍କ ହାର୍ଡଓ୍ବେର ଷ୍ଟୋର, ସ୍ବରୂପ ଖୁଣ୍ଟିଆଙ୍କ ରେଷ୍ଟୁରାଣ୍ଟରୁ ଚୋରି ହୋଇଛି। ପ୍ରମୀତ୍‌ଙ୍କ ଦୋକାନରୁ ଦୁର୍ବୃତ୍ତମାନେ କମ୍ପ୍ୟୁଟର, ଲାପଟପ୍‌, ୱେବ୍‌ କ୍ୟାମେରା, ଷ୍ଟାବିଲାଇଜର, ୟୁପିଏସ୍‌, ସ୍ବରୂପଙ୍କ ରେଷ୍ଟୁରାଣ୍ଟରୁ ଫ୍ରିଜ୍‌, ସାଉଣ୍ଡ୍‌ ସିଷ୍ଟମ, ମାଇକ୍ରୋଓଭନ, ଏଲଇଡି ଟିଭି, ଗ୍ୟାସ୍‌ ସିଲିଣ୍ଡର, ନଗଦ ୬ହଜାର ଟଙ୍କା, ଭୋଟର ପରିଚୟପତ୍ର, ଆଧାରକାର୍ଡ, ମାଟ୍ରିକ୍‌ ସାର୍ଟିଫିକେଟ ସମେତ ମୂଲ୍ୟବାନ କାଗଜପତ୍ର ଚୋରାଇ ନେଇଛନ୍ତି। ସେହିପରି ଜନ୍ମେଜୟଙ୍କ ହାର୍ଡଓ୍ବେର ଷ୍ଟୋରରୁ ୫ବଣ୍ଡଲ ତାର, ୫ହଜାର ନଗଦ ଟଙ୍କା, ୫ବଣ୍ଡଲ ସୁତୁଲି, ୫ ଶାବଳ, ୧୦ କୋଲଟାର, ୬ କୋଡ଼ି ସମେତ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ଥାନାଧିକାରୀ ଅଭିନବ ଡାଳୁଆ ପୋଲିସ ଫୋର୍ସ ସହ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଦୋକାନ ବାହାରେ ପଡ଼ିଥିବା ଭଙ୍ଗା ତାଲାଗୁଡ଼ିକୁ ଜବତ କରାଯାଇଛି। ଏ ସଂକ୍ରାନ୍ତରେ କେସ୍‌ ନଂ. ୩୦/୧୮ରେ ମାମଲା ରୁଜୁ ହୋଇଛି ।

ଅନଗୁଳ-ଢେଙ୍କାନାଳ

ବନ୍ଧୁକ ଦେଖାଇ ୧ ଲକ୍ଷ ୬୦ ହଜାର ଟଙ୍କା  ଲୁଟ୍‌

ବନ୍ଧୁକ ଦେଖାଇ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍‌

ଅନୁଗୋଳ ଅଫିସ, ୨୨।୨- ଅନୁଗୋଳ ଅମଲପଡ଼ା ଛଅ ଲାଇନଠାରେ ଗୁରୁବାର ଦିନ ଦ୍ୱିପହରରେ ଲୁଟ୍‌ ହୋଇଛି। ୪ ଜଣ ଯୁବକ ଏକ ବାଇକରେ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଯୋଗେନ୍ଦ୍ର ବେହେରା ନାମକ ଜଣେ ମାଛ ବେପାରୀଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନନ୍ତି।

ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ

ଛେଣ୍ଡିପଦା,୨୨।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଫରେଷ୍ଟ ରେଞ୍ଜ ଅଧୀନ ଦୁର୍ଗାପୁର ଗ୍ରାମରେ ବୁଧବାର ରାତିରେ ୨ଟି ହାତୀ ଆତଙ୍କ ସୃଷ୍ଟି କରିଛନ୍ତି। ଗ୍ରାମର ପାଣ୍ଡବ ସାହୁଙ୍କ ବାସଗୃହ ସମେତ ଗୁହାଳ ଏବଂ କଦଳୀ ବଗିଚା ନଷ୍ଟ କରିଛନ୍ତି। ପରେ ପରେ ବସନ୍ତ ସାହୁଙ୍କ ଆଖୁ ଫସଲ, ଈଶ୍ୱର ଚନ୍ଦ୍ର ପ୍ରଧାନଙ୍କ ଫାର୍ମହାଉସରେ ପଶି କଦଳୀ, ନଡ଼ିଆ, ଆମ୍ବ ଏବଂ କାକୁଡ଼ି ଫସଲ ଦଳିଚକଟି ନଷ୍ଟ କରିଥିଲେ।

