ଅନଗୁଳ-ଢେଙ୍କାନାଳ

ଶିକ୍ଷୟିତ୍ରୀଙ୍କ ନଁ।ରେ ଫେକ୍‌ ଆଇଡି ଖୋଲି କ୍ଷମା ମାଗିଲେ ଯୁବକ

ବଅଁରପାଳ,୧୦।୨(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କ ନାମରେ ଫେସବୁକ୍‌ରେ ଫେକ୍‌ ଆଇଡି ଖୋଲି ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ ଗ୍ରାମବାସୀଙ୍କ ସମ୍ମୁଖରେ କ୍ଷମା ମାଗିବା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କ ଫଟୋ ଓ ନାମକୁ ବ୍ୟବହାର କରି ଯୁବକ ଜଣକ ଫେକ୍‌ ଆଇଡି ଖୋଲିଥିଲେ। ଏପରି କି ବହୁ ଯୁବତୀଯୁବକଙ୍କ ନିକଟକୁ ସେ ଉକ୍ତ ଫେକ୍‌ ଆଇଡିରୁ ଫ୍ରେଣ୍ଡଶିପ୍‌ ମେସେଜ ପଠାଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଯୁବକଙ୍କୁ ଅଶ୍ଳୀଳ ମେସେଜ ସହ ପ୍ରେମ ନିବେଦନ କରିଥିଲେ। ତେବେ ଶିକ୍ଷୟିତ୍ରୀଙ୍କ ଜଣେ ବନ୍ଧୁଙ୍କ ସହ ଚାଟିଂ କରୁଥିବା ବେଳେ ଯୁବକ ଜଣଙ୍କ ଧରାପଡ଼ି ଯାଇଥିଲେ। ସମ୍ପୃକ୍ତ ବନ୍ଧୁ ଜଣଙ୍କ ଶିକ୍ଷୟିତ୍ରୀଙ୍କ ସହ ଉକ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବାରୁ ଏପରି ମେସେଜ ଦେଖି ସନ୍ଦେହ କରିଥିଲେ। ଚାଟିଂ ବେଳେ ସେ ଚତୁରତାର ସହ ଯୁବକଙ୍କ ନାମ ଓ ଠିକଣା ବୁଝି ନେଇଥିଲେ। ଏ ସମ୍ପର୍କରେ ଗଁା ଲୋକେ ଓ ସ୍କୁଲ କର୍ତ୍ତୃପକ୍ଷ ଜାଣିବା ପରେ ଶୁକ୍ରବାର ଏକ ବୈଠକ ଡକାଯାଇଥିଲା। ଉକ୍ତ ବୈଠକରେ ଯୁବକ ଜଣକ ଉପସ୍ଥିତ ରହି ଭବିଷ୍ୟତରେ ଏପରି କାର୍ଯ୍ୟ କରିବେ ନାହିଁ ବୋଲି କହିବା ସହ କ୍ଷମା ମାଗିଥିଲେ। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଘଟଣା ସମ୍ପର୍କରେ ବଅଁରପାଳ ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରମା ମାଝି କହିଛନ୍ତି, ତାଙ୍କ ପାଖରେ ଏପରି ଖବର ପହଞ୍ଚିଛି। ଯଦି ପରମୁହୂର୍ତ୍ତରେ ଯୁବକ ଜଣକ ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କ ନାମରେ ଏଭଳି ମିଥ୍ୟା ଅପପ୍ରଚାର କରନ୍ତି ତା’ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
All Right Reserved By

ଅନଗୁଳ-ଢେଙ୍କାନାଳ

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଢେଙ୍କାନାଳ ଅଫିସ,୨୨।୧-ଢେଙ୍କାନାଳ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟଠାରେ ମଙ୍ଗଳବାର ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି।

ଉତ୍ତରାଞ୍ଚଳ ପୌର ପରିଷଦ ସମୁହ ବୈଠକ

ଉତ୍ତରାଞ୍ଚଳ ପୌର ପରିଷଦ ସମୁହ ବୈଠକ

ଅନୁଗୋଳ ଅଫିସ, ୨୨।୧- ଉତ୍ତରାଞ୍ଚଳ ପୌର ପରିଷଦ ସମୁହକୁ  ନେଇ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି। 

୩ ଅନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗିରଫ

୩ ଅନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗିରଫ

ପାଲଲହଡା,୨୨।୧(ଡି.ଏନ.ଏ.)- ପାଲଲହଡ଼ା ପୋଲିସ ମଙ୍ଗଳବାର ମଧ୍ୟପ୍ରଦେଶ ଅନନ୍ତପୁର ଅଞ୍ଚଳରୁ ୩ ଅନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରାଙ୍କୁ ଗିରଫ କରିଛି। 

ଦୁର୍ଘଟଣାରେ ୩ ଗୁରୁତର

ଦୁର୍ଘଟଣାରେ ୩ ଗୁରୁତର

ବଅଁରପାଳ,୨୨।୧(ଡି.ଏନ.ଏ.)- ନାଲ୍‌କୋ ଥାନା ଅଞ୍ଚଳରେ ମଙ୍ଗଳବାର  ପୃଥକ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। 

