ଅନଗୁଳ-ଢେଙ୍କାନାଳ

କପିଳାସ ନାଟ୍ୟ ମହୋତ୍ସବ:‘ସିଦ୍ଧାନ୍ତ’ରେ ଓଡ଼ିଆ ଜାତିର ଚିନ୍ତା

 କପିଳାସ ନାଟ୍ୟ ମହୋତ୍ସବ:‘ସିଦ୍ଧାନ୍ତ’ରେ ଓଡ଼ିଆ ଜାତିର ଚିନ୍ତା
ଢେଙ୍କାନାଳ ଅଫିସ, ୯।୨-ବିଶ୍ୱ ଦରବାରରେ ବୀର ଓଡ଼ିଆଙ୍କ ଜୟଜୟକାର ଗାନ ହେଉଛି। ହେଲେ ଧୀରେ ଧୀରେ ଓଡ଼ିଶାବାସୀ ନିଜ ମୌଳିକତା ହରାଇଲେଣି। ନିଜର ମାତୃଭାଷା, କଳା, ସଂସ୍କୃତିକୁ ଭଲପାଇବାକୁ କାହାରି ପାଖରେ ତର ନାହିଁ। ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତ ପରିବାର ନିଜ ପିଲାଙ୍କୁ ଇଂଲିଶ ମାଧ୍ୟମ ସ୍କୁଲରେ ପଢ଼ାଉଛନ୍ତି। ଏହା ଏବେ ପାଲଟିଛି ଆଭିଜାତ୍ୟର ପ୍ରତୀକ। ଓଡ଼ିଆ ଜାତିର ସାଂସ୍କୃତିକ ଆକାଶରେ ଅନ୍ଧକାର ରାଜୁତି କରୁଛି। ସେ ଅନ୍ଧାର ଭିତରେ ଏ ଜାତି ହଜିଯିବାକୁ ବସିଛି। ସତରେ କ’ଣ ସେଥିରୁ ମୁକୁଳିବାର ବାଟ ନାହିଁ। ଯଦି ଅଛି କେମିତି। ଏମିତି ଅନେକ ପ୍ରଶ୍ନର ଉତ୍ତର ମିଳିଛି ନାଟକ ‘ସିଦ୍ଧାନ୍ତ’ରେ। ସଂସ୍କୃତି ଆକାଶରେ ଘୋଟିଥିବା ଘନ ଅନ୍ଧକାରକୁ ହଟାଇବାର ବାଟ ଦେଖାଇଛି ଏହି ନାଟକ। ପ୍ରଥମ ସନ୍ଧ୍ୟାରେ ଆୟୋଜକ କଳା ପରିଷଦ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ଦିଲ୍ଲୀଶ୍ୱର ମହାରଣାଙ୍କ ରଚିତ ଏବଂ ଶତ୍ରୁଘ୍ନ ମାଟିଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ଓଡ଼ିଆ ନାଟକ ‘ସିଦ୍ଧାନ୍ତ’ ଦର୍ଶକଙ୍କୁ ଶେଷ ସମୟ ଯାଏ ବାନ୍ଧି ରଖିଥିଲା। ବିଭିନ୍ନ ଭୂମିକାରେ ମନ୍ମଥ ପଟ୍ଟନାୟକ, ଶତ୍ରୁଘ୍ନ ମାଟି, ଇନ୍ଦ୍ରମଣି ବେହେରା, କିଶୋର ରାଉତ, ପ୍ରସନ୍ନ ପାଣି, ସୁରେଶ ମହାନ୍ତି, ଶଶୀ ପାଣି, ବିନୋଦ ମହାନ୍ତି, ମନୋରଞ୍ଜନ ସିଂ, ଅମ୍ବିକା ପଟ୍ଟନାୟକ, ଋତୁପର୍ଣ୍ଣା ରାଉତ, କାଲିସ ଫାତ୍‌ମା, ଦ୍ୱିତୀକୃଷ୍ଣ ମଲ୍ଲିକ, ଗାଙ୍ଗୁଲି ପଟ୍ଟନାୟକ, ଶିଶୁ କଳାକାର ମିଲନ ଦାସ ପ୍ରମୁଖ ଅଭିନୟ କରିଥିଲେ। ମଣ୍ଟୁ ଓ ପୁଣ୍ଟୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଜୟନ୍ତ ବର୍ମା ଓ ନାରାୟଣ ପଟ୍ଟନାୟକ। ଶୁଭ୍ରଜ୍ୟୋତି ରାଉତ, ଶୁଭଶ୍ରୀ ଦାସ ନୃତ୍ୟ ପରିବେଷଣ କରିଥିଲେ। ଶନିବାର ଦ୍ୱିତୀୟ ସନ୍ଧ୍ୟାରେ ସୁନାବେଡ଼ା ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ ନାଟ୍ୟକାର ପ୍ରାଧ୍ୟାପକ ରମେଶ ଦାସଙ୍କ ରଚିତ ଏବଂ ନାଟ୍ୟଶ୍ରୀ ସୁଦାମ ବିଶୋଇଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ନାଟକ ‘ବରଂ ନିବାସ ଭଲ ରଣକ୍ଷେତ୍ରରେ’ ମଞ୍ଚସ୍ଥ ହେବ।
All Right Reserved By