ବିପଦସଙ୍କୁଳ ରାନ୍ଧୁଣିଆ ଚେକ୍‌ ଡ୍ୟାମ

ବିପଦସଙ୍କୁଳ ରାନ୍ଧୁଣିଆ ଚେକ୍‌ ଡ୍ୟାମ

ଢେଙ୍କାନାଳ ଅଫିସ,୨୧।୨- ପାଣି ସଂରକ୍ଷିତ କରାଯାଇ ଚାଷ ଜମିକୁ ଯୋଗାଇବାକୁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଇଛି। ହେଲେ ବେଶୀ ଦିନ ତିଷ୍ଠୁନି ଏହି ନିର୍ମାଣ କାମ। କେବଳ ଲକ୍ଷ୍ୟ ପୂରଣ ପାଇଁ ତରବରିଆ ଭାବେ ଯେମିତି ସେମିତି କରି କାମ ସାରିଦିଆଯାଉଛି। ଫଳରେ ଅଳ୍ପ ଦିନରେ ଏହା ଭାଙ୍ଗିରୁଜି ଯାଉଥିବାରୁ କାମରେ ଆସିପାରୁନି। କେବଳ ସରକାରୀ ଅର୍ଥ ଖର୍ଚ୍ଚ ଚାଲିଥିବାବେଳେ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହେଉନି। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ମାଧପୁର ପଞ୍ଚାୟତ କନ୍ତକୁଳ ନିକଟସ୍ଥ ରାନ୍ଧୁଣିଆ ଚେକ୍‌ ଡ୍ୟାମର ବିପଦସଙ୍କୁଳ ଅବସ୍ଥା ବିଭାଗୀୟ ଅବହେଳାକୁ ପଦାରେ ପକାଇଛି। ଯନ୍ତ୍ରୀ ଓ ଠିକାଦାରମାନେ ଏଥିରୁ ଲାଭବାନ ହେଉଥିବାବେଳେ ଏହା ଚାଷୀଙ୍କ କୌଣସି କାମରେ ଆସୁ ନ ଥିବା ନେଇ ଅସନ୍ତୋଷ ଦେଖାଦେଇଛି।

୩ ବଖରା ଜଳିଗଲା

ବଅଁରପାଳ,୨୧।୨(ଡି.ଏନ.ଏ.)- ଅନୁଗୋଳ ଜିଲା ନୂଆ ମଉଜା ଗ୍ରାମରେ ବୁଧବାର ସାରେ ଅଗ୍ନିକାଣ୍ଡ ଘଟି ସୁଧାକର ବେହେରାଙ୍କ ୩ ବଖରା ଜଳିଯାଇଛି।

ମରଣାନ୍ତକ ଆକ୍ରମଣ, ୪ ଆହତ

ଢେଙ୍କାନାଳ ଅଫିସ,୨୧।୨- ଢେଙ୍କାନାଳ ପୌରାଞ୍ଚଳର ୮ନଂ ୱାର୍ଡ ମାଣିଆବନ୍ଧ ଅଞ୍ଚଳରେ ବୁଧବାର ଅପରାହ୍ନ ୩ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣରେ ଗୋଟିଏ ପରିବାରର ୪ ଆହତ ହୋଇଛନ୍ତି।