ଛାତ୍ରୀଙ୍କ ସ୍କୁଲ ସ୍ତବ୍ଧ, ଦିନଟିଏ ଛୁଟି

ଅନୁଗୋଳ ଅଫିସ, ୨୨।୧ : ଘଟଣା ଜଣାପଡ଼ିବା ପରେ ସୋମବାର ସ୍ତବ୍ଧ ହୋଇଯାଇଥିଲା ସମ୍ପୃକ୍ତା ଛାତ୍ରୀ ପଢ଼ୁଥିବା ସ୍ତୁଲ। ତାଙ୍କ ସହପାଠୀମାନେ ଘଟଣାକୁ ନେଇ ଭାଙ୍ଗି ପଡ଼ିଥିଲେ। ବିଦ୍ୟାଳୟ ଖୋଲିବା କ୍ଷଣି ସମସ୍ତଙ୍କ ଆଖିରେ ଅଶ୍ରୁ ଭରିଯାଇଥିଲା। 

ପରିବାରକୁ ଭେଟିଲେ, କ୍ଷତିପୂରଣ ଦାବି କଲେ

ପରିବାରକୁ ଭେଟିଲେ, କ୍ଷତିପୂରଣ ଦାବି କଲେ

ଅନୁଗୋଳ ଅଫିସ, ୨୨।୧ : ଅନୁଗୋଳ ଜିଲା ମହିଳା କଂଗ୍ରେସର ସଭାନେତ୍ରୀ ସବିତା ରାଣୀ ଧୀରଙ୍କ ନେତୃତ୍ୱରେ ଏକ ଟିମ୍‌ ନାବାଳିକାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ଏଥିସହ ସେଠାରୁ ଆସି ଅନୁଗୋଳ ଜିଲା ଆରକ୍ଷୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। 

ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨୨।୧ : ଅନୁଗୋଳ ଖମାର ଛକରେ ମଧ୍ୟ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଥିଲା। ଅପରାଧୀଙ୍କୁ ଧରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପାଇଁ ଦାବି କରାଯାଇଥିଲା। ଏଥିଯୋଗୁ  ଅନୁଗୋଳ-ଭୁବନେଶ୍ୱର ରଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।

ଚକୋଲେଟ୍‌ ଖାଇ୧୫ ଅସୁସ୍ଥ

ଚକୋଲେଟ୍‌ ଖାଇ୧୫ ଅସୁସ୍ଥ

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ଉପକଣ୍ଠରେ ଥିବା କୁମଣ୍ଡ ଚଣ୍ଡୀବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଚକୋଲେଟ୍‌ ଖାଇ ୧୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଭାଜପାର ରାସ୍ତାରୋକୋ, ହାତାହାତି

ଭାଜପାର ରାସ୍ତାରୋକୋ, ହାତାହାତି

ଅନୁଗୋଳ ଅଫିସ, ୨୨।୧: ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲା ଭାଜପା। ଦଳ ପକ୍ଷରୁ କାଙ୍ଗୁଲା ଠାରେ ରାସ୍ତାରୋକୋ କରାଯିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ କରିବାକୁ ଦାବି କରାଯାଇଥିଲା।

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା : ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା : ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ସହର ଉପକଣ୍ଠରେ ରବିବାର ଅପରାହ୍ନରେ ଘଟିଥିବା ୮ମ ଶ୍ରେଣୀ ଛାତ୍ରୀଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ ଜୋର୍‌ ଧରିଛି। ସୋମବାର ସକାଳୁ ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ଛାନଭିନ କରି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଛି। 

ଆଇଆଇଏମ୍‌ସିରେ ଆଲୋଚନାଚକ୍ର : ନିରପେକ୍ଷତାକୁ ଗୁରୁତ୍ୱ ସମାଜର ହିତ କରିବ

ଆଇଆଇଏମ୍‌ସିରେ ଆଲୋଚନାଚକ୍ର : ନିରପେକ୍ଷତାକୁ ଗୁରୁତ୍ୱ ସମାଜର ହିତ କରିବ

ଢେଙ୍କାନାଳ ଅଫିସ,୨୨ା୧: ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ ପରିସରରେ ସୋମବାର ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନର ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ‘ଗଣମାଧ୍ୟମ ସମାଜର ଦର୍ପଣ କି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଅଟକିଛି ୨୩ କୋଟିର ପାନୀୟ ଜଳ ପ୍ରକଳ୍ପ: ଧାରଣାରେ ଯୋରନ୍ଦା ସାଧୁସନ୍ନ୍ୟାସୀ

ଅଟକିଛି ୨୩ କୋଟିର ପାନୀୟ ଜଳ ପ୍ରକଳ୍ପ: ଧାରଣାରେ ଯୋରନ୍ଦା ସାଧୁସନ୍ନ୍ୟାସୀ

ଢେଙ୍କାନାଳ ଅଫିସ, ୨୨ା୧: ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମହିମାପୀଠ ଯୋରନ୍ଦା ସମେତ ଆଖପାଖ ଅଞ୍ଚଳର ୧୩ଟି ଗ୍ରାମ ପାଇଁ ଏକ ପାନୀୟ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁର କରିଥିଲେ ୨୩ କୋଟି ୭୩ ଲକ୍ଷ ଟଙ୍କା। ହେଲେ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳୁ ନ ଥିବାରୁ ୩ ବର୍ଷ ହେଲା ଟଙ୍କା ପଡିରହିଛି।