ଅନଗୁଳ-ଢେଙ୍କାନାଳ

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଢେଙ୍କାନାଳ ଅଫିସ,୧୬।୮- ଢେଙ୍କାନାଳ ଜିଲା ଗଦଁିଆ ବ୍ଲକ ନିହଲପ୍ରସାଦ ଥାନା  ଲହଡ଼ା କୋକୁଆଝର ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ୨ ଭଉଣୀ ପ୍ରାଣ ହରାଇଛନ୍ତି। ମୃତା ହେଲେ  ପୂର୍ଣ୍ଣିମା ହେମ୍ରମ୍‌(୫) ଓ ରଜନୀ ହେମ୍ରମ। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। 

ବଇଣ୍ଡାରେ ବିଜୁ ଯୁବ ବାହିନୀ  କର୍ମଶାଳା

ବଇଣ୍ଡାରେ ବିଜୁ ଯୁବ ବାହିନୀ କର୍ମଶାଳା

ବଇଣ୍ଡା,୧୬।୮(ଡି.ଏନ.ଏ.)- ଯୁବ ଗୋଷ୍ଠୀ ଦ୍ୱାରା ଗ୍ରାମାଞ୍ଚଳର ଅଧିକ ବିକାଶ ହୋଇ ପରିବ। ନବୀନ ସରକାର  ଅନେକ ଯୋଜନା ପ୍ରଚଳନ  କରିଛନ୍ତି। ସେ ଗୁଡ଼ିକ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉ। 

ପୋଲ ତଳକୁ ଖସିଲା କାର, ଜଣେ ଗୁରୁତର

ପୋଲ ତଳକୁ ଖସିଲା କାର, ଜଣେ ଗୁରୁତର

ବଇଣ୍ଡା,୧୬।୮(ଡି.ଏନ.ଏ.)-   କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ହଣ୍ଡପା ଥାନା ରାଣିଭୂଇଁ ନିକଟରେ ଗୁରୁବାର ଏକ କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି। 

ପୋଖରୀରେ ବୁଡ଼ି ବାଳିକା ମୃତ

ପୋଖରୀରେ ବୁଡ଼ି ବାଳିକା ମୃତ

କାମାକ୍ଷାନଗର, ୧୬।୮(ଡି.ଏନ.ଏ.)-କାମାକ୍ଷାନଗର ଥାନା ବାଲିଗୋରଡ଼ ପଞ୍ଚାୟତ କନ୍ତାରିପାଟ ଗ୍ରାମର ସୁରେଶ ସାମଲଙ୍କ ଝିଅ ପ୍ରିୟଙ୍କା (୧୦) ବୁଧବାର ଅପରାହ୍ନରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ବିଭିନ୍ନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବିଭିନ୍ନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଅଁରପାଳ,୧୬।୮(ଡି.ଏନ.ଏ.)- ଅନୁଗୋଳଠାରୁ ବଅଁରପାଳ ପର୍ଯ୍ୟନ୍ତ ମରଣଯନ୍ତା ପାଲଟି ଥିବା ରାସ୍ତାର ଦୁରାବସ୍ଥା ଦୂର କରିବା, ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର  ପଦବୀ ପୂରଣ ଦାବିରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। 

୨୬୯  ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

୨୬୯ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଛେଣ୍ଡିପଦା,୧୬।୮(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ବ୍ଲକ ସଭାଗୃହଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଦୁଦୁରୁକୋଟ ସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ଭାଙ୍ଗିଲେ ହାତୀ

ଦୁଦୁରୁକୋଟ ସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ଭାଙ୍ଗିଲେ ହାତୀ

 ସାତମାଇଲ,୧୬।୮(ଡି.ଏନ.ଏ.)- ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଭୋର ୪ ଟାରେ ଦୁଦୁରୁକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପଶି କେତେକ ଗଛ ଭାଙ୍ଗି ଦେଇଛନ୍ତି।

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର,୧୬।୮(ନି.ପ୍ର.): ଏମ୍‌ସିଏଲ୍‌ ବଳରାମ ଓସିପିରେ କାର୍ଯ୍ୟରତ ୩ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌, ବିଏମ୍‌ଏସ୍‌ ଏବଂ ଆଇଏନ୍‌ଟିସିୟୁ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। 

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଭୁବନ,୧୬।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ଶିବମନ୍ଦିର ନିକଟରୁ ବୁଧବାର ରାତିରେ ଏକ ଅଜଗର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। 

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଛେଣ୍ଡିପଦା,୧୬।୮(ଡି.ଏନ୍‌.ଏ.): ସମ୍ବଲପୁର ଏମ୍‌ପି ନଗେନ୍ଦ୍ର କୁମାର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏକ ଦିନିକିଆ ଛେଣ୍ଡିପଦା ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ନୂତନ ପ୍ରକଳ୍ପମାନ ଉଦ୍‌ଘାଟନ କରିଛନ୍ତି।

ଅନୁଗୋଳ ଜିଲାରେ ମୃଦୁ ଭୂମିକମ୍ପ

ଅନୁଗୋଳ ଜିଲାରେ ମୃଦୁ ଭୂମିକମ୍ପ

ଛେଣ୍ଡିପଦା/ବଇଣ୍ଡା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭ଟା ୨୧ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।