ବନ୍ଧୁକ ଜବତ, ୨ ଶିକାରୀ ଗିରଫ

ବଇଣ୍ଡା, ୨୧।୨(ଡି.ଏନ.ଏ.)- ଧଣ୍ଡାତୋପା ସଂରକ୍ଷିତ ଜଙ୍ଗଲରୁ ବୁଧବାର ବନ ବିଭାଗ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଠାକୁରଗଡ଼ ଥାନା ଧଣ୍ଡାତୋପା ଗ୍ରାମର ନୀଳାମ୍ବର ବେହେରା (୩୩) ଓ କବି ଦେହୁରୀ(୩୫)। ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି।

ଢେଙ୍କାନାଳ କଳା ସଂସ୍କୃତିର ବେଳାଭୂମି

ଢେଙ୍କାନାଳ ଅଫିସ,୨୧।୨- ଢେଙ୍କାନାଳ ସାଂସ୍କୃତିକ ଅନୁଷ୍ଠାନ ସ୍ବରସୁଧା ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନହଲଠାରେ ୭ମ ମହିମା ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି ।

ହତ୍ୟା ଉଦ୍ୟମ ମାମଲା: ଦୋଷୀଙ୍କୁ ୫ ବର୍ଷ ଜେଲ ଦଣ୍ଡ

ହିନ୍ଦୋଳ,୨୧ା୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଲହଡା ଗ୍ରାମରେ ଦୁଇ ବର୍ଷ ତଳେ ପୂର୍ବ ଶତ୍ରୁତା କାରଣରୁ ହତ୍ୟା ଉଦ୍ୟମ ମାମଲାରେ ବୁଧବାର ଅଭିଯୁକ୍ତ ରସାନନ୍ଦ ଦେହୁରୀଙ୍କୁ ୫ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ସ୍ଥଳେ ଅତିରିକ୍ତ ୫ମାସ ଦଣ୍ଡାଦେଶ ପ୍ରଦାନ କରଯାଇଛି।

ଜଳ ଯୋଗାଣ ଦାବିରେ ଆନ୍ଦୋଳନ

ଜଳ ଯୋଗାଣ ଦାବିରେ ଆନ୍ଦୋଳନ

ଛେଣ୍ଡିପଦା,୨୧।୨(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୋଶଳା ମେଡ଼ିକାଲ ଛକଠାରେ ପାନୀୟ ଜଳ ଯୋଗାଣ ଦାବିରେ ସ୍ଥାନୀୟ କୋଶଳା ଗ୍ରାମବାସୀ ମଙ୍ଗଳବାର ୬୩ ନଂ ରାଜ୍ୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ। ଏ

ବିଦ୍ୟାଳୟରେ ପାନୀୟ ଜଳ ସଙ୍କଟ

ବିଦ୍ୟାଳୟରେ ପାନୀୟ ଜଳ ସଙ୍କଟ

ଭାପୁର,୨୧।୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ସରକାରୀ ଉପ୍ରା ବିଦ୍ୟାଳୟରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।

ବୃତ୍ତି ନୁହେଁ, ବ୍ରତ ହେଉ ଶିକ୍ଷାଦାନ

ବଇଣ୍ଡା,୨୧।୨(ଡି.ଏନ.ଏ.)- ବିଦ୍ୟାଳୟରୁ ଶିକ୍ଷା ପ୍ରାପ୍ତ କରି ବଡ ମଣିଷ ହୋଇଥାନ୍ତି ଛାତ୍ରୀଛାତ୍ର। ଏ ଦିଗରେ ଶିକ୍ଷକ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରଙ୍କୁ ସଂସ୍କାରମୂଳକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରିବା ଦିଗରେ ଶିକ୍ଷୟିତ୍ରୀଶିକ୍ଷକମାନେ ଯତ୍ନବାନ ହେବା ଆବଶ୍ୟକ।

ବଅଁରପାଳ କଲେଜ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବଅଁରପାଳ କଲେଜ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବଅଁରପାଳ, ୨୧।୨(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ଜୁନିୟର କଲେଜର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ବିପିନ ବିହାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ଖେଳକୁଦର କୃତୀ ପ୍ରତିଯୋଗୀଙ୍କୁ ଏଥିରେ ପୁରସ୍କାର ପ୍ରଦାନ କରାଯାଇଥିଲା।